ଗତକାଲି ବିଳମ୍ବିତ ରାତିରେ ବସଟି ଶ୍ରମିକମାନଙ୍କୁ ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ନେଇ ଯାଉଥିଲା। ଏହି ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାତିରେ ଭୋଜି ଖାଇ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ।
ସୁନ୍ଦରଗଡ ଗୋପାଳପୁର ଫରେଷ୍ଟ ରେଞ୍ଜ ଜଙ୍ଗଲରେ ଚାଲିଥିବା ଚୋରା କୋଇଲା ଖଣି ଦୁର୍ନୀତିର ତନାଘନା । ଆଜି ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛନ୍ତି ଖଣି ମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ ।
ହାତ ଦେଖାଇ ଗାଡ଼ି ଅଟକାଇଲେ, ବନ୍ଧୁକ ମୁନରେ ଛେଳି ବ୍ୟବସାୟୀଙ୍କୁ ଡରାଇଲେ,ପରେ ମାଡ଼ ମାରି ଲୁଟିନେଲେ ୩ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବଘିଆବେର୍ଣ୍ଣି ଗାଁ ନିକଟରେ ଘଟିଛି ଏହି ଘଟଣା।
ତିର୍ତ୍ତୋଲା ଗାଁର ୩ଯୁବକ ଖୋଲା ରଙ୍ଗମଞ୍ଚରେ ହେଉଥିବା ରାମ ନବମୀ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ୩ ଯୁବକ ବାଇକରେ ଗତକାଲି ବିଳମ୍ବିତ ରାତିରେ ଘରୁ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା
ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।
ତେଲେନଡିହି କୋଇଲା ମହାଲୁଟ୍ ପଛରେ କିଏ ? ଜଙ୍ଗଲ ଭିତରେ କାହା ଛତ୍ରଛାୟା ତଳେ ଚାଲିଥିଲା କଳାହୀରାର ଚୋରା ବେପାର ? ବେଆଇନ କୋଇଲା ଖନନ ଓ ଏହାର ଚୋରା ଚାଲାଣ ପଛର କିଏ ସେ ମାଫିଆ ?
ଇଞ୍ଜିନିୟରଙ୍କୁ ନୂଆ ପରିଚୟ ଦେଲା ସେଓ ଚାଷ । ଇଞ୍ଜିନିୟର ହୋଇ ନିଜ ବାଡ଼ିରେ ଫଳାଇଲେ ପେନ୍ଥା ପେନ୍ଥା ସେଓ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଭାବେ ଅବସର ନେବା ପରେ ଏବେ ଟାଙ୍ଗରା ଭୂଇଁରେ ସେଓ ଫଳାଇ ହେଉଛନ୍ତି ମାଲାମାଲ । ଅନ୍ୟକୁ ରୋଜଗାର ବି ଦେଉଛନ୍ତି ।
ରାଜ୍ୟ ସରକାରଙ୍କ ଅଧିନରେ ଜଣେ ଇଞ୍ଜିନିଅର୍ ଭାବେ କାମ କରୁଥିଲେ । କିନ୍ତୁ ମନେ ମନେ ନିଷ୍ପତ୍ତି ନେଇ ସାରିଥିଲେ, ଅବସର ପରେ ଜଣେ ଭଲ ଚାଷୀ ହେବେ । ଏବେ ତାଙ୍କ ସ୍ୱପ୍ନ ସାକାର ହୋଇଛି। ଗାଁରେ ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସେଓ। ତାହା ପୁଣି ୪୦ ଡିଗ୍ରୀ ଉପର ତାପମାତ୍ରାରେ ।
ଆଜି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ। ଆସନ୍ତାକାଲି ପ୍ରାୟ ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି।
OSSC ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ । ଫିଜିକାଲ ଟେଷ୍ଟ ଦେଉଥିବାବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା ।
ଦିନେ ସେଞ୍ଚୁରୀ ମାରିଥିବା ଟମାଟୋକୁ କିଲୋ ପିଛା ଦି ଟଙ୍କାରେ ବି କେହି ପଚାରୁନାହାନ୍ତି। କ୍ଷେତରେ ଟ୍ରାକ୍ଟର ମଡାଇ ଦେଲେ ଚାଷୀ।
ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟି ପଡିଲା OSRTC ବସ୍ । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ । ସମସ୍ତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ।
ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।
ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ସୁନ୍ଦରଗଡ଼ କୋଇଡ଼ାରେ ସିଆଇଟିୟୁର ବିକ୍ଷୋଭ ବେଳେ ଉତ୍ତେଜନା ଦେଖାଦେଇଛି। ଜେଏସଡବ୍ଲୁ ଖଣିରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ଏବଂ ଆନ୍ଦୋଳନକାରୀ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି ।
ଏଠି 25ଜଣ ପିଲା ନାହାନ୍ତି କିନ୍ତୁ ପ୍ରତେକ ଦିନ ପଡୁଛି 25ଜଣଙ୍କ ଉପସ୍ଥାନ। ଆଉ ହଡ଼ପ ହେଉଛି ସରକାରଙ୍କ ହଜାର ହଜାର ଟଙ୍କା। ଏହି ଘଟଣା ଉପରେ ପ୍ରତି କ୍ଲାସରେ କ୍ଲାସ ଟିଚର ଙ୍କ ଉପସ୍ଥିତି ରେ ଆମେ ପିଲାମାନଙ୍କୁ ପଚାରିବାରୁ ସେ କୁହନ୍ତି ଏସବୁ ପିଲା ଆମ କ୍ଲାସ ରେ ନାହାନ୍ତି କି ଆମେ ଏମାନଙ୍କୁ ବର୍ଷେ ହେବ ଦେଖିନୁ। ପ୍ରତିଦିନ କ୍ଲାସରେ ଉପସ୍ଥାନ ପକାଉଥିବା ଶିକ୍ଷକ କୁହନ୍ତି ଆମେ ଖାଲି ରଖୁ, ପ୍ରଧାନଶିକ୍ଷକ ଉପସ୍ଥାନ ପକାନ୍ତି।
ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଫାୟାରିଂ କରି ପ୍ଳାଣ୍ଟ ସାଇଡ୍ ଦେଇ ଗାଁ ରାସ୍ତାରେ ପଳାଇ ଯାଇଥିଲେ।
ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କଂପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। କୋଇଲା ହପର ଭୁଷୁଡି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ହପର।
ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ।
ଭଙ୍ଗା ଦଦରା ଟିଣ ତଳେ ଗଢା ଚାଲିଛି ଭବିଷ୍ୟତ। ଅଙ୍ଗନବାଡି କେନ୍ଦ୍ର ନାଁରେ ଦୋକାନ ଘରେ ଚାଲିଛି ପାଠପଢା। ହେଲେ କାହିଁକି ?
ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା। ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା । ହେଲେ ସ୍ୱାମୀର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ ଆଖିବୁଜିଲା ୭ ମାସର ଗର୍ଭସ୍ଥ ସନ୍ତାନ।
ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଛିଡ଼ାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏତିକି ବେଳେ ମହିଳା ଜଣକ ପାଟି କରିବାରୁ ତାଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ରହିଛି ।
୨ ଜଣ ଦୁର୍ବୃତ୍ତ ଏହି ଗୁଳିକାଣ୍ଡ କରିଥିବା ପରିବାର ଲୋକେ ଦେଖିଛନ୍ତି । ତେବେ ଏହି ଘଟଣାରେ କେତେଜଣ ସଂପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।