• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Odisha schools to have morning classes from April 2
Odisha Schools News: ବଡ଼ ଖବର; ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍‌...

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍‌ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି ।

subhadra
Subhadra Yojana: କାହିଁକି ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ହେଲେ ବଞ୍ଚିତ? କାରଣ କହିଲେ ପ୍ରଭାତୀ

ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳାଙ୍କ ପାଇଁ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ୱିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ୍ କାର୍ଡକୁ ଆୟ ବର୍ଗ ଅଧିକ ଥିବାରୁ ରାସନ୍ କାର୍ଡ ଫେରାଇଛନ୍ତି।

Paramita Sarangi wins Hindi Sahitya Akademi Award
Award: ମହାରାଷ୍ଟ୍ରରେ ଓଡ଼ିଆ ଝିଅ ସମ୍ମାନୀତ; ପାରମିତା ଷଡ଼ଙ୍ଗୀଙ୍କୁ ହିନ୍ଦୀ ସାହିତ୍ୟ ଏକାଡେମୀ ପୁରସ୍କାର

ହିନ୍ଦୀ ଗଳ୍ପ ସଂକଳନ ପାଇଁ ମହାରାଷ୍ଟ୍ରରେ ସମ୍ମାନୀତ ହୋଇଛନ୍ତି ଓଡ଼ିଆ ଝିଅ ପାରମିତା ଷଡ଼ଙ୍ଗୀ। ତାଙ୍କୁ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ତରଫରୁ “ମୁନ୍‌ସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର” ପ୍ରଦାନ କରାଯାଇଛି।

Birendra Nayak's first poetry book 'Darajara Daroti' launched
Book Launched: ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ

ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶାର ବହୁ କବି, ଲେଖକ, ଲେଖିକା ଯୋଗଦେଇ ସଭାଟିକୁ ସଫଳ କରାଇଥିଲେ।

raja chakra
BJD leader Raja Chakra: ରାଜା ଖୋଲିବ ପେଡି; ରିମାଣ୍ଡରେ ନେବ EOW

ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ରାଜାକୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚାରିବ। ରାଜା ସହ ଦୁର୍ନୀତିରେ କେଉଁମାନେ ସାମିଲ ଥିଲେ, ରାଜା ଯେଉଁ କଳା ସାମ୍ରାଜ୍ୟ ବିଛାଇଥିଲା, ସେଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ଏନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। 

Matric Exam
Matric Result:ଆଜିଠୁ ମାଟ୍ରିକ ଖାତାଦେଖା,୧୨ ହଜାର ଶିକ୍ଷକ ଦେଖିବେ ଖାତା

ସମସ୍ତ ପରୀକ୍ଷା କେନ୍ଦ୍ରରେ ଜଣେ ସେଣ୍ଟର ଅବଜରଭର ନିୟୋଜିତ ହୋଇଛନ୍ତି। ଖାତା ଦେଖିବା ପରେ ନିରୀକ୍ଷକମାନେ ଅନଲାଇନ ମାଧ୍ୟମରେ ମାର୍କ ୱେବସାଇଟରେ ଅପଲୋଡ କରିବେ। ଆସନ୍ତା ମେ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ବୋର୍ଡ ଆଶା ରଖିଛି।

Naba Das
Naba Das Murder: ନବ ଦାସ ହତ୍ୟା ମାମଲା; ଝାରସୁଗୁଡ଼ା ବିମାନ ବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼

କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ବିମାନ ବନ୍ଦରର ଗେଟ୍‌ କିପରଠାରୁ ଆରମ୍ଭ କରି ଏୟାର ଲିଫ୍ଟ ସମୟରେ ଯେଉଁମାନେ ଥିଲେ ସେମାନଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଆଜି ପୁଣି କ୍ରାଇମବ୍ରାଞ୍ଚ ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନକୁ ଯାଇଛି।  

Accident
Road Accident: ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍

ପ୍ରଧାନ ଶିକ୍ଷକ ଆଜି ସକାଳେ ଏକ ବାଇକ୍ ଯୋଗେ ସ୍କୁଲ ଯାଉଥିଲେ ଦିଗପହଣ୍ଡି ଘୋଡ଼ାହାଡ଼ ମୁଖ୍ୟ ରାସ୍ତା କଇଠଖଣ୍ଡି ଛକ ନିକଟରେ ନୀଳକଣ୍ଠ ନାମକ ଏକ ଘରୋଇ ବସ୍‌ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଧାନଶିକ୍ଷକ ବାଇକରୁଛିଟିକି ତଳେ ପଡ଼ି ଯାଇଥିଲେ।

CMO
Naba Das Murder: ଖୋଲିବ କି ଗୁମର; ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୁରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

mythology and history behind panchu dola of odisha
Panchu Dola: ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଥାନ୍ତି ପରମାନନ୍ଦ

ଓଡ଼ିଶାର ଗାଁ ଗାଉଁଲୀରେ ଦୋଳ ପର୍ବ ଏକ ଲୋକପ୍ରିୟ ପର୍ବ । ତେବେ ପଞ୍ଚୁ ଦୋଳ କ'ଣ ? ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ପଞ୍ଚୁ ଦୋଳ ବାବଦରେ ପଢ଼ନ୍ତୁ ପୂରା ତଥ୍ୟ ।

Panchang
Panchang Today 19th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଚନ୍ଦ୍ର- ତୁଳା ଦିବା ୦୨.୦୬ ଗତେ ବିଛା । ତିଥି- ୫ମୀ ରାତ୍ରି ୧୨.୩୭ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- କର୍କଟ ରାଶିର ।

Anganwadi
Anganwadi: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ସକାଳ ୭ଟାରୁ ୯ଟା ଅଙ୍ଗନବାଡ଼ି ଖୋଲା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସଂପର୍କରେ ଗତକାଲି ଲୋକସେବା ଭବନରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈଠକରେ ସମସ୍ତ ଜିଲ୍ଲାପାଳ ଓ ବିଭାଗସ୍ତରୀୟ ଅଧିକାରୀଙ୍କୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ SOP ଆଧାରରେ କାମ କରିବାକୁ କୁହାଯାଇଥିଲା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 19 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 19 March 2025
metro
Metro to Start in cuttack: ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏ ଗଡିବ ମେଟ୍ରୋ, ହାଇଲେବଲ କମିଟିର ସମୀକ୍ଷା ଜାରି

ବାତିଲ ହେବନି ମେଟ୍ରୋ ପ୍ରକଳ୍ପ। ବରଂ DPR ବଦଳିବ ଓ ଏୟାରପୋର୍ଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ଦୌଡ଼ିବ ମେଟ୍ରୋ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

boudh
Heatwave Hotspot Boudh: ହିଟୱେଭର ନୂଆ ହଟସ୍ପଟ ପାଲଟିଛି ବୌଦ୍ଧ, ଭାଙ୍ଗିବ ଟିଟିଲାଗଡର ରେକର୍ଡ!

ଦିନ ଥିଲା, ହିଟୱେଭର ହଟସ୍ପଟ୍ ପାଲଟିଥିଲା ଟିଟିଲାଗଡ଼। କିଏ ୟାକୁ କହୁଥିଲା ତତଲାଗଡ଼ ତ ଆଉ କିଏ ଟିଟିଲାଗଡ଼ ଉପରେ ଗୀତ ରଚନା କରିଥିଲେ। ହେଲେ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗି ଏକଦା ୫୦ ଡିଗ୍ରୀ ଟପିଥିବା ଟିଟିଲାଗଡ଼ ଆଉ ଆଗ ଭଳି ନାହିଁ।

naba
Naba Das Murder: ନବ ଦାସ ହତ୍ୟାକାଣ୍ଡ ପଛରେ କିଏ, ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ କଲେ ସରକାର

ନବ ଦାସ ମର୍ଡର ଫାଇଲ୍ ଖୋଲିଲେ ମୋହନ ସରକାର। ପଦାକୁ ଆସିବ ଷଡ଼ଯନ୍ତ୍ର ଥିଓରି! ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ଫସିବେ ମର୍ଡର ପଛରେ ଥିବା ବଡ଼ବଡ଼ିଆ! ଆଜିଠୁ ଆରମ୍ଭ ହୋଇଛି ପ୍ରକ୍ରିୟା। ପୁଣି ଥରେ ନବଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ।

education
Educational Reform: ୬ ବର୍ଷ ପୂର୍ବରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ହେବନି, ଶିକ୍ଷା ବିଭାଗର ବଡ ନିଷ୍ପତ୍ତି

ପ୍ରଥମ ଶ୍ରେଣୀ ନାମଲେଖା ନେଇ ବୟସ ଦ୍ବନ୍ଦ୍ବ ଦୂର କଲା ଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ ୬ କିମ୍ବା ଏହା ଠାରୁ ଅଧିକ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି।

naba das
Naba Das Murder: ଖୋଲିବ ନବ ଦାସ ହତ୍ୟା ଗୁମର: ହତ୍ୟା ପଛରେ କିଏ ତାହା ଓଡ଼ିଶାବାସୀ ଜାଣିବା ଦରକାର

ଗତ ସରକାର ସମୟରେ ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ କିଏ ଓ କାହିଁକି ହତ୍ୟା କରାଯାଇଥିଲା, ଏହା ଓଡ଼ିଶାର ଜନସାଧାରଣ ଜାଣିବା ଉଚିତ ବୋଲି ହରିଚନ୍ଦନ କହିଛନ୍ତି। ଅନ୍ୟ ପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ହରିଚନ୍ଦନ କହିଛନ୍ତି।

metro
Metro train In Cuttack: ବଡ଼ ଅପଡେଟ୍‌; କଟକ ଯିବ ମେଟ୍ରୋ !

ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି। ପୂର୍ବ ସରକାର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋର ପରିକଳ୍ପନା କରିଥିଲେ। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ, କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି।

Elephant
Elephant Attack: ମା’ ଛେଉଣ୍ଡ ହେଲେ ୨ ପୁଅ; ମାରିଦେଲା ଦନ୍ତା

ଗତକାଲି ରାତିରେ ପୂଜା, ତାଙ୍କ ସ୍ୱାମୀ ଓ ୨ ପୁଅ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ ଏକ ଦନ୍ତା କାନ୍ଥ ଭାଙ୍ଗି ଘରେ ପଶିଥିଲା। ହାତୀକୁ ଦେଖି ପରିବାର ବର୍ଗ ଭୟଭୀତ ହୋଇଥିଲେ। ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ।

Naba das
Naba Das Murder: ଖୋଲିବ କି ଗୁମର; ନବ ଦାସଙ୍କ ଘରେ ୨ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌

ନବ ଦାସ ମାମଲାର ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ନବ ଦାସଙ୍କ ପରିବାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ କରିଛନ୍ତି ନବଙ୍କ ପତ୍ନୀ ମିନତୀ ଦାସ ।

Debendra Pradhan
Debendra Pradhan Cremated: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ଗତକାଲି ସ୍ୱର୍ଗତ ପ୍ରଧାନଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା। ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ଦଳ ମତ ନିର୍ବିଶେଷରେ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି। ସ୍ୱର୍ଗତ ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା

Weather
Weather Update: ତାତିରୁ ମିଳିବ ଆଶ୍ୱସ୍ତି; କାଲିଠୁ ପାଗରେ ପରିବର୍ତ୍ତନ!

ଆଜି ପାଇଁ ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ ଏବଂ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାରେ କାଲିଠୁ ପାଗରେ ପରିବର୍ତ୍ତନ ଦେଖାଦେବ। ୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

HIV
HIV: ମନ୍ତ୍ରୀ କହିଲେ - ରାଜ୍ୟର ବଢୁଛି HIV ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟର ବଢୁଛି HIV ଆକ୍ରାନ୍ତ ସଂଖ୍ୟା। ଗୃହରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ରେ ୨ ହଜାର ୩୪୧ HIV ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ବଢ଼ି ୩ ହଜାର ୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Debendra pradhan
Debendra Pradhan last Rites: ଆଜି ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ; ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ସ୍ୱର୍ଗତ ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ସେଠାରୁ ପାର୍ଥିବ ଶରୀରକୁ ରାଜ୍ୟ ବିଜେପି ମୁଖ୍ୟାଳୟକୁ ନିଆଯାଇଯାଇଥିଲା।