ଯୋଗକୁ ଆହୁରି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ବାନ୍ଧକଳାରେ ଯୋଗକୁ ସ୍ଥାନିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ ।
ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ ।
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ସୁବର୍ଣ୍ଣପୁର ବିନିକା ଥାନା ଦାନିପାଲି ଛକରେ ଦୁର୍ଘଟଣା ପରେ କଲେଜ୍ ଛକରେ ବହୁ ସଂଖ୍ୟାରେ ସ୍ଥାନୀୟବାସିନ୍ଦା ରାସ୍ତାରୋକୋ କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ବ୍ଲକ ପଣ୍ଡକିଟାଲ-ନାଇକେନପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୋବିନ୍ଦ ସେଠ୍ ମୋଟ ୬୨୬ ଖଣ୍ଡ ଭୋଟ ଅଧିକ ପାଇ ନିଜର ପ୍ରତିଦ୍ୱନ୍ଦୀଙ୍କୁ ନିର୍ବାଚନରେ ହରାଇଛନ୍ତି ।
ସରପଞ୍ଚ ପ୍ରାର୍ଥୀଙ୍କ ବିଜୟରେ ଖୁସିରେ ତଳେ ଗଡ଼ିଲେ ସମର୍ଥକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତର ରଶ୍ମିତା ବାଗ ଭୋଟରେ ବିଜୟୀ ହୋଇଥିବାରୁ ତାଙ୍କ ସମର୍ଥକ ଭୁଇରେ ଗୁରୁଣ୍ଡି ଗୁରୁଣ୍ଡି ବୋବାଲ ମଚାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସ୍ୱାମୀ ପାଲଟିଲା ସଇତାନ୍ । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଇଁଲାଛାଟ ଗାଁରେ ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆଇଁଲାଛାଟ ଗାଁ ଶଙ୍କର ଦେହେରି ନାମଙ୍କ ବ୍ୟକ୍ତି ତାଙ୍କ ପତ୍ନୀ ମମତା ଦେହୁରୀଙ୍କୁ ଏଭଳି ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରାଯାଇଛି ।
ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ କରିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହିପରି ସଙ୍ଗୀନ ଅଭିଯୋଗ । ନିର୍ବାଚନ ପାଇଁ ପ୍ରଚାର କରୁଥିବା ସମୟରେ ଅପହରଣ ହୋଇଥିବାର ସୂଚନା ମିଳିଛି ।
ମଣ୍ଡିରେ ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।
ଦୁନିଆରେ ଏବେ ବି ଭଲ ମଣିଷ ଅଛନ୍ତି । ମାନବିକତା ଅଛି, ସହୃଦୟତା ବଞ୍ଚିଛି । ଲୋଭ ଆଉ ମୋହ ଛାଡ଼ି ଜଣେ କୁଲି ବସଷ୍ଟାଣ୍ଡରୁ ମିଳିଥିବା ମୂଲ୍ୟବାନ ଲାପଟପ ଫେରାଇ ଦେଇଛନ୍ତି ।
ଶିଶୁ ଅଦଳବଦଳକୁ ନେଇ ପୁଣି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏନେଇ ପରିବାର ଲୋକ ଦ୍ୱନ୍ଦ୍ୱରେ ଥିବାବେଳେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ ନାହାଁନ୍ତି ।
ପ୍ରକୃତି କୋଳରେ ରାଣୀଝୁଲା ପାହାଡ଼ । କୁଳୁକୁଳୁ ନାଦ କରି ପାହାଡ଼ ଶିଖରରୁ ବହି ଆସୁଛି ଝରଣା । ଚାରିଆଡେ ସବୁଜ ବନାନୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୂରା ପରିବେଶ ।
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଥିଲେ ।
ଆଜି ସକାଳେ ଜଣେ ଅଚିହ୍ନା ମହିଳା ଶିଶୁଟିକୁ ଧରିବା ବାହାନରେ, ତାକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଛି ।
ରାସ୍ତାରେ କଡ଼ରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଆଉ ସେଥିରୁ ପେଟ୍ରୋଲ ନିଗିଡ଼ି ତଳେ ଅଜାଡ଼ି ହୋଇଥିଲା । ଯାହାକୁ ଲୋକ ବୋହି ନେଇଛନ୍ତି ।
ଦିବ୍ୟାଙ୍ଗଙ୍କ ପାଇଁ ହେଉଛି ସ୍ୱତନ୍ତ୍ର ଯୋଜନା। ଏଣିକି ସେମାନେ ଆଉ କାହା ଉପରେ କରିବେ ନାହିଁ ନିର୍ଭର
ମା’ର ଆଖିକୁ ଦିଶୁନି, ବାପାଙ୍କ ଗୋଡ଼ ଅଚଳ । ଘର ପରିବାର କଥା ବୁଝିବେ କ’ଣ, ରଶିରେ ବନ୍ଧା ପଡ଼ିଛି ୨୦ ବର୍ଷିୟ ପୁଅ । ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ପଡ଼ି ରହିଛନ୍ତି ରାଜକୁମାର ।
ପୁଅ ନଥିବାରୁ ମା’ ମୃତ୍ୟୁ ପରେ ସମସ୍ତ ରୀତିନୀତି କରିବ ଅସହାୟ ଝିଅ । ପରମ୍ପରା ଅନୁସାରେ ବାପାମା’ଙ୍କ ଦାହ ସଂସ୍କାର କରନ୍ତି ପୁଅ । ମୁଖାଗ୍ନି ଦେବା, ଶବ ନେବା ଠାରୁ ଆରମ୍ଭ କରି ଓ ଶୁଦ୍ଧି କ୍ରିୟା ଉପରେ ପୁଅର ଅଧିକାର ଥାଏ
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ । ସମସ୍ତେ ଯିଏ ଯେଉଁଠି ଥିଲେ ବି ସମସ୍ତେ ଘରେ ପହଞ୍ଚି ସାରିଛନ୍ତି ପିଠା ମିଠା ସାଙ୍ଗକୁ ଘରେ ଘରେ କୁଣିଆଙ୍କ ଜମିିଛି ଭିଡ ।
ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ ।
ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ ।