ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି । ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି । ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା ।
ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ନାଁରେ ଠକେଇ ଅଭିଯୋଗ ଘଟଣାର ଆଜି ବ୍ରହ୍ମପୁର JMFC ରୁରାଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତକାଲି ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।
ଅସଜଡା ଦଳ ! ଅମାନିଆ ନେତା ! ବିପର୍ଯ୍ୟୟ ପରେ ଶୃଙ୍ଖଳାକୁ ଭୁଲି ଗଲେଣି କି ବିଜେଡ଼ି ନେତା ଓ କର୍ମୀ ? ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି ମହିଳା ନେତ୍ରୀ । ଗୁରୁବାର ଶଙ୍ଖ ଭବନରେ ଘଟିଥିବା ଏହି ଘଟଣା ବୟାନ କରୁଛି ଦଳରେ କିଭଳି ବିଶୃଙ୍ଖଳା ବଢିଛି ।
ବ୍ରହ୍ମପୁର ମହାନଗରରେ ମଶା ଦାଉରେ ଲୋକେ କାଲୁବାଲୁ । ସକାଳ ହେଉ କି ସଂଜ, ସବୁବେଳେ ମଶାଙ୍କ ଦାଉ । ଆଉ ଏଇ ମଶାଙ୍କ ସ୍ୱର୍ଗ ପାଲଟିଛି ସହରର ବିଭିନ୍ନ ନାଳ ।
ସରକାର ବଦଳିବା ପରେ ତ୍ବରାନ୍ବିତ ହେବ କି ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାମ? ନା ପିପିପି ମୋଡରେ ନିର୍ମାଣ ପାଇଁ କମ୍ପାନୀ ନମଳିବାରୁ ଶୀତଳଭଣ୍ଡାରକୁ ଚାଲିଯିବ ପ୍ରକଳ୍ପ?
ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍ଙ୍କୁ ଚିଠି ଲେଖିଛି NMC । NMC ପକ୍ଷରୁ ଚିଠି ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିନ୍ । ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି ।
୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍, ଖଲ୍ଲିକୋଟ ଥାନାରେ ଏତଲା । ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ସୂଚନା ।
ମା’ଙ୍କ ଚକ୍ଷୁଦାନ ସହ ହେଲା ପ୍ରାଣ ପ୍ରତିଷ୍ଠା । ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହାଷ୍ଟମୀ ।
ଗତ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରାଗିଂ ହୋଇଥିଲା । ପ୍ରଥମ ବର୍ଷ ଛାତ୍ରଙ୍କ ସହ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ର ରାଗିଂ କରିଥିଲେ ।
ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ନେଇ ୟୁଜିସିର ଆଣ୍ଟିରାଗିଂ ସେଲରେ ଅଭିଯୋଗ ହୋଇଥିଲା।
ଆଳୁ, ପିଆଜ ପରେ ଏବେ କନ୍ଦାଇଲାଣି ପରିବା । ଟମାଟୋ, ବିନ୍ସ ୧୦୦ ପାର୍ କରିଥିବା ବେଳେ ପ୍ରାୟ ପରିବା ଦର ୬୦ ଟଙ୍କା ଉପରେ।
ଭଙ୍ଗା ଦଦରା କ୍ୱାର୍ଟରରେ ପଡ଼ିଛନ୍ତି କର୍ମଚାରୀ । ନୂଆ ସରକାରଙ୍କୁ ସୂତାକଳ ଚଳାଇବାକୁ ନିବେଦନ ।
ବ୍ରହ୍ମପୁର ସହରରେ କାୟା ମେଲାଉଛି ନକଲି ସାମଗ୍ରୀ । ପ୍ରାୟ ସମୟରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ସାମଗ୍ରୀ । ଖାଦ୍ୟ ସାମଗ୍ରୀଠୁ ନେଇ ଗାଡିର ଇଂଜିନ ଅଏଲ ଯାଏ...ସବୁଠି ଲମ୍ବିଛି ନକଲି, ଅପମିଶ୍ରିତ ସାମଗ୍ରୀର ଚେର ।
ହଁ ଏମିିତି ଜଣେ ନିଆରା ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳରୀର ଫାଇନ୍ ଆର୍ଟ ଆଟିଷ୍ଟ ପ୍ରତାପ ବାଡ଼ତ୍ୟା । ନିକଟରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ନିଜର ଜାଦୁଗରି ଦ୍ୱାରା ମହାମହିମଙ୍କୁ ପ୍ରଭାବିତ କରିପାରେ ସଫଳ ହୋଇଛନ୍ତି ।
ମାମଲା ସହ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍ । ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ, ଖୋର୍ଦ୍ଧା- କଟକ ଓ ଗଞ୍ଜାମ ଜିଲ୍ଲାରେ ବେଶୀ ।
ରକ୍ତାକ୍ତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପୂରା ମାମଲାରେ ଏବେ ପୋଲିସ୍ ତଦନ୍ତ କରୁଛି ।
ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି ।
ଅମୂଲ ମୂଲ ରସୁଣ, ସପ୍ତାହକରେ ୨ଶହ ବଢି ପହଞ୍ଚିଲାଣି ୪ଶହରେ । ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ମହଙ୍ଗା ସ୍ଥିତି ସୂଚନା ।
ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।
ମୁକୁଳା ଡ୍ରେନ୍ ରେ ପଡ଼ି ଚାଲିଗଲା ୧୧ ବର୍ଷୀୟ ସାଇରାମର ଜୀବନ । ସାଇକେଲ ଚଳାଇ ଘରକୁ ଫେରୁଥିବାଳେ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନ୍ କୁ ଜାଣିନପାରି ଭାସି ଯାଇଥିଲା।
ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପସାରଣ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।
ପୂର୍ବରୁ ୪୩ କୋଟି ଟଙ୍କା ବ୍ୟୟରେ ଖଲ୍ଲିକୋଟ ବେଲଗୁଣ୍ଠା ରାସ୍ତା ଉନ୍ନତି କରଣ ନାମରେ ଏଠି କାର୍ଯ୍ୟ ମଧ୍ୟ ହୋଇଥିବା ବେଳେ ଗୋଟିଏ ସ୍ଥାନରେ କିଛି ବର୍ଷ ମଧ୍ୟରେ ବାରମ୍ବାର ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ l