ବଞ୍ଚିତ ହେବେନି ଯୋଗ୍ୟ ହିତଧିକାରୀ। ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ ତର୍ଜମା ହେବ । କେୱାଇସି ଅପଡେଟ୍ ହୋଇଛି କି ନାହିଁ ଯାଂଚ ହେବ । ଅନ୍ୟାନ୍ୟ ଯାହା ଦରକାର ତାହାର ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା।
ତଥାଗତଙ୍କ ପରେ ଅମର। ବିଜେଡିକୁ ନେଇ ହେଲାଣି ନୂଅ ଗଣିତ କଷା। ନୂଆ ବିଜେଡ଼ି ଗଠନ ସଂକେତ ! ନୂଆ ବିଜେଡି ଗଠନର ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି ବୋଲି ଅମର କହିଥିବା ବେଳେ ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି ବୋଲି କହିଛନ୍ତି।
ଭୁବନେଶ୍ବରରେ ପୁଣି ଛାତ୍ର ନିଖୋଜ, ୪ ଦିନ ହେଲା ୧୬ ବର୍ଷର ନାବାଳକ ନିଖୋଜ । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ସୂଚନା, କରାଟେ କ୍ଲାସ୍ ଯାଇ ଫେରିନି ପୁଅ। ନାବାଳକଟି ଚାଲିଚାଲି ଯାଉଥିବା ସିସିଟିଭିରେ ରେକର୍ଡ।
ବିବାଦ ଭିତରେ ଫସିଛି କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଗୋପିଚାନ୍ଦ ବ୍ୟାଡମିଣ୍ଟନ High Performance Centre ଦ ସଟଲ
ସରକାର ବଦଳିଲା ହେଲେ ବଦଳିଲାନି ସମସ୍ୟା। ଏବେ ବି ପଶ୍ଚିମ ଓଡିଶାର ଦୁଃଖ ଦାଦନ।
ରଙ୍ଗମାରି ରୂପାନ୍ତରୀକରଣ ପ୍ରଚାର କରେନି ଆମ ସରକାର: ମୁଖ୍ୟମନ୍ତ୍ରୀ
ଗୁରୁଦିବସରେ ଗର୍ଜିଲେ ଶିକ୍ଷକ। ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ।
ଗୁରୁ ଦିବସରେ ମୋହନ ମାଝୀ ସରକାରର ବଡ଼ ଘୋଷଣା । ଏଣିକି ଇ-ବସରେ ବସି ଯା ଆସ କରିବେ ପିଲା, ଭେଣ୍ଡା, ବୁଢା
ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ। ଖରାପ ପାଗ ଯୋଗୁଁ ଭୁବନେଶ୍ବରରେ ବିମାନ ଅବତରଣ କରି ପାରି ନ ଥିବା ନେଇ ସୂଚନା ମିଳିଛି। ଫଳରେ ବିମାନଟି କଲିକତା ଅଭିମୁଖେ ଯାତ୍ରା କରିଛି। ଖବର ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏୟାର ଇଣ୍ଡିଆର AI 473 ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଥିଲେ।
ଭୁବନେଶ୍ୱରରେ ଆସାମ ପୋଲିସର ମୋଷ୍ଟ ୱାଣ୍ଟେଡ୍। ଧରିବା ପାଇଁ ଓଡ଼ିଶା ଆସି ଘର ତାଲା ଭାଙ୍ଗିଲା ଆସାମ ପୋଲିସ। ହେଲେ ଖାଲି ହାତରେ ଫେରିଲା।
ଉତ୍କଳ ହସ୍ପିଟାଲ ଏହି ଉନ୍ନତ ସେବା ଓଡ଼ିଶାକୁ ଆଣିବା ସହିତ ରୋଗୀମାନେ ଏବେ ସ୍ଥାନୀୟ ସ୍ତରରେ ବିଶ୍ୱସ୍ତରୀୟ ସ୍ନାୟୁବିକ ଚିକିତ୍ସା ପାଇପାରିବେ । ଏହା ଖର୍ଚ୍ଚ ଏବଂ ଯାତ୍ରାର ବୋଝକୁ ହ୍ରାସ କରିବ। ଏହା ପୂର୍ବରୁ ଡିବିଏସ ଆବଶ୍ୟକ ଥିବା ରୋଗୀମାନଙ୍କୁ ସର୍ଜରୀ ପାଇଁ ମେଟ୍ରୋପଲିଟାନ ସହରଗୁଡ଼ିକୁ ଯିବାକୁ ପଡ଼ୁଥିଲା।
କଟକର ଏକ ଘରୋଇ ହସ୍ପିଟାଲରୁ ଆଜି ଅଭିଜିତଙ୍କୁ ଭୁବନେଶ୍ବର ଏମ୍ସ୍ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟରେ ତାଙ୍କର ଚିକିତ୍ସା ଚାଲିଛି ।
ସର୍ବକାଳୀନ ରେକର୍ଡ ସ୍ତରରେ ସୁନା ଦର। ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୬ ହଜାର ଟଙ୍କା ଟପିଥିବା ବେଳେ ୨୨ କ୍ୟାରେଟ୍ ସୁନା ଗହଣା ଦର ବି ଲକ୍ଷେ ମୁହାଁ ହୋଇଛି।
