ମମିତା ମେହେର ମାମଲା, ବିଜେଡିର ପଶ୍ଚିମ ଓଡ଼ିଶା ଗଣିତକୁ ଓଲଟପାଲଟ କରିବ କି ? ୨୦୧୭ ପଂଚାୟତ ନିର୍ବାଚନ ହେଉ କି ୧୯ ସାଧାରଣ ନିର୍ବାଚନର ଲୋକସଭା ଭୋଟ୍, ସବୁଠି ବିଜେଡିକୁ ଝଟ୍କା ଲାଗିଥିଲା ।
ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । କେ.ଗାଁ ଥାନା ଅଧୀକାରୀ ଡମୁ ପରିଜା ସସ୍ପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସ୍ପେଣ୍ଡ କରିଦିଆଯାଇଛି । ଏନେଇ କଳାହାଣ୍ଡି ଏସ୍ପି ଶ୍ରବଣା ବିବେକଙ୍କ ସୂଚନା ଦେଇଛନ୍ତି ।
ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।