Advertisment

International Space Station: ସ୍ପେସ୍ ଷ୍ଟେସନର ଭିତିରି କଥା, ଶୂନ୍ୟରେ ଝୁଲୁଥିବା କ୍ୱାର୍ଟର, କେମିତି କରନ୍ତି ରୋଷେଇ, କେମିତି ସାରନ୍ତି ନିତ୍ୟକର୍ମ

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ କେଉଁଠି ଅଛି? ଯେହେତୁ ଏଠାରେ ମାଧ୍ୟାକର୍ଷଣ ଶକ୍ତି ନାହିଁ, ତେଣୁ ସବୁବେଳେ ଭାସମାନ ଅବସ୍ଥାରେ ରହିବାକୁ ପଡ଼େ। ମନରେ ପ୍ରଶ୍ନ ଉଠେ ଏହାର ଆକାର କେତେ ବଡ଼? ଏଥିରେ ମହାକାଶଚାରୀମାନେ କେମିତି ରୁହନ୍ତି? ରୋଷେଇ କେମିତି ହୁଏ? ଗାଧୁଆ ପାଧୁଆ କେମିତି କରନ୍ତି? ଟଏଲେଟ୍ କେମିତି ଯାଆନ୍ତି? କଫି ପିଇଲା ବେଳେ ଏହା ପାଣି ପରି ହାୱାରେ ଉଡ଼େ କି?

author-image
Minati Mishra
ଅଦ୍ୟତନ ହୋଇଛି
Interesting facts about international space station and nasa astronaut Sunita Williams

Interesting facts about international space station and nasa astronaut Sunita Williams

ଦୀର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟାଇ ପୃଥିବୀକୁ ଫେରିଛନ୍ତି ଅନ୍ତରୀକ୍ଷ ପରୀ ସୁନିତା ୱିଲିୟମ୍ସ। ନିଜର ଅନ୍ୟ ୪ ଜଣ ସାଥୀଙ୍କ ସହ ଦୀର୍ଘ ୯ ମାସ ପରେ ତାଙ୍କର ଏହି ଘରବାହୁଡା ଦୃଶ୍ୟ ସାରା ବିଶ୍ୱ ଦେଖି ଆନନ୍ଦରେ ବିଭୋର ହୋଇଯାଇଛି। ଏବେ ସୁନୀତା ଫେରି ଆସିବା ପରେ ସମସ୍ତଙ୍କ ମନରେ ISS ବା ଇଣ୍ଟରନାସନାଲ ସ୍ପେସ୍ ଷ୍ଟେସନକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ। କ’ଣ ଏହି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ? କେମିତି ଏଠି ମହାକାଶଯାତ୍ରୀ ସେଠାରେ ରୁହନ୍ତି, ସେଠି ଖାଆନ୍ତି କଣ, ରୋଷେଇ କେମିତି କରନ୍ତି, ଦୈନିକ ଗାଧୁଆ ପାଧୁଆ ନିତ୍ୟକର୍ମ କେମିତି ସାରନ୍ତି, ଭାସମାନ ଅବସ୍ଥାରେ କେମିତି ଶୁଅନ୍ତି?

Advertisment

ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ହେଉଛି ଏକ ବଡ ଅନ୍ତରୀକ୍ଷ ଯାନ । ଏହା ପୃଥିବୀକୁ ପରିକ୍ରମା କରିଥାଏ । ଏହା ଠିକ ଏକ ଘର ପରି ଯେଉଁଠାରେ ମହାକାଶଯାତ୍ରୀ ରୁହନ୍ତି । ଏହା ୬ ବେଡରୁମ ଥିବା ଘରଠାରୁ ବି ଆହୁରି ବଡ । ଏଥିରେ ୬ଟି ଶୋଇବା କକ୍ଷ ରହିଛି । ଏଥିସହିତ ୨ଟି ବାଥରୁମ, ଏକ ଜିମ ରହିଛି । ଏହାବ୍ୟତୀତ ଅନ୍ତରୀକ୍ଷକୁ ଦେଖିବା ପାଇଁ ୩୬୦ ଡିଗ୍ରୀ ଘୁରି ପାରୁଥିବା ଏକ ଝରକା ରହିଛି । ଏଠାରେ ବିଜ୍ଞାନ ପ୍ରୟୋଗଶାଳା ବି ରହିଛି ।

ଇଣ୍ଟରନାଶନାଲ ସ୍ପେଶ ଷ୍ଟେସନ ପ୍ରତିଷ୍ଠା ପଛରେ ୫ଟି ଦେଶର ମହାକାଶ ସଂସ୍ଥାର ଯୋଗଦାନ ରହିଛି । ଆମେରିକାର ମହାକାଶ ସଂସ୍ଥା ନାସା ବ୍ୟତୀତ ରୁଷର ରସକମସ, ୟୁରୋପିଆନ ସ୍ପେସ ଏଜେନ୍ସି (ESA), ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି (JAXA) ଏବଂ କାନାଡା ସ୍ପେସ ଏଜେନ୍ସି (CSA) ଏଥିରେ ସାମିଲ ଅଛନ୍ତି । ଏହା ବର୍ତ୍ତମାନ ସୁଦ୍ଧା ବିଶ୍ୱର ସବୁଠାରୁ ବଡ ସ୍ପେଶ ଷ୍ଟେସନ । ହେଲେ ଏହାକୁ ପରିଚାଳନା କରୁଛନ୍ତି ୧୫ଟି ଦେଶ । ମହାକାଶରେ ରହି କେମିତି କାମ କରାଯାଉଛି ସେ ସମ୍ପର୍କରେ ଜାଣିବା ପାଇଁ ନାସା ଏହି ଷ୍ଟେସନର ଉପଯୋଗ କରିଥାଏ ।

Advertisment

କେବେ ଆରମ୍ଭ ହେଲା ଏହି ସ୍ପେଶ ଷ୍ଟେସନ

ଇଣ୍ଟରନାଶନାଲ ସ୍ପେଶ ଷ୍ଟେସନ ୧୯୯୮ରେ ପ୍ରଥମେ ଲଞ୍ଚ କରାଯାଇଥିଲା । ଷ୍ଟେସନର ପ୍ରଥମ ଭାଗ ଏକ ରୁଷୀୟ ରକେଟ ଲଞ୍ଚ କରିଥିଲା । ଏହା ପରେ ଗୋଟିଏ ଗୋଟିଏ ଅଂଶ ଏଥିରେ ଯୋଡି ହୋଇ ଆସୁଛି । ଦୁଇ ବର୍ଷ ପରେ ଅର୍ଥାତ ୨୦୦୦ ମସିହା ବେଳକୁ ଏହି ଷ୍ଟେସନ ମହାକାଶଚାରୀଙ୍କ ପାଇଁ ପୁରା ପ୍ରସ୍ତୁତ ହୋଇଥିଲା । ୨୦୦୦ ନଭେମ୍ବର ୨ ତାରିଖରେ ପ୍ରଥମ ମହକାଶଚାରୀ ଦଳ ଏଠାରେ ପହଞ୍ଚିଥିଲେ । ସେବେଠାରୁ ଏହି ଷ୍ଟେସନରେ ଲୋକ ରହି ଆସୁଛନ୍ତି । ସମୟ ସହିତ କିଛି କିଛି ଅଂଶ ଏହି ଷ୍ଟେସନ ଯୋଡାଯାଉଛି । ନାସା ଏବଂ ଅନ୍ୟ ସହଯୋଗୀଙ୍କ ସହାୟତାରେ ଏହାର କାମ ୨୦୧୧ରେ ସମ୍ପୂର୍ଣ୍ଣ ହୋଇଥିଲା ।

