ଡ୍ରାମା କରୁଥିଲେ ଅରୁଣ ବୋଥ୍ରା ! ପୂର୍ବ ତଦନ୍ତ ଉପରେ ଉଠିଲାଣି ପ୍ରଶ୍ନ । ବଡ଼ ବଡ଼ିଆଙ୍କୁ ଦେଉଥିଲେ କି ସୁରକ୍ଷା ? ବୋଥ୍ରାଙ୍କୁ କାଠଗଡ଼ାକୁ ଟାଣିଲା ଜୟନାରାୟରଙ୍କ ମନ୍ତବ୍ୟ ।
ବୋଥ୍ରାଙ୍କୁ କାଠଗଡ଼ାକୁ ଟାଣିଲା ଜୟନାରାୟରଙ୍କ ମନ୍ତବ୍ୟ । ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଅରୁଣ ବୋଥ୍ରା ଡ୍ରାମା କରିଥିଲେ ।
ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍ । ଦରକାର ପଡ଼ିଲେ ପୁଣି କରିବ ରିଟର୍ଣ୍ଣ । ଏଥର ପଡ଼ିବ ଗୋପାଳ ଦାସଙ୍କ ପାଳି ! ଅଭିଯୁକ୍ତ ଗୋପାଳକୁ ଜେରା କରିବ କ୍ରାଇମବ୍ରାଞ୍ଚ ? କାହିଁକି ନବଙ୍କୁ ହତ୍ୟା କଲା ? କ’ଣ ପାଇଁ ସର୍ବ ସମ୍ମୁଖରେ ନବଙ୍କୁ ଗୁଳିକରି ମାରିଲା ? ଗୁଳି ପଛରେ କ’ଣ ରହିଛି କାରଣ ?
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଯେତିକି ଖୋଳତାଡ଼ ହେଉଛି, ସେତିକି ରହସ୍ୟ ବଢୁଛି। ନୂଆ ନୂଆ ଦିଗ ବି ସାମ୍ନାକୁ ଆସୁଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ SPଙ୍କ ନେତୃତ୍ବରେ ଗ୍ରାଉଣ୍ଡ ଜିରୋରେ ସରିଛି ଗୋଟିଏ ପର୍ଯ୍ୟାୟ ତଦନ୍ତ। ତାହାରି ଭିତରେ ରହସ୍ୟଜନକ ଭାବେ ପୋଲିସ ହାତରୁ ବନ୍ଧୁକ ଛଡ଼ାଇ ନେଇଥିବା ଛାତ୍ର ବିଜେଡି ନେତା କ୍ରାଇମବ୍ରାଞ୍ଚ ସ୍କାନରକୁ ଆସିବା ପରେ ଉଠିଛି ନାନା ପ୍ରଶ୍ନ। କ୍ରାଇମବ୍ରାଞ୍ଚ ତଦନ୍ତର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ? ଆଗକୁ ପଡ଼ିବ କି ଅଭିଯୁକ୍ତ ଗୋପାଳ ଦାସର ପାଳି ? ସେନେଇ ଲାଗିରହିଛି ନାନା କଳ୍ପନାଜଳ୍ପନା।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଯେତିକି ଖୋଳତାଡ଼ ହେଉଛି । ସେତିକି ରହସ୍ୟ ବଢୁଛି । ନୂଆ ନୂଆ ଦିଗ ବି ସାମ୍ନାକୁ ଆସୁଛି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗ୍ରାଉଣ୍ଡ ଜିରୋରେ ସରିଛି ଗୋଟିଏ ପର୍ଯ୍ୟାୟ ତଦନ୍ତ ।
ଜାତୀୟ ଗଣମାଧ୍ୟମର ଖବରକୁ ରିପୋଷ୍ଟ କରି ବୋଥ୍ରା ଲେଖିଛନ୍ତି, ଚାରି ବର୍ଷ ପୂର୍ବେ, ମୁମ୍ବାଇ ପୋଲିସକୁ ଅନେକ ଟିଭି ଆଙ୍କର ଓ ଅଗଣିତ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଭିତ୍ତିହୀନ ଅଭିଯୋଗ ସହ ନିନ୍ଦିତ କରାଯାଇଥିଲା। ହେଲେ ଏବେ, ଏହା ସ୍ପଷ୍ଟ ଯେ ପୋଲିସ୍ ବୃତ୍ତିଗତ ଭାବେ ନିଜର ତଦନ୍ତ କରିଥିଲା । ଅପରାଧ ତଦନ୍ତ ବିଷୟରେ କୌଣସି ଧାରଣା ନଥିବା ଲୋକମାନେ ମିଛ ଏବଂ ଅପବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ପ୍ରଚାର ସୃଷ୍ଟି କରିପାରିବେ ।
