ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ । ଜିଲ୍ଲାରେ ନୂଆ ରୋଗୀଙ୍କ ସଂଖ୍ୟା କମିଛି। ହସ୍ପିଟାଲରୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ୩ଟି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଆସୁଛନ୍ତି ଓଡ଼ିଶା। ସ୍ଥିତି ସମୀକ୍ଷା ପାଇଁ ଯାଜପୁର ଜିଲ୍ଲା ଓ କେନ୍ଦୁଝର ଗସ୍ତ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ରଜରେ ରକ୍ତରେ ଭିଜିଲା ଘର । ଘରୋଇ କଳହ ପାଇଁ ଶାଶୁ ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । କଟକରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । କାଲି ପଡ଼ିଥାନ୍ତା ହାତଗଣ୍ଠି । ହେଲେ ବିବାହର ୨ ଦିନ ଆଗରୁ କନିଆ କିଡ୍ନାପ୍ । କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ ।
ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଆଜି ୫ ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ ହେବ । ମହାବିଷୁବ ସଂକ୍ରାନ୍ତିରେ ମା'ଙ୍କ ସୁନାବେଶ ଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦାଦାକୁ ମାରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତଳ କଇଁସାରି ଗାଁରୁ ସାମ୍ନାକୁ ଆସିଲା ଏପରି ଚାଞ୍ଚଲ୍ୟକର ଘଟଣା ।
ପରିବାର ଲୋକେ ଜାଣିବା ପରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏପରିକି ମୃତ୍ୟବରଣ କରିବା ଦିନ ମଧ୍ୟ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ଆସି ତାଙ୍କ ଘର ବାରଣ୍ଡାରେ ବସିବାରୁ ପଡ଼ୋଶୀ ମାନେ ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି କିସ୍ତି ପୈଠ କରିଥିବା କହିଛନ୍ତି।
ପ୍ରମିଳା ପରିଡାଙ୍କୁ ପୋଲିସ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ସରୋଜ ପଣ୍ଡା ଓ ଭୁବନ ମହନ୍ତଙ୍କୁ କାହିଁକି ଏଯାଏଁ ଗିରଫ କରିନି ପୋଲିସ ? ତେବେ ଜବ ସ୍କାମରେ ବଡ ରାକେଟ କାମ କରୁନି ତ ? ବର୍ଷ ବର୍ଷ ଧରି ଏହି ରାକେଟ କେତେ ନିରୀହ ଲୋକଙ୍କୁ ଚାକିରୀ ଦେବା ନାଁରେ ଠକେଇ କରିଛନ୍ତି ? ସେମାନଙ୍କ ପାଖରେ କେଉଁଝର ଟାଉନ ପୋଲିସ ପହଞ୍ଛି ପାରିବତ ?
ରମେଶ ମୁଣ୍ଡାଙ୍କର ଥିଲା ଖସଖୁସିର ପରିବାର। ସ୍ତ୍ରୀ ରଶ୍ମିତା ମୁଣ୍ଡା, ୧୦ବର୍ଷର ପୁଅ ସଞ୍ଜୟ ଓ ୬ବର୍ଷର ଝିଅକୁ ନେଇ ତୋଳିଥିଲେ ସ୍ୱପ୍ନର ଘର। ବେଶ୍ ଆନନ୍ଦରେ ନିଜ ପରିବାର ଚଳାଇ ନେଉଥିଲେ ରମେଶ। ହଠାତ୍ ସେହି ପରିବାର ଉପରେ ଯେପରି କାହାର ଲାଗିଗଲା ନଜର ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ଆଖି ତରାଟିଲା ଭଳି ଏ ତଥ୍ୟ ଏଇଥି ପାଇଁ ଶହେ ପ୍ରତିଶତ ଠିକ୍ । କାରଣ ଗ୍ରାଉଣ୍ଡ ଜିରୋରେ ହିଁ ଚିତ୍ର ଗୋଟି ଗୋଟି କରି ବୟାନ କରୁଛି ମହାଲୁଟର ବାସ୍ତବତା । ପାରିପାର୍ଶ୍ବିକ ଉନ୍ନତିର ଏଠି ଚିହ୍ନବର୍ଣ୍ଣ ନାହିଁ ।
ରାଜ୍ୟରେ ୮୧ଟି ମାମଲା ରୁଜୁ ହୋଇଥିବାବେଳେ ୧୧୭ଟି ଗାଡି ଜବତ କରି ୮୮ ଜଣଙ୍କୁ ଗିରଫ କରାଯାଇଛି । ଏବେ ବାଲି ମାଫିଆଙ୍କ ଛାତି ଧଡ଼ଧଡ଼ ହେଲାଣି । ସାଲେପୁରରେ ବାଲିଘାଟରେ ଚଢାଉବେଳେ ପୋଲିସକୁ ଦେଖି ନଦୀକୁ ଡେଇଁପଡ଼ିଥିଲା ଜଣେ ଚାଲାଣକାରୀ ।
ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ ବିଜେଡି ନେତା ରାଜା ଚକ୍ର । ଏଭଳି ସଂଗୀନ ଅଭିଯୋଗ ଆଣି ବିଜେଡିକୁ ଘେରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ।
ବେଆଇନ ଭାବେ ବିନା ଅନୁମତିରେ ଶହ ଶହ କୋଟି ଟଙ୍କାର ଧଳା ପଥର ଖୋଳି ଲୁଟ କରିଛନ୍ତି ରାଜା । ଏତେ ପରିମାଣର ପଥର ଖୋଳିଛନ୍ତି ଯେ ଆଖିକୁ ସମୁଦ୍ର ଭଳି ଦେଖା ଯାଉଛି ଏ ଖାଦାନ । ଆଖିରେ ନ ଦେଖିଲେ ବିଶ୍ବାସ କରିହେବନି ।
ଅନିୟମିତତା ନେଇ ସବୁବେଳେ ସ୍ୱର ଉଠୁଥିଲା । ସରକାର ବଦଳିବା ପରେ ତଦନ୍ତ ହେଉଛି । କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ହୋଇଆସୁଥିଲା। ତଦନ୍ତରୁ କିଛି ବାହାରିଲେ ଆମେ ଜାଣିବା ଯେ କିଛି ହୋଇଛି । ଏଭଳି କହିଛନ୍ତି ବଦ୍ରିନାରାୟଣ ପାତ୍ର । ଏଥିସହ କାହାର ନାଁ ନନେଇ ବଦ୍ରିନାରାୟଣ କହିଛନ୍ତି, ସେ କେତେ ମାତ୍ରାର ଦାୟୀ ଅନୁସନ୍ଧାନ କଲେ ଜଣାପଡିବ ।
OSSC ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ । ଫିଜିକାଲ ଟେଷ୍ଟ ଦେଉଥିବାବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା ।
ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ୍ ପଏଣ୍ଟରେ ରେଡ୍ ହେଉଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମର ଗୋପାଳପୁରରେ ମଧ୍ୟ ରେଡ୍ କରିଛନ୍ତି EOW ଏବଂ STF । ଗତକାଲି ବି ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ EOW । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରିଥିଲା EOW ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଥିଲେ। ସେ ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ଅଟୋନୋମସ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ପ୍ରକୃତି ହେଉଛି ହିନ୍ଦୁ ଧର୍ମର ଠାକୁର। ପ୍ରକୃତିର ସଦସ୍ୟମାନେ ଏହି ପୂଜା ପାଆନ୍ତି। ଆଜି ହେଉଛି ଅଗ୍ନି ପୂର୍ଣ୍ଣିମା, ପୂଜା ପାଆନ୍ତି ଅଗ୍ନି ଦେବତା। କିନ୍ତୁ କାହିଁକି ସେ ପୂଜା ପାଆନ୍ତି, ଏଥିପାଇଁ କଣ କରିବାକୁ ପଡ଼େ,ଏହା ପଛର ବୈଜ୍ଞାନିକ କାରଣ କଣ, ପଢ଼ନ୍ତୁ ସରୋଜିନୀ ଶଙ୍ଖୁଆଙ୍କର ଏହି ବିସ୍ତୃତ ପ୍ରବନ୍ଧ।
ଯୋରନ୍ଦାର ପ୍ରଧାନ ଆକର୍ଷଣ ହେଉଛି ଗାଦି ମନ୍ଦିର। ଗାଦି ମନ୍ଦିର ୬ ଏକର ଜାଗାରେ ଅବସ୍ଥିତ। ଏହାର ଉଚ୍ଚତା ୨୯ ମିଟର। ମହିମା ଧର୍ମର ପ୍ରବର୍ତ୍ତକ ‘ମହିମା ଗୋସାଇଁ’ଙ୍କ ତିରୋଧାନ ପରେ ଏହାର ନିର୍ମାଣ କରାଯାଇଥିଲା। ଆସନ୍ତୁ ଜାଣିବା ଜୋରନ୍ଦା ଗାଦି ଓ ମେଳା ସଂପର୍କରେ ସବିଶେଷ ତଥ୍ୟ।
କୁହାଯାଏ, ଏଇଠି ଶେଷ ହୋଇଥିଲା ମହାଭାରତ ଲେଖା, ଏଇଠି ମଧ୍ୟ ଘଟିଥିଲା ଏହି ମହାଯୁଦ୍ଧର ଶେଷ ଘଟଣା। ଜାଗାଟି ଏବେ ଅଛି ଆମରି ରାଜ୍ୟର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ନିକଟରେ। ପ୍ରତିବର୍ଷ ପରି ଆଜିଠାରୁ ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା।
ଛାତ୍ରୀ ଜଣକ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲେ। ଜାନୁଆରୀରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟ ଯିବେନି ବୋଲି ରୋକ୍ଠୋକ୍ ଭାବେ କହିଥିଲେ। ଘର ଲୋକେ ବିଦ୍ୟାଳୟ ଯିବା ପାଇଁ ଯେତେ କହିଲେ ମଧ୍ୟ ସେ ଯିବା ପାଇଁ ରାଜି ହୋଇନଥିଲେ।
ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା। ଭଲ ପାଠ ପଢ଼ୁଥିଲେ। ସେଥିପାଇଁ ତାଙ୍କ ନାଁ ଭୁବନେଶ୍ଵରରେ ଏକ ଘରୋଇ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କଲେଜରେ ଲେଖାଇଥିଲେ ପରିବାର ଲୋକ।
ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ସିଏମ୍।
ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୂଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।