ଆଇଟି ଏବଂ କ୍ରୀଡ଼ା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉ । ପର୍ଯ୍ୟଟକ ସିଧାସଳଖ ଓଡ଼ିଶା ଆସି ଏହାର ରହସ୍ୟମୟ ଦୁନିଆରେ ନିଜକୁ ହଜାନ୍ତୁ, ଏହା ବି ଆଶା ରଖିବା ।
ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଏହି hMPV ସ°କ୍ରମଣ ମାନବ ଜାତି ପାଇଁ ନୂଆ ନୁହେଁ। ଯଦି ଆପଣଙ୍କ ବୟସ ୫ବର୍ଷରୁ ଊର୍ଦ୍ଧ୍ବ ତାହେଲେ ଏହି hMPV ଦ୍ବାରା ଆପଣ ଆଗରୁ କେବେ ଥରେ ସ°କ୍ରମିତ ହୋଇସାରିଥିବାର ଅନେକ ସମ୍ଭାବନା ରହିଛି। ତେବେ କ’ଣ ଏ hMPV, କେତେ କ୍ଷତିକାରକ ଏହା ମଣିଷ ପାଇଁ ଏବଂ କେମିତି ନିଜକୁ ସୁରକ୍ଷିତ ରଖିବେ, ଜାଣିବା ପାଇଁ ପଢନ୍ତୁ ଆଜିର ଆଲେଖ୍ୟ।
ଆଜି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ ।
ବିଜେଡି ସରକାର ସମୟରେ ୨୦୨୦ରୁ ଜାଲ୍ ଆଇକାର୍ଡ କରି ଲୋକସେବା ଭବନକୁ ଯିବା ଆସିବା କରୁଥିଲା । ବ୍ୟାସଦେବ ରଣା ପଞ୍ଚାୟତିରାଜ ବିଭାଗ ଜାଲ ଆଇକାର୍ଡ କରି ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ବୋଲି ପରିଚୟ ଦେଉଥିଲା ।
କର୍ପୋରେଟ ଚାନ୍ଦାରେ ଶଙ୍ଖ ଭବନ ନିର୍ମାଣ ହୋଇଥିଲା । ଆଉ କର୍ପୋରେଟ ପଇସା ଆସୁନି ବୋଲି ବିଜେଡିକୁ ହୋଟେଲର ଆବଶ୍ୟକତା ପଡିଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି।
କେଉଁଠି ଲୁଚିଛି ଷଷ୍ଠ ଅଭିଯୁକ୍ତ ? ଏହି ଘଟଣାରେ ଆଉ ଜଣେ, ନା ୟା ପଛରେ ଅଛନ୍ତି ଆହୁରି ଅନେକ ଷଡ଼ଯନ୍ତ୍ରକାରୀ ? ସହଦେବଙ୍କ ହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ତଥାପି ପୋଲିସ ଆଖିରେ ଧୂଳି ଦେଇ ଫେରାର ଅଛି ୬ଷ୍ଠ ଅଭିଯୁକ୍ତ ସୁଶାନ୍ତ ।
ବସଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ୍ ସବୁଠି ହାଉଯାଉ ଭିଡ଼। ଯାତ୍ରୀଙ୍କ ମୁହଁରେ ହସ ମନରେ ଉତ୍ସାହ। ହେବନି ବା କେମିତି ଏବେ ପରା ଘର ବାହୁଡା ବେଳ। ରାତି ପାହିଲେ ମକର ସଂକ୍ରାନ୍ତି ଖାସ ଏଇଥିପାଇଁ ତ ଭିଟାମାଟି ମୁହାଁ ପ୍ରବାସୀ।
ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ବତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ସେହିପରି ରାଜ୍ୟର ୪ ସହରରୁ ଅଯୋଧ୍ୟାକୁ ଗଡ଼ିଛି ସ୍ପେଶାଲ୍ ବସ୍। କୁମ୍ଭମେଳା ଦେଖିଯିବାକୁ ଓଡ଼ିଶାରୁ ଅଯୋଧ୍ୟା ଆରମ୍ଭ ହୋଇଛି ସ୍ବତନ୍ତ୍ର ବସ୍ ସେବା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଧନୁଯାତ୍ରା ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଭଦ୍ରକର ଜଣେ ବିଜେଡି ବିଧାୟକଙ୍କ ଲିଙ୍କ୍ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର କଂଗ୍ରେସ ନେତା ଅସିତ ପଟ୍ଟନାୟକ କହିଛନ୍ତି, ଯଥାଶୀଘ୍ର ବିଧାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ଏଣେ ବିଜେଡି କହିଛି, ଅଭିଯୋଗ ଭିତ୍ତିହୀନ। ଯଦି କାହାର ଲିଙ୍କ ଅଛି, କ୍ଷମତାରେ ଅଛନ୍ତି ତଦନ୍ତ କରି ସାମ୍ନାକୁ ଆଣନ୍ତୁ।
ଡବଲ ଇଞ୍ଜିନ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ। ବହୁ ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ହେବାକୁ ଯାଉଛି ଉପକୂଳ ରାଜପଥ। ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ ହେବ।
ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବରେ କିଛି ମାଫିଆ ମାଛ ମାରୁଥିଲେ। ଏନେଇ ଖବର ପାଇବା ପରେ ଟ୍ରଲରରେ ରେଡ୍ କରିଥିଲା ବନ ବିଭାଗ। ବନବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ ।
ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଛି ୨୦୮୩ଟି ଅଙ୍ଗନବାଡି କେନ୍ଦ୍ର। ବିଭାଗୀୟ ତଥ୍ୟ ଅନୁସାରେ, ୫୯୭ଟି ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ୩୦୮ଟି କେନ୍ଦ୍ର ଭଡ଼ାଘରେ, ୫୨ଟି ସ୍କୁଲ ଗୃହ ଏବଂ ୨୩୭ଟି ଅଙ୍ଗନବାଡି କେନ୍ଦ୍ର ଗୋଷ୍ଠୀ ଗୃହରେ ପରିଚାଳିତ ହେଉଛି। ଆଉ ଏହାରି ମଧ୍ୟରେ ୧୧୧ଟି ଘର ରହିଛି ବିପଦସଙ୍କୁଳ ସ୍ଥିତିରେ।
ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ।
ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ। ଟାଇମ ପିରିୟଡ୍ ବି ଫିକ୍ସ ହେବ। ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ।
ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ ପ୍ରଦୀପ ପୁରୋହିତ। ସବୁ ନିୟମ କାନୁନକୁ ଭାଙ୍ଗି ତାଙ୍କୁ ପର୍ଯ୍ୟାପ୍ତ କାମ ଦିଆଯାଉଥିବା ଏବଂ ଏଥିରେ ଶହ ଶହ କୋଟି ଲୁଟ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି।ଏହି ଠକେଇରେ କିଛି ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ସୁରାକ୍ ପାଇଛି ପୋଲିସ୍। ହେଲେ ପ୍ରଦୀପଙ୍କ ଆଜିର ବୟାନ ଅନେକ ପ୍ରଶ୍ନ ଛିଡ଼ା କରିଛି।
ନବଙ୍କ ହତ୍ୟା ଘଟଣା ଉପରୁ ହଟିବ ପରଦା । ଓଡ଼ିଶା ଜାଣିବ ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁର ସତ ।
ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ସେ ଲୋମ ଟାଙ୍କୁରା ଘଟଣା l ସହଦେବକୁ ମାରିବାକୁ ଅଭୁଯୁକ୍ତ ମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ l
ନୂଆ ସରକାରକୁ ଟାର୍ଗେଟ୍ କଲେ ଦୀପାଳି । କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ଝାଡ଼ିଲେ ରାଗ । କହିଲେ, ଟାଳଟୁଳ ନୀତି ଅବଲମ୍ବନ କଲା ପ୍ରଶାସନ ।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଆଗମୀ ୨ ଦିନରେ ରାଜ୍ୟର ସର୍ବନିମ୍ମ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।