• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଏପଟେ ନବ ହତ୍ୟା ମାମଲାରେ ଫୋରେନସିକ୍ ଟୁଇଷ୍ଟ ପରେ ପୁଣି ତେଜିଛି ରାଜନୈତିକ ବୟାନବାଜି। ପୂର୍ବ ସରକାର ଉପରେ ଟାର୍ଗେଟ୍‌କୁ ଦ୍ବିଗୁଣା କରି ବିଜେପି କହିଛି, ସେତେବେଳେ ରହସ୍ୟର ଉନ୍ମୋଚନ ପାଇଁ ନୁହେଁ, ଚପାଇବା ଥିଲା କ୍ରାଇମବ୍ରାଞ୍ଚ ତଦନ୍ତର ଲକ୍ଷ୍ୟ। କଂଗ୍ରେସ ବି ଅନୁରୂପ ହମଲା କରିଥିଲା ବେଳେ ସିବିଆଇ ତଦନ୍ତର ଆହ୍ବାନ ଦେଇଛି ବିଜେଡି। ସେପଟେ ଆଇନମନ୍ତ୍ରୀ କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିଲେ ଆଗ ଲିଖିତ ଅଭିଯୋଗ ଜଣାନ୍ତୁ ନବଙ୍କ ପରିବାର।

ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ହଟଚମଟ । ରହସ୍ୟ, ଷଡ଼ଯନ୍ତ୍ର, ସନ୍ଦେହ ମୂଳରୁ ଥିଲା । ତାକୁ ପୁଣି ବହୁଗୁଣ ବଢ଼ାଇଲା । ଫୋରେନସିକ୍ ରିପୋର୍ଟର ଚାଞ୍ଚଲ୍ୟକର ତଥ୍ୟ ଏକାଧିକ ବନ୍ଧୁକରୁ ଗୁଳି ଥିଓରୀ । ତେଜିଲା ପଲିଟିକାଲ୍ ବୟାନବାଜି । ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା 29 ଜାନୁଆରୀ 2023ରେ ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧିଛକରେ, ସ୍ପଷ୍ଟ ଦିବାଲୋକରେ, ପୋଲିସ ସୁରକ୍ଷା ବଳୟ ଭିତରେ ଗୁଳିମାଡ଼। ପରବର୍ତ୍ତୀ ସମୟରେ ସେଇ 29 ତାରିଖ ଦିନ ଗୋଟାଏ 29 ସମୟର ନବଙ୍କ ଭାଇରାଲ୍ ଇସିଜି ରିପୋର୍ଟ ଏବଂ ଝାରସୁଗୁଡ଼ାରୁ ନବଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଅଣାଯିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନମସ୍କାର ମୁଦ୍ରା ଉପରେ। ଆଉ ଏଇ ସବୁ ତାତ୍କାଳିକ ସ୍ଥିତି ଆଧାରରେ ଦେଖିଲେ ସେତେବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ଅଭିଯୋଗ ଉପରେ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

ଝାରସୁଗୁଡ଼ା ନା ଭୁବନେଶ୍ବର। ନବଙ୍କ ମୃତ୍ୟୁର ସମୟକୁ ନେଇ ସନ୍ଦେହ ସେତେବେଳେ ଥିଲା, ଗୁଳିମାଡ଼ ପରେ ତୁରନ୍ତ ନିକଟସ୍ଥ ବୁର୍ଲା ମେଡିକାଲକୁ ନିଆ ନଯାଇ କାହିଁକି ଭୁବନେଶ୍ବର ଏୟାରଲିଫ୍ଟିଂ କରାଗଲା ସେ ପ୍ରଶ୍ନ ଉଠିଥିଲା। ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ର ଥିଓରୀକୁ ସାମ୍ନାକୁ ଆଣିବାକୁ ବିଧାନସଭାରେ ଦାବି ବି ଉଠିଥିଲା। ହେଲେ ଏତେ ସବୁ ସତ୍ତ୍ବେ ବି ନବଙ୍କ ପରିବାର ସଦସ୍ୟ ଜଳ ଜଳ ଦିଶୁଥିବା ଏସବୁ ସନ୍ଦେହକୁ ଦେଖି ନପାରିବା, କ୍ରାଇମ୍ ବ୍ରାଞ୍ଚ ତଦନ୍ତରେ ସେବେ ସନ୍ତୁଷ୍ଟ ରହି ଏଇ ମାତ୍ର କିଛି ଦିନ ତଳେ ହତ୍ୟା ରହସ୍ୟର ଉନ୍ମୋଚନ ପାଇଁ ସିବିଆଇ ତଦନ୍ତ ଦାବି କରିବା ଏବଂ ନବଙ୍କ ପଛରେ ଆସୁଥିବା ସରକାରୀ ଗାଡ଼ିରୁ 5ଟି ଗନ୍ ସର୍ଟ ହୋଲ୍ ଥିବା ନେଇ ଫୋରେନସିକ୍ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା ପରେ ତେଜିଛି ରାଜନୀତି। ବିଜେପି ବିଧାୟକ ଜୟନାରାୟଣ କହିଛନ୍ତି, ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତକୁ ବିରୋଧ କରୁଥିଲି, ଆଜି ବି ବିରୋଧ କରୁଛି। ତଦନ୍ତ ରହସ୍ୟ ଉନ୍ମୋଚନ ପାଇଁ ନୁହେଁ, ଚପାଇବା ପାଇଁ ଥିଲା। ସେହିପରି ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର କହିଛନ୍ତି MLA ଟିକେଟ୍ ଆଶାରେ ସେବେ ଚୁପ୍ ଥିବା ଦୀପାଳି, ଆମ ସରକାର ଆସିବା ପରେ ଆଳୁ ଖୋଳୁଛନ୍ତି, ଆଳୁ ଖୋଳିଲେ ନିଶ୍ଚିତ ମହାଦେବ ବାହାରିବେ। କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖି ନବଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇ ଭିନ୍ନ ଦିଶା ଦିଆଯାଇଥିବା ଅଭିଯୋଗ କରିଥିଲା ବେଳେ ବିଜେଡି ମାମଲାର ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଆହ୍ବାନ କରିଛି।

ମାମଲାକୁ ଦୁଇ ବର୍ଷ ପୂରିବାକୁ ବସିଥିଲା ବେଳେ ପୂର୍ବ ସରକାର ଷଡ଼ଯନ୍ତ୍ର ଦିଗକୁ ଜାଣିଶୁଣି ଅଣଦେଖା କରିଥିବାର ସନ୍ଦେହ ବଢ଼ିଛି। ଏସବୁ ଭିତରେ ଆଇନମନ୍ତ୍ରୀ ମଧ୍ୟ ପୂର୍ବ ସରକାରକୁ ଏଥିପାଇଁ ଟାର୍ଗେଟ୍ କରି ନବଙ୍କ ପରିବାର ଯଦି କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତାହେଲେ ଲିଖିତ ଭାବେ ଜଣାନ୍ତୁ ବୋଲି କହିଛନ୍ତି। ଏବେ ପ୍ରଶ୍ନ ନବଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିବା ସତ୍ତ୍ବେ, ବର୍ତ୍ତମାନର ସରକାର ହାତବାନ୍ଧି ବସିଛନ୍ତି କାହିଁକି? ପରିବାର ସଦସ୍ୟଙ୍କ ଲିଖିତ ସିବିଆଇ ତଦନ୍ତ ଦାବିକୁ କାହିଁକି ଅପେକ୍ଷା କରିଛନ୍ତି ସରକାର।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଜେଡି ନେତା, ପୁଣି ଆଗ ଭଳି…

OTV is now on Whatsapp

Join and get latest news update delivered to you via whatsapp

Join Now