ରାଜ୍ୟରେ ଥିବା ୨୨ ଟୋଲ୍ ଗେଟରେ ଏହା କାର୍ଯ୍ୟକାରୀ ହେବ। ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍ ଦଣ୍ଡ ମିଳିବ। ପୁନର୍ବାର ଉଲ୍ଲଙ୍ଘନ କଲେ ୪ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲ୍ ମିଳିବ। ଏପରିକି ଉଭୟ ଦଣ୍ଡରେ ଦଣ୍ଡିତ କରିବାର ମଧ୍ୟ ପ୍ରାବଧାନ ରହିଛି।
ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ଗଲା ପ୍ରାୟ ୪ ବର୍ଷ ଭିତରେ ରାଜ୍ୟରେ ଅନାଦେୟ ପଡ଼ିଥିବା ୧୨ ଶହ ୧୫ କୋଟି ଟଙ୍କା ଚାଲାଣ ବାବଦ ଅର୍ଥ ଆଦାୟ ପାଇଁ ୱାନ୍ ଟାଇମ୍ ସେଟଲମେଣ୍ଟ ବା OTSର ପରିକଳ୍ପନା କରୁଛନ୍ତି ସରକାର ।
ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ହେଲମେଟ, ସିଟ ବେଲ୍ଟ, ଟ୍ରିପଲ ରାଇଡିଂ, ହିଟ ଆଣ୍ଡ ରନ ଘଟାଉଥିବା ଗାଡି ଗୁଡିକୁ AI ଜରିଆରେ କ୍ୟାପଚର କରିବ କ୍ୟାମେରା।
ରଙ୍ଗରୁଟ୍ ସହ ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କ ଉପରେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ ।
ଟ୍ରାଫିକ ନିୟମ ଭାଙ୍ଗିବା ପରେ ଯେଉଁମାନେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ।
ମଦ ପିଇ ଗାଡି ଚଲାଇ ଧରାପଡ଼ିଲେ ଫାଇନ୍ ଗଣିବେ। ଖାଲି ଏତିକି ନୁହେଁ ମଦ ପିଇ ଗାଡ଼ି ଚଲାଇଲା ବେଳେ ଅନ୍ୟକୁ ଧକ୍କା ଦେଲେ ଲାଇସେନ୍ସ ରଦ୍ଦ ହେବ।
ନିୟମ କାନୁନ କିଛି ମାନୁନି ମୋ ବସ୍ । ପିପିଲି ବଜାର ଦେଇ ଯିବା ପରିବର୍ତ୍ତେ ବାଇପାସ୍ରେ ପଳାଉଛି ବସ୍ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ
ଡ୍ୟାନ୍ସିଂ ଷ୍ଟାଇଲରେ ଜଣେ ଯୁବତୀ ବିଚ୍ ରାସ୍ତାରେ ବାଇକ୍ ଚଲାଉଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।