ଆଘାତଜନିତ କାରଣରୁ ଆଇପିଏଲ୍ ୨୦୨୫ ସିଜନ୍ ମଝିରୁ ବିଦାୟ ନେଇଛନ୍ତି ସିଏସ୍କେର ଅଧିନାୟକ ଋତୁରାଜ ଗାଏକୱାଡ଼ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଖକୁ ଫେରିଛି ଟିମ୍ର ନେତୃତ୍ୱ ଦାୟିତ୍ୱ । ତେବେ ଟିମ୍ ପାଇଁ ସେ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ? ଜଣେ ୪୩ବର୍ଷୀୟ କ୍ରିକେଟର୍ଙ୍କ ଉପରେ ଫ୍ରାଞ୍ଚାଇଜ୍ର ଏତେ ନିର୍ଭରଶୀଳତା କ’ଣ ଯଥାର୍ଥ ?
ଏପର୍ଯ୍ୟନ୍ତ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ୧୨ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ମୁମ୍ବାଇର ବିଜୟ ହାର ଅଧିକ ରହିଛି ।
ନିକଟରେ ଭାରତୀୟ ଦଳର ସହକାରୀ କୋଚ୍ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ମିଳିଛି ନୂଆ ନିଯୁକ୍ତି। ବିସିସିଆଇ ଘୋଷଣାର ଦିନକ ପରେ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ୍କୁ ଫେରିଛନ୍ତି ନାୟାର। ସେ କୋଲ୍କାତା ନାଇଟ୍ ରାଇଡର୍ସରେ ସପୋର୍ଟ ଷ୍ଟାଫ୍ ଭାବେ ଯୋଗଦେଇଛନ୍ତି।
ଆଇପିଏଲ ଇତିହାସରେ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି ବିହାରର ଜଣେ ଯୁବ ଖେଳାଳି। ମାତ୍ର ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସର ଏହି ଯୁବ ଖେଳାଳି ଡେବ୍ୟୁ କରିଛନ୍ତି। ଏହା ସହିତ ସେ ଆଇପିଏଲ୍ରେ ଡେବ୍ୟୁ କରିଥିବା ସବୁଠାରୁ କମ ବୟସ୍କ ଖେଳାଳି ପାଲଟିଛନ୍ତି।
ଅନେକ ଲୋକ କ୍ରୀପଟୋରେ ଟଙ୍କା ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରାଇଥଲେ । ତେବେ ପୋଲିସରେ ଅଭିଯୋଗ ପରେ ପ୍ରଶାନ୍ତ ସହିତ ଅନ୍ୟ ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ । ସେମାନେ ଟେଲିଗ୍ରାମ ଓ ହ୍ୱାଟସଆପ୍ ମାଧ୍ୟମରେ ଲିଙ୍କ ପଠାଇ ଲୋକଙ୍କଠୁ ଟଙ୍କା ଲୁଟୁଥିଲେ ।
ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ, ଦ୍ରାବିଡ ସେହି ରିପୋର୍ଟଗୁଡ଼ିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଦଳ ଭିତରେ ସବୁକିଛି ଠିକ୍ ନଥିଲା ।
ଆଇପିଏଲ୍ ୨୦୨୫ ସିଜନ୍ରେ ମ୍ୟାଚ୍ ସମୟରେ ବ୍ୟାଟ୍ ଯାଞ୍ଚକୁ ନେଇ ଏବେ ବେଶ୍ ଚର୍ଚ୍ଚା । ବ୍ୟାଟିଂ ପାଇଁ କ୍ରିଜ୍କୁ ଆସୁଥିବା ବ୍ୟାଟର୍ଙ୍କ ବ୍ୟାଟ୍ ସାଇଜ୍କୁ ଯାଞ୍ଚ କରୁଛନ୍ତି ଅମ୍ପାୟାର୍ । ତେବେ କାହିଁକି ହେଉଛି ବ୍ୟାଟ୍ ଯାଞ୍ଚ? କ’ଣ ରହିଛି ଏହା ପଛର ଉଦ୍ଦେଶ୍ୟ?
ଆଇପିଏଲ ୨୦୨୫ର ପ୍ରଥମ ସୁପର ଓଭର ବୁଧବାର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସୁପର ଓଭରରେ ଜିତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ।
ଆଇପିଏଲ ୨୦୨୫ର ପ୍ରଥମ ସୁପର ଓଭର ବୁଧବାର ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସୁପର ଓଭରକୁ ନାଟକୀୟ ଢଙ୍ଗରେ ଜିତି ନେଇଛି ଦିଲ୍ଲୀ।
ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଇତିହାସର ସର୍ବନିମ୍ନ ସ୍କୋର ଡିଫେଣ୍ଡ କରିବାରେ ସଫଳ ହୋଇଛି ପଞ୍ଜାବ କିଙ୍ଗ୍ସ। କୋଲକାତା ନାଇଟ ରାଇଡର୍ସକୁ ୧୬ ରନରେ ପରାସ୍ତ କରିବା ସହ ରେକର୍ଡ ନିଜ ନାମରେ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ମାତ୍ର ୧୧୧ ରନରେ ଅଲଆଉଟ ହୋଇଥିଲା
ଚମକ ହରାଉଛନ୍ତି ଭାରତୀୟ ଲେଗ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲ । ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ଖେଳି ନାହାନ୍ତି ଆନ୍ତର୍ଜାତିକ କ୍ରିକେଟ୍ । ଏବେ ଆଇପିଏଲ୍ରେ ବି ନିରାଶ କରୁଛନ୍ତି ଲିଗ୍ ଇତିହାସର ଏହି ସର୍ବଶ୍ରେଷ୍ଠ ବୋଲର୍ ।
କିଙ୍ଗ୍ କୋହଲିଙ୍କ ନାଁରେ ବିରଳ ରେକର୍ଡ। IPLରେ ଅଧିକ ଡଟ୍ ବଲ୍ ଖେଳିବାରେ ୧ନଂ କୋହଲି । IPLରେ ଅଧିକ ବୃକ୍ଷରୋପଣ ରେକର୍ଡରେ ସାମିଲ । ଜାଣନ୍ତୁ କେତୋଟି ଡଟ୍ ବଲ୍ ଖେଳିଲେଣି ।
ଆଇସିସି ପକ୍ଷରୁ ମାର୍ଚ୍ଚ ମାସ ପାଇଁ ପ୍ଲେୟର ଅଫ ଦ ମନ୍ଥ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ମଙ୍ଗଳବାର ଆୟରଙ୍କ ନାମ ଘୋଷଣା କରିଛି ଆଇସିସି। ଚାମ୍ପିୟନ୍ସ ଟ୍ରଫିରେ ଶ୍ରେୟସ ଆୟର ଭାରତର ଟପ ସ୍କୋରର ରହିଥିଲେ। ୨୪୩ ରନ ସ୍କୋର କରିଥିବା ଆୟର ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ସ୍କୋରର ମଧ୍ୟ ରହିଥିଲେ। ପ୍ଲେୟର ଅଫ ଦ ମନ୍ଥ ତାଲିକାରେ ଆୟର ନ୍ୟୁଜିଲାଣ୍ଡର ଜାକବ ଡଫି ଓ ରାଚିନ ରବୀନ୍ଦ୍ରଙ୍କୁ ପଛରେ ପକାଇଥିଲେ।
ମ୍ୟାଚ ଅଧାରେ ଅମ୍ପାୟାର ହଠାତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ ନେଇ ଏହାକୁ ଏକ ବ୍ୟାଟ ଗଜ ସେପର ମଧ୍ୟରେ ଭର୍ତ୍ତି କରିଥିଲେ। ପୂର୍ବରୁ ଅନେକ ସମୟରେ ବଲର ଆକାର ଓ ଆକୃତି ସଠିକ ରହିଛି କି ନାହିଁ ତାହା ସମାନ ଉପାୟରେ ପରୀକ୍ଷା କରାଯାଉଥିଲା।qqq
ଋତୁରାଜଙ୍କ ସ୍ଥାନରେ ପୃଥ୍ବୀ ଶ ଓ ସଲମାନ ନିଜାରଙ୍କ ଭଳି ଖେଳାଳି ସାମିଲ ହେବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଏହି ୧୭ ବର୍ଷୀୟ ଭବିଷ୍ୟତର ଷ୍ଟାର।
କ୍ରମାଗତ ୫ ମ୍ୟଚର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଟ୍ରାକକୁ ଫେରିଥିବା ବେଳେ ୧୧ ବର୍ଷ ତଳର ଆଇପିଏଲ ରେକର୍ଡ ଭାଙ୍ଗିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ ଇତିହାସର ବୟସ୍କ ଖେଳାଳି ଭାବରେ ଧୋନୀ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଛନ୍ତି।
ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୪ ୱିକେଟ ହରାଇ ୧୭୩ ରନ କରିଥିଲା। ଜବାବରେ ଆରସିବି ୧୭.୩ ଓଭରରେ ୧ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା।
ଟି୨୦ କ୍ରିକେଟରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ଡଟ ବଲ ଖେଳିବା ଦ୍ବାରା ଖେଳାଳି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜ ଦଳ ଉପରେ ଚାପ ସୃଷ୍ଟି କରିଥାନ୍ତି। ତେବେ ଆଇପିଏଲ ଇତିହାସର ସବୁଠୁ ସଫଳ ଖେଳାଳି ବିରାଟ କୋହଲି ଡଟ ବଲ ଖେଳିବା ମାମଲାରେ ଏକ ଅଲୋଡା ରେକର୍ଡ କରିଛନ୍ତି।
ମିଚେଲ ମାର୍ଶଙ୍କ ଅନୁପସ୍ଥିତି ଯୋଗୁଁ ଋଷଭ ପନ୍ତ ଗୁଜରାଟ ବିପକ୍ଷ ମ୍ୟାଚ୍ରେ ଓପନିଂ କରିବାକୁ ଆସିଥିଲେ । ପନ୍ତ ନିଜ ବ୍ୟାଟିଂ ଅର୍ଡର ବଦଳାଇଥିଲେ କିନ୍ତୁ ତାଙ୍କ ଭାଗ୍ୟ ବଦଳି ନଥିଲା ।
ମ୍ୟାଚ ପରବର୍ତ୍ତୀ ରାହୁଲଙ୍କ ସେଲିବ୍ରେସନ ବେଶ ଆକର୍ଷଣୀୟ ଥିଲା। ୟଶ ଦୟାଲଙ୍କୁ ଛକା ମାରି ଷ୍ଟାଇଲରେ ମ୍ୟାଚ ଫିନିଶ କରିଥିବା ବେଳେ କାନ୍ତାରା ଫିଲ୍ମ ଷ୍ଟାଇଲରେ ସେଲିବ୍ରେଟ କରିଥିଲେ। ରାହୁଲଙ୍କ ଏଭଳି ସେଲିବ୍ରେସନକୁ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଆରସିବି ମ୍ୟାନେଜମେଣ୍ଟ ପାଇଁ ଏକ ଷ୍ଟେଟମେଣ୍ଟ ବୋଲି କହିଥିଲେ।
କହୁଣୀରେ ଫ୍ରାକଚର କାରଣରୁ ଋତୁରାଜ ଆସନ୍ତା ସିଜନ ପାଇଁ ବାଦ ପଡିଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଇଣ୍ଟରନେଟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି।
ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚକୁ ଗୁଜରାଟ ଟାଇଟନ୍ସ ୫୮ ରନରେ ଜିତିବା ସହ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନକୁ ଉନ୍ନୀତ ହୋଇଥିଲା।
ଆଇପିଏଲ-୧୮ରେ ଚମତ୍କାର ଫର୍ମରେ ରହିଛନ୍ତି ଗୁଜରାଟ ଟାଇଟନ୍ସ ଓପନର ସାଇ ସୁଦର୍ଶନ। ଆଇପିଏଲର କିମ୍ବଦନ୍ତୀ ତଥା ମିଷ୍ଟର ୩୬୦ ଡିଗ୍ରୀ ଏବି ଡିଭିଲିୟର୍ସଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।
ରଜତ ପଟିଦାରଙ୍କ ନେତୃତ୍ବରେ ଦଳ ମୁମ୍ବାଇ ଓ ଚେନ୍ନାଇର ଗଡ ଜିତି ସାରିଥିବା ବେଳେ ଚିନ୍ନାସ୍ବାମୀ ଜିତିବା ବାକି ରହିଛି। ବିରାଟ କୋହଲିଙ୍କ ଭଲ ପ୍ରଦର୍ଶନ ବଳରେ ହିଁ ଏହା ସମ୍ଭବ ହୋଇ ପାରିବ। ଅନ୍ୟ ପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜରିଆରେ ଚିନ୍ନାସ୍ବାମୀରେ ଚଳିତ ସିଜନର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ଆରସିବି।
ଆଇପିଏଲ୍ ୨୦୨୫ରେ ଚହଳ ସୃଷ୍ଟି କରିଛନ୍ତି ଗୁଜରାଟ ଟାଇଟନ୍ସର ପେସର୍ ମହମ୍ମଦ ସିରାଜ । ହ୍ୱାଇଟ୍-ବଲ୍ ଟିମ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଲିଗ୍ର ୧୮ତମ ସିଜନ୍ ତାଙ୍କ ପାଇଁ ବଡ଼ ସୁଯୋଗ । ଏଥିରେ ସେ ଫିଟ୍ନେସ୍ ସହ ନିରନ୍ତରତା ବଜାୟ ରଖିବା ନିହାତି ଜରୁରୀ ।