Advertisment

Dearness Allowance: କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି। ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
da

da

କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି। ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।

Advertisment

କେନ୍ଦ୍ର ସରକାରଙ୍କ ଶୁକ୍ରବାର ନିଆଯାଇଥିବା ନିଷ୍ପତ୍ତିରେ ପ୍ରାୟ ୧.୧ କୋଟି ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ଉପକୃତ ହେବେ। ଏମାନଙ୍କୁ ଅଧିକ ଲାଭ ମିଳିବ । ୨୦୨୫ ଜାନୁଆରୀ ୧ ତାରିଖରୁ ଏହାକୁ ପିଛିଲା ଭାବେ ଲାଗୁ କରାଯିବ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ୩୬.୫୭ ଲକ୍ଷ କର୍ମଚାରୀ ଓ ୩୩.୯୧ ଲକ୍ଷ ପେନସନ ଗ୍ରହଣ କରୁଥିବା କର୍ମଚାରୀ ରହିଛନ୍ତି।

କେମିତି ହୁଏ DA ହିସାବ ?

ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଜରିଆରେ DAର ହିସାବ କରାଯାଏ । ଏହି ସୂଚକାଙ୍କ ଖୁଚୁରା ବଜାରର ମୂଲ୍ୟକୁ ଟ୍ରାକ କରି DA ବୃଦ୍ଧି ନେଇ ନିଷ୍ପତ୍ତି ନିଏ । DA ବର୍ଷକୁ ଦୁଇ ଥର ସଂଶୋଧିତ କରାଯାଏ । କର୍ମଚାରୀଙ୍କୁ ସେମାନଙ୍କ ଜୀବନ ଧାରଣ କ୍ଷମତାରେ ଆର୍ଥିକ ସହାୟତା ପାଇଁ DAର ବ୍ୟବସ୍ଥା କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢ଼ିବ ଗ୍ରାଚୁଇଟି...

Dearness Allowance
Advertisment
Advertisment