ଓଡ଼ିଶାରେ କତା କଣ୍ଢେଇ ତିଆରି ମାତ୍ର ୩୦-୩୫ ବର୍ଷ ତଳେ ଆରମ୍ଭ ହୋଇଥିଲେ ବି କୟର୍ କ୍ରାଫ୍ଟର ଇତିହାସ ବେଶ୍ ପୁରୁଣା। ତେବେ ଏତେ କମ୍ ସମୟରେ ମଧ୍ୟ ଏହା ଦେଶ ବିଦେଶରେ ନିଜର ପରିଚୟ ତିଆରି କରିପାରିଛି। ଓଡ଼ିଶାରେ ରହିଛି କତା କଣ୍ଢେଇର ଗୋଟେ ଗାଁ ଯେଉଁଠି ମୁଁ ଭେଟିଥିଲି ସତୁରୀ ସରିକି କାରିଗରଙ୍କୁ। କୟର୍ କ୍ରାଫ୍ଟ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ଢୋକରା କାଷ୍ଟିଂ ପାଇଁ ଓଡ଼ିଶାର ନାଁ ଅଛି। ମହେଞ୍ଜୋଦାରୋର ଖନନରୁ ମିଳିଥିବା ପ୍ରାୟ ୪୫୦୦ ବର୍ଷ ତଳର ଡ୍ୟାନ୍ସିଂଗାର୍ଲ ମଧ୍ୟ ଆମ ଢୋକରା ପରି ଲଷ୍ଟୱାକ୍ସ ପ୍ରକ୍ରିୟାରେ ତିଆରି ହୋଇଥିବା ଜଣାପଡ଼ିଛି। ତେବେ କେମିତି ତିଆରି ହୁଏ ଏହି ଢୋକରା? ଚାଲନ୍ତୁ ଆମ ଓଡ଼ିଶାର ହସ୍ତଶିଳ୍ପକୁ ଟିକେ ପାଖରୁ ଜାଣିବା।
ଓଡ଼ିଶାରୁ ଅମ୍ୱାନୀଙ୍କ ଘରକୁ ଯିବ ତାଳଗଛ। ସିଧାସଳଖ ନୀତା ଅମ୍ୱାନୀଙ୍କ ବାସଭବନରେ ହୁଏତ ଏ ଗଛ ସୌନ୍ଦର୍ଯ୍ୟ ବଢାଇବ। ଆଉ ଏଥିପାଇଁ ଅର୍ଡର ବି ଆସିଯାଇଛି। ଦର୍ଶକବନ୍ଧୁ ଆପଣ ଭାବୁଥିବେ ଏଡେ ଏଡେ ତାଳଗଛ ଅମ୍ବାନିଙ୍କ ବେଡରୁମରେ ଆଡଜଷ୍ଟ ହେବ କେମିତି ? ଭିଡିଓକୁ ପୁରା ଦେଖନ୍ତୁ ଜାଣିପାରିବେ ।
ପରିଶ୍ରମ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ମହିଳା