କିଏ ଜନ୍ମ ବେଳୁ ଚାରି ହାତ ଓ ତିନୋଟି ଆଖି ନେଇ ଜନ୍ମ ନେଇଥିଲେ? ଅନ୍ୟମାନଙ୍କୁ ଅପମାନ କରି କାହିଁକି ପାଣ୍ଡବଙ୍କ ଯଜ୍ଞରେ ବ୍ୟାଘାତ ସୃଷ୍ଟି କରୁଥିଲେ ଚେଦି ନରେଶ ଶିଶୁପାଳ? କାହିଁକି ଶ୍ରୀକୃଷ୍ଣ ଶିଶୁପାଳଙ୍କ ଶହେ ଦୋଷ କ୍ଷମା କରିଥିଲେ? କାହା ହାତରେ ପୁଣି ଶିଶୁପାଳର ମୃତ୍ୟୁ ଯୋଗ ଲେଖା ହେଇଥିଲା? ମହାଭାରତ ପୃଷ୍ଠାରୁ ଏଇସବୁ ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଅଗ୍ନିଦେବଙ୍କୁ ଅଗ୍ନିମାନ୍ଦ୍ୟ ରୋଗ ହୋଇଥିଲା? କାହିଁକି ଏତେ ସୁନ୍ଦର ବନକୁ ମିଳି ମିଶି ଦହନ କଲେ କୃଷ୍ଣ ଓ ଅର୍ଜୁନ? ବନରେ ପୋଡିହୋଇ ସମସ୍ତେ ମରିଯିବା ବେଳେ, କେମିତି ବଞ୍ଚିଗଲେ କେତେଜଣ? କିଏ କିଏ ବଞ୍ଚିଲେ? ମହାଭାରତ ଭିତରର ଏଇ ସମସ୍ତ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କୁହାଯାଏ, ଏଇଠି ଶେଷ ହୋଇଥିଲା ମହାଭାରତ ଲେଖା, ଏଇଠି ମଧ୍ୟ ଘଟିଥିଲା ଏହି ମହାଯୁଦ୍ଧର ଶେଷ ଘଟଣା। ଜାଗାଟି ଏବେ ଅଛି ଆମରି ରାଜ୍ୟର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ନିକଟରେ। ପ୍ରତିବର୍ଷ ପରି ଆଜିଠାରୁ ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା।
ଛଦ୍ମ ବେଶରେ ଥିବା ଭାଇମାନଙ୍କୁ ରାଜା ଚିହ୍ନିଲେ କେମିତି? ଭାଇମାନଙ୍କ ପ୍ରକୃତ ପରିଚୟ ପାଇଲା ପରେ ଆନନ୍ଦରେ ରାଜା କାନ୍ଦିଲେ କାହିଁକି? ନୂଆ ବାହା ହୋଇଥିବା ରାଜକୁମାରୀଙ୍କ ଝରକା ପାଖରେ ରାତିର ଅନ୍ଧାରରେ କିଏ ଲୁଚି ବସିଥିଲେ? ମହାଭାରତ ମହାକାବ୍ୟରୁ ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କେମିତି ଜଣେ କ୍ଷତ୍ରୀୟ ଯୁବକ ବ୍ରାହ୍ମଣର ଛଦ୍ମଵେଶରେ ସ୍ୱୟଂବର ପ୍ରତିଯୋଗିତା ଜିତିଲେ? କ'ଣ ଥିଲା ସେ ସ୍ୱୟଂମ୍ବରର ଅଭିନଵ ସର୍ତ୍ତ ସବୁ ? କ'ଣ ପାଇଁ ପାଞ୍ଚ ଭାଇ ପୁଣି ଜଣେ ନାରୀକୁ ବିବାହ କଲେ? ମହାଭାରତ ମହାକାବ୍ୟର ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଭୃଗୁ ବ୍ରାହ୍ମଣମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ କ୍ଷତ୍ରୀୟମାନେ? କାହିଁକି ସଂସାରରୁ ଅସୁର ବଂଶର ନିପାତ କରିବାକୁ ଶପଥ ନେଲେ ଜଣେ ସାନ ବାଳକ? ଗନ୍ଧର୍ବ ଜଣେ ପାଣ୍ଡଵ ପାଞ୍ଚ ଭାଇଙ୍କୁ କାହିଁକି ଗୋଟେ ପରେ ଗୋଟେ କାହାଣୀ ଶୁଣାଇ ଚାଲିଥିଲେ? ଏଇ ସବୁ ଉତ୍କଣ୍ଠାପୁର୍ଣ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
କାହିଁକି ଜଣେ ରାଜା ରାକ୍ଷସ ହେଲେ? କେମିତି ମଲେ ଜଣେ ବ୍ରହ୍ମର୍ଷିଙ୍କ ଶହେ ପୁଅ? ନିୟୋଗରେ କାହିଁକି ଋଷିଙ୍କୁ ନିଜ ରାଣୀଙ୍କୁ ସମର୍ପିଲେ ରାଜା? ମହାଭାରତର ଏଇ ସବୁ ଜଟିଳ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଦେବକନ୍ୟା ହୋଇ ବି ମର୍ତ୍ତ୍ୟର ରାଜାଙ୍କୁ ବିବାହ କଲେ କେମିତି? କିଏ ସାଜିଥିଲେ ମଧ୍ୟସ୍ଥି ? ଜଣେ ରାଜା କାହିଁକି ଚୋରୀ କରୁଥିଲେ ଗାଈ? କାହିଁକି ପୁଣି ରାଜ ସିଂହାସନ ଛାଡି ସେ ତାପସ୍ୱୀ ହେବାକୁ ନିଷ୍ପତ୍ତି ନେଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଯଜ୍ଞ କୁଣ୍ଡରୁ ସିଧା ଯୌବନଦୀପ୍ତ ଶରୀର ନେଇ ଯାଆଁଳା ଭାଇ ଭଉଣୀ କେମିତି ଜନ୍ମ ନେଲେ ? କାହିଁକି ଝିଅଟିଏ ପୁଅର ଶରୀର ଧରିଲା ? ରାତିଅଧରେ ଶକ୍ତିଶାଳୀ ଗନ୍ଧର୍ବକୁ ପରାଜିତ କଲା କିଏ ? ପରାଜିତ ଗନ୍ଧର୍ବର ଜୀବନ ରକ୍ଷା ପୁଣି ହେଲା କେମିତି ? ଏଇ ସବୁ ପ୍ରଶ୍ନର ଉତ୍ତର ଓ ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ପାଳି କରି ଗାଁ ଲୋକେ ଅସୁର ପାଇଁ ଖାଇବା ପଠାଉଥିଲେ? ସେ ମଣିଷ ଖିଆ ଅସୁର ପୁଣି ମଲା କେମିତି ? ଅନ୍ଧାର ରାତିରେ ତାକୁ ମାରିଲା କିଏ? ଯିଏ ମାରିଲା ସେ ଗାଁ ଛାଡି ଲୁଚି ପଳେଇଲା କାହିଁକି? ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କ'ଣ ପାଇଁ ଭୟଙ୍କର ରାକ୍ଷସୀ ବିବାହ ପାଇଁ ପସନ୍ଦ କଲା ଜଣେ ମଣିଷକୁ? କିଏ ସେହି ମଣିଷ? ମଣିଷଖିଆ ରାକ୍ଷସକୁ କେମିତି ମାରିଲେ ଜଣେ ବଳୁଆ ମଣିଷ ଓ କାହିଁକି ସେ ପୁଣି ବିବାହ କଲେ ତା' ରାକ୍ଷସୀ ଭଉଣୀକୁ? ରାକ୍ଷସୀ କୋଳରୁ ଜନ୍ମିତ ପୁଅର ନାମ କ'ଣ? ଆହୁରି କାହିଁରେ କେତେ ଚମତ୍କାର ଘଟଣା ବିଷୟରେ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ନିଜର ପୁରୁଣା ପିଲାଦିନର ସାଙ୍ଗକୁ ନିଜ ଶିଷ୍ୟଙ୍କୁ ପଠେଇ ବାନ୍ଧି ଆଣିଲା ଜଣେ ସାଙ୍ଗ ? କାହିଁକି ନିଜ ଭାଇମାନଙ୍କୁ ଅନ୍ୟ ଜଣେ ଭାଇ ପୋଡି ମାରିବାର ଯୋଜନା କଲା? ପୁଣି ନିଆଁର ସେ ଚକ୍ରବ୍ୟୁହରୁ ସେମାନେ ଖସିଲେ କେମିତି ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କିଏ ସେହି ଅଜଣା ଯୁବକ ଯିଏ ପୃଥିବୀର ଶ୍ରେଷ୍ଠ ଧନୁର୍ଦ୍ଧରଙ୍କ ସହ ପ୍ରତିଯୋଗିତାକୁ ଓଲ୍ଲାଇବାକୁ ଆହ୍ୱାନ କରିପାରିଲା? ପୁଣି କଣ ପାଇଁ ସେ ଅଜଣା ଯୁବକକୁ ସେଇଠି ସୁଯୋଗରୁ ବଞ୍ଚିତ କରାଗଲା? ପୁଣି କେମିତି ହଠାତ ତାଙ୍କୁ ମିଳିଲା ରାଜଗାଦି? କିଏ ସେହି ଯୁବକ? ପରିଚୟ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
କାହିଁକି ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କ ଭିତରେ ପାତର ଅନ୍ତର କଲେ? କାହିଁକି ରାଜକୁମାରମାନଙ୍କ ସହ ସାଙ୍ଗ ହୋଇ ବିଦ୍ୟା ଶିକ୍ଷା କରି ପାରିଲେନି ଜଣେ ନିଷାଦ ଯୁବକ? ଶେଷରେ କ'ଣ ହେଲା ସେ ନିଷାଦ ଯୁବକର? ଏଇ ସବୁ ରୋମାଞ୍ଚକର ଘଟଣାକୁ ବିସ୍ତାରରେ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କେମିତି କୂଅ ଭିତରୁ ସହଜରେ ଘାସ କାଣ୍ଡରେ ବାହାରିଲା ପେଣ୍ଡୁ? କାହିଁକି ଜଣେ ବ୍ରାହ୍ମଣ ନିଜ ପ୍ରତିଶୋଧ ପାଇଁ କ୍ଷତ୍ରୀୟମାନଙ୍କ ଅସ୍ତ୍ର ଗୁରୁ ହେଲେ? କାହିଁକି ଅନେକ ଶିଷ୍ୟଙ୍କ ଭିତରୁ କେବଳ ଜଣକୁ ଗୁରୁ ପୃଥିବୀର ଶ୍ରେଷ୍ଠ ଧନୁର୍ଧର କରିବାକୁ କଥା ଦେଲେ? ମହାକାବ୍ୟର ଆହୁରି ଏପରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଘର ସଂସାର ଛାଡି କାହିଁକି ରାଜମାତା ସାନ୍ୟାସିନୀ ହେଲେ? କେମିତି ତୀର ଧାର ଉପରେ ଜନ୍ମିଲେ ଯାଆଁଳା ଭାଇ ଭଉଣୀ? କାହିଁକି ଜଣେ ରାଜା ତାଙ୍କ ପିଲାଦିନର ଗରିବ ସାଙ୍ଗକୁ ଅପମାନିତ କଲେ ଭରା ରାଜ ଦରବାରରେ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
ଗୋଟେ ମାଂସ ପିଣ୍ଡୁଳାରୁ କେମିତି ଜନ୍ମିଲେ ଶହେ ପୁଅ ? ଶତ ସତର୍କତା ପରେ ବି କେମିତି ଫଳିଲା ଅଭିଶାପ? ସ୍ୱାମୀଙ୍କର ମୃତ୍ୟୁ ପରେ କାହିଁକି ଜଣେ ରାଣୀ ବଞ୍ଚି ରହିଲେ ଓ ଅନ୍ୟ ଜଣେ ସତୀ ହେଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ନିଜ ମା ଓ ବାପାଙ୍କୁ ଦେଖି ସମଗ୍ର ସଂସାର ପାଇଁ କୋଉ ନିୟମ ପ୍ରଣୟନ କଲା ଜଣେ ପୁଅ ଓ କେମିତି ଆରମ୍ଭ ହେଲା ପରିବାର ? ମନ୍ତ୍ର ବଳରେ କେମିତି ଦେବତାମାନଙ୍କୁ ପୃଥିବୀକୁ ଡାକିଆଣିଲେ ଜଣେ ନାରୀ ଓ ଆହୁରି ଅନେକ ଚମତ୍କାର କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଜଣେ ଋଷି ମୃଗ ରୂପ ଧାରଣ କରିଥିଲେ? ମରଣ ଆଗରୁ ମୃଗ ରୁପି ଋଷି କଣ ଅଭିଶାପ ଦେଲେ ରାଜାଙ୍କୁ? ଆଖି ଥାଇ କାହିଁକି ଜାଣି ଜାଣି ଅନ୍ଧ ହେଲେ ଜଣେ ରାଣୀ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଓ ଅନ୍ୟାନ୍ୟ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ବି କେମିତି ପୁଣି ମାଆ ହେଲେ ଦୁଇ ରାଣୀ? କାହିଁକି ରାତିରେ ଅନ୍ୟ ପୁରୁଷକୁ ବୋହୂଙ୍କ ପାଖକୁ ପଠେଇଲେ ଶାଶୂ? କ'ଣ ପାଇଁ ଅନ୍ଧ ହୋଇ ଜନ୍ମ ନେଲେ ଜଣେ ରାଜପୁତ୍ର? ଏଇ ସବୁ ପ୍ରଶ୍ନର ଉତ୍ତର ସହ ମହାଭାରତର ଆହୁରି ଅନେକ ରୋଚକ ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ନିଜ ବୁଢା ବାପାର ସୁଖ ପାଇଁ ଚରମ ତ୍ୟାଗ କଲେ ତାଙ୍କ ଯୁବା ପୁତ୍ର । କେବେବି ବିବାହ କରିବେନି ବୋଲି ବଜ୍ର ଶପଥ ନେଇଥିବା ଯୁବରାଜ ପୁଣି କାହିଁକି କଲେ ତିନି ରାଜକନ୍ୟାଙ୍କ ଅପହରଣ? ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ମାଛ ପେଟରେ କେମିତି ରହିଲେ ଯାଆଁଳା ମଣିଷ ପିଲା? ପୁଅ ଜନ୍ମ କଲା ପରେ ବି ତଥାପି କେମିତି କୁମାରୀ ରହିଲେ ଯୁବତୀ? ବୁଢ଼ା ବାପା ପାଇଁ କାହିଁକି କନିଆଁ ଖୋଜିଲା ପୁଅ?
ଆଖି ଆଗରେ ନିଜ କଅଁଳ ପିଲାମାନଙ୍କର ହତ୍ୟାକୁ କାହିଁକି ସହୁଥିଲା ଜଣେ ବାପା? ସାତ ଭାଇଙ୍କ ମୃତ୍ୟୁ ପରେ ସାନ ଭାଇଟି ବଞ୍ଚିଗଲା ପୁଣି କେମିତି? କ'ଣ ତା'ର ପ୍ରକୃତ ପରିଚୟ? ମହାଭାରତ ଭିତରୁ ଏମିତି ପ୍ରଶ୍ନର ଉତ୍ତର ଖୋଜିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
କାହିଁକି ସ୍ୱର୍ଗ ଯାଇଥିବା ରାଜା ପୁଣି ଫେରିଲେ ପୃଥିବୀକୁ? କାହା ଗାଈ ଚୋରି କରି ଅଷ୍ଟ ବାସୁ ଅଭିଶାପ ପାଇଲେ? କାହିଁକି ଜଣେ ମା ରାଜି ହେଲା ତା'ର ପୁଅମାନଙ୍କୁ ଜନ୍ମ ପରେ ନିଜ ହାତରେ ମାରିଦେବ? ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।
ଶହ ଶହ ସାପ ଆସି ଜଳୁଥିବା ଯଜ୍ଞ କୁଣ୍ଡରେ ପଡି ମରୁଥାନ୍ତି । କିନ୍ତୁ କାହିଁକି? କ'ଣ ଦୋଷ ନାଗମାନଙ୍କର ? ନାଗ ବଂଶ ସମ୍ପୂର୍ଣ ଲୋପ ପାଇବା ଆଗରୁ କିଏ ପୁଣି ତ୍ରାଣକର୍ତ୍ତା ସାଜି ବଞ୍ଚେଇଲା ସେମାନଙ୍କୁ?