• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Balangir

'ଡାକ୍ତରଙ୍କ ମନରେ ସେବା ଭାବ ରହୁ ।'
Yash Jain tops NEET Super Speciality: ଚମକିଲେ ଓଡ଼ିଆ ପୁଅ ୟଶ୍ ଜୈନ୍, NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ହେଲେ ଟପ୍ପର

ୟଶ୍ ଜୈନ୍ କହିଛନ୍ତି, ୧ ରୁ ୨ ମାସ ହେଲା ମୋ ସମୟ ଲାଇବ୍ରେରୀରେ ବିତୁଥିଲା । ମୁଁ ପାଠ ପଢ଼ା ସରିବା ପରେ ଓଡିଶା ଆସିବି ।

Online Fraud
Online Gambling Surge: ଚିନ୍ତା ବଢ଼ାଉଛି ଅନଲାଇନ ବେଟିଂ, ଖାଲି ହେଉଛି ଆକାଉଣ୍ଟ୍

ଅନେକ ଲୋକ କ୍ରୀପଟୋରେ ଟଙ୍କା ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରାଇଥଲେ । ତେବେ ପୋଲିସରେ ଅଭିଯୋଗ ପରେ ପ୍ରଶାନ୍ତ ସହିତ ଅନ୍ୟ ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ । ସେମାନେ ଟେଲିଗ୍ରାମ ଓ ହ୍ୱାଟସଆପ୍ ମାଧ୍ୟମରେ ଲିଙ୍କ ପଠାଇ ଲୋକଙ୍କଠୁ ଟଙ୍କା ଲୁଟୁଥିଲେ ।

'ବିଜୁ' ପ୍ରତିମୂର୍ତ୍ତିକୁ କାହିଁକି ନିଶାନା ?
Biju Patnaik Statue Desecration: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁକୁ ନେଇ ତେଜିଲା ରାଜନୀତି

ବଲାଙ୍ଗିର ପାଟଣାଗଡ଼ର ବ୍ରହ୍ମପୁରା ବ୍ଲକ୍ ଛକରେ ଥିବା ବିଜବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ଜଣେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା । ତା'କୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି ।

Statue
Biju Statue Arson in Odisha: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

ପାଟଣାଗଡର ପୂର୍ବତନ ବିଜେଡି ବିଧାୟକ ଗତ ସରକାର ସମୟରେ ଏହି ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଏହି ଛକକୁ ସେ ବିଜୁ ଛକ ନାମରେ ନାମିତ କରିଥିଲେ । ଏହାକୁ ସେତେବେଳେ ବିରୋଧ କରିଥିଲା ବ୍ରାହ୍ମଣ ସମାଜ । ପୂର୍ବରୁ ଏହି ଛକର ନାଁ ପର୍ଶୁରାମ ଛକ ରହିଛି । ତେଣୁ ବିଜୁ ଛକ ବଦଳରେ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଏହାର ନାମ ପର୍ଶୁରାମ ଛକ ରଖିବାକୁ ଦାବି କରିଥିଲା ବ୍ରାହ୍ମଣ ସମାଜ । ଛକର ନାମ ପରିବର୍ତ୍ତନ ନେଇ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେହି ବିବାଦ ଏବେ ବି ଥମିନାହିଁ ।

Balangir
Child Trafficking Racket Uncovered: ଅଭାବୀ ମା’ର ଛାତିଫଟା କଥା, ପୋଷି ପାରିବନି ବୋଲି ଛୁଆକୁ କଲା ବିକ୍ରି

ଅଭାବୀ ମା’ର ଛାତିଫଟା କଥା । ଅଭାବ ପାଇଁ ମୋ ଛୁଆକୁ ମୁଁ ପ୍ରତିପୋଷଣ କରିପାରିବିନି । ତେଣୁ ଭଲରେ ରହିବ ବୋଲି, ଅନ୍ୟ ହାତକୁ ଟେକିଦେଲି । ଅଶୀ ଦଶକରେ ବଲାଙ୍ଗିରରେ ଶିଶୁବିକ୍ରି ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ, ବର୍ତ୍ତମାନ ସହର ଭିତରେ ପୁଣି ଶିଶୁବିକ୍ରି ଘଟଣା ସେ ପୁରୁଣା କଥାକୁ ମନେ ପକାଇ ଦେଇଛି

ଶିଶୁ ଉଦ୍ଧାର
Child Trafficking Racket Uncovered: ଶିଶୁ ଉଦ୍ଧାର...ବିକ୍ରି ପଛରେ ବଡ଼ ରାକେଟ ..!

ବଲାଙ୍ଗିରରେ ଏକ ଅଭାବୀ ମାଁ ନିଜ ଶିଶୁକୁ ଅନ୍ୟମାନଙ୍କ ହାତରେ ଦେଇ ତା'ପାଇଁ ଅଗ୍ରୀମ ପାଂଚ ହଜାର ଉଠାଇଥିବା ଘଟଣା ପ୍ରକାଶ ପାଇଛି। ଏହି ଘଟଣା ଓଟିଭିରେ ଆବିଷ୍କୃତ ହେବା ପରେ, ରାଜ୍ୟର ଆଧିକାରୀ ସହ ଶିଶୁ ମଂଗଳ କମିଟୀ ଏହାର ଖୋଲାଛୁଟି ଶୁରୁ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହା ସମ୍ଭାବନା ମୂଳକ ଏକ ବଡ ରେକେଟ‍। ଏହାକୁ ଲକ୍ଷ୍ୟ କରି ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି।

Fake Notes Racket
Fake Notes Racket: ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ; ୨ ଗିରଫ

ଟିଟିଲାଗଡ଼ରୁ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଛି ପୋଲିସ । ଏହାସହ ସହ ୨ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ STF ।

 Man Kills Wife
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ୱାମୀ

ସ୍ତ୍ରୀ ଫୋନରେ କାହା ସହ କଥା ହେଉଥିଲା ବୋଲି ତା' ବେକକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ । ମଙ୍ଗଳସୂତ୍ର ପିନ୍ଧାଇଥିବା ବେକରେ ଟାଙ୍ଗିଆ ଚୋଟ ମାରିଲା । ଶବ ପାଖରେ ବସି ରହିଲା ।

ଶିକ୍ଷକ ନାଁରେ କଳଙ୍କ
Teacher Scandal: ଶିକ୍ଷକ ନାଁରେ କଳଙ୍କ...କଲେ ଏମିତି କାରନାମା, ସାରା ଶିକ୍ଷକ ସମାଜ ଲଜ୍ଜିତ

ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଚାରିଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଅଭିଯୁକ୍ତ ନମ୍ବର ୧ ରେ ରହିଛି ବେଳପଡା ଥାନା ମଣ୍ଡଳ ଗାଁର ପ୍ରତାପ ବା ମୁନା ଅଗସ୍ତି। ସେ ଜଲିଆ ନୋଡାଲ ସ୍କୁଲର ଖେଳ ଶିକ୍ଷକ। ତାଙ୍କ ମୁଖ୍ୟ କାମ ହେଉଛି ବେଆଇନ ଭାବେ ଶହ ଶହ ଦାଦନ ଚାଲାଣ କରିବା ଆଉ ଗାଁକୁ ଫେରଆସୁଥିବା ଶ୍ରମିକଙ୍କୁ ଧମକ ଚମକ ଦେବା। ଯାହା ଫଳରେ ବେଳପଡା ଥାନାର ଦ୍ବାରସ୍ଥ ହୋଇଥିଲେ ନିର୍ଯ୍ୟାତିତ ଶ୍ରମିକ।

ଗଂଜେଇ ଚାଲାଣ
Ganja Smuggling: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ

ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଜବାନ ମୁହଁ ଢାଙ୍କି ଛିଡା ହୋଇଥିଲେ । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧି ହୋଇଯାଇଛନ୍ତି । ତାହା ପୁଣି ଗଂଜେଇ ଚାଲାଣରେ ଗିରଫ । ଏବେ ଆସନ୍ତୁ ଜାଣିବା ଏମାନଙ୍କ ପରିଚୟ । ଜଣେ ହେଉଛନ୍ତି କୁନାର ସିଂ, ଆଉ ଜଣେ ତ୍ରିଲୋଚନ ରଣା । ତୃତୀୟ ଜବାନ ଜଣକ ନୀଲମ ବାର୍ଲା । ଏହି ତିନିଜଣଙ୍କ ପାଖରୁ ଜବତ ଗଂଜେଇର ପରିମାଣ ୧୫ କେ.ଜି ୯୦୦ ।

 Ration card
Ration Card: କୋଠା, ଗାଡ଼ି ଥାଇ ବି 'ଗରିବ' ବ୍ଲକ ଅଧ୍ୟକ୍ଷା; ୪ ବର୍ଷ ହେଲା ନେଉଛନ୍ତି ରାସନ ଚାଉଳ

ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ରାସନ୍ କାର୍ଡ । ମାସକୁ ମାସ ଉଠାଉଛନ୍ତି ରାସନ ଚାଉଳ । ୪ ବର୍ଷ ହେଲା ଗରିବଙ୍କ ପାଇଁ ଆସୁଥିବା ପିଡିଏସ୍‌ ଚାଉଳ ନେଉଥିବାର ଅଭିଯୋଗ । ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ବିରୋଧରେ ଆସିଛି ଏହି ସାଂଘାତିକ ଅଭିଯୋଗ ।

Murder
Murder in Balangir: ସାଙ୍ଗ ସାଜିଲା ସଇତାନ, ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ମାରିଦେଲା

ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ହତ୍ୟା । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ।

ସାଲାଇନ୍‌ ଧରି ସ୍କୁଲରେ ଶିକ୍ଷକ
ମିଳିଲାନି ଛୁଟି, ସାଲାଇନ୍ ଧରି ସ୍କୁଲରେ ଶିକ୍ଷକ

ଦେହ ଖରାପ ସତ୍ତ୍ବେ ମିଳିଲାନି ଛୁଟି। ମାନିଲେନି ପ୍ରିନ୍ସିପାଲ୍, ଶିକ୍ଷକ ହେଲେ ଗୁରୁତର। ସାଲାଇନ୍ ଲଗାଇ ସ୍କୁଲ ଦୁଆରେ ଛାଡ଼ିଲେ ପରିବାର।

Kantabanji
ନିଜେ ଭିନ୍ନକ୍ଷମ,ଗଢ଼ୁଛନ୍ତି ଅନ୍ୟଙ୍କ ଜୀବନ

ମାଟି ଚଟାଣରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି l ଗୋଟିଏ ଚେୟାରରେ ବସି ପିଲାଙ୍କୁ ପାଠ ପଢ଼ାଉଛନ୍ତି l ଜୀବନ ସିନା ଦାଉ ସାଧିଛି, ହେଲେ ନିଜର କର୍ମକୁ ସଠିକ୍‌ ଭାବେ ସେ ତୁଲାଉଛନ୍ତି । ଏ ହେଉଛନ୍ତି ଭିନ୍ନକ୍ଷମ ଚନ୍ଦନ ଶର୍ମା । ତାଙ୍କ ଜୀବନଟା ଯେମିତି ଜନ୍ମବେଳରୁ ସଂଘର୍ଷମୟ ।

ନଈକୁ ଡେଇଁ ପ୍ରେମିକର ଆତ୍ମହତ୍ୟା
Suicide After Video Call: ଟିନ୍ ଏଜ୍ ଲଭ୍‌ର ଭୟଙ୍କର କାହାଣୀ...ପ୍ରେମିକାକୁ ଭିଡିଓ କଲ୍ କରି ନଦୀକୁ ଡେଇଁ ପଡ଼ିଲେ ପ୍ରେମିକ

ତୁଷୁରା ପତିତପାବନ ପଡ଼ାର ୧୯ ବର୍ଷୀୟ ଆସମାନ ଛତ୍ରୀଆ । ଦେଢ ବର୍ଷ ହେଲା ଅନ୍ୟ ଗାଁର ଜଣେ ୧୬ ବର୍ଷୀୟ ନାବାଳିକାକୁ ଭଲ ପାଉଥିଲେ । କିଛି ମାସ ହେବ ପ୍ରେମିକା ଜଣକ ପରିବାର ସହିତ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛି । ଏ ଭିତରେ ଆଉ ଜଣେ ଝିଅ ଆସମାନକୁ ଭଲ ପାଇ ବସିଥିଲେ । ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରଥମ ପ୍ରେମିକା ସହିତ ଆସମାନର ବଚସା ହୋଇଥିଲା ।

ବରକୁ ହତ୍ୟା ପାଇଁ ସୁପାରୀ !
Supari Killer Hired To Kill Groom: ବରକୁ ହତ୍ୟା ପାଇଁ ସୁପାରୀ, ବନ୍ଧୁକ ଓ ଖଣ୍ଡା ଜବତ କଲେ ଗାଁ ଲୋକେ

ବରକୁ ହତ୍ୟା ଯୋଜନାରେ ୭ ଜଣଙ୍କୁ କାବୁ କରି ଦେଓଗାଁ ପୋଲିସକୁ ଜିମା ଦେଇଥିଲେ ଗାଁ ଲୋକେ । ଅଟକ ଯୁବକମାନେ ଭୀମଡୁଙ୍ଗୁରି ଏବଂ କୁକୁରଖାଇ ଗାଁର ହୋଇଥିବା ଜଣାପଡିଛି।

Balangir Teacher's Unpaid Salary
Teacher’s Unpaid Salary Row: ୩ ମାସ ହେଲା ଚେତା ପଶୁନଥିଲା, ଖବର ବାଜିବା ପରେ ଲେଖାହେଲା ଚିଠି

ବଲାଙ୍ଗିର ପୁଇଁନ୍ତଳା ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ୩ ମାସ ହେଲା ଦରମା ନମିଳିବା ଅଭିଯୋଗରେ ଛୁଟି ମାଗିଥିଲେ । ସୂଚନାଯୋଗ୍ୟ ଶିକ୍ଷକ ଜଣକ ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଥିଲେ ।

ମାଳ ମାଳ ସରକାରୀ ଯୋଜନା, ମାଳ ମାଳ ଦାଦନ ଶ୍ରମିକ
Balangir Migrant Labourers: ମାଳମାଳ ଯୋଜନା...ମାଳମାଳ ଦାଦନ ଶ୍ରମିକ...ଶୁଣିବେ କି ସରକାର ?

ଇଏ ଜଣେ ତିନି ଛୁଆ ମା’ର କାହାଣୀ । ମାଲିକ ସ୍ବାମୀକୁ ଅପହରଣ କରିନେଇଛି । ଏ ମା’ର କହିବା କଥା ହେଉଛି, ଗୋଟିଏ ମାସ ହେବ ମୋ ସ୍ବାମୀ ଅକ୍ଷୟ ପରାଭୁଏଙ୍କ କୌଣସି ଖୋଜଖବର ନାହିଁ । ଅବଶ୍ୟ ମାଲିକ ଧମକ ଦେଇଥିଲା, ହାଡଭଙ୍ଗା କାମ ନକଲେ, ସ୍ବାମୀକୁ ଅପହରଣ କରିନେଇ ହତ୍ୟା କରିଦେବେ । ସତକୁ ସତ ମାସେ ହେଲାଣି ସ୍ବାମୀଙ୍କ ଖୋଜଖବର ନାହିଁ । ତେଣୁ ତିନି ଛୁଆଙ୍କୁ ନେଇ ଜୀବନ ଧରି ବଲାଙ୍ଗିର ଫେରିଛି ।

Teacher Protest For Salary
Teacher Works As Labourer: ଶିକ୍ଷକଙ୍କ ନିଆରା ପ୍ରତିବାଦ, ମୂଲ ଲାଗିଲେ ଶିକ୍ଷକ ପ୍ରଭୁଦତ୍ତ ସାହୁ

ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି ।

ବୁଲୁଛି ରଥ, ଫେରୁଛି ଶବ
Migrant Laborer: ପ୍ରଶାସନ ବୁଲାଉଛି ସଚେତନତା ରଥ, ହେଲେ ଶବ ହୋଇ ଫେରୁଛନ୍ତି ଦାଦନ ଶ୍ରମିକ

ହଜାର ହଜାର ଲୋକ ଚାଲାଣ ହୋଇ ଯାଉଛନ୍ତି । ସେଠି ନିର୍ଯାତିତ ହୋଇ ଫେରୁଛନ୍ତି । ଏବର୍ଷ ବର୍ତ୍ତମାନ ଯାଏ ପାଖାପାଖି ୨୦ ଶ୍ରମିକ ଶବ ହୋଇ ଫେରିଲେଣି । କିନ୍ତୁ ପ୍ରଶାସନର ଚିନ୍ତା ନାହିଁ କି ରୋକ ବି ନାହିଁ । ଏପରିକି ନିଜ ସଂର୍ପକୀୟଙ୍କ ଶବ ଆଣିଥିବା ଶ୍ରମିକ ମାନଙ୍କୁ ବି ପୁଣିଥରେ ଦାଦନ ଯାଇ, ମୃତ ଶବର ଟଙ୍କା କରଜ ସୁଝିବା ପାଇଁ ବାଧ୍ୟ କରୁଛନ୍ତି ସ୍ଥାନୀୟ ସର୍ଦ୍ଦାର ।