ଅଣଛାତ୍ରଙ୍କ କବଜାରୁ କେବେ ମୁକୁଳିବ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ? ହଷ୍ଟେଲ ଛାଡ଼ିବା ପାଇଁ ଅଣଛାତ୍ରଙ୍କ ବିରୋଧରେ ବାରମ୍ବାର ନୋଟିସ୍ କରୁଛନ୍ତି କର୍ତ୍ତୃପକ୍ଷ। କିନ୍ତୁ ନା ତଡ଼ା ଯାଇପାରୁଛି ନା କଠୋର ଆକ୍ସନ ହେଉଛି। ବରଂ ଅଣଛାତ୍ରଙ୍କୁ ସମର୍ଥନ କରି ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ ରୀତିମତ କ୍ୟାମ୍ପସରେ ଚଳାଇଛନ୍ତି ହଙ୍ଗାମା।
ପଦାକୁ ଆସୁଛି ଖଣି ମାଲିକ ଶକ୍ତିରଞ୍ଜନ ଦାଶଙ୍କ କୋଟି କୋଟି ଟଙ୍କା ସମ୍ପତ୍ତିର ରହସ୍ୟ। ଋଣ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ବରରେ ରେଡ୍ କରି ଶକ୍ତିଙ୍କ ୧୩ଟି ବିଳାସପୂର୍ଣ୍ଣ କାର ଓ ସୁପରବାଇକ୍ ଜବତ କରିବା ପରେ ଚର୍ଚ୍ଚାରେ ଶକ୍ତିରଞ୍ଜନଙ୍କ ପରିବାର ଲୋକଙ୍କ କାର ସଉକ।
ଓଡ଼ିଶାରେ ପ୍ରବୀଣ ଭାଇ ତୋଗାଡିଆ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅନ୍ତରାଷ୍ଟ୍ରୀୟ ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗାଡିଆ।
ଚାକିରି ଓ ପ୍ରମୋସନ୍ ପାଇଁ ଶିକ୍ଷକଙ୍କୁ ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିବା ବାଧ୍ୟତାମୂଳକ। TETରେ ଉର୍ତ୍ତୀର୍ଣ୍ଣ ନହେଲେ ଚାକିରିରୁ ଇସ୍ତଫା ଦେବେ।
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦିଲ୍ଲୀରେ ସେମିକନ୍ ସମ୍ମିଳନୀରେ ଯୋଗଦେବେ
ବଢିବ ରାଜଧାନୀ ଭୁବନେଶ୍ବରର କଳେବର। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଧିନକୁ ଆସିବ ଆହୁରି ୫୬୦ ଗାଁ। ଏହା ବାଦ ଆହୁରି ୧୪୩ ଗାଁକୁ ବି ସାମିଲ କରିବା ଲକ୍ଷ୍ୟ ରଖିଛି ବିଡିଏ ।
ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ। ସିଲେକ୍ସନ୍ ବି ସରିଛି। ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ ଅଛି। ଏହାର ଉନ୍ନତି ପାଇଁ ପ୍ରତି ବର୍ଗ ମିଟର କୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସୀକୁ ଦିଆଯାଇଛି।
ଏଥର ଦୁର୍ଗାପୂଜା ଭସାଣିରେ ଡିଜେ ବନ୍ଦ। ଲେଜର ଲାଇଟ୍ ଓ ବାଣ ବି ବନ୍ଦ। ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ଲାଗିଲା କଟକଣା। କେବଳ ପାରମ୍ପରିକ ବାଜାରେ ହେବ ମାଆଙ୍କ ଭସାଣି।
ବଢୁଛି ନୂଆ ଭୁବନେଶ୍ୱର ଉତ୍କଣ୍ଠା, ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ମଳିପଡା, ଦାସପୁର, ଅନ୍ଧାରୁଆ, ଗୋଠପଟଣା ହେବ ସାମିଲ। ଡ୍ରଇଂ ଓ ଡିଜାଇନ ପ୍ରସ୍ତୁତ କରୁଛନ୍ତି ସିଙ୍ଗାପୁର ସରକାର ଦୋଲେରା ଗିଫ୍ଟ ସିଟି ଢାଞ୍ଚାରେ ତିଆରି ହେବ ନୂଆ ଭୁବନେଶ୍ବର।
ପୁଣି କାଳ ସାଜିଲା କି ଅନଲାଇନ୍ ଗେମ୍ ନିଶା । ଅନଲାଇନ୍ ଗେମରେ ଫସି ଜୀବନ ହାରିଲେ କି ଯୁବକ । ଆଜି ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ନିକଟ ଟ୍ରେନ୍ ଲାଇନରୁ ସନ୍ଦେଶ ଦାଶ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ରାଜ୍ୟ ମାନଚିତ୍ରରେ ଯୋଡ଼ିହେଲା ଆହୁରି 28 ପୌରାଞ୍ଚଳ। ସ୍ବାୟତ୍ତ ଶାସନ ଦିବସରେ ବଡ଼ ଭେଟି ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି ଏକାଥରେ 7ଟି ନୂଆ ମ୍ୟୁନସିପାଲଟି ଓ 16ଟି ନୂଆ ଏନଏସି ଘୋଷଣା କରିଛନ୍ତି।
୧୬ଟି NAC, ୭ ମ୍ୟୁନିସିପାଲିଟି ଘୋଷଣା କଲେ ରାଜ୍ୟ ସରକାର।