ଆସନ୍ତା ୨୪ ତାରିଖରେ ନୂଆ ରାସନ କାର୍ଡ ବଣ୍ଟାଯିବ । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ମୁଖ୍ୟମନ୍ତ୍ରୀ ନୂଆ ରାସନ କାର୍ଡ ବଣ୍ଟନ କରିବେ । ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବ ।
ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ନିର୍ବାଚିତ ବିଧାୟକ କିମ୍ବା ସାଂସଦ ମାନଙ୍କ ଜରିଆରେ ଏହି ରାସନ କାର୍ଡ ବଣ୍ଟାଯିବାକୁ ଚିଠିରେ ଲେଖାଯାଇଛି। ୨୨ ତାରିଖ ସୁଦ୍ଧା ଯେମିତି ସବୁ ପ୍ରସ୍ତୁତି ଶେଷ ହୁଏ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ଯେଉଁମାନେ ପାଇନାହାନ୍ତି ଆବେଦନ କରନ୍ତୁ, ପୋର୍ଟାଲ ଖୋଲା ଅଛି । ଅନେକ ବାଦ୍ ପଡ଼ିଛନ୍ତି, ଆହୁରି ବାଦ୍ ପଡ଼ିବେ । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ରାଜ୍ୟରେ ବଣ୍ଟନ ହେବ ନୂଆ ରାସନ କାର୍ଡ । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବା ନେଇ ଘୋଷଣା କଲେ ରାଜ୍ୟ ସରକାର ।
ହିତାଧିକାରୀଙ୍କୁ ଦେବା ପରେ ମଧ୍ୟ ଆମ ପାଖରେ ୧୫ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଯାଉଛି। ତାକୁ ରଖିବାକୁ ଗୋଦାମ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
କାର୍ଡ ହାତେଇ ଚାଉଳ ଚଳୁ କରିଛନ୍ତି ଜଣେ ଅଧ୍ୟକ୍ଷା ମ୍ୟାଡମ । ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଟିଟିଲାଗଡ ସହରରେ ନିର୍ମାଣ ହେଉଛି ଆଲିଶାନ କୋଠା । ଖାଲି ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି ।
ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଇଏ ହେଉଛି ତାର ଦଲିଲ । ଟିଟିଲାଗଡ ସହରରେ ନିର୍ମାଣ ହେଉଥିବା ଏ ଆଲିଶାନ କୋଠା ଉପରେ ବି ଟିକେ ନଜର ପକାନ୍ତୁ । ଖାଲି ଏ ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି । ସରକାରୀ ଦରମା କହିଲେ ମିଳୁଛି ୧୫ ହଜାର । ତଥାପି ରାସନକାର୍ଡ ହାତେଇଥିବାରୁ ଏବେ ହେବ କାର୍ଯ୍ୟାନୁଷ୍ଠାନ ।
ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ରାସନ୍ କାର୍ଡ । ମାସକୁ ମାସ ଉଠାଉଛନ୍ତି ରାସନ ଚାଉଳ । ୪ ବର୍ଷ ହେଲା ଗରିବଙ୍କ ପାଇଁ ଆସୁଥିବା ପିଡିଏସ୍ ଚାଉଳ ନେଉଥିବାର ଅଭିଯୋଗ । ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ବିରୋଧରେ ଆସିଛି ଏହି ସାଂଘାତିକ ଅଭିଯୋଗ ।
ସରକାର କରିବେ ସର୍ଭେ । ୩୧ ମାର୍ଚ୍ଚ ପରେ ସାମ୍ନାକୁ ଆସିବ ପୂରା ତଥ୍ୟ । କେଉଁମାନଙ୍କର ରାସନ କାର୍ଡ କଟିବ ଓ କେଉଁ ମାନଙ୍କର ରହିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।
ରାଜ୍ୟରେ ହଠାତ୍ ରାସନ କାର୍ଡ କଟାଯିବାର ନାହିଁ । ୩୦ ଲକ୍ଷ ୭୩୪ ଲୋକ e-KYC କରି ନଥିବା ଓ ୫୦ ହଜାର ପୋର୍ଟାଲ ଆବେଦନ ରହିଥିବା ସୂଚନା ମଧ୍ୟ ମିଳିଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ନିର୍ଦ୍ଦେଶ ଅନୁସାରେ ଡୋର-ଟୁ-ଡୋର ଭେରିଫିକେସନ ପରେ ନୂଆ ରାସନ କାର୍ଡ ଜାରି କରାଯିବ । ସମସ୍ତ ପ୍ରକ୍ରିୟା ୧୫ ଏପ୍ରିଲ ସୁଦ୍ଧା ସମାପ୍ତ ହେବ ।
ନୋଟିସରେ ଦର୍ଶାଯାଇଛି ଯେ ଆପଣଙ୍କ ପରିବାରର ସଦସ୍ୟଙ୍କ ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ ଅଛି ଓ ଆୟକର ଫାଇଲ୍ କରୁଛନ୍ତି, ତେବେ ସରକାରଙ୍କ ଖାଦ୍ୟ ଯୋଗାଣ ନିୟମ ଅନୁସାରେ ରାସନ୍ ପାଇବାକୁ ଆପଣ ଯୋଗ୍ୟ ନୁହଁନ୍ତି ।
ନୋଟିସରେ ଦର୍ଶାଯାଇଛି ଯେ ଆପଣଙ୍କ ପରିବାରର ସଦସ୍ୟଙ୍କ ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ ଓ ଆୟକର ଫାଇଲ୍ କରୁଛନ୍ତି ତେଣୁ ସରକାରଙ୍କ ଖାଦ୍ୟ ଯୋଗାଣ ନିୟମ ଅନୁସାରେ ରାସନ୍ ପାଇବାକୁ ଆପଣ ଯୋଗ୍ୟ ନୁହଁନ୍ତି ।
ଧରାକୋଟ ବ୍ଲକ୍ ଅଞ୍ଚଳରେ ପାହାଡ଼ ଉପରେ ଥିବା ଉପାନ୍ତ ଗାଁ ଝିରିଝିରାରେ ୩୦ରୁ ଅଧିକ ପରିବାର ରୁହନ୍ତି । ହେଲେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମାନେ ରାସ୍ତା,ପାଣି ଓ ବିଜୁଳି ଭଳି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି ।
ବାସୁଦେବପୁର ଯୋଗାଣ ବିଭାଗର ବିଚିତ୍ର ନୀତି। ମୃତ ଲୋକଙ୍କ ନାଁରେ ରାସନ ହଡ଼ପ ହେଉଥିବା ବେଳେ ବିନା ତଦନ୍ତରେ ଜଣେ ଜୀବିତ ଲୋକର ରାସନ କାର୍ଡ କେମିତି କଟିଲା ତାକୁ ନେଇ ଉଠିଛି ପ୍ରଶ୍ନ।
ପଞ୍ଚାୟତଠାରୁ ବହୁ ଦୂରରେ ଅବସ୍ଥିତ ଏଇ ଗାଁ । ଏମାନେ ପାହାଡ ପର୍ବତର ପାଦଚଲା ରାସ୍ତାରେ ଚାଲିଚାଲି ଚାଉଳ ମିଳିବା ଦିନ ଭୋର ସକାଳୁ ବାହାରି ଆସି ପଞ୍ଚାୟତରେ ଦିନ ୧୧ ଟାରେ ପହଞ୍ଚନ୍ତି। ପଞ୍ଚାୟତରୁ ପୁଣି ଚାଉଳ ମୁଣ୍ଡରେ ଧରି ଚାଲି ଚାଲି ଗାଁରେ ପହଞ୍ଚିଲା ବେଳକୁ ଦିନ ସରି ରାତି ହୋଇଯାଉଛି।
ରାସନ କାର୍ଡରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର। ଆବେଦନ କରିବାକୁ ମିଳିବ ପୁଣି ସୁଯୋଗ। ବାଦ୍ ପଡ଼ିଥିବା ଯୋଗ୍ୟ ପରିବାର ପାଇଁ ଆଜିଠୁ ଖୋଲିବ ପୋର୍ଟାଲ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
କିଏ କୃଷି ଋଣ ପାଇଁ ଜିରୋ IT ରିଟର୍ଣ୍ଣ ଫାଇଲ୍ କରିଥିଲେ ତ ଆଉ କିଏ ଛୋଟମୋଟ୍ ବ୍ୟବସାୟ ଲୋନ୍ ପାଇଁ। କିନ୍ତୁ ଏବେ ତାହା ସେମାନଙ୍କ ଲାଗି ଅଡୁଆ ହୋଇଛି। କାରଣ ଆୟକର ରିଟର୍ଣ୍ଣ ଫାଇଲ୍ କରିଥିବା ହିତାଧିକାରୀମାନଙ୍କୁ ରାସନ କାର୍ଡ ଫେରାଇବାକୁ ଆସିଛି ନୋଟିସ୍।
ରାସନ କାର୍ଡ ଫେରାଇବାକୁ ଆପଣଙ୍କୁ ଆସିଛି କି ନୋଟିସ୍ ? ଜିରୋ ଇନକମ୍ ଟାକ୍ସ ରିଟର୍ଣ୍ଣ ଫାଇଲ୍ କରି ରାସନ କାର୍ଡ କଟିବା ଆଶଙ୍କାରେ ଅଛନ୍ତି କି ?
ଯେଉଁମାନେ ଆୟକର ଫାଇଲ କରିଛନ୍ତି, ସେମାନଙ୍କ କାର୍ଡ କଟି ଯାଉଛି ବୋଲି ଅଭିଯୋଗ ଆସୁଛି, କିନ୍ତୁ କାହାର କାର୍ଡ କଟିବନି। ଅଧିକାରୀମାନଙ୍କ ପାଖକୁ ଲିଷ୍ଟ ଯାଇଛି। ସେମାନେ ଡୋର ଟୁ ଡୋର ବୁଲି ଦେଖିବେ। କାହାର ଆୟ କେତେ, ତା’ପରେ କାର୍ଡ କଟିବ।
ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ ।
ଯୋଗାଣ ବିଭାଗ କହିଛି ଜିଲ୍ଲାରେ କିଛି ଉପାନ୍ତ ଅଂଚଳରେ ମୋବାଇଲ ସେବା ନ ରହିବା, ଗାଁ ସହ ଯୋଗାଯୋଗ ନଥିବା ଯୋଗୁଁ ଏପରି ବାଧା ସୃଷ୍ଟି ହୋଇଛି । ଆଗାମୀ ଦିନରେ ବିଭାଗ ପକ୍ଷରୁ ସେଗୁଡିକ ଚିହ୍ନଟ କରାଯାଇ ସବୁ ହିତାଧିକାରୀମାନଙ୍କୁ ଏଥିରେ ସାମିଲ କରାଯିବ ।
ଯୋଗାଣ ବିଭାଗ କହିଛି ଜିଲ୍ଲାରେ କିଛି ଉପାନ୍ତ ଅଂଚଳରେ ମୋବାଇଲ ସେବା ନ ରହିବା, ଗାଁ ସହ ଯୋଗାଯୋଗ ନଥିବା ଯୋଗୁଁ ଏପରି ବାଧା ସୃଷ୍ଟି ହୋଇଛି । ଆଗାମୀ ଦିନରେ ବିଭାଗ ପକ୍ଷରୁ ସେଗୁଡିକ ଚିହ୍ନଟ କରାଯାଇ ସବୁ ହିତାଧିକାରୀମାନଙ୍କୁ ଏଥିରେ ସାମିଲ କରାଯିବ ।
ପଞ୍ଚମ ଥର ବଢ଼ିଲା ରାସନ କାର୍ଡ e-KYC ଅପଡେଟ୍ ଅବଧି।ମାର୍ଚ୍ଚ ୩୧ ଯାଏଁ କରିହେବ e-KYC ଅପଡେଟ୍ । ୩୪୧ PDS ପଏଣ୍ଟରେ ନେଟୱର୍କ ଡିଭାଇସ ଲାଗିବ କହିଲେ ମନ୍ତ୍ରୀ।କେବେ ଆସିବ ନୂଆକାର୍ଡ, ଅପେକ୍ଷାରେ ହିତାଧିକାରୀ।
ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଗତବର୍ଷ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ।
୩୧ ମାର୍ଚ୍ଚ ଯାଏଁ ବଢ଼ିଲା e-KYC ଅପ୍ ଡେଟ୍ ଅବଧି। ୫ମ ଥର ପାଇଁ e-KYC ଅବଧି ବଢ଼ାଇଲେ ରାଜ୍ୟ ସରକାର। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।