Balangir
High School Teacher: ଦିନେ ଦୋକାନରେ ଚପଲ ବିକୁଥିଲେ, ଆଜି ସ୍ମାର୍ଟ ସ୍କୁଲ ଟିଚର

ଅସୁସ୍ଥତା କାରଣରୁ ବାପା ଘରକୁ ଫେରିଆସିବା ପରେ ପରିବାର କେମିତି ଚଳିବ? ସାନ ଦୁଇ ଭଉଣୀଙ୍କ ପାଠ ପଢ଼ା କେମିତି ହେବ? ପରିବାର ଚଳିବ କେମିତି? ଏମିତି ଯାବତିୟ ଜଞ୍ଜାଳ ଭିତରେ ଫଶିଗଲେ ଉତ୍ତମ। ସେଥିରୁ ମୁକୁଳିବା ପାଇଁ ଉତ୍ତମ ପାଠ ପଢ଼ା ସହିତ ପାର୍ଟ ଟାଇମ୍‌ କାମ କରିବାକୁ ନିଷ୍ପତ୍ତି ନେଇଥିଲେ।

Crime
Love Bird Suicide: ପ୍ରପୋଜାଲ୍‌ ଡେ’ରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!

ଶନିବାର ସନ୍ଧ୍ୟା ବେଳେ ପଦ୍ମାଙ୍କ ପରିବାର ଲୋକ କେଓମାଲ ଗାଁକୁ ଆସିଥିଲେ। ଆଉ ସାଥୀରେ ଝିଅକୁ ନେବା ପାଇଁ ଅଡି ବସିଥିଲେ। ହେଲେ ପଦ୍ମା ଯାଇନଥିଲେ। ଯାହାକୁ ନେଇ ପରିବାର ଭିତରେ ବିବାଦ ଦେଖାଦେଇଥିଲା।

Crime
Father And Son Murder! ଦାଦନ ଯାଇଥିଲେ; ତାମିଲନାଡୁରେ ବାପା ଓ ପୁଅଙ୍କୁ ହତ୍ୟା!

ଫାର୍ମ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଏନେଇ ଅଭିରାମଙ୍କ ପତ୍ନୀ ଓ ପୋଲିସ୍‌ଙ୍କୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଦେହରେ କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

When Will Illegal Quarrying Stop?
Illegal Quarrying In Balangir: ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ, ବଲାଙ୍ଗିରରେ କେବେ ବନ୍ଦହେବ ବେଆଇନ କ୍ରସର?

ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ । ବଲାଙ୍ଗିରରେ ଚାଲୁଛି ବେଆଇନ୍ କ୍ରସର । ଖବର ପ୍ରସାରଣ ପରେ ବି ପ୍ରଶାସନ ନିଦାବିଷ୍ଣୁ । ଏବେ ବି ଉଚ୍ଛବପାଲିରେ ଚାଲିଛି ବେଆଇନ କ୍ରସର । ବ୍ଲାଷ୍ଟିଂ ଯୋଗୁ ଘରେ ଘରେ ଫାଟ, ଲୋକ ଆତଙ୍କିତ ।

Inter-Caste Wedlock In Bolangir
ଝିଅ ପାଇଁ ବାପାର ଶବକୁ ଦଣ୍ଡ ଦେଲେ ଗ୍ରାମବାସୀ

ସ୍ତ୍ରୀର ଛାତିଫଟା ଚିତ୍କାରରେ କମ୍ପି ଯାଉଛି ଘର ଅଗଣା। ଯେତେ ବୁଝାଇଲେ ବି ସେ ବୁଝୁନାହିଁ। ତା ଦେବତା, ତା ଶଙ୍ଖା, ସିନ୍ଦୁର ଆଜି ତାକୁ ଛାଡ଼ି ଚାଲିଯାଇଛି। ଝିଅ ପାଇଁ ଦଣ୍ଡ ପାଇଛି ବାପା ।