ରାଜ୍ୟରେ ଏବେ ପୁଣି ଉପରମୁହାଁ କରୋନା। ଗତକାଲି ଗୋଟିଏ ଦିନରେ ସାମ୍ନାକୁ ଆସିଛନ୍ତି ୪ ଜଣ ନୂଆ ରୋଗୀ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି। ନୂଆ ୪ ରୋଗୀଙ୍କୁ ମିଶାଇ ଚଳିତ ବର୍ଷ ଏଯାଏଁ କୋଭିଡ୍ ରୋଗୀଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି ।
ଦେଶ ତଥା ରାଜ୍ୟରେ ପୁଣି ହୁ ହୁ ହୋଇ ବଢିଲାଣି କୋରୋନା । ପୁଣି ଭୟଙ୍କର ଭାବେ ବ୍ୟାପିଲାଣି ମହାମାରୀ । ଗତକାଲି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭ ନୂଆ କରୋନା ରୋଗୀ। ଏଥିସହ ଚଳିତ ବର୍ଷ ରାଜ୍ୟର ମୋଟ କୋଭିଡ ପଜିଟିଭ ସଂଖ୍ୟା ୪୫ରେ ପହଞ୍ଚିଛି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଲେଣି। ଅର୍ଥାତ୍ ଏବେ ରାଜ୍ୟର ସକ୍ରିୟ କରୋନା ରୋଗୀ ସଂଖ୍ୟା ୩୩ ରହିଛି !
କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୭ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ୬ ହଜାର ମୁହାଁ କରୋନା ସଂକ୍ରମଣ । ବଢୁଥିବା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।
ସାରାଦେଶ ସହ ରାଜ୍ୟରେ ବି ଉପରମୁହାଁ କରେନା ଟ୍ରେଣ୍ଡ୍। ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ଏସବୁ ଭିତରେ କୋଭିଡ୍କୁ ନେଇ ରାଜ୍ୟଗୁଡ଼ିକ ଲାଗି କେନ୍ଦ୍ର ଜାରି କରିଛି ଗାଇଡ ଲାଇନ୍ ଓ ପବ୍ଲିକ୍ ଆଡଭାଇଜରି।ରାଜ୍ୟ ତଥା ସର୍ବସାଧାରଣଙ୍କ ଲାଗି କ’ଣ ଦିଆଯାଇଛି ପରାମର୍ଶ, ଆସନ୍ତୁ ଦେଖିବା ଏ ରିପୋର୍ଟରେ !
ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର।
ଆଉ କେବଳ ଭୁବନେଶ୍ବର କି କଟକ ନୁହେଁ, ଏବେ ଅନ୍ୟ ସହର ଓ ଜିଲ୍ଲାକୁ ବ୍ୟାପିଲାଣି କରୋନା। ୫ ନୂଆ ଜିଲ୍ଲାକୁ ମିଶାଇ ମୋଟ୍ ୭ଟି ଜିଲ୍ଲାକୁ ଛୁଇଁଲାଣି କୋଭିଡ୍। ଏହା ଭିତରେ କେବଳ ଗତକାଲି ଗୋଟିଏ ଦିନରେ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କୌଣସି ରୋଗୀ ଏବେ ଗୁରୁତର ନାହାନ୍ତି। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି !
ମାଡୁଛି କରୋନା। ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି ରୋଗ। ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି କୋଭିଡ୍। ଏ ଯାଏଁ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୧୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ତା ପଛକୁ ରହିଛି କଟକ ଜିଲ୍ଲା, ଯେଉଁଠି ୯ ଜଣ କୋଭିଡ୍ ପଜିଟିଭ୍ ବାହାରିଛନ୍ତି।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇସାରିଲେଣି।
ଗତକାଲି ପଶ୍ଚିମବଙ୍ଗରେ ୪୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ସତର୍କ କରାଇ ଦେଇଛି ଯେ, ପରିସ୍ଥିତି ଚିନ୍ତାଜନକ ହେଉଛି। ଦକ୍ଷିଣ-ପୂର୍ବ ଏସିଆ ଏବଂ ପୂର୍ବ ଭୂମଧ୍ୟସାଗରୀୟ କିଛି ସ୍ଥାନରେ ଭାଇରସ ଦୃତଗତିରେ ସଂକ୍ରମିତ କରୁଛି। ଆଉ ୭୩ ଟି ଦେଶରେ ଏହି ପରିସ୍ଥିତି ବିଶେଷ ଚିନ୍ତାଜନକ।
ଆଜି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪୦୨୬ରେ ପହଞ୍ଚିଛି । ୨୭୦୦ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।
ଆଜି ସୁଦ୍ଧା ସାରା ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩,୯୬୧କୁ ଛୁଇଁଛି । ଦିଲ୍ଲୀ, କେରଳ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଡଜନେ_ଛୁଇଁଲା_କୋଭିଡ୍ ଦେଶରେ ବ୍ୟାପିଲାଣି କରୋନା। ୩ ହଜାର ୭୫୦ ପାର୍ କଲାଣି କୋଭିଡ୍ ପଜିଟିଭ୍। ଓଡ଼ିଶାରେ ବି ଉପରମୁହାଁ କରୋନା ସଂକ୍ରମଣ। ୧୦ ଦିନରେ ରୋଗୀ ସଂଖ୍ୟା ଦୁଇ ଅଙ୍କ ଟପି ଆଜି ୧୨ରେ ପହଞ୍ଚିଛି। ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ମୃତ୍ୟୁ ଖବର ନେଇ ଅନୁସନ୍ଧାନ କରାଯାଉଛି।
ପୁଣି ହେବ କି ଲକ୍ଡାଉନ୍। ବଢ଼ିଲାଣି ଭୟ, ପଶିଲାଣି ଛନକା। କରାଳ ରୂପ ଧରି ମାଡ଼ିଲାଣି କରୋନା। ଚିନ୍ତା ବଢ଼ାଇଲାଣି ଭୂତାଣୁ। ଜଣଙ୍କ ପରେ ଜଣଙ୍କୁ କରିଲାଣି ଆଟାକ୍। ଆଖି ପିଛୁଳାକେ ବଢ଼ି ଚାଲିଛି ପଜିଟିଭ ସଂଖ୍ୟା। ଖାଲି ସେତିକି ନୁହେଁ ଜଣଙ୍କ ପରେ ଜଣଙ୍କ ମୁଣ୍ଡ ବି ନେଲାଣି ଭାଇରସ। ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି।
ରାଜ୍ୟରେ ଏବର୍ଷ ବଢୁଥିବା କରୋନା ସଂକ୍ରମଣ ଭିତରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚାକୁ ନେଇ ବଢ଼ିଛି ଚିନ୍ତା । କୁହାଯାଉଛି, ଭୁବନେଶ୍ବରରେ ସଂପୃକ୍ତ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଟ୍ୱିନସିଟିରେ ପଶିଲା କରୋନା । ଭୁବନେଶ୍ୱର ପରେ କଟକରେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ମିଳିଛି ।
ଓଡ଼ିଶାରେ ପୁଣି କରୋନା ଛନକା। ୭ ଦିନରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ। ରାଜଧାନୀ କରୋନା ହଟସ୍ପଟ। ସଂକ୍ରମଣ ନିୟନ୍ତ୍ରଣାଧୀନ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଶିଶୁ ଓ ବୟସ୍କ ସତର୍କ ରହିବାକୁ ଅପିଲ୍
ପୁଣି ଡରାଇଲାଣି କରୋନା । ରାଜ୍ୟରେ ମେଲାଇଲାଣି କାୟା । ୫ ଜଣଙ୍କୁ କଲାଣି ଆକ୍ରାନ୍ତ। ଭୁବନେଶ୍ବର ପାଲଟିଛି କୋଭିଡ୍ ହଟ୍ସ୍ପଟ୍ । ସପ୍ତାହକ ତଳେ ମେ’ ୨୧ରେ ରାଜ୍ୟରେ ଚିହ୍ନଟ ହୋଇଥିଲା ଚଳିତ ବର୍ଷର ପ୍ରଥମ କୋଭିଡ୍ ପଜିଟିଭ ।
ଚାହୁଁ ଚାହୁଁ ହଜାରେ ଟପିଲା ଦେଶର କୋଭିଡ୍ ଆକ୍ରାନ୍ତ ସଂଖ୍ୟା । ସପ୍ତାହେ ହେଲା ଦୈନିକ ଚିହ୍ନଟ ହେଉଛନ୍ତି ଶହେରୁ ଅଧିକ ଆକ୍ରାନ୍ତ । ଚଳିତ ସିଜିନରେ ୭ ଜଣଙ୍କ ଜୀବନ ବି ନେଲାଣି କରୋନା ।
ତାମିଲନାଡ଼ୁରେ ଚିହ୍ନଟ କୋଭିଡ ଆକ୍ରାନ୍ତଙ୍କ ନମୁନାରୁ NB.1.8.1 ସବଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରୁ ଚିହ୍ନଟ ୪ ଜଣଙ୍କ ନମୁନାରୁ LF.7 ସବଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଏହି ନୂତନ ସବ ଭାରିଆଣ୍ଟରେ jn-1 ଲିନିଏଜ ରହିଥିବା ବେଳେ ଏହା ପୂର୍ବାପେକ୍ଷା ସଂକ୍ରମଣ ଦେଢ ଗୁଣ ବୃଦ୍ଧି କରୁଛି।
ରାଜ୍ୟକୁ ଫେରିଲା କରୋନା ରାଜ୍ୟକୁ ଫେରିଲା କରୋନା । କେରଳ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଭଳି ୧୧ ରାଜ୍ୟରେ ପାଦ ଥାପି ସାରିଥିବା ଏହି ମହାମାରୀ ଏବେ ଓଡ଼ିଶା ପଶିଛି । ଗତକାଲି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଚଳିତ ବର୍ଷର ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ୍ । ଏପଟେ ସ୍ୱାସ୍ଥ୍ୟ ବିଭାଗ କହିଛି, କୋଭିଡକୁ ନେଇ ସଂପୂର୍ଣ୍ଣ ସଜାଗ ଅଛୁ । ନିୟନ୍ତ୍ରଣ ଭିତରେ ରହିଛି ପରିସ୍ଥିତି । ଭୟଭୀତ ହେବାର କୌଣସି କାରଣ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ନେଇ କୌଣସି ନୂଆ ନିର୍ଦ୍ଦେଶନାମା ଜାରି ହୋଇନାହିଁ।
କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୁବନେଶ୍ବରର ଜଣେ ୭୫ ବର୍ଷିୟ ବୟସ୍କ। ବହୁବିଧ ରୋଗରେ ଆକ୍ରାନ୍ତ ଏହି ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ହରିଦ୍ବାର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନ ବୁଲିବା ପରେ ଦିଲ୍ଲୀ ହୋଇ ଭୁବନେଶ୍ବର ଫେରିଥିଲେ। ଗତକାଲି କୋଭିଡ୍ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା।
ପୁଣି ଓଡିଶାକୁ ଫେରିଛି କରୋନା । ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ।
ପୁଣି ଡରେଇଲାଣି କରୋନା । ଭାରତକୁ ଫେରିଲା କୋଭିଡ୍ ଭୟ । 257 ନୂଆ ଆକ୍ରାନ୍ତ, 2 ମୃତ । ଚୀନ୍, ସିଙ୍ଗାପୁର ଓ ଥାଇଲାଣ୍ଡ ପରେ ଆମ ଦେଶରେ ବି ବାଜିଗଲାଣି କୋଭିଡ୍-19 ନୂଆ ଲହରର ଆଲାର୍ମ।
ପୁଣି ଡରେଇଲାଣି କରୋନା । ଭାରତକୁ ଫେରିଲା କୋଭିଡ୍ ଭୟ । 257 ନୂଆ ଆକ୍ରାନ୍ତ, 2 ମୃତ । ଚୀନ୍, ସିଙ୍ଗାପୁର ଓ ଥାଇଲାଣ୍ଡ ପରେ ଆମ ଦେଶରେ ବି ବାଜିଗଲାଣି କୋଭିଡ୍-19 ନୂଆ ଲହରର ଆଲାର୍ମ।
ରୂପ ବଦଳାଇ ପୁଣି ଥରେ ମାଡିଆସିଲାଣି କରୋନା। ଖାଲି ସେତିକି ନୁହେଁ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ଜୀବନ ବି ଗଲାଣି।