• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଓଲଟିଲା ବରଯାତ୍ରୀ ଗାଡି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ଆଜି ଭୋରରୁ କଳାହାଣ୍ଡି ଜିଲ୍ଲାର ୨୬ ନଂ ଜାତୀୟ ରାଜପଥ କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି । ଦୁର୍ଘଟଣାର ମୃତ ବ୍ୟକ୍ତି ଜଣକ ହେଲେ ଡ୍ରାଇଭର ।  ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍

ସୂଚନା ମୁତାବକ, ମୃତାହତମାନେ ଛତିଶଗଡ଼ କେରଣ୍ଡୁଲକୁ ବରଯାତ୍ରୀ ଯାଇ ଫେରୁଥିଲେ । ଫେରିବା ବାଟରେ କୋକସରା ଚିଲିଗୁଡ଼ାଠାରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ବରଯାତ୍ରୀ ଗାଡି ଓଲଟି ପଡିଥିଲା । ଏଥିରେ ଗାଡିର ଡ୍ରାଇଭର ଭଜନ କରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ଜୁନାଗଡ଼ ବରଗାଁରେ । ଗୁରୁତରମାନେ ହେଲେ ସୁବାସ ଖମାରି, ବବିଲୁ ହରିଜନ, ସୁମନ୍ତ କର, ଧର୍ମରାଜ କର,ଅରୁପ ଖମାରି ତୋଫାନ ସୁନାନୀ । 

ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ ଚଳାଇଛି ।

ଅଧିକ ପଢ଼ନ୍ତୁଆଜିଠୁ ସକାଳୁଆ ସ୍କୁଲ୍‌, ୪ ଘଣ୍ଟା ପାଠ ପଢିବେ ପିଲା

  • Reported by:
  • Ingeet Panda