ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ନେଇ ବଲାଙ୍ଗିର DFOଙ୍କ ମୁହଁରେ ଦୁଇଟି କଥା । କାଲି କହିଥିଲେ ଆମ କର୍ମଚାରୀ, ଆଉ ଆଜି କହୁଛନ୍ତି ସାଧାରଣ ଲୋକ ।
ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ରଣ କୌଶଳ ଦେଖାଇ ସମସ୍ତଙ୍କୁ ତଟସ୍ତ କରିଦେଲା ଭାରତୀୟ ନୌସେନା । କେତେ ବେଳେ ସମୁଦ୍ର ଭିତରୁ ମାଡ଼ି ଆସୁଥିଲା ଯୁଦ୍ଧ ଜାହାଜ ତ କେତେବେଳେ ଗର୍ଜନ କରି ଆକାଶ ମାର୍ଗରେ ଯୁଦ୍ଧ କଳା ଦେଖାଉଥିଲା ଲଢୁଆ ବିମାନ ।
ଅନେକ ସମୟରେ ବଡମାନେ ନିଜ ପିଲାର ଆଗ୍ରହ କେଉଁଥିରେ ଅଛି ଜାଣିପାରନ୍ତି ନାହିଁ । ଆଜି ସେଇ ପ୍ରସଙ୍ଗରେ କେତୋଟି କଥା ଓ ଟିପ୍ସ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିଙ୍କ ରାନଜୈତିକ ଷ୍ଟ୍ରାଟେଜି, ଓଡ଼ିଶାରେ ଗୋଟେ ଯୁଗକୁ ପରିବର୍ତ୍ତନ କରିଦେଲା। ୨୪ ବର୍ଷ ପୁରୁଣା ଲୋକପ୍ରିୟ ନବୀନ ସରକାରକୁ ହଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ହେଲା ବିଜେପି ସରକାର। ରାଜନୈତିକ ପଣ୍ଡିତମାନଙ୍କ ମତ ହେଲା, ଏବେ ଓଡ଼ିଶା ପାଲଟିଛି ମୋଦିଙ୍କ ପାଇଁ ନୂଆ ପ୍ରୟୋଗଶାଳା। ଏଇଠୁ ହିଁ ହେବ ପୂର୍ବ ଭାରତ ବିଜୟର ଅଭିଯାନ।
ଏବେବି ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ଲୋକଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନ ପରେ ସେ କୁଆଡ଼େ ଗାଏବ୍ ଥିଲେ? ସେ କେଉଁଠି ରହୁଛନ୍ତି, ନବୀନ ନିବାସ ଆସୁଛନ୍ତି ନା ନାହିଁ, ରାଜନୀତିରୁ ସଂପୂର୍ଣ୍ଣ ସନ୍ୟାସ ନେଇଗଲେ କି, ଏମିତି ଅନେକ ପ୍ରଶ୍ନ ଏବେବି ଗାଁ ଗହଳିର ରାଜନୈତିକ ଖଟିରେ କଥା ପଡୁଛି। ତେବେ ଆଜିର ଏଇ ଲେଖାଟି ସେଇ ପାଣ୍ଡିଆନଙ୍କ ସଂପର୍କରେ, ଯିଏ ନିକଟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଣ ଏହାର କାରଣ, କାହା ଭୋଜିକୁ ଯାଇଥିଲେ, ଜାଣିବା ଏଇ ଲେଖାରୁ।
ଆଉ ମାତ୍ର ମଝିରେ ଗୋଟିଏ ଦିନ, ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ୱ । ପୁରୀ ବିଚ୍ରେ ରଣକୌଶଳ ପ୍ରଦର୍ଶନ ହେବ ।
ବିଶିଷ୍ଟ ଗବେଷକ ଲକ୍ଷ୍ମୀଧର ସାହୁଙ୍କ ଗବେଷଣାତ୍ମକ ପୁସ୍ତକ ‘ଶ୍ରୀଜଗନ୍ନାଥଙ୍କ ମାମୁଘର ‘ ଓ ଶିଶୁ ସାହିତ୍ୟିକ ବିଜୟ କୁମାର ମହାନ୍ତିଙ୍କ ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ର ଲୋକାର୍ପଣ ହୋଇଯାଇଛି ।
୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ
ମୋଟା ହେଲେ କଥା ସରିଲା। ଏହି ଗୋଟିଏ ରୋଗ ଅନେକ ରୋଗକୁ ଡାକି ଆଣେ। ଡାକ୍ତର କହୁଛନ୍ତି, ମେଦ ବହୁଳତା ଏକ ଦୀର୍ଘକାଳୀନ ରୋଗ। ଯାହା ସମୟକୁ ସମୟ ଜଟିଳ ହୋଇଥାଏ। ଦୈନନ୍ଦିନ ଜୀବନରେ ମୋଟା ମଣିଷଟିଏ ତା ନିଜର କାମ କରିବାରେ ସମସ୍ୟାର ସମ୍ମୁଖୀନ ହୁଏ। ଯେମିତିକି ଶୋଇବା କିମ୍ବା ଚଳପ୍ରଚଳ ହେବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। ମେଦବହୁଳତା କାରଣରୁ ଯେଉଁସବୁ ରୋଗ ଆମକୁ ମାଡ଼ିବସେ, ଆସନ୍ତୁ ଜାଣିବା ଏହାର ତାଲିକା ଆଉ ଜାଣିବା କେମିତି ଏଥିରୁ ମୁକ୍ତି ପାଇବା।
ସେ ପୁଅକୁ ତାଙ୍କର ଏ କଷ୍ଟ ଉପାର୍ଜିତ ଗଚ୍ଛିତ ସମ୍ପତ୍ତି କଥା ଜଣାଇ ଦେଇଥିଲେ । ମୃତ୍ୟୁ ପରେ ମାଟି ତଳୁ ମିଳିଥିବା ସେ ଚିରା ଫଟା ନୋଟ୍ ଏବେ ଅନେକ କଥା ବଖାଣୁଛି ।
ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍ ।
ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ନେତୃତ୍ବରେ ବିଜେପିରେ ସାମିଲ ହେଲେ ରଘୁପତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ସେ ବିଜେପିରେ ସାମିଲ ହୋଇଛନ୍ତି ।
ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ପଶ୍ଚିମବଙ୍ଗରୁ ଆବଶ୍ୟକ ମୁତାବକ ଆଳୁ ଆସୁନଥିବାରୁ ୟୁପିରୁ ଆଳୁ ଅଣାଯାଉଛି । ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି ପୂର୍ବରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ ।
ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ରାଗିଂ କରୁଥିବା ଅଭିଯୋଗ । ସିନିୟରମାନେ ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜିଠୁ ରାଜ୍ୟରେ କମିବ କି ଆଳୁ ଟେନସନ୍ ? ଉତ୍ତରପ୍ରଦେଶରୁ ଆସୁଥିବା ୩୦୦ ଟ୍ରକ୍ ଆଳୁ ଆଜି ଓଡ଼ିଶାରେ ପହଞ୍ଚିବ । ଗତକାଲି ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆୟୋଜିତ ହୋଇଥିଲା ‘ଟାଇମ୍ପାସ୍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣ। ଲୋକାର୍ପିତ ହେଲା ୨୪ଟି ପୁସ୍ତକ ।
ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ଗଲା ପ୍ରାୟ ୪ ବର୍ଷ ଭିତରେ ରାଜ୍ୟରେ ଅନାଦେୟ ପଡ଼ିଥିବା ୧୨ ଶହ ୧୫ କୋଟି ଟଙ୍କା ଚାଲାଣ ବାବଦ ଅର୍ଥ ଆଦାୟ ପାଇଁ ୱାନ୍ ଟାଇମ୍ ସେଟଲମେଣ୍ଟ ବା OTSର ପରିକଳ୍ପନା କରୁଛନ୍ତି ସରକାର ।
ଜଣେ ବାପା । ହେଲେ ପରିଣତ ବୟସରେ ବାପାଟିଏ ଯେ ବନିଯିବ ପିଶାଚ କେହି କେବେ କଳନା କରିନଥିବେ । ଏମିତି ଏକ ବାପା ଯିଏ ନିଜ ଔରସର ସନ୍ତାନକୁ ଜାଳିଦେଇଛି ।
ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।
ବର୍ବର...ବିଭତ୍ସ...ମଞ୍ଚ ଉପରେ କଳା ନାଁରେ କଳଙ୍କ ବୋଳି ଦେଲେ କଳାକାର। ଜୀବନ୍ତ ଅଭିନୟର ନିଶା ଏମିତି ଚଢ଼ିଛି ଯେ ମଣିଷତ୍ବର ସବୁ ସୀମା ଯେମିତି ଟପିଯାଇଛନ୍ତି କଳାକାର।
ପୁରୀ ବେଳାଭୂମିରେ ଭାରତୀୟ ନୌସେନାର କଭର୍ଟ ଅପରେସନ୍। ବନ୍ଧକକୁ ମୁକ୍ତ କରିବାକୁ ନେଭିର ଦୁର୍ଦ୍ଦଷ ମାର୍କସ୍ କମାଣ୍ଡୋ ଦେଖାଉଛନ୍ତି ପରାକ୍ରମ।
ଦୀନବନ୍ଧୁଙ୍କ ଉପରକୁ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ ବାପା । ପୁଅ ଦୌଡ଼ି ବାହାରକୁ ଆସିବା ବେଳେ ବୋହୂ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।