ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା l
କୋଇଲା ହପର ଭୁଶୁଡ଼ିବା ପରେ କମ୍ପାନୀର ଶ୍ରମିକ ସୁଶାନ୍ତ ରାଉତ, ଦଶରଥ ପାତ୍ର ଓ ରଞ୍ଜିତ ଭୋଳ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ ଟିମ୍ ଓ ୫ଟି ଅଗ୍ନିଶମ ବାହିନୀ ଲାଗିଥିଲେ ।
ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କଂପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। କୋଇଲା ହପର ଭୁଷୁଡି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ହପର।