ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା l
ଚାରିଆଡେ ବିରାଟ ବିରାଟ ଖାଲ ଖୋଳି ନିଜ ପକେଟ ଭରିବାରେ ବ୍ୟସ୍ତ ମାଫିଆ । ମାଫିଆ ମାନେ ଶହ ଶହ ଟ୍ରିପ ମୋରମ ଏବଂ ପଥର ତାଡି ନେବା ପରେ ସୃଷ୍ଟି ହେଉଛି ବିପଦପୂର୍ଣ୍ଣ କୃତ୍ରିିମ ଖାଲ ।
ଏହି ଶୀତକାଳୀନ ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍, ହୀରାକୁଦରେ ୩୨ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି ।
୧୪୪ ବର୍ଷ ପରେ ବିରଳ ସ୍ନାନ ଯୋଗ ପଡ଼ିଛି, ତେଣୁ ପ୍ରୟାଗରାଜ ତ୍ରିବେଣୀ ସଂଗମ ମହାକୁମ୍ଭ ମେଳାକୁ ଯାଇ ବୁଡ଼ ପକାଇବାକୁ ସଭିଙ୍କ ଇଚ୍ଛା। ହେଲେ ଯିବେ କେମିତି ? ସବୁ ଯିବା ବାଟ ତ ବନ୍ଦ ।
ପ୍ରାୟ ଦୁଇ ବର୍ଷ ପରେ ପୁଣି ଓଡ଼ିଶା ରାଜନୀତିରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି ।
ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ସନମୁଗ ରତ୍ନମ । ଦିନ ୧୧ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
ଖଣ୍ଡଗିରିର ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମରେ ବୁଲିବ ବୁଲଡୋଜର। ଆଜି ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି BDA। ଏନେଇ ମାଇକ୍ ଯୋଗେ ପ୍ରଚାର କରି ବୈକୁଣ୍ଠ ଆଶ୍ରମ ଖାଲି କରିବାକୁ କୁହାଯାଇଛି।
ଲାଗୁ ହେବ 5+3+3+4 ଫର୍ମୁଲା । ସସପେନ୍ସରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁକୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ।
ଲାଗୁ ହେବ 5+3+3+4 ଫର୍ମୁଲା । ସସପେନ୍ସରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁକୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ।
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।
ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି କରାଯିବ।
୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ। ଏପରିକି ଗୁଣ୍ଡା ଲଗାଇ ଭାଙ୍ଗି ଦେଇଥିଲେ ଘର। ସଂପୃକ୍ତ ବିଲଡରଙ୍କୁ ଡାକି ଜେରା କରିଛି ଆୟକର ବିଭାଗ।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ୧୬ ତାରିଖ ଯାଏ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର।
ଓଡ଼ିଶାକୁ ମିଳିଲା ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା। ଖୁବ୍ ଶୀଘ୍ର BSKY ବଦଳରେ ମିଳିବ ନୂଆ କାର୍ଡ। ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ଭିତରେ ସ୍ବାକ୍ଷର ହେଲା MOU ।
ଏହି ସମୟ ଅମଳର ସମୟ। ଫସଲ ଘରକୁ ଆସେ, ଚାଷୀ ଖୁସି ହୁଏ, ସ୍ୱପ୍ନ ଦେଖୁଥାଏ। ଅଳ୍ପ ହେଉ କି ବେଶୀ, ଘରେ ଘରେ ପ୍ରାଚୁର୍ଯ୍ୟ ଓ ଖୁସି ଭରି ରହିଥାଏ। ଏହି ସମୟରେ ପାଳନ ହୁଏ ପୌଷ ପୂର୍ଣ୍ଣିମା।
ଆଇଟି ଏବଂ କ୍ରୀଡ଼ା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉ । ପର୍ଯ୍ୟଟକ ସିଧାସଳଖ ଓଡ଼ିଶା ଆସି ଏହାର ରହସ୍ୟମୟ ଦୁନିଆରେ ନିଜକୁ ହଜାନ୍ତୁ, ଏହା ବି ଆଶା ରଖିବା ।
ଡବଲ ଇଞ୍ଜିନ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ। ବହୁ ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ହେବାକୁ ଯାଉଛି ଉପକୂଳ ରାଜପଥ। ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ ହେବ।
ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର e-KYC କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ ।
ସମ୍ମେଳନର ଉଦଯାପନୀ ସମାରୋହରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଦୁଇ ଦଶନ୍ଧି ଧରି ଦେଶର ବିଭିନ୍ନ ଭାଗରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀ ସେହି ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇପାରିଛି। ପ୍ରବାସୀଙ୍କ ସହ ସମ୍ପର୍କରେ ଯୋଡ଼ି ହୋଇପାରିଛି। ସେ ଦୃଷ୍ଟିରୁ ଓଡ଼ିଶା ମଧ୍ୟ ଏହାର ଭରପୁର ସୁଯୋଗ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ।
ଓଡ଼ିଶାର ଉନ୍ନତି, ପ୍ରଗତି ଓ ଅଭିବୃଦ୍ଧି ପାଇଁ ପ୍ରବାସୀଙ୍କ ଟିପ୍ସ । 'ମେଡ୍ ଇନ୍ ଓଡ଼ିଶା' ଓ 'ବ୍ରାଣ୍ଡ୍ ଓଡ଼ିଶା'ର ହେଉ ପ୍ରଚାର ପ୍ରସାର । ଫୋକସରେ ଇନଭେଷ୍ଟମେଣ୍ଟ୍, ଇନଫ୍ରାଷ୍ଟକ୍ଚର ଓ ଟୁରିଜିମ୍ ।
୨୦୧୪ରେ ଚାମ୍ପିୟନ୍ସ ଟ୍ରଫି, ୨୦୧୮ ଆଉ ୨୦୨୩ରେ ବିଶ୍ବକପ୍ । ୨୦୨୧ରେ ଜୁନିୟର ବିଶ୍ବକପ୍ । ଆଗକୁ ଏହି ତାଲିକାରେ ଯୋଡ଼ି ହୋଇପାରେ ୨୦୩୬ ଅଲିମ୍ପିକ୍ସ ହକି ଇଭେଣ୍ଟ।
୨୦୧୪ରେ ଚାମ୍ପିୟନ୍ସ ଟ୍ରଫି, ୨୦୧୮ ଆଉ ୨୦୨୩ରେ ବିଶ୍ବକପ୍ । ୨୦୨୧ରେ ଜୁନିୟର ବିଶ୍ବକପ୍ । ଆଗକୁ ଏହି ତାଲିକାରେ ଯୋଡ଼ି ହୋଇପାରେ ୨୦୩୬ ଅଲିମ୍ପିକ୍ସ ହକି ଇଭେଣ୍ଟ।
ଗୁଜରାଟର ଅହମଦାବାଦରେ ୨୦୩୬ ଅଲିମ୍ପିକ୍ସର ଅଧିକାଂଶ ଇଭେଣ୍ଟ ଖେଳାଯିବାକୁ ଥିବା ବେଳେ ହକି ମ୍ୟାଚଗୁଡ଼ିକ ଓଡ଼ିଶାରେ ଖେଳାଯିବା ନେଇ ବିଭିନ୍ନ ଜାତୀୟ ଗଣାମଧ୍ୟମରେ ଖବର ପ୍ରକାଶ ପାଇଛି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ ।
ପ୍ରବାସୀ ମହାକୁମ୍ଭରେ ଓଡ଼ିଶାର ଗରିମା ବଖାଣିଲେ... ପ୍ରବାସୀଙ୍କୁ ଭାରତର ରାଷ୍ଟ୍ରଦୂତ ମାନ୍ୟତା ଦେଲେ । ଗଣତନ୍ତ୍ର ଓ ବିବିଧତାକୁ ଜୀବନର ଅଙ୍ଗ ବୋଲି କହିଲେ ।