ଦୋକାନରେ ନିଆଁ କିପରି ଲାଗିଲା, ତାହାର କାରଣ ଜଣାପଡ଼ିନାହିଁ। କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ନା, ସର୍ଟ ସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଗଲା, ତାହା ଜଣାପଡ଼ି ନାହିଁ।
ଅଙ୍ଗନବାଡ଼ି ଗୃହ ଅଭାବରୁ ଏକ ଭଡ଼ା ଘରେ ଚାଲିଛି ପାଠପଢା । ପିଲାମାନେ ଯେଉଁ ଭଡ଼ା ଘରେ ପଢୁଛନ୍ତି ସେଠାରେ ଭଲରେ ବସି ପଢିବା, ବସିବା, ରନ୍ଧା ଖାଦ୍ୟ ଖାଇବା ସୁବିଧା ନାହିଁ। ଆଜବେଷ୍ଟସ ଘରେ ପଢୁଥିବା ବେଳେ ଲାଇନ ନାହିଁ, ଗରମରେ ସିଝି ଯାଉଛନ୍ତି କୁନି କୁନି ପିଲା। ଝାଡ଼ା ପରିସ୍ରାର ମଧ୍ୟ ସୁବିଧା ନାହିଁ।
ଯିଏ ପ୍ରତି ମୁହୂର୍ତ୍ତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ଝାଡକଟା ଗାଁର ଲାଲ ମୋହନ ମଉସାଙ୍କୁ, I Love u ନୁହେଁ, ବରଂ ଆକାଶବାଣୀ କଟକ କହୁଥିଲା, କହୁଛି ଆଉ କହୁଥିବ…
ରାଜ୍ୟର ବିଭିନ୍ନ ସହରେ ବଡ଼ବଡ଼ ଲୁଟ୍, ଡକାୟତି, ଦୁର୍ଘଟଣା ଘଟୁଥିବା ବେଳେ ଭଦ୍ରକରେ ମଧ୍ୟ ବିଭିନ୍ନ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ କିନ୍ତୁ ଏଠାରେ ଅଚଳ ହୋଇପଡିଛି ସର୍ଭିନାଲ୍ସ ସିଷ୍ଟମ୍ ।
୨୬ ଡିସେମ୍ବର ୨୦୨୪। ଚାନ୍ଦବାଲି ଥାନା ଅନ୍ତର୍ଗତ ବିଜୟ ନଗର ଗାଁର ପଦ୍ମଲୋଚନ ସାହାଣୀଙ୍କ ୨ଟି ଆକାଉଣ୍ଟରୁ ହଠାତ କଟିଯାଇଥିଲା ୮୫ ହଜାର ଟଙ୍କା ।
ଦୁଇ ଶହ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଗାଳଷଣ୍ଢ ପୀଠ । ଏବେ ବି ପୀଠରେ ନାହିଁ କୌଣସି ଦେବା ଦେବୀଙ୍କର ବିଗ୍ରହ ମୂର୍ତ୍ତି । କେବଳ ୩୦ ଟି ପଥର ପ୍ରତିମା ସହ ମନ୍ଦିର ଭିତରେ ଥିବା ବିଶାଳକାୟ ଲିମ୍ବ ଗଛକୁ ବିଶ୍ଵାସ ରଖି ପୀଠରେ ଆରୋଗ୍ୟ ଲାଭ ହେଉଛନ୍ତି ଲୋକେ ।
ପେଟରୁ କାଟି ଓ ପକେଟ୍ ଖର୍ଚ୍ଚକୁ ବଞ୍ଚାଇ ଟଙ୍କା ସଂଚିଥିବା ଯୁବକ ଏବେ ସ୍ତ୍ରୀ, ପିଲାଛୁଆ ଏବଂ ବାପ ମା'ଙ୍କୁ ନେଇ କେମିତି ପରିବାର ପ୍ରତିପୋଷଣ କରିବେ, ସେଇ କଥା ଚିନ୍ତାର କାରଣ ହୋଇଛି। ସବୁ ସ୍ଵପ୍ନ ଏବେ ଧୂଳିସାତ ହୋଇଯାଇଛି । ବିନା ସ୍କାନ ଏବଂ ବିନା ଓଟିପିରେ ଟଙ୍କା କେମିତି ଗାଏବ ହୋଇ ଗଲା,ଏଇ କଥା ଭାବି ଭାବି ନିରାଶ ହୋଇ ପଡ଼ିଛନ୍ତି ଯୁବକ।
ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।
ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।
ମତେ ବାହାହୋ, ନହେଲେ ମୁଁ ମରିଯିବି । ମୋ ଛାତିରେ ନିଆଁ ଲଗାନା, ନହେଲେ ସବୁ ଜାଳିଦେବି ।
ସବୁଜ ଉପାୟରେ ପୋକ ନିରାକରଣ ଏବଂ ଦିନ ରାତି ଫସଲ ଜଗିବା ସହିତ ଜୀଵ ଜନ୍ତୁଙ୍କୁ ଘଉଡେଇଵ। ଏଥି ସହ ଚାଷୀ ଭିତ୍ତିକ କାର୍ଯ୍ୟରେ ସହାୟକ ହୋଇପାରିବ।
ହତ୍ୟା ପାଇଁ ଅଢେଇ ଲକ୍ଷ ଟଙ୍କାର ସୁପାରି ଦେଇଥିଲା ଅଭିଯୁକ୍ତ ।
ଆଜି ସକାଳୁ ହିଁ ତାଙ୍କ ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ଘଣ୍ଟା କେଇଟା ମଧ୍ୟରେ ଯାହା ମିଳିଛି ତାହା ବୋଧେ ଆଗକୁ କେତେ ହେବ ତା’ର ଏକ ଝଲକ ।
ଜଗା ସହ ମାସକର ଭାବ ତୁଟାଇ ଫେରିଲେ ହବିଷ୍ୟାଳି ।
୨୩ ଜିଲ୍ଲାରୁ ତଥ୍ୟ ଆସିନଥିବାରୁ ଆନ୍ତରିକତା ନଥିବା କହି ଘେରିଲା ବିଜେପି ।
ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ ।
ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ । ତେବେ ଏହି ଟ୍ରେନ୍ଟି ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ନନ୍ଦନକାନନ ଏକ୍ସପ୍ରେସ୍ ଭଦ୍ରକ ଷ୍ଟେସନରୁ ଛାଡ଼ୁଥିବା ବେଳେ ହଠାତ୍ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ।
ଭଦ୍ରକରେ ଫୁଟିଲା ଗୁଳି । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର ।
ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’ । ରାତି ପାହିଲା ବେଳକୁ ଅସମ୍ଭାଳ ବର୍ଷା ଅଜାଡ଼ି, ଉଜାଡ଼ି ଦେଇଗଲା ସବୁକିଛିକୁ ।
ବାତ୍ୟାର ଭୟ ସିନା ଟଳିଗଲା, ହେଲେ ବର୍ଷାଜନିତ ସମସ୍ୟା କିନ୍ତୁ ଚିନ୍ତା ବଢ଼ାଇଛି। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଯୁଆଡ଼େ ଚାହିଁବେ ଜଳବନ୍ଦୀ ସମସ୍ୟା।ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ପରେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଛି।
ଭଦ୍ରକରେ ପ୍ରଥମରୁ ଦ୍ବାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍ ବନ୍ଦ ନିଷ୍ପତ୍ତି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପାଣିପାଗ ବିଭାଗ ୩ ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରାଯାଇଛି ।
ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।
ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି ।
କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତୋଳିଛନ୍ତି ଦମ୍ପତି।