• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Ganjam

Dog
Attack: ନୃଶଂସତାର ଟପିଲା ସୀମା; ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲା

ଗତକାଲି ଭୋର ୪ଟା ୧୮ ମିନିଟରେରେ ଏକ ସ୍କୁଟରରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ। ଏହି ସମୟରେ କଲୋନୀରେ ଥିବା ବୁଲା କୁକୁର ସେମାନଙ୍କୁ ଦେଖି ଭୋକିଥିଲେ। କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନଙ୍କ ମୁଣ୍ଡକୁ ବିଷ ଚଢ଼ିଯାଇଥିଲା।

Lightning Strike
Lightning Strike: କଲେଜ ଯିବାକୁ ସ୍ୱପ୍ନ ଦେଖୁଥିଲେ, ବଜ୍ରପାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ବଜ୍ରାଘାତରେ ଜଣେ ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ।

୪୩ ଲକ୍ଷ ଗାୟବ
Special Story: ପଞ୍ଚାୟତ ଆକାଉଣ୍ଟରୁ PEO ଉଠାଇନେଲେ ୪୩ ଲକ୍ଷ ଟଙ୍କା, ବେଟିଂ ଆପରେ ଖେଳି ଉଡାଇଦେଲେ

ବାବୁଙ୍କୁ ଘାରିଥିଲା ରାତାରାତି କୋଟିପତି ହେବା ସ୍ୱପ୍ନ । ସେଥିପାଇଁ ସେ କ୍ରିକେଟ ଓ ଅନ୍ୟାନ ବେଟିଂ ଆପରେ ପଇସା ଲଗାଉଥିଲେ । ତାଙ୍କୁ ପଇସାର ଭୂତ ଏମିତି ଘାରିଥିଲା ଯେ ସରକାରୀ ପଇସାରେ ମଧ୍ୟ ଜୁଆ ଖେଳିବାକୁ ପଛାଇ ନଥିଲେ ।

Accident
Road Accident: ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍

ପ୍ରଧାନ ଶିକ୍ଷକ ଆଜି ସକାଳେ ଏକ ବାଇକ୍ ଯୋଗେ ସ୍କୁଲ ଯାଉଥିଲେ ଦିଗପହଣ୍ଡି ଘୋଡ଼ାହାଡ଼ ମୁଖ୍ୟ ରାସ୍ତା କଇଠଖଣ୍ଡି ଛକ ନିକଟରେ ନୀଳକଣ୍ଠ ନାମକ ଏକ ଘରୋଇ ବସ୍‌ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଧାନଶିକ୍ଷକ ବାଇକରୁଛିଟିକି ତଳେ ପଡ଼ି ଯାଇଥିଲେ।

Road accident
Road Accident: ପିକଅପ୍ ଭ୍ୟାନ ସହ ଧକ୍କା ହେଲା ସ୍କୁଟି; ଜଣେ ମୃତ, ୨ ଗୁରୁତର

ପିକ୍‌ଅପ୍ ଭ୍ୟାନ୍ ସହ ଧକ୍କା ହେଲା ଦୁଇଟି ସ୍କୁଟି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି ଅଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳରେ ଦୁର୍ଘଟଣା ।

ବିଜୁଙ୍କ ପୈତୃକ ମାଟି ଅବହେଳିତ
Biju Jayanti: ଆଜି ବି ଅବହେଳିତ ବିଜୁବାବୁଙ୍କ ପୈତୃକ ମାଟି, ମନେ ପକାଉଛି ସେଇ ପୁରୁଣା ଦିନ

ବିଜୁଙ୍କ ନାଁରେ ବିଜୁ ଜନତା ଦଳ ଗଢି ଦୀର୍ଘ ବର୍ଷ ରାଜ୍ୟରେ ଶାସନ ଚଳାଇଲେ ପୁତ୍ର ନବୀନ ପଟ୍ଟନାୟକ, ହେଲେ ବିଜୁଙ୍କ ପୈତୃକ ଗ୍ରାମରେ ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ କିଛି କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଗୁହାରି କଲେ ମଧ୍ୟ ଶୁଣିଲେନି ନବୀନ । ବିଜୁଜନତା ଦଳ ତ କଲାନି,ବର୍ତ୍ତମାନର ସରକାର ଏଥି ପ୍ରତି ନଜର ଦିଅନ୍ତୁ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Road Problem
5 kg Rice Costs Rs 500: କେବେ ଦୂରହେବ ଦୁଃଖ? ୫ କିଲୋ ଚାଉଳ ପାଇଁ ଖର୍ଚ୍ଚ କରିବାକୁ ପଡୁଛି ୫୦୦ ଟଙ୍କା

ଧରାକୋଟ ବ୍ଲକ୍ ଅଞ୍ଚଳରେ ପାହାଡ଼ ଉପରେ ଥିବା ଉପାନ୍ତ ଗାଁ ଝିରିଝିରାରେ ୩୦ରୁ ଅଧିକ ପରିବାର ରୁହନ୍ତି । ହେଲେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମାନେ ରାସ୍ତା,ପାଣି ଓ ବିଜୁଳି ଭଳି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି ।

ପାହାଡ଼ ଚଢିଲେ ମିଳୁଛି ଚାଉଳ
Food For Thought: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?

ପଞ୍ଚାୟତଠାରୁ ବହୁ ଦୂରରେ ଅବସ୍ଥିତ ଏଇ ଗାଁ । ଏମାନେ ପାହାଡ ପର୍ବତର ପାଦଚଲା ରାସ୍ତାରେ ଚାଲିଚାଲି ଚାଉଳ ମିଳିବା ଦିନ ଭୋର ସକାଳୁ ବାହାରି ଆସି ପଞ୍ଚାୟତରେ ଦିନ ୧୧ ଟାରେ ପହଞ୍ଚନ୍ତି। ପଞ୍ଚାୟତରୁ ପୁଣି ଚାଉଳ ମୁଣ୍ଡରେ ଧରି ଚାଲି ଚାଲି ଗାଁରେ ପହଞ୍ଚିଲା ବେଳକୁ ଦିନ ସରି ରାତି ହୋଇଯାଉଛି।

 Migrant Workers
Migrant Workers: ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ; ଭୋକ, ଦୁଃଖରେ ସାତ ଦରିଆ ତେର ନଈ ସେପଟେ କାନ୍ଦୁଛି ଓଡ଼ିଆ

ଭଲ କାମରେ ନିଯୁକ୍ତି ଦେବାକୁ କହିନେଇଥିବା ଦଲାଲ ଅତି ନିମ୍ନ ମାନର କାମ କରିବାକୁ ବାଧ୍ୟ କରନ୍ତି । ଓମାନରୁ ୪ ମାସର ତିକ୍ତ ଅନୁଭୂତି ନେଇ ଭିଟାମାଟିକୁ ଫେରି ଆସିଥିବା କିଛି ଯୁବକଙ୍କ କଥା ଶୁଣିଲେ ଯେ କେହି ବି ଏମାନଙ୍କ ଦୁଃଖକୁ ସହଜରେ ବୁଝିପାରିବ । ଏମାନେ ସିନା ଫେରି ଆସିଛନ୍ତି । କିନ୍ତୁ, ସେମାନେ କହିଛନ୍ତି ଏବେ ବି ଓଡ଼ିଶା ସମେତ ଆନ୍ଧ୍ରର ଅନେକ ଯୁବକ ସେଠାରେ ଫସି ରହିଛନ୍ତି ।

Olive Ridley Turtle
Olive Ridley Turtle: ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ରେକର୍ଡ କଲେ ବିଦେଶୀ ଅତିଥି ଅଲିଭ୍ ରିଡଲେ

ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଏହି କଇଁଛଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏଥର ସକାଳୁ ରାତି ଯାଏ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ସେଥିପାଇଁ ଚଳିତ ଥର ରେକର୍ଡ କରିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ ।

Snake Bite
Snake Bite : ବଞ୍ଚିଥିବା ବେଳେ ଚିକିତ୍ସା କଲେ ନାହିଁ; ମୃତ୍ୟୁ ପରେ ମିଳୁନି ଅନୁକମ୍ପା ଅର୍ଥ

ପ୍ରବୀଣଙ୍କ ମୃତ୍ୟୁ ଘଟିବାର ୬ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅନୁକମ୍ପା ଅର୍ଥ ରାଶି ପାଇଁ ପ୍ରବୀଣଙ୍କ ପରିବାର ବାରଦୁଆର ଶୁଣ୍ଢୀ ପିଣ୍ଡା ହେଉଛନ୍ତି । ମୃତ ପ୍ରବୀଣଙ୍କ ଘର ଗଞ୍ଜାମ ଜିଲ୍ଲାରେ । କିନ୍ତୁ ତାଙ୍କୁ ସାପ କାମୁଡିଥିଲା ଖୋର୍ଦ୍ଧା ଜିଲ୍ଲାରେ । ପ୍ରଶାସନ ଏତେ ସଜାଗ ଯେ, ତାଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ।

ନିଆଁ ଲଗାଇଲେ ଠେଙ୍ଗା ପାହାର
Special Story: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ମହିଳା, ହାତରେ ଠେଙ୍ଗା ଧରି ଦେଉଛନ୍ତି ସୁରକ୍ଷା

ଦିନଥିଲା ଏଠାରେ ପଥୁରିଆ ଜମି ରହିଥିଲା । ହେଲେ ଏହି ଗାଁର ମହିଳାମାନେ ସେଠାରେ ବୃକ୍ଷ ରୋପଣ କରିଛନ୍ତି । ଆଉ ପାଳି କରି ଜଙ୍ଗଲର ଦାୟିତ୍ୱ ଓ ଯତ୍ନ ନେଇ ଆସୁଛନ୍ତି ।

Forest Safety
Women Protecting Forests: ଜଙ୍ଗଲକୁ ଘଣ୍ଟ ଘୋଡ଼ାଇଛି ମାଆର ପଣତ କାନି

ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା ଆଜି ତାହା ସମସ୍ତଙ୍କୁ ଆକର୍ଷିତ ଏବଂ ଆଚମ୍ବିତ କରୁଛି । ୨୨ ବର୍ଷ ତଳେ ଟାଙ୍ଗରା ଭୂଇଁ ପଡ଼ିଥିବା ଏ ଇଲାକା ଏହି ମହିଳାମାନଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।

ମିଠା ହେବ ସମୁଦ୍ର ପାଣି
Special Story: ମିଠା ହୋଇଯିବ ସମୁଦ୍ର ପାଣି, ପାଇପ ଯୋଗେ ଘରକୁ କରାଯିବ ସପ୍ଲାଏ

ସମୁଦ୍ର ପାଣିକୁ ମଧୁର ଜଳରେ ପରିଣତ କରି ଦୈନିକ ୧.୫ ଏମଏଲଡି ପାଣି ଆର୍ଯ୍ୟପଲି ଏବଂ ମାଟିଖାଲକୁ ଛଡାଯିବ । ଯାହାଦ୍ୱାରା ପ୍ରାୟ ୨୦୦୦ ପରିବାରର ଜଳକଷ୍ଟ ଦୂର ହୋଇପାରିବ ।

Water
Water crisis in Ganjam: ଲୁଣିଆ ପାଣିରୁ ମିଳିବ ମୁକ୍ତି, ଘରକୁ ଆସିବ ମିଠା ପାଣି

ସମୁଦ୍ରର ଲୁଣି ପାଣିକୁ ଟ୍ରିଟ୍‌ମେଣ୍ଟ କରି ଗଞ୍ଜାମ ଜିଲ୍ଲାର ଦୁଇ ସମୁଦ୍ର କୁଳିଆ ଗାଁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ଯୋଗାଣ ହେବ ମଧୁର ଜଳ। ଦୂର ହେବ ବର୍ଷ ବର୍ଷର ଲୁଣି ପାଣି ସମସ୍ୟା। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗେଇ ଆସିଛନ୍ତି ଇଣ୍ଡିଆନ୍‌ ରେର୍‌ ଆର୍ଥ ଲିମିଟେଡ୍ (IRE) ଓ ରାଜ୍ୟ ସରକାର।

NH-16
ଜାତୀୟ ରାଜପଥ ନଂ ୧୬ ପାଲଟିଛି ମରଣଯନ୍ତା ?

ଗଞ୍ଜାମ ଦେଇ ଯାଇଛି ୧୬ ନମ୍ୱର ଜାତୀୟ ରାଜପଥ। ଏହି ଜାତୀୟ ରାଜପଥର ଉଭୟ କଡ଼ରେ ରହିଛି ଅନେକ ଗାଁ। ତା’ସହ ବଡ଼ ବଡ଼ ମାର୍କେଟ, ବସଷ୍ଟାଣ୍ଡ ଥିବାରୁ ଲୋକେ ଏହା ଉପରେ ନିର୍ଭରଶୀଳ।

Ganjam
Minister Fulfills Promise: କଥା ଦେଇ କଥା ରଖିଲେ ମନ୍ତ୍ରୀ, ଲୋକଙ୍କୁ ନେଲେ ପ୍ରୟାଗରାଜ

ବହୁ ରାଜନେତା ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ଭୁଲିଯାଆନ୍ତି । ଥରେ କ୍ଷମତାକୁ ଆସିଲେ ଲୋକଙ୍କ କଥା ଆଉ ମନେ ପଡେନି । ଗତ ନିର୍ବାଚନ ସମୟରେ ଗୋପାଳପୁର ବିଧାୟକ ଲୋକଙ୍କୁ କଥା ଦେଇଥିଲେ ରାଜ୍ୟ ବାହାରକୁ ବୁଲାଇ ନେବେ । ନିର୍ବାଚନ ଜିତି ମନ୍ତ୍ରୀ ହେଲେ । ଏବେ ତାଙ୍କ ଅଞ୍ଚଳର ଲୋକଙ୍କୁ ନେଉଛନ୍ତି ମହାକୁମ୍ଭକୁ ।

Crime
Boyfriend Get Life Imprisonment: ପ୍ରେମ ଓ ଛଳନାରୁ ଯେବେ ଜନ୍ମ ନିଏ ବିବାହ, ପରିଣତି ହୁଏ ଏମିତି...

ଅଭିଯୋଗ ଅନୁସାରେ ବିବାହର ବାହାନା କରି ସଙ୍ଗୀତାଙ୍କୁ ନେଇ ହତ୍ୟା କରିଥିଲ ମିଥୁନ୍‌। ଆଉ ତାଙ୍କଠାରୁ ସବୁ ସୁନା ଅଳଙ୍କାର ଲୁଟି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମିଥୁନ୍‌କୁ ଗିରଫ କରିଥିଲା। ତା’ଠାରୁ ଲୁଟ୍‌ ହୋଇଥିବା ସଙ୍ଗୀତାଙ୍କ ସମସ୍ତ ସାମଗ୍ରୀ ଜବତ କରିଥିଲା।

Murder
Murder: ଏଥର ମୋ ହାତରେ କିଏ ବାନ୍ଧିବ ଲୋ ରାକ୍ଷୀ; ଫେରିଆ ଲୋ ମୋ ସୁନା ଭଉଣୀ

ଭାଗ୍ୟଶାଳୀଙ୍କୁ ବିବାହ କରିଥିଲେ କିନ୍ତୁ ଭାଗ୍ୟବତୀ ହୋଇପାରିଲେନି ଆରତି । ଆରତି ୬ ବର୍ଷ ତଳେ ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠିରେ ଭାଗ୍ୟଶାଳୀ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା ଆରତିଙ୍କ ସଂସାର। କିନ୍ତୁ...

New Heritage Village
New Heritage Village: ମିଳିବ ହେରିଟେଜ୍ ଭିଲେଜର ମାନ୍ୟତା, ଗାଁ ଲୋକଙ୍କ ଖୁସି କହିଲେ ନସରେ

ଗଞ୍ଜାମ ଜିଲ୍ଲାର ଏଇ ଗାଁ ହେବାକୁ ଯାଉଛି ହେରିଟେଜ ଭିଲେଜ ବା ଐତିହ୍ୟ ଗାଁ । ଏହି ଗାଁକୁ ମିଳିବ ନୂଆ ପରିଚୟ । ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହେବେ ପିତ୍ତଳ କାମକୁ କୌଳିକ ବୃତ୍ତି କରି ଚଳୁଥିବା ଗ୍ରାମବାସୀ ।

sanjay das burma
Ganjam BJD Tension: ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ସଂଜୟ ଦାସବର୍ମା

ଗତ ସାଧାରଣ ନିର୍ବାଚନରେ କେବଳ ହିଞ୍ଜିଳି ଛାଡ଼ି ଅନ୍ୟ ସବୁଠି ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଯେଉଁଥିପାଇଁ ବିଜେଡି ଭିତରେ ମତଭେଟ୍‌ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କର୍ମୀମାନେ ପରସ୍ପର ବିରୋଧରେ ବିଷ ଓଗାଳୁ ଥିଲେ।

ଛଦ୍ମବେଶରେ ଗଲେ ଜିଲ୍ଲାପାଳ
Paddy Procurement: କେବେ ବନ୍ଦ ହେବ କଟନି-ଛଟନି ? ୪ ରୁ ୯ କେଜି ଯାଏଁ ଧାନ କାଟୁଛନ୍ତି ମିଲର୍

ଉପକୂଳରେ ଉତ୍କଟ ହୋଇଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡ଼ିଛି, ଆସୁନାହାନ୍ତି ମିଲର ତ କେଉଁଠି ଅଧିକ କଟନୀ ଛଟଣୀ ପାଇଁ ଚାଷୀଙ୍କୁ ଧମକ । ଚାଷୀ ବେଶରେ ମଣ୍ଡି ବୁଲି କଟଣୀ ଛଟଣୀର ସ୍ଥିତି ପରଖିଲେ ଜିଲ୍ଲାପାଳ ।

Struggle Of Adi Nayak
Struggle Of Adi Nayak: ପାପୁଲି ନାହିଁ, କିନ୍ତୁ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି ଆଦି ନାୟକ; କେବେ ମିଳିବ ସରକାରୀ ସହାୟତା?

ନିଜର ପୁଞ୍ଜି ବୋଲି କିଛି ନାହିଁ । କେବଳ ମିଳୁଛି ଭିନ୍ନକ୍ଷମ ଭତ୍ତା । ତାହା ପୁଣି ମାତ୍ର ବାର ଶହ ଟଙ୍କା । ଏଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ତେଣୁ ଯେତେ କଷ୍ଟ ହେଲେବି ଆଦି ଏବେ ଅନ୍ୟମାନଙ୍କ ଭଳି ଭାଗ୍ୟ ଏବଂ ପରିସ୍ଥିତିକୁ ଦୋଷ ନଦେଇ କଠିନରୁ କଠିନ ପରିଶ୍ରମ କରିବା ଜାରି ରଖିଛନ୍ତି ।

Old Coins Collection
Unique Ancient Coins: ପୁରୁଣା ମୁଦ୍ରା ସଂଗ୍ରହ ନିଶା ପାଇଁ ଚର୍ଚ୍ଚାରେ ଗଞ୍ଜାମର ଏ. ବ୍ରହ୍ମାନନ୍ଦ ଆଚାରୀ

ବନ୍ଦ ହୋଇସାରିଥିବା ବହୁ ମୁଦ୍ରା ସହ ବହୁ ବିଦେଶୀ ମୁଦ୍ରା ସଂଗ୍ରହ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ଦେଶି ବେହେରା ସାହିର ଏ. ବ୍ରହ୍ମାନନ୍ଦ ଆଚାରୀ । ଶୁନ ପଇସା, ହନୁମାନ ପଇସା, ଏକ ପଇସା, ଦୁଇ ପଇସା, ପାଞ୍ଚ ପଇସା ଭଳି ବିଭିନ୍ନ ପ୍ରକାରର ମୁଦ୍ରା ଦିନେ ଦେଶରେ ବହୁଳ ପ୍ରଚଳିତ ଥିଲା । ସାମଗ୍ରୀ କିଣା ବିକା ସମୟରେ ଏହି କଏନ ଲୋକେ ବ୍ୟବହାର କରୁଥିଲେ ।

Ganjam
Ganjam Kidnap Case: କାହିଁକି କରିଥିଲେ ଅପହରଣ? କ’ଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ?

ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି।