ଶେଷରେ ସରକାରୀ କଳର ନିଦ ଭାଙ୍ଗିଲା। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ବାରମ୍ବାର ଖବର ପ୍ରସାରଣ ପରେ, ସେମାନଙ୍କ ପାଇଁ ତୁରନ୍ତ ଅସ୍ଥାୟୀ ସେଡ୍ ତିଆରି କରି ରଖାଯିବ ବୋଲି କହିଛନ୍ତି ହସ୍ପିଟାଲ୍ ନିର୍ଦ୍ଦେଶକ।
ଏଲୋନ୍ ମସ୍କ ଦାବି କରିଛନ୍ତି ତାଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ମାନବ ମସ୍ତିଷ୍କରେ ଚିପ୍ ଲଗାଇବାକୁ ପ୍ରସ୍ତୁତ ଅଟେ ।
୪୦ଫୁଟର ଜିରାଫ, ୬୦ଫୁଟର ଗିଟାର ସାଙ୍ଗକୁ ଆଇରନ୍ ମ୍ୟାନ୍, ପ୍ରିଡେଟର ଭଳି ବହୁ ପ୍ରତିକୃତି । ଆଇଟିଆଇ କଲେଜ୍ ପରିସରରୁ ବାହାରୁଥିବା ତଥା ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ସ୍କ୍ରାପ୍ ଜିନିଷରୁ ଯେଭଳିକି ଆଇରନ୍ ରଡ, ଟିଣ ଚଦର, ଗାଡ଼ିର ସ୍କ୍ରାପରୁ ପ୍ରତିକୃତି ତିଆରି କରାଯାଉଛି ।
ପରମାଣୁ ବୋମା ସୃଷ୍ଟି ବିନାଶର କାରଣ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି କିଏ କହେ ପୃଥିବୀକୁ ରକ୍ଷା କରିବାକୁ ହେଲେ ପରମାଣୁ ବୋମା ବିସ୍ଫୋରଣ କରିବା ଆବଶ୍ୟକ ହୋଇପାରେ, ଏହାକୁ ବିଶ୍ୱାସ କରିବା ଅସମ୍ଭବ। କିନ୍ତୁ ଏହା ସତ। ଭବିଷ୍ୟତରେ ପୃଥିବୀକୁ ବିନାଶରୁ ରକ୍ଷା କରିବା ପାଇଁ ଆମକୁ ପରମାଣୁ ବୋମା ବିସ୍ଫୋରଣ କରିବାର ବିକଳ୍ପ ଗ୍ରହଣ କରିବାକୁ ପଡିବ ବୋଲି ଆମେରିକାର ଲରେନ୍ସ ଲିଭର୍ମୋର ନ୍ୟାସ୍ନାଲ୍ ଲାବୋରେଟୋରୀର ପୂର୍ବତନ ଗବେଷକ ପାଟ୍ରିକ୍ କିଙ୍ଗ ମତ ଦେଇଛନ୍ତି।
ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର । ସେ ବିନା ବିଦ୍ୟୁତରେ ଚାଲିପାରୁ ଥିବା ଓ୍ୱାସିଂ ମେସିନ୍ ତିଆରି କରିଛନ୍ତି । କେବଳ ସାଇକେଲ ପ୍ୟାଡେଲ ମାରିଲେ କାର୍ଯ୍ୟକ୍ଷମ ହେବ ଓ୍ୱାସିଂ ମେସିନ୍ । ଏଭଳି ଓ୍ୱାସିଂ ମେସିନରେ ଲୁଗା ସଫା କଲେ ଶରୀର ମଧ୍ୟ ସୁସ୍ଥ ରହିବ । କାରଣ ସାଇକେଲ ପ୍ୟାଡଲ ମାରିଲା ବେଳେ ଶାରିରୀକ ପରିଶ୍ରମ ହେଉଥିବାରୁ ଶରୀର ମଧ୍ୟ ସୁସ୍ଥ ରହିବ ।
ଜଳବାୟୁ ପରିବର୍ତ୍ତନ ପୃଥିବୀରେ ଅନେକ ପରିବର୍ତ୍ତନ ଆଣିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଏହାର ଚମକତା ହ୍ରାସ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୂର୍ବ ତୁଳନାରେ ପୃଥିବୀର ଚମକତା ହ୍ରାସ ପାଇଛି। ବର୍ତ୍ତମାନ ଆମ ପୃଥିବୀ କୋଡ଼ିଏ ବର୍ଷ ପୂର୍ବ ତୁଳନାରେ ବର୍ଗ ମିଟର ପ୍ରତି ଅଧା ୱାଟ କମ୍ ଆଲୋକ ପ୍ରତିଫଳିତ କରୁଛି। ଏହା ଫଳରେ ବିଶ୍ୱ ତାପମାତ୍ରାରେ ବୃଦ୍ଧି ପାଉଛି। ମହାସାଗରର ଉଷ୍ମ ଜଳ ଯୋଗୁଁ ଏଭଳି ହେଉଥିବା ଏହି ଅଧ୍ୟୟନରେ କୁହାଯାଇଛି।
ପୃଥିବୀ ପରି ମଙ୍ଗଳରେ ବି ଆସିଛି ଭୂକମ୍ପ। ନାସାର ଇନ୍ସାଇଟ୍ ଲ୍ୟାଣ୍ଡର ଏହି ସୂଚନା ଦେଇଛି। ସୂଚନା ମୁତାବକ ମଙ୍ଗଳ ପୃଷ୍ଠରେ ଥିବା ଇନ୍ସାଇଟ୍ ଲ୍ୟାଣ୍ଡର ଏହାର ନିମ୍ନରେ ଘଡଘଡି ଭଳି କିଛି ଶବ୍ଦ ଶୁଣିବାକୁ ପାଇଥିଲା। ମଙ୍ଗଳରେ ହୋଇଥିବା ଭୂକମ୍ପ ଭିତରୁ ଏହା ସବୁଠାରୁ ବଡ ଓ ଦୀର୍ଘ ସମୟ ଧରି ହୋଇଥିବା ନାସା କହିଛି। ଏହାର ତୀବ୍ରତା ୪.୨ ବୋଲି ମପାଯାଇଛି।
ଦୁନିଆର ସବୁଠୁ SMALLEST FUNCTIONAL REFRIGERATOR ତିଆରି କରିବାରେ କମଲଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରିଥିଲେ ତାଙ୍କ ସାନଭାଇ। ନିର୍ମାଣ ବେଳର ଭିଡିଓ ରେକର୍ଡିଂ କରିବାଠାରୁ ଆରମ୍ଭ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ଅପଲୋଡ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ସେ ଯୋଗାଇ ଦେଇଥିଲେ। କମଲଙ୍କ ନୂଆ ଉଦ୍ଧାବନକୁ ନେଇ ବେଶ ଖୁସି ପରିବାର ଲୋକେ।
ଦୁଇବନ୍ଧୁ ଚାଷୀଙ୍କ ଦୁଃଖ ବୁଝି ନୂଆ ଯନ୍ତ୍ର ତିଆରି କରିଛନ୍ତି । ବରଗଡରେ ପ୍ରଥମ ଥର ପରସ୍ପର ଭିତରେ ଦେଖାସାକ୍ଷାତ ହୋଇଥିଲା । ଆଉ ଉଭୟଙ୍କ ପାଖରେ ଥିବା ପ୍ରଯୁକ୍ତି ଓ କୃଷି ସମ୍ପର୍କୀତ ଜ୍ଞାନକୁ ଉପଯୋଗ କରି ଚାଷୀ ତଥା ଲୋକଙ୍କ ଜୀବନଶୈଳୀ କିଭଳି ପରିବର୍ତ୍ତନ ଅଣାଯାଇ ପାରିବ ସେ ଦିଗରେ ଆଳୋଚନା କରିଥିଲେ ।
ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର ପାଇଁ ‘ସ୍ପେଶ ଟୁରିଜିମ୍’ ରେ ସାଧାରଣ ଲୋକଙ୍କୁ ମହାକାଶ ପଠାଯିବାର ଯୋଜନା ଆରମ୍ଭ ହୋଇଛି।
ମହାନଦୀ ପଠା ଉପରେ ଉଡ଼ୁଛି କୁନି ଉଡ଼ାଜାହଜ । ଲଗାମ ଧରିଛି କୁନି ବୈଜ୍ଞାନିକ ଆଦିତ୍ୟ ମହାରଣା । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର ୧୪ ବର୍ଷିୟ ଏରୋପ୍ଲେନ ବୟ
ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ ।
ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦାବି କରିଛି ଯେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍, ଅର୍ଥାତ୍ ମହାକାଶରେ ଥିବା ମହାକାଶଚାରୀଙ୍କ ଘର ବା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଗୁରୁବାର (ଜୁଲାଇ ୨୯) ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କ ନିୟନ୍ତ୍ରଣ ବାହାରେ ରହିଥିଲା। ଋଷର ମଡ୍ୟୁଲ୍ ବ୍ୟାକ୍ଫାୟାର୍ କରିଦେଲା। ତେବେ ନାସାର କଣ୍ଟ୍ରୋଲ୍ ରୁମ୍ରେ ଉପସ୍ଥିତ ଥିବା ଟିମ୍ କଣ୍ଟ୍ରୋଲ୍ ଥ୍ରଷ୍ଟର ସାହାଯ୍ୟରେ ସ୍ପେସ୍ ଷ୍ଟେସନ୍କୁ ନିଜ କକ୍ଷପଥକୁ ଆଣିଦେବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି।
ପୃଥିବୀ ବାହାରେ ଜୀବନ ଖୋଜୁଥିବା ଆମ ବୈଜ୍ଞାନିମାନଙ୍କର କିଛି ଗ୍ରହର ଚନ୍ଦ୍ରରୁ ଅନେକ ଆଶା ରହିଛି। ଏଥି ମଧ୍ୟରେ ବୃହସ୍ପତିର ଚନ୍ଦ୍ର ଗେନିମିଡ୍ ମଧ୍ୟ ରହିଛି। ଏମିତିରେ ତ ଗେନିମିଡ୍ରେ ଜମାଟ ବରଫ ପୂର୍ବରୁ ଖୋଜ୍ ହୋଇସାରିଛି। ତେବେ ପ୍ରଥମ ଥର ପାଇଁ ଆମର ବୈଜ୍ଞାନିକମାନେ ଗେନିମିଡ୍ ଉପରେ ଜଳୀୟ ବାଷ୍ପର ପ୍ରମାଣ ପାଇଛନ୍ତି।
ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ନାସାର ଇନ୍ସାଇଟ୍ ମିଶନର ସେସମୋମିଟର ଦ୍ୱାରା ଚିହ୍ନଟ ହୋଇଥିବା ମଙ୍ଗଳର ଭୂକମ୍ପକୁ ଅଧ୍ୟୟନ କରି ଏହି ଗ୍ରହର ଆଭ୍ୟନ୍ତରୀଣ ଗଠନ ବିଷୟରେ ବିସ୍ତୃତ ଭାବରେ ଅନୁସନ୍ଧାନ କରିଛି। ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ରେଡ୍ ପ୍ଲାନେଟ୍ର ମୂଳର ଆକାର ଏବଂ ରଚନା, ଏହାର ଭୂତଳ ଏବଂ ମେଣ୍ଟାଲ ବିଷୟରେ ସୂଚନା ବାହାର କରିଛନ୍ତି।
ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ।
ଦୁନିଆର ଅନେକ ଲୋକ ମହାକାଶକୁ ଯାତ୍ରା କରିବାକୁ ଚାହାଁନ୍ତି। କିନ୍ତୁ ଅନେକ ଲୋକ ଏହାକୁ ବିରୋଧ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱର ଜଳବାୟୁକୁ ରକ୍ଷା କରିବା ପାଇଁ କରାଯାଉଥିବା ପ୍ରୟାସ କ୍ଷତିକାରକ ବୋଲି ସେମାନେ ବିଶ୍ୱାସ କରନ୍ତି।
ବୈଜ୍ଞାନିକମାନେ ଦୁଇଟି ତାରାର ବାଇନାରୀ ସିଷ୍ଟମ ଆବିଷ୍କାର କରିଛନ୍ତି ଯାହା ସୁପରନୋଭା ତିଆରି କରିବାକୁ ଯାଉଛି। ଉଭୟ ତାରା ପରସ୍ପରଠାରୁ ୧୫୦୦ ଆଲୋକ ବର୍ଷ ଦୂରରେ ରହି ପରସ୍ପରକୁ ଘୂରି ବୁଲୁଛନ୍ତି।
ବିଗତ ଅନେକ ବର୍ଷ ଧରି, ହବଲ୍ ବ୍ରହ୍ମାଣ୍ଡର ଅନେକ ଚମତ୍କାର ଏବଂ ସୁନ୍ଦର ଫଟୋ ଦେଇଛନ୍ତି। କିନ୍ତୁ ଜୁନ୍ ୧୩ ରେ, ଏହି ଟେଲିସ୍କୋପ୍ ସହିତ ଏକ ସମସ୍ୟା ହୋଇଥିଲା। ବର୍ତ୍ତମାନ ନାସା କମ୍ପ୍ୟୁଟର ତ୍ରୁଟି ବିଷୟରେ ଜାଣିବାକୁ ପାଇଛି ଯେଉଁଥିପାଇଁ ହଲବ ଟେଲିସ୍କୋପ ବନ୍ଦ ହୋଇଯାଇଥିଲା।
ଭର୍ଜିନ୍ ଏୟାରଲାଇନ୍ସର ମାଲିକ ରିଚାର୍ଡ ବ୍ରେନ୍ସନ୍ଙ୍କ କମ୍ପାନୀ ପ୍ରଥମ ଏଭଳି କମ୍ପାନୀ ହୋଇପାରିଛି ଯାହାର ସ୍ପେସଶିପ୍ ତାଙ୍କ ସହିତ ମହାକାଶର ପ୍ରଥମ ବ୍ୟବସାୟିକ ଉଡ଼ାଣ କରିଛି। ଏହା ପରେ ମହାକାଶ ପର୍ଯ୍ୟଟନର ଏକ ନୂତନ ଯୁଗ ଆସିବା ନିଶ୍ଚିତ ହୋଇଯାଇଛି।
ନିକଟରେ ହୋଇଥିବା ଏକ ଅଧ୍ୟୟନରେ ମସ୍ତିଷ୍କର ଏପରି ଏକ ସ୍ୱତନ୍ତ୍ର ସର୍କିଟ ଚିହ୍ନଟ ହୋଇଛି ଯାହା ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଦାୟୀ ଅଟେ।
ଲୋହିତ ଗ୍ରହ ମଙ୍ଗଳରେ ଆମର ବୈଜ୍ଞାନିକମାନେ କେବଳ ଜୀବନ ଖୋଜୁ ନାହାଁନ୍ତି, ସେମାନେ ମଧ୍ୟ ସମ୍ଭାବ୍ୟ ଅନୁସନ୍ଧାନ କରୁଛନ୍ତି ଯାହା ଜୀବନକୁ ସୁସଙ୍ଗତ କରିପାରିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ହେଉଛି ମଙ୍ଗଳରେ ଜଳର ଉପସ୍ଥିତି। ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇଛି ଯେ…
ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ୱଳ ପିଣ୍ଡ କ୍ୱିଜାର ଆମ ବୈଜ୍ଞାନିକମାନଙ୍କ ପାଇଁ ବହୁତ କୌତୁହଳର ବିଷୟ। ସାଧାରଣତ ଗାଲାକ୍ସିର ମଧ୍ୟଭାଗରେ ଦେଖାଯଉଥିବା ଏହି ପିଣ୍ଡଗୁଡ଼ିକ ବ୍ଲାକହୋଲରୁ ଶକ୍ତି ପାଇଥାଏ। ସେମାନଙ୍କର ଓଜନ ଆମ ସୂର୍ଯ୍ୟଙ୍କ ଓଜନଠାରୁ ଏକ ବିଲିୟନ ଗୁଣ ପର୍ଯ୍ୟନ୍ତ ହୋଇଥାଏ।…
ନୂଆଦିଲ୍ଲୀ : ପୃଥିବୀଠାରୁ ୧୩.୧ ବିଲିୟନ ଆଲୋକବର୍ଷ ଦୂରରେ ଥିବା ବ୍ଲାକ୍ ହୋଲ୍ରେ ଏକ ଝଡ ଉଠୁଥିବା ଦେଖାଯାଉଛି। ଏଥିରୁ ବାହାରୁଥିବା ପବନ ଘଣ୍ଟା ପ୍ରତି ୧୧ଲକ୍ଷ ମାଇଲ ବେଗରେ ପ୍ରବାହିତ ହେଉଛି। ସ୍ପେସ୍ ନ୍ୟୁଜ୍ ସମ୍ବାଦ ଅନୁଯାୟୀ ଚିଲିରେ ଥିବା…
ପୃଥିବୀର ପଡୋଶୀ ଗ୍ରହ ଶୁକ୍ରର ଭୂପୃଷ୍ଠ ଏବଂ ଏହାର ସଂରଚନାର ଅନୁସନ୍ଧାନ ପାଇଁ ତିନୋଟି ମିଶନ ଘୋଷଣା ହୋଇଥିଲା। ଏହାର ମାତ୍ର ଗୋଟିଏ ମାସ ପରେ, ନୂତନ ଅନୁସନ୍ଧାନ ସୂଚାଇ ଦେଇଛି ଯେ ଗ୍ରହଟି ଭୌଗୋଳିକ ସ୍ତରରେ ସକ୍ରିୟ ଅଛି। ଭୂପୃଷ୍ଠ…