ଅନେକ ପ୍ରଶ୍ନକୁ ନେଇ କ୍ରାଇମ୍ବ୍ରାଞ୍ଚ ଟିମ୍ ଗୋପାଳକୁ ଜେରା କରିପାରେ । ଯଦି ଗୋପାଳକୁ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆଣେ ତା’ ହେଲେ ଆହୁରି କିଛି ନୂଆ ତଥ୍ୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
#ଏଥର_ଗୋପାଳ_ପାଳି ନବ ଦାସ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ଗୋପାଳ ଦାସଙ୍କୁ ହେଇପାରେ ପଚରାଉଚରା। ଚୌଦ୍ବାର ଜେଲକୁ ଯାଇ ଜେରା କରିପାରେ କ୍ରାଇମବ୍ରାଞ୍ଚ।
ପୂର୍ବ ସରକାରରେ ପୂର୍ବ ତଦନ୍ତକାରୀ ଟିମରେ ଗୋପାଳଙ୍କୁ ବି ଜେରା କରାଯାଇଥିଲା। ଗୁଜରାଟକୁ ନେଇ ପଲିଗ୍ରାଫ୍ ଟେଷ୍ଟ ବି କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ସେଥିରୁ କଣ ମିଳିଥିଲା, କଣ କହିଥିଲା ଗୋପାଳ ସେ କଥା ଜଣାପଡ଼ିନଥିଲା କି ସାମ୍ନାକୁ ଆସିନଥିଲା।
#ସରୋଜ_କହୁଛି_ମୁଁ_ସବୁ_ଜାଣିଛି ! ସରୋଜ ସା’ ପାଖରେ କ୍ରାଇମବ୍ରାଞ୍ଚ ଟିମ୍ । ଚାଲିଛି ପଚରା, ଖୋଲିବ ଗୁମର । ନବଙ୍କ ହତ୍ୟା ଦିନ ସରୋଜର ଥିଲା ବଡ଼ ଭୂମିକା । ନବଙ୍କୁ ଗୁଳିବେଳେ ତତ୍କ୍ଷଣାତ୍ ଆକ୍ସମୁଡ଼କୁ ଆସିଥିଲା ସରୋଜ । ତତକାଳୀନ IICଙ୍କ ବନ୍ଧୁକ ଛଡ଼ାଇଆଣି ନବଙ୍କୁ କିଏ ଗୁଳି ମାରିଥିଲା ବୋଲି ଚିତ୍କାର କରିବା ସହ ଅଭିଯୁକ୍ତକୁ ଗୁଳି ଫୁଟାଇବାକୁ ସଜାଗ ହୋଇସାରିଥିଲା ।
#ସରୋଜ_କହୁଛି_ମୁଁ_ସବୁ_ଜାଣିଛି ! ସରୋଜ ସା’ ପାଖରେ କ୍ରାଇମବ୍ରାଞ୍ଚ ଟିମ୍ । ଚାଲିଛି ପଚରା, ଖୋଲିବ ଗୁମର । ନବଙ୍କ ହତ୍ୟା ଦିନ ସରୋଜର ଥିଲା ବଡ଼ ଭୂମିକା । ନବଙ୍କୁ ଗୁଳିବେଳେ ତତ୍କ୍ଷଣାତ୍ ଆକ୍ସମୁଡ଼କୁ ଆସିଥିଲା ସରୋଜ । ତତକାଳୀନ IICଙ୍କ ବନ୍ଧୁକ ଛଡ଼ାଇଆଣି ନବଙ୍କୁ କିଏ ଗୁଳି ମାରିଥିଲା ବୋଲି ଚିତ୍କାର କରିବା ସହ ଅଭିଯୁକ୍ତକୁ ଗୁଳି ଫୁଟାଇବାକୁ ସଜାଗ ହୋଇସାରିଥିଲା ।
ଗତକାଲି ସଦର ମେଡିକାଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରେଡିଓଗ୍ରାଫର୍ ସସ୍ମିତା ବାଗଙ୍କ ୧୬୧ ବୟାନ ରେକର୍ଡ କରିଥିଲେ।
ନଷ୍ଟ ହୋଇସାରିଛି ନବ ହତ୍ୟାର ସବୁ ପ୍ରମାଣ ? ଲୁଚି ସାରିଛି ଦୁଇ ବର୍ଷ ତଳର ବିରାଟ ଷଡ଼ଯନ୍ତ୍ର ! କ୍ରାଇମ୍ବ୍ରାଞ୍ଚର ଆଡିସନାଲ ଏସ୍ପି ବିଜୟ ମଲ୍ଲିକ ଓ ଦୀପ୍ତିମୟୀ ମଲ୍ଲିକ ନବଙ୍କ ହତ୍ୟା ମାମଲାରେ ଏବେ ତନାଘନା କରୁଛନ୍ତି ।
ଏୟାରପୋର୍ଟ, ହସ୍ପିଟାଲ ଓ କ୍ରାଇମ୍ସ୍ପଟରେ ଖୋଜୁଛି କ’ଣ ? ୨ର୍ଷ ତଳର ପ୍ରମାଣ କ’ଣ ଏବେ ମିଳିଯିବ ? କାରଣ ଜାମୁକୋଳି ଗପ ରଚୟିତାଙ୍କ ନାହିଁ ଦେଖା । ନିଶରେ ତେଲ ମାରି ବୁଲୁଛନ୍ତି ଅରୁଣ ବୋଥ୍ରା । ଇନଭେଷ୍ଟିଗେସନ ଅଫିସର ରମେଶ ଦୋରା ଏବେ କେଉଁଠି ?
ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଟିମ୍ ।
ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଟିମ୍ ।
କୌଣସି ଏକ ପରିସ୍ଥିତିରେ ପଡି ଦିପାଳୀ ସେତେବେଳେ ଚୁପ ଥିଲେ। ଆଉ ଏବେ ତଦନ୍ତକାରୀ ଅଫିସର ବଦଳିବା ପରେ କିଛି ନୁଆ ତଥ୍ୟ ଦେଇ ଥାଇପାରନ୍ତି ଦିପାଳୀ ।
ନବ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ । ଗୁଳିକାଣ୍ଡ ପରେ ନବ ଦାସଙ୍କୁ ଆମ୍ବୁଲାନସରେ ଏୟରପୋର୍ଟକୁ ନେବା ଆଉ ଏୟାରପୋର୍ଟରୁ ଭୁବନେଶ୍ବର ହସପିଟାଲକୁ ଏୟାରଲିଫ୍ଟ କରିବା ସମୟରେ ଷ୍ଟ୍ରେଚରରେ ନେବା ସନ୍ଦେହ ସୃଷ୍ଟି କରିଛି।
ନବ ମୃତ୍ୟୁର ହେବ ପୋଷ୍ଟମର୍ଟମ । ଦୀପାଲିଙ୍କ ସହ ପରିବାର ଦେଲା ସବିଆଇ ଚିଠି । ମୁଖ୍ୟମନ୍ତ୍ରୀ ବି ଦେଲେ ନବଙ୍କ ପରିବାରକୁ ଭରସା । ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପ୍ରସଙ୍ଗରେ ପୂରା ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିଛନ୍ତି ।
ନବଙ୍କ ECG ରିପୋର୍ଟ ଉଭାନ ! ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ECG । ଗୁଳି ବାଜିବା ପରେ ଭୁବନେଶ୍ବର ହସପିଟାଲକୁ ନେବା ବେଳକୁ ନବଙ୍କ ଅବସ୍ଥା କିଭଳି ଥିଲା ଜଣାପଡ଼ିଥା’ନ୍ତା ? କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ? କ୍ରାଇମବ୍ରାଞ୍ଚ ପ୍ରାଥମିକ ଚାର୍ଜସିଟରେ ଇସିଜି ରିପୋର୍ଟ ବିଷୟରେ କିଛି ତଥ୍ୟ ନଥିଲା
କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ନିଜ ପରିବାର ଓ ନିଜର ସୁରକ୍ଷା ମାଗିଛନ୍ତି ଦୀପାଳି ? ସିବିଆଇ ତଦନ୍ତ ଦାବିକରି ଆଉ କି ତଥ୍ୟ ଦେଇଛନ୍ତି? ଭୟରେ କ’ଣ ସେତେବେଳେ କ୍ରାଇମବ୍ରାଞ୍ଚକୁ କିଛି କହିନଥିଲେ କି ? କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଦୀପାଳିଙ୍କର ବିଶ୍ୱାସ ଉଠିଯାଇଛି କି ?
ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚର ତନାଘନା ଜାରି । ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ନବଙ୍କ ପତ୍ନୀ ମୀନତିଙ୍କଠୁ ତଥ୍ୟ ଉଗାରିଛି ତଦନ୍ତକାରୀ ସଂସ୍ଥା । ଏସବୁ ଭିତରେ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ନବଙ୍କ ଇସିଜି ରିପୋର୍ଟ ଗାୟବ ଅଭିଯୋଗ, ଚାଞ୍ଚଲ୍ୟ ଖେଳାଇ ଥିବାବେଳେ କ୍ରାଇମବ୍ରାଞ୍ଚ ଓ ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।
କ୍ରାଇମବ୍ରାଞ୍ଚ ଘଣ୍ଟାଚକଟା ଭିତରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିବା ନବ ଦାସଙ୍କ ଇସିଜି ରିପୋର୍ଟକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ସଂଗୀନ ଅଭିଯୋଗ ଆଣି କହିଛନ୍ତି, କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ଇସିଜି ରିପୋର୍ଟ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ ।
ଲୋକସେବା ଭବନରେ ସିଏମଙ୍କୁ ଭେଟିଲେ ନବ ଦାସଙ୍କ ପରିବାର । ପତ୍ନୀ ମୀନତି ଦାସ, ଝିଅ ଦୀପାଳି ଦାସ, ପୁଅ ବିଶାଲ୍ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ।