ଆଦିବାସୀ ଯୁବତୀଙ୍କୁ OAS ବାବୁ ଧୋକା ଦେବାର କରୁଣ କାହାଣୀ ସାରା ଜିଲ୍ଲାରେ ବିଜୁଳି ଭାବେ ବ୍ୟାପି ଯାଇଥିଲା। ଆଉ ସମସ୍ତେ ମାର୍କଣ୍ଡପୁର ଗାଁର ଆଲବର୍ଟଙ୍କ ପରିବାରକୁ ଛି ଛି କହୁଥିଲେ।
ଗତକାଲି ବିଳମ୍ବିତ ରାତିରେ ହଠାତ୍ ବହି ଗୋଦାମରେ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ଗୋଦାମ ଭିତରେ ୩ ଜଣ ଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତିରେ କୌଣସି କଥାକୁ ନେଇ ବାପାମା’ଙ୍କ ସହ ବଣ୍ଟିର ବଚସା ହୋଇଥିଲା। ପରେ ବଣ୍ଟି ଉତ୍କ୍ଷିପ୍ତ ହୋଇ ବାପାମା’ ଓ ଭଉଣୀକୁ ଘରେ ଥିବା ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା।
ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ନେତା ଗୋରଖନାଥ ମନ୍ଦିର ଯାଉଛନ୍ତି । ହେଲେ କାହା ନଜରରେ ପଡ଼ିନି ବାସନ୍ତୀଙ୍କ ଏହି ଘର ଉପରେ । ଆଉ କେତେ ଦିନ ପ୍ରଶାସନ ଏମିତି ଅଣଦେଖା କରିବ ତା’ ଦେଖିବାକୁ ବାକି ରହିଲା ।
ଆଜିଠୁ ଏସପିଙ୍କ କାର୍ଯ୍ୟାଳୟରେ ଡ୍ୟୁଟି କରିବେ ମହିଳା ହୋମଗାର୍ଡ । ଅଭିଯୁକ୍ତ ନିଲମ୍ୱିତ ପୋଲିସ ଅଧିକାରୀ ଗିରଫ ହୋଇ ଆଳିପିଙ୍ଗଳ ଜେଲରେ ଅଛନ୍ତି । ଅଭିଯୁକ୍ତ ପୋଲିସ ଅଧିକାରୀ ତପନ ନାହାକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଜଗତସିଂହପୁର ସଦର ଥାନାରେ ପାଲଟା ଅଭିଯୋଗ କରାଯାଇଛି।
ପ୍ରେମ ସଂପର୍କକୁ ନେଇ ଜଣେ ମହିଳା ହୋମଗାର୍ଡ ଅଭିଯୋଗ କରିବା ପରେ ଥାନାର ଆଇଆଇସି ଜେଲ୍ ଯାଇଛନ୍ତି । ଏହା ପରେ ପୀଡ଼ିତା ହୋମଗାର୍ଡଙ୍କ ଉପରେ ଚାପ ପଡୁଛି । ୨୫ ଲକ୍ଷ ନିଅ, କେସ୍ ରଫାଦଫା କର । ନଚେତ୍ ପରିବାରକୁ ସଫା କରିଦେବୁ ବୋଲି ମିଳିଛି ଧମକ ।
ପୋଲିସ ବାବୁ ଜଣକ ପ୍ରଥମେ ବାହାଘରର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ତାପରେ ବିବାହ କରିବାକୁ ମନାକରି ଦେଲେ ପୋଲିସ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କୁଜଙ୍ଗ ଥାନା IIC ତପନ ନାହାକଙ୍କ ବିରୁଦ୍ଧରେ ।
ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ପ୍ରକୃତି ହେଉଛି ହିନ୍ଦୁ ଧର୍ମର ଠାକୁର। ପ୍ରକୃତିର ସଦସ୍ୟମାନେ ଏହି ପୂଜା ପାଆନ୍ତି। ଆଜି ହେଉଛି ଅଗ୍ନି ପୂର୍ଣ୍ଣିମା, ପୂଜା ପାଆନ୍ତି ଅଗ୍ନି ଦେବତା। କିନ୍ତୁ କାହିଁକି ସେ ପୂଜା ପାଆନ୍ତି, ଏଥିପାଇଁ କଣ କରିବାକୁ ପଡ଼େ,ଏହା ପଛର ବୈଜ୍ଞାନିକ କାରଣ କଣ, ପଢ଼ନ୍ତୁ ସରୋଜିନୀ ଶଙ୍ଖୁଆଙ୍କର ଏହି ବିସ୍ତୃତ ପ୍ରବନ୍ଧ।
ଯୋରନ୍ଦାର ପ୍ରଧାନ ଆକର୍ଷଣ ହେଉଛି ଗାଦି ମନ୍ଦିର। ଗାଦି ମନ୍ଦିର ୬ ଏକର ଜାଗାରେ ଅବସ୍ଥିତ। ଏହାର ଉଚ୍ଚତା ୨୯ ମିଟର। ମହିମା ଧର୍ମର ପ୍ରବର୍ତ୍ତକ ‘ମହିମା ଗୋସାଇଁ’ଙ୍କ ତିରୋଧାନ ପରେ ଏହାର ନିର୍ମାଣ କରାଯାଇଥିଲା। ଆସନ୍ତୁ ଜାଣିବା ଜୋରନ୍ଦା ଗାଦି ଓ ମେଳା ସଂପର୍କରେ ସବିଶେଷ ତଥ୍ୟ।
କୁହାଯାଏ, ଏଇଠି ଶେଷ ହୋଇଥିଲା ମହାଭାରତ ଲେଖା, ଏଇଠି ମଧ୍ୟ ଘଟିଥିଲା ଏହି ମହାଯୁଦ୍ଧର ଶେଷ ଘଟଣା। ଜାଗାଟି ଏବେ ଅଛି ଆମରି ରାଜ୍ୟର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ନିକଟରେ। ପ୍ରତିବର୍ଷ ପରି ଆଜିଠାରୁ ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା।
ପ୍ରହସନ ପାଲଟିଛି ସର୍ବଶିକ୍ଷା ଅଭିଯାନ। ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଉଛି ଦଣ୍ଡ । ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ପାରାଦୀପର ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଏଭଳି ବର୍ବରକାଣ୍ଡ କରିଛନ୍ତି ।
ବୋଲେରୋ ମାଡ଼ି ଯାଉଥିବା ଦେଖି ଦୋକାନୀମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଯାଇଥିଲେ। ତେବେ ୨ରୁ ଅଧିକ ଦୋକାନୀ ଆହତ ହୋଇଥିଲେ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି।
ପୁଣି କାଳ ହେଲା ବାଣ ବିସ୍ଫୋରଣ । ଉଡିଗଲା ଘରର ଛାତ ।
ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।
ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।
ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।
ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
ଜଗତସିଂହପୁର ଜଟାଧାର ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ବନ୍ଦ । ମହୋତ୍ସବ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବାରୁ ଜଟାଧାର ବେଳାଭୂମିରେ BNSSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ ।
ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।
ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ଭୟଭୀତ ଅବସ୍ଥାରେ ଅଛନ୍ତି ଜଗତସିହଂପୁର ଏରସମା ବ୍ଲକ ପଦ୍ମପୁରର ଲୋକେ । ବାତ୍ୟା ହେଲେ କେମିତି ବଞ୍ଚାଇବେ ଧନଜୀବନ, ସେନେଇ କସରତ ଆରମ୍ଭ କଲେଣି ପଦ୍ମପୁର ଲୋକ ।
ଦୀର୍ଘ ଦିନର ଦାବି ପରେ ବି ଦୂର ହେଉନି ସମାସ୍ୟା । ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅପିଲ୍ ।
ଜିଲ୍ଲା ପ୍ରଶାସନ ଓମଫେଡ୍ ସହ ଆଲୋଚନା କରି ଷ୍ଟକ୍ ଥିବା ଘିଅକୁ ଫେରାଇ ଦେଇଛି।
ପ୍ରବଳ ବର୍ଷା ନେଇ ଆଜି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।
ଠପ୍ ହୋଇଯାଇଛି ଯାତାୟତ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା । ମୂଷଳଧାରାରେ ଢାଳି ଚାଲିଛି ।