• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଟଣ୍ଡନଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ କଲିକତା ହାଇକୋର୍ଟର ବିଚାରପତି ଅଛନ୍ତି ଜଷ୍ଟିସ୍ ଟଣ୍ଡନ । କିଛି ଦିନ ପୂର୍ବରୁ ତାଙ୍କ ନାଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ୍ ।ଜଷ୍ଟିସ ଟଣ୍ଟନଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଟ୍ୱିଟ୍ କରିଛନ୍ତି । 

ଅଧିକ ପଢ଼ନ୍ତୁ: ଆଜି ବି ଅଚଳ ବିଧାନସଭା, ଗୃହରେ ଘଣ୍ଟ-ପେଁକାଳୀ ବଜାଇଲେ କଂଗ୍ରେସ ବିଧାୟକ

ଜାନୁଆରୀ ୧୯ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଅବସର ନେଇଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ତା' ପରଠୁ ହାଇକୋର୍ଟର ସ୍ଥାୟୀ ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା । ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ ତୁଲାଉଛନ୍ତି । ତେବେ ଆହ୍ଲାବାଦ ହାଇକୋର୍ଟକୁ ତାଙ୍କର ବଦଳି ପାଇଁ କଲେଜିୟମ୍ ସୁପାରିଶ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି । 

୨୦୧୦ ଏପ୍ରିଲ ୧୩ରୁ ଜଷ୍ଟିସ ହରିଶ ଟଣ୍ଡନ କଲିକତା ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କର ନିଯୁକ୍ତି ପାଇଁ ମାର୍ଚ୍ଚ ୬ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ ।