• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଆୟୁଷ୍ମାନ ଭାରତକୁ କ୍ୟାବିନେଟ୍‌ ମଞ୍ଜୁରୀ
Ayushman Bharat: ଆୟୁଷ୍ମାନ ଭାରତକୁ ମିଳିଲା କ୍ୟାବିନେଟ ମଞ୍ଜୁରି, ଉପକୃତ ହେବେ ୩ କୋଟି ୪୬ ଲକ୍ଷ ଲୋକ

୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ ।

Bhakta Charan Das
Politics:କଡ଼ ଲେଉଟାଉଛି ରାଜନୀତି, ଭକ୍ତଙ୍କ ଚକାଭଉଁରୀରେ ଘୂରୁଛି ବିଜେଡି !

ବିଜେଡିର ଭୋଟ୍ ହାର ନିରନ୍ତର ଭାବରେ ଯେଉଁଭଳି ଭାବେ ବଢିଛି, ତାହାର ମୁଖ୍ୟ କାରଣ ଥିଲା କଂଗ୍ରେସର ଧାରାବାହିକ ଭାବେ ନିମ୍ନଗାମୀ ପ୍ରଦର୍ଶନ । ଅତଏବ ବିଧାନସଭା ଭିତରେ ବା ବାହାରେ ବିଜେଡି ସହିତ ସ୍ୱର ମିଳାଇ ହୋହଲ୍ଲା କରିବା ଓଧ ସହିତ ବଣଭୁଆଁ ବାୟା ହେବା ଭଳି ହେବ । ଭକ୍ତ ଭଲ ଭାବରେ ଜାଣିଛନ୍ତି ଯେ, କଂଗ୍ରେସକୁ ଉପରକୁ ନେବାକୁ ହେଲେ ବିଜେଡିର ଶକ୍ତି କ୍ଷୟ କରିବାକୁ ପଡ଼ିବ ।

Know about the the increasing micro wedding trends in india
Micro Wedding Trend: ଭାରତରେ ବଢ଼ୁଛି ମାଇକ୍ରୋ ୱେଡିଂ ଟ୍ରେଣ୍ଡ, ଜାଣନ୍ତୁ କ’ଣ ଏହାର ବିଶେଷତ୍ବ ଓ କାହିଁକି ଏହା ସ୍ବାଗତଯୋଗ୍ୟ

ଟଙ୍କା ଥାଉ କି ନଥାଉ, ଜମି ବିକ କି ଘର ବିକ, ବାହାଘର ଜାକଜମକରେ କରିବାକୁ ଆପଣ ବାଧ୍ୟ। ଏବେ ଅଣଓଡ଼ିଆ ବିବାହ ପରମ୍ପରା ବାପା ମାଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷିରେ, ଏବେ ଆମ ଦେଶରେ ଧୀରେ ଧୀରେ ମାଇକ୍ରୋ ୱେଡିଂ ଟ୍ରେଣ୍ଡ ଲୋକପ୍ରିୟ ହେଉଛି। କଣ ଏହି ଟ୍ରେଣ୍ଡ ଆସନ୍ତୁ ଜାଣିବା।

Justice Harish Tandon
Harish Tandon: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କର ଅବସର ପରେ ଏହି ସ୍ଥାୟୀ ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା । ପଢନ୍ତୁ ପୁରା ଖବର

KIIT Case
KIIT Case: 'ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ, ୧୧ ମାସ ପୂର୍ବରୁ କରିଥିଲେ ଅଭିଯୋଗ'

ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ । ଏନେଇ ସେ ଆତ୍ମହତ୍ୟାର ୧୧ ମାସ ପୂର୍ବରୁ କିଟ୍‌ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ଏହି ଲିଖିତ ଉତ୍ତର ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

Odisha Assembly
Odisha Assembly: ଆଜି ବି ଅଚଳ ବିଧାନସଭା, ଗୃହରେ ଘଣ୍ଟ-ପେଁକାଳୀ ବଜାଇଲେ କଂଗ୍ରେସ ବିଧାୟକ

ବିଧାନସଭାରେ ବାଜିଲା ଘଣ୍ଟ, ପେଁକାଳୀ । କଳା ପୋଷାକରେ ଗୃହ ଭିତରେ ଘଣ୍ଟ ବାଡ଼େଇଲେ କଂଗ୍ରେସ ସଦସ୍ୟ । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କଲେ । ଶେଷରେ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ।

Mundali Bridge Highdrama
High Drama At Mundali: ଦେହରେ ଥାଏ ପୋଲିସ ବର୍ଦ୍ଦି, ମହାନଦୀକୁ ଡିଆଁ ମାରିଲେ ଯୁବକ, ତା' ପରେ...

