ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...
କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ହେବ। ବୁଡୁ ଓ ତାଙ୍କ ପତ୍ନୀ ସଜନା ଗାଁ ଦାଣ୍ଡରେ ଚାଲିଚାଲି ଯାଉଥିଲେ। ଠିକ୍ ସେତିକି ବେଳେ ବସନ୍ତ ଏକ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ହୋଇ ବୁଡୁ ଓ ସଜନା ଗାଁ ଦାଣ୍ଡରେ ଦୌଡ଼ୁଥିଲେ ।
(ପୂର୍ବ ପ୍ରକାଶିତ ଉତ୍ତାରୁ).. ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି।.. ପଚାରିଲେ- ତୁମ୍ କୋନ୍ ହେ?
ଢେମସା ନାଚୁଥିବା ମ୍ୟାଡମ ଜଣକ ହେଉଛନ୍ତି ଭବାନୀପାଟଣାର ଉପ-ଜିଲ୍ଲାପାଳ ମମତା ଦାସ । ଜଣେ ଦକ୍ଷ ପ୍ରଶାସିକା ହେବା ସହ ମ୍ୟାଡମ ଲୋକନୃତ୍ୟ ଢେମସାରେ ମଧ୍ୟ ଖୁବ ମାହିର ।
ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।
କେଉଁଠି ଧାରଣା ତ କେଉଁଠି ରାସ୍ତାରୋକ। ଆଉ କେଉଁଠି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବିପତ୍ର। ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ରବି ସିଜିନରେ ଧର୍ମଗଡ଼ ଓ କୋକସରା ଅଞ୍ଚଳକୁ ପାଣି ଦିଆଯିବନି ବୋଲି ହୋଇଥିବା ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ ।
ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ରେଡ୍ ମଡ୍ ପଣ୍ଡ ଭୁଶୁଡ଼ିଲା । ଆଖପାଖ ଗାଁର ହେକ୍ଟର ହେକ୍ଟର ଚାଷ ଜମିରେ ମାଡ଼ିଗଲା କାଦୁଅ ପାଣି ।
ସୁଜିତଙ୍କ ବିସ୍ଫୋରକ ବୟାନ ପରେ କଳାହାଣ୍ଡି ରାଜନୀତିରେ ହଲଚଲ । ସୁଜିତ ଆଣିଥିବା ଅଭିଯୋଗର ତଦନ୍ତ ଦାବି କଲା ବିଜେପି । ବିଜେଡିର ଜବାବ, ପ୍ରମାଣ ଦିଅନ୍ତୁ ସୁଜିତ୍ ।
ସରକାରୀ ସ୍କୁଲର ଅବ୍ୟବସ୍ଥାକୁ ପଦାରେ ପକେଇଛି ଶ୍ରେଣୀଗୃହର ସଗୀନ ଅବସ୍ଥା। ଝିପିଝିପି ବର୍ଷାରେ ଗୁହାଳରେ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ ।
ରାଜ୍ୟରେ ଯେତେବେଳେ ଆଳୁ ରେଟ୍ ଆକାଶଛୁଆଁ ହୁଏ, ଚଟ୍ କରି ଚର୍ଚ୍ଚାକୁ ଆସିଯାଏ ବିଜେଡି ସରକାର ଅମଳରେ ଫେଲ୍ ମାରିଥିବା ଆଳୁ ମିଶନ ପ୍ରସଙ୍ଗ।
ସିଧାସଳଖ ନିର୍ବାଚିତ ପୌରାଧ୍ୟକ୍ଷଙ୍କୁ ମହଙ୍ଗା ପଡୁଛି ଅନାସ୍ଥା ପ୍ରସ୍ତାବ । ଫୁଲବାଣୀ ପରେ ସୂତା ଖିଅରେ ଝୁଲୁଛି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ପଦ ।
ଆସନ୍ତା ୪ ଦିନରେ ବର୍ଷାରେ ଭିଜିବ ସାରା ଓଡ଼ିଶା। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ।
୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଅବପାତ। ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
କୁନିପୁଅର ଆଖିକୁ ଚାହିଁ କେତେ ସ୍ୱପ୍ନ ଦେଖିଥିଲେ ବାପା-ମା’। ହେଲେ ସବୁକିଛି ହୋଇଗଲା ଓଲଟପାଲଟ, ସମୟର ସୁଅରେ ଦୁଇ ପୁଅ ସିନା ବଡ଼ ହେଲେ, କିନ୍ତୁ ହୋଇଗଲେ ଦିବ୍ୟାଙ୍ଗ ।
ଚଳିତ ବର୍ଷ କଳାହାଣ୍ଡିରେ ୪୫ ହଜାର ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି। ଆଉ କଳାହାଣ୍ଡିରୁ ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ଅଢ଼େଇ ଟନ୍ ଆମ୍ରପଲ୍ଲି କିସମ ଆମ୍ବ ଦୁବାଇ ଯାଇଛି।
୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ।
ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି ।
ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ କାର୍ରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା
ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।
ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର ।