• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kalabaisakhi In Odisha

monsoon
ମାଡ଼ି ଆସୁଛି ବର୍ଷା: ୧୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ରାଜ୍ୟର ୧୭ ଜିଲ୍ଲାକୁ ସତର୍କତା ଜାରି କରିଛି। ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ  ମାଲକାନଗିରି ପାଇଁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି।  ଦିନ ୧ଟା ଯାଏଁ ସତର୍କତା ଜାରି କରିଛି ପାଣିପାଗ […]

kalabaisakhi
ଦିନ ୧୧ଟା ଭିତରେ ହୋଇପାରେ କାଳବୈଶାଖୀ, ୪ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: କାଳବୈଶାଖୀ ନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ୧୧ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ୪ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ନୟାଗଡ଼, ଅନୁଗୁଳ, କଟକ ଓ ଖୋର୍ଦ୍ଧା। ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ […]

kalabaisakhi
କାଳବୈଶାଖୀ ସମ୍ଭାବନା: ୫୦ ରୁ ୬୦ କି.ମି. ବେଗରେ ବହିବ

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି।  ଗତକାଲି ୧୩ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ସେପଟେ ଆଜି କାଳବୈଶାଖୀ ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଫଳରେ ଆଜି ସକାଳ ୮ଟା ୩୦ ମିନିଟ୍‌ ସମୟରୁ ଆସନ୍ତା କାଲି ୮ଟା ୩୦ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ […]

monsoon
କାଳବୈଶାଖୀ ସମ୍ଭାବନା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୧୧ ଜିଲ୍ଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କଟକ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧାରେ ସକାଳ ୮ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ୫୦ରୁ ୬୦ […]

kalabaisakhi
କାଳବୈଶାଖୀ ସମ୍ଭାବନା; ଘଡଘଡି ସହ ହୋଇପାରେ ବର୍ଷା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୫ ଜିଲ୍ଲା- ଗଞ୍ଜାମ, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱରରେ ଅପରାହ୍ନ ୨ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି […]

kalabaisakhi
‍ତାତିରୁ ମିଳିଲା ତ୍ରାହି

ଭୁବନେଶ୍ୱର: ତାତିରୁ ସାମାନ୍ୟ ତ୍ରାହି। ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ଫଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଜି ବି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏସବୁ ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, […]

monsoon
କାଳବୈଶାଖୀ ସମ୍ଭାବନା; ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର: ତତଲା କଡ଼େଇରେ ସାରା ଓଡ଼ିଶା।  ଖରା, ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାକୁ ନେଇ ଗୁରୁବାର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ପାଣିପାଗ ବିଭାଗ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦ […]

monsoon
ପ୍ରବଳ ପବନ ସହ ବର୍ଷା ଯୋଗୁ ଗଛ ପଡ଼ି ଜଣଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଗତ ଶନିବାର ସଂଧ୍ୟାରେ ପ୍ରବଳ ପବନ ସହ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। କିଛି ସ୍ଥାନରେ ପଲିଥିନ୍ ଛପର ଉଡ଼ିଯିବା ସହ ଗଛଲତା ଭାଙ୍ଗିଯାଇଛି।ସେହିପରି ଚାନ୍ଦିପୁର ଥାନା ପଦ୍ମପୁର ପଞ୍ଚାୟତର ମଝିକିଆ ଗାଁରେ ଗଛପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଶତ୍ରୁଘ୍ନ ଦାସ। କାଳବୈଶାଖୀ ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି।

monsoon
କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ କମିଛି ତାତି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ କମ୍ ରହିଛି ଦିନର ତାତି। ଏମିତିକି ଗତକାଲି ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିନଥିଲା। ଆଜି ମଧ୍ୟ ଉପକୂଳ ଓଡ଼ିଶାର କେତେକ ସ୍ଥାନ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ଅନୁମାନ କରୁଛି ପାଣିପାଗ ବିଭାଗ। ଏହି ସମୟ ମଧ୍ୟରେ ପବନ ସାଙ୍ଗକୁ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ପରେ ଖରା ପ୍ରକୋପ ବଢ଼ିବା ପୂର୍ବାନୁମାନ କରାଯାଇଛି। ଗତକାଲି ସୋନପୁରର ତାପମାତ୍ରା […]

monsoon
ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଉପକୂଳ ଅଞ୍ଚଳରେ ତାତି ସାମାନ୍ୟ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଅଧିକ ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା। ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଓଡିଶା ଉପରକୁ ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡିଶାରେ ଅପରାହ୍ନ ସମୟରେ […]

monsoon
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବିଜୁଳି ଘଡଘଡି ସହ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଥିବା ମଧ୍ୟ ଜଣାପଡ଼ିଛି। କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ରାଜ୍ୟର ୧୧ଟି ଜିଲ୍ଲାକୁ ଏନେଇ ସତର୍କ ସୂଚନା ଜାରି କରିଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ […]

kalabaisakhi
ତାତିରୁ ମିଳିଛି ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ମିଳିଛି ନିସ୍ତାର। ଆଭ୍ୟନ୍ତରୀଣ ସହ ଉପକୂଳ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି। ତେବେ କାଳବୈଶାଖୀ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

monsoon
ବଜ୍ରାଘାତରେ ଗଲା ଦମ୍ପତ୍ତିଙ୍କ ପ୍ରାଣ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ମିଳିଛି ନିସ୍ତାର। ହେଲେ କାଳବୈଶାଖୀ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ବଜ୍ରାଘାତରେ କେନ୍ଦୁଝର ବାରିଆ ଥାନା ଗୁଡ଼ିପୋଖରୀ ନିକଟରେ ଏକ ଦମ୍ପତ୍ତି ପ୍ରାଣ ହରାଇଛନ୍ତି। ଝୁମ୍ପୁରା ବ୍ଲକ ତିଳିତିଆ ଗାଁର ମହେଶ୍ୱର ମହାନ୍ତ ଓ ପତ୍ନୀ ଯଶୋଦା ମହାନ୍ତ ବାଇକରେ […]

rain
ତାତିରୁ ମିଳିଲା ନିସ୍ତାର; ବର୍ଷାରେ ଭିଜିଲା ଭୁବନେଶ୍ୱର, କଟକ ଓ ପୁରୀ ସମେତ କିଛି ସ୍ଥାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା।  ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେହିପରି କଟକ ସହରରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଏହାପୂର୍ବରୁ କାଳବୈଶାଖୀ ବର୍ଷା ହେବା ନେଇ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା […]

jajpur
କାଳବୈଶାଖୀରେ ଭୁଶୁଡ଼ିଲା ମଞ୍ଚ

ଯାଜପୁର: ଭୁଶୁଡ଼ିଲା କୋଟିଏ ଟଙ୍କାରେ ବିଶାଳ ସୁସଜ୍ଜିତ ମଞ୍ଚ। ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଂଗୀତ ପରିବେଷଣ ପୂର୍ବରୁ ଦର୍ଶକ ହେଲେ ନିରାଶ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… ଯାଜପୁର ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଲାଗି ବାଳାଶ୍ରମ ମୁକ୍ତାକାଶ ମଞ୍ଚରେ ତିଆରି ହୋଇଥିବା ତୋରଣ ଓ ମଞ୍ଚ ଗତକାଲି ଝଡ଼ ପବନରେ ଭୁଶୁଡ଼ି ପଡ଼ିଛି। ୯ ଦିନ ଧରି ଚାଲିଥିବା ଏହି ଉତ୍ସବର ଗତକାଲି ଉଦ୍‌ଯାପନୀ ଦିବସ […]

monsoon
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ। ଝଡ଼ ତୋଫାନ ସହିତ ପ୍ରବଳ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ବର୍ଷା ହେବା ଦ୍ୱାରା ତାତିରୁ ଟିକେ ତ୍ରାହି ମିଳିଛି। ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି। ତେବେ ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ କାଟ୍‌ ହୋଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଲାଙ୍ଗିର, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷ ହୋଇଛି। ଏକ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ସହିତ ଘଡ଼ଘଡ଼ି ହୋଇଛି। ଏଥିରେ ଗଛ ପତ୍ର […]

monsoon
ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। ଏନେଇ ଆଜି ସାଢ଼େ ୨ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ବେଳେ ୫୦ରୁ ୬୦ କିମି ବେଗରେ ପବନ ବହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ କାଳବୈଶାଖୀ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result