କାହିଁକି ଘୋର ଜଙ୍ଗଲ ଭିତରେ ନିଜ ରାଣୀଙ୍କୁ ଅସହାୟ କରି ଏକା ଛାଡି ରାଜା ଚାଲିଗଲେ ? କାହିଁକି ଖଣ୍ଡିଏ ମାତ୍ର ଲୁଗାକୁ ବାଣ୍ଟି ପିନ୍ଧିଲେ ରାଜା ରାଣୀ ? ସୁନା ରଙ୍ଗର ଚଢେଇମାନେ କ'ଣ କହିଲେ ରାଜାଙ୍କୁ ? କ'ଣ ପାଇଁ ପୁଣି ଆଶ୍ରୟ ଦେଇଥିବା ବଣିକ ଦଳଙ୍କ ପାଖରୁ ରାଣୀ ଅନ୍ଧାର ରାତିରେ ଲୁଚି ପଳେଇଲେ ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କାରିଗର ପାଖରେ ପଡିଥିବା ମଳିଛିଆ, ଆବୁଡା ଖାବୁଡା ଶିଙ୍ଗକୁ ଦେଖି କେହି ଆଦୌ ବିଶ୍ୱାସ କରିପାରିବେନି ଯେ ଏଇଥିରୁ ଏତେ ସୁନ୍ଦର କଳା ମଚମଚ ଚିକ୍କଣ ଶିଙ୍ଗ କାମ ହେଉଛି ବୋଲି । ଏବେ କିନ୍ତୁ ଶିଙ୍ଗ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍ ମିଳିବାରେ ଅଭାବ ଓ ଆମ ଅବହେଳାରୁ ଏହାର ଚାହିଦା କମି କମି ଆସିଲାଣି । ଆଗାମୀ ପିଢି ପାଇଁ ତାକୁ ବଞ୍ଚାଇ ରଖିବାକୁ ଏଇ ଛୋଟ ପ୍ରୟାସ। ସେ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ।
ଅନେକ ଦେଶର ରାଜା ଓ ରାଜକୁମାରମାନେ ଆସି ପହଞ୍ଚିଲେ । ଚାରି ଦେବତା ଓ ରାଜା ନଳ ବି ଆସିଲେ । କିନ୍ତୁ ଦେବତାମାନେ ରାଜା ନଳଙ୍କ ବେଶ ଧରି ଆସିଥାନ୍ତି । ଦମୟନ୍ତୀ ସ୍ୱୟଂବର ସଭାରେ ଆସି ଦେଖନ୍ତି ଅନ୍ୟ ରାଜାମାନଙ୍କ ସହ ପାଞ୍ଚଜଣ ନଳ ବସିଛନ୍ତି । ସେ ବୁଝିଗଲେ ପାଞ୍ଚ ଜଣରେ ଜଣେ ପ୍ରକୃତ ନଳ ଓ ଅନ୍ୟ ଚାରିଜଣ ଦେବତା ନଳଙ୍କ ରୂପ ଧାରଣ କରି ବସିଛନ୍ତି । ସେ ଏବେ ପ୍ରକୃତ ନଳଙ୍କୁ ବାଛିବେ କେମିତି? ବିଦୂଷୀ ଦମୟନ୍ତୀ କିଛି କ୍ଷଣ ଚିନ୍ତା କଲେ ଓ ଆଉଥରେ ନିରୀକ୍ଷଣ କଲେ । ସେ ଜାଣିଥିଲେ, ଦେବତାମାନଙ୍କର କୌଣସି ମାନବୀୟ ବିକାର ନଥାଏ । ସେ ଜାଣିଥିଲେ, ଦେବତାମାନଙ୍କର ଛାଇ ପଡେନି । ଆଖିର ପଲକ ସ୍ଥିର ରୁହେ । ଦେହରୁ ଝାଳ ବୁହେନି ।
ଚଳିତ ବର୍ଷ ପୁରସ୍କୃତ ହେବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକ ବିରଜା ରାଉତରାୟ, କବି ଇପ୍ସିତା ଷଡ଼ଙ୍ଗୀ, ଲେଖିକା ସଂଯୁକ୍ତା ମହାନ୍ତି ଓ ଡାକ୍ତର ଫାଲଗୁନୀ ରାୟ
ଟଙ୍କା ଥାଉ କି ନଥାଉ, ଜମି ବିକ କି ଘର ବିକ, ବାହାଘର ଜାକଜମକରେ କରିବାକୁ ଆପଣ ବାଧ୍ୟ। ଏବେ ଅଣଓଡ଼ିଆ ବିବାହ ପରମ୍ପରା ବାପା ମାଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷିରେ, ଏବେ ଆମ ଦେଶରେ ଧୀରେ ଧୀରେ ମାଇକ୍ରୋ ୱେଡିଂ ଟ୍ରେଣ୍ଡ ଲୋକପ୍ରିୟ ହେଉଛି। କଣ ଏହି ଟ୍ରେଣ୍ଡ ଆସନ୍ତୁ ଜାଣିବା।
ସ୍ୱୟଂବରରେ ଭାଗ ନେବାକୁ ଯାଉଥିବା ରାଜାଙ୍କୁ ଅଧା ରାସ୍ତାରେ ଦୂତ କଲା କିଏ? ଆକାଶରୁ ଓହ୍ଲାଇ ସୁନା ରଙ୍ଗର ହଂସ ପକ୍ଷୀ ରାଜକୁମାରୀଙ୍କୁ କ'ଣ କହିଲା ଯେ ସେ ଅସୁସ୍ଥ ହୋଇପଡିଲେ? ମର୍ତ୍ତ୍ୟର ଜଣେ ରାଜକୁମାରୀଙ୍କ ସ୍ୱୟମ୍ବରରେ ଭାଗ ନେବାକୁ କେଉଁ ଦେବତାମାନେ ସ୍ୱର୍ଗରୁ ଆସିଥିଲେ? ଏଇ ସବୁ କାହାଣୀକୁ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ଓଡ଼ିଶାରେ କତା କଣ୍ଢେଇ ତିଆରି ମାତ୍ର ୩୦-୩୫ ବର୍ଷ ତଳେ ଆରମ୍ଭ ହୋଇଥିଲେ ବି କୟର୍ କ୍ରାଫ୍ଟର ଇତିହାସ ବେଶ୍ ପୁରୁଣା। ତେବେ ଏତେ କମ୍ ସମୟରେ ମଧ୍ୟ ଏହା ଦେଶ ବିଦେଶରେ ନିଜର ପରିଚୟ ତିଆରି କରିପାରିଛି। ଓଡ଼ିଶାରେ ରହିଛି କତା କଣ୍ଢେଇର ଗୋଟେ ଗାଁ ଯେଉଁଠି ମୁଁ ଭେଟିଥିଲି ସତୁରୀ ସରିକି କାରିଗରଙ୍କୁ। କୟର୍ କ୍ରାଫ୍ଟ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ହିନ୍ଦୀ ଗଳ୍ପ ସଂକଳନ ପାଇଁ ମହାରାଷ୍ଟ୍ରରେ ସମ୍ମାନୀତ ହୋଇଛନ୍ତି ଓଡ଼ିଆ ଝିଅ ପାରମିତା ଷଡ଼ଙ୍ଗୀ। ତାଙ୍କୁ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ତରଫରୁ “ମୁନ୍ସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର” ପ୍ରଦାନ କରାଯାଇଛି।
ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶାର ବହୁ କବି, ଲେଖକ, ଲେଖିକା ଯୋଗଦେଇ ସଭାଟିକୁ ସଫଳ କରାଇଥିଲେ।
କାହିଁକି ଅର୍ଜୁନ ଇନ୍ଦ୍ରପୁରୀ ଯାତ୍ରା କଲେ? କାହିଁକି ସୁନ୍ଦରୀ ଅପ୍ସରୀ ଉର୍ବଶୀ ଅର୍ଜୁନଙ୍କ ପ୍ରଣୟ ଭିକ୍ଷା କଲେ? ଶେଷରେ ଉର୍ବଶୀ କ'ଣ ଅଭିଶାପ ଦେଲେ ଅର୍ଜୁନଙ୍କୁ? ଅର୍ଜୁନ ପାଇଥିବା ଅଭିଶାପ କେଵେ ତାଙ୍କ ପାଇଁ ଆଶୀର୍ବାଦ ହେବ ବୋଲି ଇନ୍ଦ୍ର ଦେବ କହିଲେ? ଏଇପରି ଆହୁରି ଅନେକ ଅଜଣା ପ୍ରଶ୍ନର ଉତ୍ତର ପାଇଁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ନବାବ ବଜିର ଖାନଙ୍କ ଦରବାରରେ ଦେୱାନ ଥିବା ଜୈନ ପଣ୍ଡିତ ଟୋଡରମଲ ଏଠାରେ ଚାରିଗଜ ଜମିକୁ କିଣିଥିଲେ । ସେ ଏହି ଜମି ଉପରେ ୭୮,୦୦୦ ସ୍ୱର୍ଣ୍ଣ ମୁଦ୍ରା ରଖି ମୋଗଲ ବାଦଶାହଙ୍କଠାରୁ ଏହି ଜମି କିଣିଥିଲେ । ଏହି ଜମିରେ ଗୁରୁ ଗୋବିନ୍ଦ ସିଂହଙ୍କ ଛୋଟ ପୁତ୍ର ୬ ବର୍ଷର ଜୋରାବର ସିଂହ, ୯ ବର୍ଷର ଫତେହ ସିଂହ ଏବଂ ମା’ ଗୁଜରୀ ଦେବୀଙ୍କ ଅନ୍ତିମ ସଂସ୍କାର କରିଥିଲେ ।
ଆଉ ସ୍ୱଦେହରେ ନାହାନ୍ତି ଶ୍ରୀରାଧାର ସ୍ରଷ୍ଟା। କିମ୍ବଦନ୍ତୀ କବି ରମାକାନ୍ତ ରଥଙ୍କ ଦେହାନ୍ତ। ସ୍ତବ୍ଧ ସାହିତ୍ୟଜଗତ, ଶ୍ରଦ୍ଧାଞ୍ଜଳି ଦେଲେ ବିଶିଷ୍ଟ ବ୍ୟକ୍ତି। କାଲି ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ।
କାହିଁକି ଦ୍ରୌପଦୀଙ୍କୁ ଖୋଜି ଖୋଜି ବଣକୁ ଆସିଥିଲେ ସିନ୍ଧୁ ନରେଶ ଜୟଦ୍ରଥ? କୋଉ ପାପ ଥିଲା ତାଙ୍କ ମନରେ? କ'ଣ କହିଲେ ସେ ଦ୍ରୌପଦୀଙ୍କୁ? କାହିଁକି ଅର୍ଜୁନ ତୀର ମାରି ଜୟଦ୍ରଥଙ୍କ ରଥ ଭାଙ୍ଗିଲେ? ଭୀମଙ୍କ ଗଦା ପ୍ରହାରରୁ କାହିଁକି ତାଙ୍କୁ ବଞ୍ଚେଇଲେ ଯୁଧିଷ୍ଠିର? ଏମିତି ଆହୁରି ଘଟଣା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଏହି ଲେଖାରେ ଭାରତର ପ୍ରାଚୀନ ଓ ଆଧୁନିକ ପୋଷାକ ସଫା ପ୍ରଣାଳୀର ଇତିହାସ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ପ୍ରାଚୀନ ବୈଦିକ ଯୁଗରୁ ଲୋକମାନେ ନିଜ ପୋଷାକ ସଫା କରିବାକୁ ରିଠା ଫଳ, ମାଟି ଓ ପାଉଁଶ ବ୍ୟବହାର କରୁଥିଲେ । ରାଜାରାଜୁଡାଙ୍କ ଘରେ ବିଶେଷ ଭାବରେ ଏହି ପଦ୍ଧତି ବ୍ୟବହୃତ ହେଉଥିଲା, ଯାହା ପୋଷାକରେ ଚମକ ଆଣୁଥିଲା ।
ଭାରତର ଏହି ସ୍ଥାନରେ ସବୁଠାରୁ ନିଆରା ହୋଲି ପାଳନ ହୁଏ। ଏଠାରେ ପୁରୁଷମାନେ ମହିଳାଙ୍କ ପରି ଶାଢି ପିନ୍ଧନ୍ତି ଏବଂ ମେକଅପ୍ ନେଇ ହୋଲି ଖେଳନ୍ତି। ଏହି ପରମ୍ପରାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ପିପିଲିର କାରିଗରୀ ବିଶ୍ୱ ପ୍ରସିଦ୍ଧ। ୨୦୦୮ରେ ପିପିଲିର ଚାନ୍ଦୁଆକୁ ତା'ର ସ୍ୱତନ୍ତ୍ରତା ପାଇଁ ମିଳିଛ ଜି.ଆଇ ଟ୍ୟାଗ୍ । ତେବେ ରଙ୍ଗର ପର୍ବରେ ଜାଣିବା ଆସନ୍ତୁ ଓଡ଼ିଶାର ଏହି ରଙ୍ଗ ବେରଙ୍ଗର କାରିଗରୀ ବିଷୟରେ ।
ପାଖରେ କିଛି ନଥାଇ ବି ଏତେ ଲୋକଙ୍କୁ କେମିତି ପେଟ ପୁରା ଖାଇବାକୁ ଦେଲେ ଦ୍ରୌପଦୀ ? ଅଧା ଖଣ୍ଡିଆ କୋଳିରେ କେମିତି ପେଟ ପୁରିଲା କୃଷଙ୍କର ? କାହିଁକି ଶେଷ ମୁହୂର୍ତ୍ତରେ ପାଣ୍ଡବମାନଙ୍କୁ ବଣରେ ଆକ୍ରମଣ କରିବାର ଯୋଜନା ବାତିଲ କଲେ ଦୁର୍ଯ୍ୟୋଧନ ? କାହିଁକି କୌରବଙ୍କ ଉପରେ ବିରକ୍ତ ହେଲେ ବ୍ୟାସ ଓ ମୈତ୍ରେୟ ମୁନି ? ଏମିତି ମହାଭାରତର ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
କାହିଁକି ବନବାସରେ ଯାଉଥିବା ପାଣ୍ଡବମାନଙ୍କୁ ପ୍ରଜାମାନେ ଅନୁସରଣ କଲେ? କାହିଁକି କୃଷ୍ଣ ପଶା ଖେଳ ବେଳେ ପାଣ୍ଡବଙ୍କ ପାଖରେ ପହଞ୍ଚି ପାରିନଥିଲେ? ବିଦୁରଙ୍କୁ ଦେଖି କାହିଁକି ଯୁଧିଷ୍ଠିର ଆଶଙ୍କାରେ ପଡିଲେ? ବନବାସରେ କୋଉ ଜଙ୍ଗଲରେ ରହିଲେ ପାଣ୍ଡବମାନେ? ମହାଭାରତ ପୃଷ୍ଠାର ଆହୁରି ଏମିତି ଅନେକ କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କଲା କର୍ମର ଫଳ ନିଶ୍ଚୟ ଭୋଗିବାକୁ ହେବ । ବିଧିର ବିଧାନକୁ ଏଡାଇ ହେବନି । କ'ଣ କହିଲେ ମହର୍ଷି ନାରଦ ଯେ ରାଜା ଆତଙ୍କିତ ହେଇଗଲେ? କାହିଁକି ପାଣ୍ଡବ ପାଞ୍ଚ ଭାଇଙ୍କୁ ବନବାସରେ ପଠାଇଲା ପରେ ବି ଧୃତରାଷ୍ଟ ଓ ଦୁର୍ଯ୍ୟୋଧନ ଆତଙ୍କିତ ହୋଇ ଅଶାନ୍ତି ଭୋଗୁଥିଲେ? କାହିଁକି ପୁଣି ବିଦୂର ରାଜପ୍ରାସାଦ ଛାଡି ଜଙ୍ଗଲ ପଳେଇଲେ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ।
ମଣିଷ ସବୁ ଜାଣି ବାର ବାର ଭୁଲ୍ କରେ । ପୁରୁଣା ଭୁଲରୁ କିଛି ବି ଶିଖିପାରେନି । ହିତାକାଂକ୍ଷୀମାନଙ୍କ କଥା ବିଷ ପରି ଲାଗେ। ଜୁଆ ଖେଳର ପରାଭବ ଜାଣିଲା ପରେ ବି ପୁଣି ଥରେ ସେଇ ପଶାପାଲି ପାଖରେ କାହିଁକି ବସିଲେ ରାଜା? କ'ଣ ପାଇଁ ବାର ବର୍ଷ ବନବାସ ଓ ବର୍ଷେ ଆଜ୍ଞାତ ବାସରେ ଗଲେ ରାଜ ପରିବାର? ଏଇ ପରି ଆହୁରି ଅନେକ କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଆଦିବାସୀ ଅଳଙ୍କାର ଦିନକୁ ଦିନ ଆନ୍ତର୍ଜାତୀୟ ବଜାରରେ ଲୋକପ୍ରିୟ ହେବାରେ ଲାଗିଛି । ଓଡ଼ିଶାର ଆଦିବାସୀ ଅଳଙ୍କାରଗୁଡିକୁ ସ୍ୱତନ୍ତ୍ର, ଚମତ୍କାର ଏବଂ ଆଧୁନିକ ଭାବରେ ବିବେଚନା କରାଯାଉଛି । ଏସବୁ କେମିତି ତିଆରି ହୁଏ ଓ ଏଥିଲାଗି କ'ଣ କ'ଣ ସବୁ ଦରକାର ହୁଏ ତାହା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।
ସଭା ଭିତରେ କାହିଁକି ଜଣେ କୂଳବଧୂଙ୍କ ବସ୍ତ୍ର ହରଣ ପାଇଁ ଅପଚେଷ୍ଟା ହେଲା ? କ'ଣ ହେଲା ତା'ର ପରିଣାମ? ପତ୍ନୀର ଲାଞ୍ଚନା ଦେଖି ବି କାହିଁକି ଚୁପ ରହିଲେ ସ୍ଵାମୀମାନେ? କୋଉ ପ୍ରଶ୍ନ ଶୁଣି ସଭିଏଁ ଚୁପ ରହିଲେ? କ'ଣ ପାଇଁ ପୁଣି ଜୁଆରେ ଜିତିଥିବା ଦ୍ରବ୍ୟ ଫେରାଇଦେଲେ ରାଜା? ଏଇ ସବୁ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ହିନ୍ଦୁ ଧାର୍ମିକ ପୁରାଣ ଅନୁଯାୟୀ, କଳିଯୁଗର ଶେଷ ୫ ବର୍ଷରେ ପୃଥିବୀରେ ପ୍ରଚୁର ବର୍ଷା ହେବ। କଳିଯୁଗ ଶେଷ ବେଳକୁ ପୃଥିବୀ ବନ୍ଧ୍ୟା ହୋଇଯିବ। ଜାଣନ୍ତୁ କ’ଣ କୁହେ ଜ୍ୟୋତିଷ ଶାସ୍ତ୍ର…
ତିନୋଟି ଖରାପ ଅଭ୍ୟାସ ବିଷୟରେ ଗୀତାରେ କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣ ପାପର ତିନୋଟି ମୁଖ୍ୟ ଦ୍ୱାର ବିଷୟରେ କହିଛନ୍ତି। ଏହା ଆମକୁ ଭୁଲ ପଥରେ ନେଇଯାଏ ଆଉ ଆମର ପତନ ଘଟାଇଥାଏ। ଏହା କ’ଣ ଆସନ୍ତୁ ଜାଣିବା…
କ'ଣ ପାଇଁ ଜଣେ କୁଳବଧୂକୁ ଭରା ସଭାରେ ଲାଞ୍ଛନା ସହିବାକୁ ହେଲା? କପଟ ଜୁଆ ଖେଳରେ ଜଣେ ରାଜା କେମିତି ଓ କାହିଁକି ସବୁକିଛି ହରେଇ ନିଃଶ୍ଵ ହେଲେ? କାହିଁକି ପୁଣି ସେ ସଭାରେ ଉପସ୍ଥିତ ଜ୍ଞାନୀ ଗୁଣୀ ବିବେକବନ୍ତ ମଣିଷମାନେ ଚୁପ ରହିଲେ? କ'ଣ ତେବେ ପ୍ରକୃତ ଧର୍ମର ବିଧାନ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।