କେମିତି ଆକାର ଆଉ କେତେ ବଡ

ଆନ୍ତର୍ଜାତିକ ମହାକାଶ ଷ୍ଟେସନ ଭିତର ଘର ପରି ବଡ । ଏଥିରେ ପ୍ରାୟ ୬ ରୁ ୭ ଜଣ ଲୋକ ରହିପାରିବେ । ବେଡରୁମ, ବାଥରୁମ, ଜିମ ସହ ଲାବୋରଟୋରୀ ମଧ୍ୟ ଏଠାରେ ରହିଛି । ଏହାର ଓଜନ ପାଖାପାଖି ୧୦ ଲକ୍ଷ ପାଉଣ୍ଡ ହେବ । ଏହା ଏତେ ବଡ ଯେ, ଏକ ଫୁଟବଲ ପଡିଆ ପରି ହେବ । ଏଠାରେ ଆମେରିକା, ରୁଷ, ଜାପାନ, ୟୁରୋପର ବିଜ୍ଞାନ ପ୍ରୟୋଗଶାଳା ରହିଛି ।

କେଉଁଠୁ ପାଏ ଶକ୍ତି?

ମହାକାଶ ଷ୍ଟେସନରେ ସୌରଶକ୍ତି ଉତ୍ପାଦନ କରିବାର ବ୍ୟବସ୍ଥା ରହିଛି । ଏହା ପାର୍ଶ୍ୱରେ କିଛି କମ୍ପୋନେଣ୍ଟ ଲାଗିଛି ଯାହା ସୂର୍ଯ୍ୟ କିରଣରୁ ଶକ୍ତି ସଂଗ୍ରହ କରି ଏହାକୁ ବିଦ୍ୟୁତରେ ପରିଣତ କରିଥାଏ । ଷ୍ଟେସନ ବାହାରେ କିଛି ରୋବର୍ଟ ହାତ ରହିଛି ଯାହା ମହାକାଶ ଷ୍ଟେସନ ତିଆରି କରିବା ପାଇଁ ସାହାଯ୍ୟ କରିଥାଏ । ଏହା ମହାକାଶ ଯାତ୍ରୀଙ୍କୁ ବାହାରକୁ ନେଇ ଯାଇଥାଏ ଏବଂ ବିଜ୍ଞାନ ପ୍ରୟୋଗଶାଳାକୁ ନିୟନ୍ତ୍ରିତ କରିଥାଏ ।

ମହାକାଶ ଷ୍ଟେସନରେ ଏୟାରଲକ କବାଟ ରହିଛି, ଯାହାକୁ ମହାକାଶଚାରୀମାନେ ବାହାରକୁ ଯିବାବେଳେ କରିଥାନ୍ତି । ଏଠାରେ ଡକିଂ ପୋର୍ଟ ରହିଛି ଯାହା କବାଟ ପରି କାମ କରିଥାଏ । ଏହି ପୋର୍ଟ ଆସୁଥିବା ମହାକାଶଯାତ୍ରୀଙ୍କୁ ଷ୍ଟେସନ ଭିତରକୁ ଯିବା ଲାଗି ଅନୁମତି ଦେଇଥାଏ । ନୂଆ ଚାଳକ ଏବଂ ଆଗନ୍ତୁକ ଡକିଂ ପୋର୍ଟ ସାହାଯ୍ୟରେ ଷ୍ଟେସନ ଭିତରକୁ ଯାଇଥାନ୍ତି । ଚାଳକ ଦଳ ଏହି ପୋର୍ଟ ସାହାଯ୍ୟରେ ଷ୍ଟେସନ ଭିତରକୁ ସାମଗ୍ରୀ ପରିବହନ କରିଥାନ୍ତି ।

କାହିଁକି ମହତ୍ୱପୂର୍ଣ୍ଣ ଏହି ସ୍ପେଶ ଷ୍ଟେସନ ?

ମହାକାଶ ଷ୍ଟେସନରେ ୨୦୦ ମସିହାରୁ ମହାକାଶବିଜ୍ଞାନୀମାନେ ରହି ଗବେଷଣା କରୁଛନ୍ତି । ଏହି ଗବେଷଣା ପୃଥିବୀ ପୃଷ୍ଠରେ କରିବା ସମ୍ଭବ ନୁହେଁ । ବିଶେଷକରି ମହାକାଶରେ ରହୁଥିବା ଲୋକଙ୍କ ସହିତ କ’ଣ ଘଟିଥାଏ ଏହା ଉପରେ ନଜର ରଖିଥାଏ ନାସା । ମହାକାଶର ଅଧିକ ଗଭୀରକୁ ମହାକାଶଚାରୀଙ୍କୁ ପଠାଇବାର ଲକ୍ଷ୍ୟ ରଖିଛି ନାସା । ଏ ଦିଗରେ ସ୍ପେଶ ଷ୍ଟେସନ ପ୍ରଥମ ପଦକ୍ଷେପ । କହିବାକୁ ଗଲେ ଭବିଷ୍ୟତ ପଦକ୍ଷେପ ପାଇଁ ମହାକାଶ ଯାତ୍ରୀଙ୍କୁ ପ୍ରସ୍ତୁତ କରିବା ଲାଗି ସ୍ପେଶ ଷ୍ଟେସନ ବାଟ ଦେଖାଇଥାଏ ।

ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ ସଂପର୍କରେ କିଛି ଅଜଣା କଥା

  • ପ୍ରତି ସେକେଣ୍ଡରେ ୫ ମାଇଲ ଦୂର ଗତି କରୁଥିବା ଏହି ଷ୍ଟେସନରେ ୭ ଜଣ ବିଶିଷ୍ଟ ଏକ ଅନ୍ତର୍ଜାତୀୟ ମହାକାଶଯାତ୍ରୀ ଦଳ ରହି ଯାତ୍ରା କରିବା ସହ କାମ କରି ପାରିବେ । ଏହି ଷ୍ଟେସନ ପ୍ରତି ୯୦ ମିନିଟରେ ଥରେ ପୃଥିବୀ କୁ ପରିକ୍ରମା କରିଥାଏ ।
  • ସ୍ପେଶ ଷ୍ଟେସନ ୨୪ ଘଣ୍ଟାରେ ୧୬ ଥର ପୃଥିବୀକୁ ପରିକ୍ରମା କରିବା ସହ ୧୬ ସୂର୍ଯ୍ୟୋଦୟ ଓ ସୂ୍ର୍ଯ୍ୟାସ୍ତକୁ ସାମ୍ନା କରିଥାଏ ।
  • ଆମେରିକାର ପେଗି ହ୍ୱିଷ୍ଟନ ଏହି ଷ୍ଟେସନରେ ସର୍ବାଧିକ ସମୟ ରହି ରେକର୍ଡ କରିଛନ୍ତି । ସେ ୨୦୧୭ ସେପ୍ଟେମ୍ବର ୨ ତାରିଖରେ ଯାଇ ସର୍ବାଧିକ ୬୬୫ ଦିନ ସେଠାରେ କାମ କରି ଫେରିଛନ୍ତି ।
  • ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ଯଥେଷ୍ଟ କମ ରହୁଥିବାରୁ ମାଂସପେଶୀ ଓ ହାଡକୁ ସୁସ୍ଥ ରଖିବା ପାଇଁ ମହାକାଶଯାତ୍ରୀମାନେ ଦିନକୁ ଅତି କମରେ ୨ ଘଣ୍ଟା ବ୍ୟାୟାମ କରିବା ଜରୁରୀ ।
  • ମହାକାଶଯାତ୍ରୀ ସ୍ପେଶ ଷ୍ଟେସନର ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ଅତ୍ୟାଧୁନିକ କରିବା ପାଇଁ ନିୟମିତ ଭାବେ ମହାକାଶରେ ସ୍ବେଶୱକ କରିଥାନ୍ତି ।
  • ସ୍ପେଶ ଷ୍ଟେସନରେ ବିସ୍ତୀର୍ଣ୍ଣ ସୋଲାର ୱିଙ୍ଗ ଲାଗିଛି ଯାହା (୩୫୬ ଫୁଟ, ୧୦୯ ମିଟର) ପୃଥିବୀର ସବୁଠାରୁ ବଡ ଯାତ୍ରୀବାହୀ ବିମାନ ଏହାରବସ A380ଠାରୁ ବି ବିଡ ।
  • ସ୍ପେଶ ଷ୍ଟେସନ ବାହାରେ ୮ ମାଇଲର ତାର ଏହାର ବୈଦ୍ୟୁତିକ ପ୍ରଣାଳୀକୁ ସଂଯୋଗ କରିଥାଏ ।
  • ଏକକାଳୀନ ୮ଟି ମହାକାଶଯାନ ଏହି ଷ୍ଟେସନ ସହ ଯୋଡି ହୋଇପାରିବ ।
  • ପୃଥିବୀରୁ ଉତକ୍ଷେପଣ ହେବାର ୪ ଘଣ୍ଟା ପରେ ଏକ ମହାକାଶଯାନ ସ୍ପେଶ ଷ୍ଟେସନରେ ପହଞ୍ଚି ଥାଏ ।
  • ସ୍ପେଶ ଷ୍ଟେସନର କକ୍ଷପଥ ପୃଥିବୀର ମୋଟ ଜନସଂଖ୍ୟାର ୯୦ ପ୍ରତିଶତ ଯେତିକି ସ୍ଥାନରେ ରୁହନ୍ତି ପ୍ରାୟ ସେତିକି ସ୍ଥାନ ନେଇଥାଏ ।
  • ଏହି ମହାକାଶ ଷ୍ଟେସନ ଚନ୍ଦ୍ର ପର୍ଯ୍ୟନ୍ତ ଦୂରତା ଯାତ୍ରା କରି ଫେରି ଆସିବାକୁ ପ୍ରାୟ ଗୋଟିଏ ଦିନ ସମୟ ନେଇଥାଏ ।
  • ଏଥିରେ ୱାଟର ରିକୋଭରି ସଷ୍ଟିମ ରହିଛି । ଏହା କାର୍ଗୋ ସ୍ପେଶକ୍ରାଫ୍ଟ ଯୋଗାଉଥିବା ଜଳ ଉପରେ ଚାଳକ ଦଳଙ୍କର ୬୫% ନିର୍ଭରତା ହ୍ରାସ କରିଥାଏ ।
  • ଏଥିରେ ଥିବା ଅନ-ଅର୍ବିଟ ସପ୍ଟଓୟାର ପାଖାପାଖି ୩୫୦.୦୦୦ ସେନ୍ସର ଉପରେ ନଜର ରଖିଥାଏ । ଏଥିସହିତ ଷ୍ଟେସନ ଏବଂ କ୍ରୁ ମେମ୍ବରଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିଥାଏ ।
  • ୫୦ରୁ ଅଧିକ କମ୍ପ୍ୟୁଟର ସ୍ପେଶ ଷ୍ଟେସନର ସିଷ୍ଟମକୁ ନିୟନ୍ତ୍ରଣ କରିଥାଏ ।

ସ୍ପେଶ ଷ୍ଟେସନର ଆକାର

  • ପ୍ରେସରାଇଜଡ ମୋଡ୍ୟୁଲର ଲମ୍ବ: ମୁଖ୍ୟ ଅକ୍ଷ ସହ ୨୧୮ ଫୁଟ ବା ୬୭ ମିଟର
  • ଟ୍ରସ ଲମ୍ବ: ୩୧୦ ଫୁଟ ବା ୯୪ ମିଟର
  • -ସୋଲାର ସିଷ୍ଟମର ଲମ୍ବ: ୨୩୯ ଫୁଟ (୭୩ ମିଟର)
  • ଓଜନ:୯୨୫,୩୩୫ ପାଉଣ୍ଡ ବା ୪୧୯,୭୨୪ କିଲୋଗ୍ରାମ
  • ରହିବା ଯୋଗ୍ୟ ସ୍ଥାନ:୧୩,୬୯୬ କ୍ୟୁବିକ ଫିଟ (ଭିଜିଟିଂ ବାହାନକୁ ବାଦ ଦେଲେ ୩୮୮ କ୍ୟୁବିକ ମିଟର)
  • ପାୱାର ଜେନେରେସନ: ୮ଟି ସୋଲାର ସିଷ୍ଟମରୁ ୭୫ରୁ ୯୦ କିଲୋୱାଟ ବିଦ୍ୟୁତ ଉତ୍ପାଦନ ହୋଇଥାଏ।
NASA International Space Station Space X Sunita Williams
Advertisment
Advertisment