ସକାଳୁ ସକାଳୁ କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଯୁବକଙ୍କ ହାଇଡ୍ରାମା । ବ୍ୟାରେଜ ଗେଟ୍ ଉପରେ ଚଢି ବ୍ୟାୟାମ କରିବା ପରେ ମହାନଦୀକୁ ମାରିଲେ ଡିଆଁ । ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ସୁରକ୍ଷିତ ଉଦ୍ଧାର ।

Murder
Murder in Balangir: ସାଙ୍ଗ ସାଜିଲା ସଇତାନ, ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ମାରିଦେଲା

ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ହତ୍ୟା । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ।

Weather Alert
Weather Alert: ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ରହିବ । ଆଜି ୫ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ପଢନ୍ତୁ ପୁରା ଖବର

Panchang
Panchang Today 21th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ରାତ୍ରି ୦୧.୪୪ ଗତେ ଧନୁ। ତିଥି- ୭ମୀ ରାତ୍ରି ୦୪.୨୪ ଗତେ ୮ମୀ ଘାତଚନ୍ଦ୍ର- ରାତ୍ରି ୦୧.୪୪ ଗତେ ତୁଳା ଓ କୁମ୍ଭ ରାଶି। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୪.୨୪ ପର୍ଯ୍ୟନ୍ତ।

 Road Accident
Road Accident: ଓଲଟିଲା ବରଯାତ୍ରୀ ଗାଡି; ଜଣେ ମୃତ, ୬ ଆହତ

କଳାହାଣ୍ଡି ଜିଲ୍ଲା କୋକସରା ଚିଲିଗୁଡ଼ାଠାରେ ବରଯାତ୍ରୀ ଗାଡି ଦୁର୍ଘଟଣା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ । ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ସୂଚନା ।

Interesting facts about international space station and nasa astronaut Sunita Williams
International Space Station: ସ୍ପେସ୍ ଷ୍ଟେସନର ଭିତିରି କଥା, ଶୂନ୍ୟରେ ଝୁଲୁଥିବା କ୍ୱାର୍ଟର, କେମିତି କରନ୍ତି ରୋଷେଇ, କେମିତି ସାରନ୍ତି ନିତ୍ୟକର୍ମ

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ କେଉଁଠି ଅଛି? ଯେହେତୁ ଏଠାରେ ମାଧ୍ୟାକର୍ଷଣ ଶକ୍ତି ନାହିଁ, ତେଣୁ ସବୁବେଳେ ଭାସମାନ ଅବସ୍ଥାରେ ରହିବାକୁ ପଡ଼େ। ମନରେ ପ୍ରଶ୍ନ ଉଠେ ଏହାର ଆକାର କେତେ ବଡ଼? ଏଥିରେ ମହାକାଶଚାରୀମାନେ କେମିତି ରୁହନ୍ତି? ରୋଷେଇ କେମିତି ହୁଏ? ଗାଧୁଆ ପାଧୁଆ କେମିତି କରନ୍ତି? ଟଏଲେଟ୍ କେମିତି ଯାଆନ୍ତି? କଫି ପିଇଲା ବେଳେ ଏହା ପାଣି ପରି ହାୱାରେ ଉଡ଼େ କି?

 Morning School
Morning Schools: ଆଜିଠୁ ସକାଳୁଆ ସ୍କୁଲ୍‌, ୪ ଘଣ୍ଟା ପାଠ ପଢିବେ ପିଲା

ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ ଲାଗୁ କରିବା ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ । ଏହାପୂର୍ବରୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 21 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 21 March 2025
Water Crisis At Malkangiri
Water Crisis In Malkangiri: ପାଣି ଟୋପେ ପାଇଁ ଡହଳ ବିକଳ; ଅଳିଆ ପାଣି ଛାଣି ପିଉଛନ୍ତି ଉପାନ୍ତର ଅଧିବାସୀ

ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ଭରସା ପାଲଟିଛି ଚୁଆ ପାଣି । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଖରା ହେଉ ବା ଶୀତ ପିଉଛନ୍ତି ସେହି ଗୋଳିଆ ଚୁଆ ପାଣି । କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ସେହି ଗୋଟିଏ ସ୍ଥାନର ଚୁଆ ପାଣି ଉପରେ ଭରସା କରନ୍ତି ।

ଦେଶୀ ଗାର୍ଲଙ୍କ ପିଜୁଳି ପ୍ରେମ
Priyanka Chopra: ପିଜୁଳି ପ୍ରେମରେ ପ୍ରିୟଙ୍କା ଚୋପ୍ରା, ସୋସିଆଲ ମିଡିଆରେ ବାଣ୍ଟିଲେ ପିଜୁଳି କିଣାର ଅନୁଭୂତି

କୋରାପୁଟ ତଳମାଳିରେ ସୁଟିଂ ସାରି ଫେରିଗଲେ ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି ।

Pakhala Dibasa
Pakhala Dibasa 2025: ଝୁମ୍ପୁଡିଠୁ ପଞ୍ଚ ତାରକା ହୋଟେଲ୍ ଚାରିଆଡ଼େ ମହକିଲା ପଖାଳ

ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ । ପରେ ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।

କୁଆଡେ ଗଲା କିଟ୍‌ ତଦନ୍ତ ରିପୋର୍ଟ ?
KIIT Inquiry: କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? ମାସେ ପରେ ବି ସ୍ଥିତି ଅସ୍ପଷ୍ଟ

କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? କେବେ ହେବ କାର୍ଯ୍ୟନୁଷ୍ଠାନ ? ଉଚ୍ଚସ୍ତରୀୟ କମିଟି ତଦନ୍ତର ଏବେ ସ୍ଥିତି କ‘ଣ ? ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ ।

School Bus
Child Safety At Risk: କେତେ ସୁରକ୍ଷିତ ବସ୍‌ରେ ସ୍କୁଲ୍ ଯାଉଥିବା କଅଁଳ ଭବିଷ୍ୟତ?

ରାଜଧାନୀ ଭୁବନେଶ୍ବରରେ ବିନା ଫିଟନେସରେ ୪୬୦ଟି ସ୍କୁଲ ବସ୍ ଚାଲିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ରାଜ୍ୟରେ ଏମିତି ପ୍ରତିଦିନ ଶହ ଶହ ଗାଡ଼ି ବିପଦଶଙ୍କୁଳ ଭାବେ ବେଧଡକ ଗଡୁଛି । ବିପଦରେ ଯାତାୟାତ କରୁଛନ୍ତି ଛାତ୍ର ଛାତ୍ରୀ ।

Crime Branch
Naba Das Murder Mystery: ନବ ଦାସ ମର୍ଡର କ୍ରାଇମ୍ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ୍ କଲା ଏହି ସବୁ ତଦନ୍ତ

ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଟିମ୍ ।

କାଲିଠୁ ସକାଳୁଆ ସ୍କୁଲ୍
Morning Schools: କାଲିଠୁ ସକାଳୁଆ ସ୍କୁଲ୍‌, ସାଢ଼େ ୧୦ରେ ସରିବ କ୍ଲାସ୍‌

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ ବୋଲି ଗତକାଲି ସରକାର ସୂଚନା ଦେଇଥିଲେ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ତତ୍ କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ ।

Cuttack New Airport
Proposed Charbatia Airport: କଟକରେ ହେବ ନୂଆ ବିମାନବନ୍ଦର; କ'ଣ ରହିଛି ବର୍ତ୍ତମାନର ସ୍ଥିତି?

ARC ଦ୍ୱାରା ପରିଚାଳିତ ଚାରବାଟିଆ ଏୟାରଷ୍ଟ୍ରିପରେ ୪.୯ କିଲୋମିଟର ରନୱେ ରହିଛି । ଯାହା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରନୱେର ଦୁଇଗୁଣ । ଫଳରେ ଏହା ବଡ଼ ବଡ଼ ବିମାନ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।

Phubbing
Burning Issue: ସମ୍ପର୍କରେ ଫାଟ ସୃଷ୍ଟି କରୁଛି Phubbing, କ’ଣ ଏହାର ଅର୍ଥ ?

ଆପଣଙ୍କ ସାଥୀ ବାରମ୍ବାର ମୋବାଇଲ ଉପରେ ଅଧିକ ଧ୍ୟାନ ଦେଲେ,ଆପଣଙ୍କୁ କିପରି ଲାଗିବ ? ଯେପରି ଗୋଟିଏ ଛୋଟ ଯନ୍ତ୍ର ସାମ୍ନାରେ ମଣିଷର କୌଣସି ମୂଲ୍ୟ ନାହିଁ । ଜଣେ ସବୁବେଳେ ଫୋନରେ ବ୍ୟସ୍ତ ରହିଲେ ଅନ୍ୟ ଜଣକ ନିଜକୁ ଗୁରୁତ୍ୱହୀନ ମନେକରେ । ଆଉ ଏହିଠାରୁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଅଧ୍ୟୟନ ଅନୁସାରେ, ଫବିଂ କରୁଥିବା ଲୋକଙ୍କ ସମ୍ପର୍କରେ ବାରମ୍ବାର ଝଗଡ଼ା ହୁଏ, ଭାବପ୍ରବଣ ବନ୍ଧନ ଦୁର୍ବଳ ହୋଇଯାଏ ଓ କଥା ସମ୍ପର୍କ ଭାଙ୍ଗିବା ପର୍ଯ୍ୟନ୍ତ ପହଞ୍ଚିଯାଏ ।

BJD
BJD: ଆକ୍ରମଣାତ୍ମକ ହେଉଛି ବିଜେପି, ଦୃଶ୍ୟମାନ ହେଉନାହାନ୍ତି ବିଜେଡି ନେତା !

ଅନେକ ପୁରୁଖା ନେତା ଆଦୌ ମୁହଁ ଖୋଲୁନାହାନ୍ତି ? କୌଣସି ସାମାଜିକ, ରାଜନୈତିକ ଅବା ସ୍ଥାନୀୟ ପ୍ରସଙ୍ଗରେ ସେମାନଙ୍କ ସକ୍ରିୟତା ଦୃଶ୍ୟମାନ ହେଉନାହିଁ l ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲିକ, ଚନ୍ଦ୍ରଶେଖର ସାହୁ, ଭୂପିନ୍ଦର ସିଂହ, ଡ଼ଃ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରମେଶ ଚନ୍ଦ୍ର ମାଝୀ, ପିନାକୀ ମିଶ୍ର ଆଦି ନେତାଙ୍କର ଆଗଭଳି ରାଜନୈତିକ ସକ୍ରିୟତା ଦେଖିବାକୁ ମିଳୁନି l

Coir Handicraft of Odisha
Craft Artifacts: କତା କଣ୍ଢେଇ ଓ କୟର କ୍ରାଫ୍ଟ – ପୁରୀର ନଢ଼ଣା ଗାଁର ପାରମ୍ପରିକ କଳା ସଂସ୍କୃତିର ନୂତନ ଦୃଷ୍ଟି

ଓଡ଼ିଶାରେ କତା କଣ୍ଢେଇ ତିଆରି ମାତ୍ର ୩୦-୩୫ ବର୍ଷ ତଳେ ଆରମ୍ଭ ହୋଇଥିଲେ ବି କୟର୍ କ୍ରାଫ୍ଟର ଇତିହାସ ବେଶ୍ ପୁରୁଣା। ତେବେ ଏତେ କମ୍ ସମୟରେ ମଧ୍ୟ ଏହା ଦେଶ ବିଦେଶରେ ନିଜର ପରିଚୟ ତିଆରି କରିପାରିଛି। ଓଡ଼ିଶାରେ ରହିଛି କତା କଣ୍ଢେଇର ଗୋଟେ ଗାଁ ଯେଉଁଠି ମୁଁ ଭେଟିଥିଲି ସତୁରୀ ସରିକି କାରିଗରଙ୍କୁ। କୟର୍ କ୍ରାଫ୍ଟ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ ।