ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡି, ଅଧାରୁ ଅଧିକ ୟୁନିଭରସିଟିରେ ନାହାନ୍ତି କୁଳପତି, କର୍ମଚାରୀ ପଦ ଫାଙ୍କା। ରାଜ୍ୟରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟରେ ମଞ୍ଜୁରିପ୍ରାପ୍ତ ଅଧ୍ୟାପକଙ୍କ ସଂଖ୍ୟା ୨ ହଜାର ୨୭। ସେଥିରୁ କାର୍ଯ୍ୟରତ ଅଛନ୍ତି ମାତ୍ର ୬୭୪ ଜଣ ଅଧ୍ୟାପକ। ଫାଙ୍କା ପଡିଛି ୧୩ ଶହ ୫୩ ପଦବି। ଅର୍ଥାତ୍ ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବି ଖାଲି। ସେହିପରି ୟୁନିଭରସିଟିର ବିଭିନ୍ନ ବିଭାଗରେ ମୋଟ ୨ ହଜାର ୮୭୯ ଅଣଶିକ୍ଷକ ପଦବି ରହିଥିବା ବେଳେ ଅଛନ୍ତି ମାତ୍ର ୭୯୮।
RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ । ଗୋଟିଏ ରାଜ୍ୟରେ ଦୁଇଟି ନିୟମକୁ ନେଇ ଅଭିଭାବକ କ୍ଷୁବ୍ଧ ।
ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ ଲାଗୁ କରିବା ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ । ଏହାପୂର୍ବରୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।
ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି ।
ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି ।
ସମସ୍ତ ପରୀକ୍ଷା କେନ୍ଦ୍ରରେ ଜଣେ ସେଣ୍ଟର ଅବଜରଭର ନିୟୋଜିତ ହୋଇଛନ୍ତି। ଖାତା ଦେଖିବା ପରେ ନିରୀକ୍ଷକମାନେ ଅନଲାଇନ ମାଧ୍ୟମରେ ମାର୍କ ୱେବସାଇଟରେ ଅପଲୋଡ କରିବେ। ଆସନ୍ତା ମେ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ବୋର୍ଡ ଆଶା ରଖିଛି।
ପ୍ରଥମ ଶ୍ରେଣୀ ନାମଲେଖା ନେଇ ବୟସ ଦ୍ବନ୍ଦ୍ବ ଦୂର କଲା ଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ ୬ କିମ୍ବା ଏହା ଠାରୁ ଅଧିକ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି।
ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏହି ତାଲିକାରେ ଅରୁଣିମା ପତି ଦ୍ବିତୀୟ, ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଛନ୍ତି।
୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟିରେ MOU ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ ।
୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟିରେ MOU ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ ।
ଆଜିର ଯୁବପିଢି ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଧୀନରେ ମଧ୍ୟ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଷ୍ଟାର୍ଟଅପ୍ ଇଣ୍ଡିଆର ୱେବସାଇଟରେ କିଛି ମାଗଣା ପାଠ୍ୟକ୍ରମ ଅପଲୋଡ୍ ହୋଇଛି।
ଏନେଇ ସବୁ ପ୍ରକାର ଦଲିଲ ଦସ୍ତାବିଜ ସହିତ, ଦେଢ ବର୍ଷ ତଳୁ ଆବେଦନ କରିଛନ୍ତି ଅରୁଣ । କିନ୍ତୁ ମାସକ ଆଗରୁ ଥିବା ଜିଲ୍ଳା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅହଙ୍କାର ଯୋଗୁଁ ପଡିରହିଛି ଫାଇଲ । ଅରୁଣଙ୍କ ବଦଳି ନେଇ ଭିନ୍ନକ୍ଷମ କମିଶନରଙ୍କ ପାଖରୁ ରାଜ୍ୟ ଶିକ୍ଷା ବିଭାଗକୁ ନୋଟିସ ବି ହୋଇଛି । ରାଜ୍ୟ ଶିକ୍ଷା ବିଭାଗ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଅରୁଣଙ୍କ ବଦଳିର ଷ୍ଟାଟସ ରିପୋର୍ଟ ବି ମାଗିଛନ୍ତି । କିନ୍ତୁ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜିଯାଏ ପଡିରହିଛି ଫାଇଲ ।
ଘରୋଇ ସ୍କୁଲଗୁଡ଼ିକରେ ମାଗଣାରେ ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠପଢାରୁ ବଞ୍ଚିତ ପାଇଁ ହେଉଛି କି ବିଧିବଦ୍ଧ ଫନ୍ଦି? କାହିଁକି ନା ପାରଦର୍ଶୀ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା ବିଳମ୍ବ ଯୋଗୁଁ ନାମଲେଖାରୁ ବଂଚିତ ହୋଇପାରନ୍ତି ଶହ ଶହ ଗରିବ ପିଲା। ରେଜିଷ୍ଟ୍ରେସନ ପାଇଁ ଘରୋଇ ସ୍କୁଲକୁ ଅଧିକ ସମୟ ଏବଂ ଆବେଦନ ପାଇଁ ପିଲାଙ୍କୁ କମ୍ ସମୟ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଅଭିଭାବକ ମହାସଂଘ।
ନାମୀଦାମୀ ଘରୋଇ ସ୍କୁଲରେ ପାଠପଢାରୁ ବଞ୍ଚିତ ହେବେ କି ଗରିବ ମେଧାବୀ ଛାତ୍ରଛାତ୍ରୀ ? ଜାଣିଶୁଣି ବିଳମ୍ବ କରାଯାଉଛି କି ନାମଲେଖା ପ୍ରକ୍ରିୟା?
ଏଠି ପ୍ରଶ୍ନ ଉଠୁଛି....ଛୁଟିକୁ ନେଇ କାହିଁକି ହୋଇଥିଲା ବିବାଦ । କ’ଣ ପାଇଁ ଅସୁସ୍ଥ ଶିକ୍ଷକଙ୍କୁ ଛୁଟି ଦେଲେ ନାହିଁ ଦାୟିତ୍ବରେ ଥିବା ପ୍ରିନସିପାଲ । କୁହାଯାଉଛି, ଗତକାଲି ମ୍ୟାଡମ ପ୍ରନସିପାଲଙ୍କୁ ସ୍କୁଲ ହ୍ୱାଟସଆପ ଗ୍ରୁପରେ ଛୁଟି ଆବେଦନ କରିଥିଲେ ସଂପୃକ୍ତ ଶିକ୍ଷକ । ସ୍ପଷ୍ଟ ଭାବରେ ପ୍ରକାଶ ଲେଖିଥିଲେ, ମୋର ଅଜାଙ୍କର ମୃତ୍ୟୁ ହୋଇଥିବାରୁ ମୁଁ, ଅଫିସ କାମ କରିପାରିବି ନାହିଁ । ତେଣୁ ମୋର ଗୋଟିଏ ଦିନର ସି.ଏଲ ମଂଜୁର କରାଯାଉ ।
ବୋର୍ଡ ସଭାପତି କହିଛନ୍ତି, ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମେ’ମାସ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ।
ରାଜ୍ୟରେ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। ପେପର୍ ଲିକ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ QR କୋଡ୍ ସହ ସ୍ପେଶାଲ୍ ନମ୍ବର ରହିଛି।
ସମସ୍ତ ସରକାରୀ ସ୍କୁଲ୍ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା OSEPA ।
ଅକ୍ଟୋବର ମାସରେ ପାଠକୁ ପର କରି ଆପଣାଇ ନେଇଥିଲେ ଦାଦନକୁ। ଆଉ ଏବେ ପ୍ରଶାସନର ଉଦ୍ୟମ ପରେ ଫେରିଛନ୍ତି ଗାଁକୁ। ହାତରେ ଆଡମିଟ୍ କାର୍ଡ ଧରି ଯାଉଛନ୍ତି ସ୍କୁଲ, ଦେଉଛନ୍ତି ମାଟ୍ରିକ ପରୀକ୍ଷା।
ଏନପିସିସି ଠିକା ସଂସ୍ଥା ପକ୍ଷରୁ ୫ ମହଲା ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଅଧାରୁ ଠିକା ସଂସ୍ଥା କାମ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଗୋଟେପଟେ ପୁରାତନ ସ୍କୁଲର ଖେଳ ପଡିଆ ନଷ୍ଟ କରାଯାଇଥିବା ବେଳେ ଅନ୍ୟପଟେ ଯଦି ସରକାର ଏହି କଲେଜ ନିର୍ମାଣ ଲାଗି ଅନୁମତି ଦେଇଥିଲେ ତେବେ ଅର୍ଥଶ୍ରାଦ୍ଧ କରି ଅଧାରୁ କାହିଁକି ବନ୍ଦ କରାଗଲା ବୋଲି ସ୍ଥାନୀୟ ବାସୀନ୍ଦା ଓ ସହରବାସୀ ପ୍ରଶ୍ନ କରିଛନ୍ତି ।
ସ୍କୁଲ ଫି ବୃଦ୍ଧିକୁ ନେଇ ତାତିଲେ ଅଭିଭାବକ, ଖୋଲାଖୋଲି ମ୍ୟାନେଜମେଣ୍ଟକୁ ଦେଲେ ଧମକ
ପ୍ରଶ୍ନପତ୍ରରେ ଏତେ ବଡ଼ ତ୍ରୁଟିକୁ ମାନିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସ୍ୱୀକାର କରିଛନ୍ତି, ଭୁଲ୍ ହୋଇଛି। ତେବେ ପରୀକ୍ଷାର୍ଥୀଙ୍କ ଯେମିତି କୌଣସି କ୍ଷତି ହେବନି, ସେନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି।
ମାଟ୍ରିକ ପରୀକ୍ଷାରେ ବିଭ୍ରାଟ। ବିଜ୍ଞାନ ପ୍ରଶ୍ନପତ୍ରରେ ସାଙ୍ଘାତିକ ତ୍ରୁଟି। C ସେଟ୍ ରେ ୪ ମାର୍କର ପ୍ରଶ୍ନ ଗାଏବ। ଟିକୁ ସ୍ବୀକାର କଲେ ବୋର୍ଡ ସଭାପତି। ପରୀକ୍ଷା ପରିଚାଳନା କମିଟି ତର୍ଜମା କରିବ: ବୋର୍ଡ ସଭାପତି ।
ବିଜ୍ଞାନ ପ୍ରଶ୍ନ ପତ୍ରରେ ତ୍ରୁଟି। ବିଜ୍ଞାନ-ସି ସେଟ୍ରେ ରହିଛି ୪ ମାର୍କ କମ୍। ମାଟ୍ରିକ ପରୀକ୍ଷାରେ ଏଭଳି କିଛି ବଡ଼ ତ୍ରୁଟି ଦେଖାଦେଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ରୋକିବା ପାଇଁ କେତେକଣ ବ୍ୟବସ୍ଥା କରାଯାଇଥିଲା।
ପରୀକ୍ଷାର୍ଥୀଙ୍କର ଯେମିତି କୌଣସି କ୍ଷତି ନ ହେବ ସେ ନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି । ପରୀକ୍ଷା ପରିଚାଳନା କମିଟି ଏନେଇ ତର୍ଜମା କରିବ ବୋଲି ବି ସେ ସୂଚନା ଦେଇଛନ୍ତି ।