ପଦ୍ମଲୋଚନ କହିଛନ୍ତି ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା। କିଛି ବୁଝି ପାରୁ ନଥିଲେ, କିଛି ଜାଣି ପାରୁନଥିଲେ। କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ।
ନବ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ । ଗୁଳିକାଣ୍ଡ ପରେ ନବ ଦାସଙ୍କୁ ଆମ୍ବୁଲାନସରେ ଏୟରପୋର୍ଟକୁ ନେବା ଆଉ ଏୟାରପୋର୍ଟରୁ ଭୁବନେଶ୍ବର ହସପିଟାଲକୁ ଏୟାରଲିଫ୍ଟ କରିବା ସମୟରେ ଷ୍ଟ୍ରେଚରରେ ନେବା ସନ୍ଦେହ ସୃଷ୍ଟି କରିଛି।
ମେଲିଛି ପଖାଳ ପସରା । ଦହି ସାଙ୍ଗକୁ ଛୁଙ୍କ ପଖାଳରେ ମହକୁଛି ପୂରା ପରିବେଶ। ଓଡ଼ିଆଙ୍କ ହାଣ୍ଡିଶାଳ ହେଉ କି ହୋଟଲ ଅବା ରେଷ୍ଟୁରାଣ୍ଟ। ସବୁଠି ଝଟକୁଛି ପଖାଳ କଂସା, ମହକୁଛି ଭଳି କି ଭଳି ଭଜା, ପୋଡ଼ା ଓ ତିଅଣର ବାସ୍ନା। ଆଜି ପଖାଳ ଦିବସ ଅବସରରେ ଚାଇଁ ପଖାଳ, ଜିରା ପଖାଳ, ବାସି ପଖାଳର ମଜା ନେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତିଟି ଓଡ଼ିଆ।
ଖଣିରେ କୋଇଲା ଠାରୁ ଆରମ୍ଭ କରି ବିଭିନ୍ନ କାରଖାନାରୁ ସମଗ୍ରୀ ପରିବହନ ଆଳରେ କୋଟି କୋଟି ଟଙ୍କା ଠକେଇ କରୁଥିଲେ ଦୁଇ ଯୁବତୀ । ଧରା ପଡିଛନ୍ତି ପୋଲିସ୍ ହାତରେ ।
ଖାଦ୍ୟ ହିଁ ମଣିଷର ଉର୍ଜା ବା ଶକ୍ତିର ସ୍ରୋତ। ଆମେ ଯାହା ଖାଉ ତାହା ଶରୀରରେ ଉର୍ଜାରେ ପରିଣତ ହୁଏ ଏବଂ ପ୍ରତ୍ୟେକ ଖାଦ୍ୟସାର ଶରୀରରେ ଥିବା ଭିନ୍ନ ଭିନ୍ନ ଜୀବକୋଷକୁ ଭିନ୍ନ ଭିନ୍ନ ଉପାୟରେ ସୁସ୍ଥ ରଖେ। ଖାଦ୍ୟର ମଣିଷ ଶରୀର ଉପରେ ପ୍ରଭାବ ଏବଂ ସଠିକ୍ ଖାଦ୍ୟର ତାଲିକା ଓ ମାତ୍ରାକୁ ନେଇ ଲଗାତାର ଗବେଷଣା ଚାଲିଥାଏ। ସେମିତି ବର୍ଷବର୍ଷର ଗବେଷଣା ଦ୍ବାରା ମଣିଷର ସୁସ୍ଥ ହୃତପିଣ୍ଡ ପାଇଁ ବର୍ତ୍ତମାନ ମେଡିଟେରେନିଆନ୍ ଡାଏଟ୍ ପ୍ଲାନ୍ କୁ ଗୁରୁତ୍ୱ ଦିଆ ଯାଉଛି। ଏହାର ଆଉ ଏକ ଉପକାରିତା ହେଲା ଆପଣ ଖାଦ୍ୟ ଖାଇବା ବନ୍ଦ ନକରି ମଧ୍ୟ ଓଜନହ୍ରାସ କରି ପାରିବେ।
ସରିଛି ବିଗ୍ ବଜେଟ୍ ଫିଲ୍ମର ସୁଟିଂ। କୋରାପୁଟରେ ତଳମାଳିରେ ହୋଇଛି ପ୍ୟାକ୍ ଅପ୍। ବ୍ଲକବଷ୍ଟର ଫିଲ୍ମ ବାହୁବଳୀ ଓ RRR ଫେମ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଅପକମିଂ ପ୍ରୋଜେକ୍ଟ SSMB-29ର ଫିଲ୍ମମିଂ ଶେଷ ହୋଇଛି।
ପରାଦୀପ ବିଜେଡିରେ ଜଳୁଛି ବାପି ବିରୋଧୀ ନିଆଁ । ଅନ୍ଧାରରେ ତୁଙ୍ଗ ନେତା, ଦଳକୁ ହାଇଜାକ୍ କରିଛନ୍ତି ବାପି ସର୍ଖେଲ ! ବିଜୁ ଜନତା ଦଳ ଲେଖାଥିବା ଲେଟର ପ୍ୟାଡରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବାପି ସର୍ଖେଲ, କିନ୍ତୁ ପାରାଦୀପ ବିଜେଡିର ତୁଙ୍ଗ ନେତାଙ୍କୁ ଖୋଜିଲେନି କି ଟିକେ ପଚାରିଲେନି ।
ଜଣେ କିନ୍ନରଙ୍କ ଭଉଣୀଙ୍କୁ ବହଳଦା ଥାନା ଅନ୍ତର୍ଗତ ଗମାରିଆ ଗାଁର ଜଣେ ଯୁବକ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ନେଇ ଆସିଥିଲେ। ପ୍ରଥମେ ରାଜନଗର ଥାନାକୁ ଯାଇଥିଲେ। ସେଠାରୁ ପୋଲିସ ଏମାନଙ୍କୁ ବହଳଦା ଥାନା ପଠାଇ ଦେଇଥିଲା। ବହଳଦା ଥାନା ଅଧିକାରୀ ଏମାନଙ୍କୁ ସକାଳୁ ଥାନାରେ ବସାଇ ରଖିଲେ।
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ପ୍ରଥମେ ରାଜା ଚକ୍ରକୁ ଗିରଫ କରିବା ପରେ ଗୁରୁବାର କ୍ରାଇମବ୍ରାଞ୍ଚ ରାଜାର ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲକୁ ଗିରଫ କରାଯାଇଛି। ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ସୁଶାନ୍ତକୁ ଗିରଫ କରାଯାଇଛି। ଅର୍ଥନୈତିକ ହେରଫେରରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୬ଷ୍ଠୀ ରାତ୍ରି ୦୨.୪୫ ଗତେ ୭ମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶି। ପୁଷ୍କର ଦୋଷ- ରାତ୍ରି ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
ଓଲିଉଡ ଅଭିନେତା ତଥା ୟୁଟ୍ୟୁବର୍ ତପି ମିଶ୍ରଙ୍କୁ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କାରଣରୁ ତପିଙ୍କୁ ବୁଧବାର ଗିରଫ କରାଯାଇଛି। ଜନୈକା ଲେଖିକାଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆରେ ଅଶାଳୀନ ବୟାନ ପ୍ରଦାନ କରାଯାଇଥିବା କାରଣରୁ ଭୁବନେଶ୍ୱରର ଇନ୍ଫୋସିଟି ପୋଲିସ୍ ଗିରଫ କରିଛି।
୨୦୨୨ରେ ବାଲେଶ୍ବର ବମପଦାରେ ଶୁଭାରମ୍ଭ ହୋଇଥିଲା ବହୁପ୍ରତିକ୍ଷୀତ ୧୦୦ ଶଯ୍ୟା ବିଶିଷ୍ଟ ଏମ୍ସ ସାଟେଲାଇଟ୍ ସେଣ୍ଟର । ହେଲେ ସେବେଠୁ ଓପିଡି ଛଡ଼ା ରୋଗୀଙ୍କୁ ଆଉ କୌଣସି ସୁବିଧା ମିଳୁନି । ତା ପୁଣି ସପ୍ତାହରେ ମାତ୍ର ଦୁଇଦିନ ।
ମେ ୨୯ ୨୦୨୪ । ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ପାଳିତ ହେଉଥାଏ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା। ନରେନ୍ଦ୍ରରେ ଚାପ ଖେଳୁଥାନ୍ତି ଠାକୁର। ଚାରିଆଡ଼େ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ। ଏହାରି ଭିତରେ ହଠାତ୍ ମହଜୁଦ ବାଣରେ ଖସିପଡ଼ିଥିଲା ନିଆଁ ଝୁଲ। କେହି କିଛି ବୁଝିବା ଆଗରୁ ଘଟିଥିଲା ଭୟଙ୍କର ବିସ୍ଫୋରଣ ।
ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା, ଖାରିପଲ୍ଲୀ ଟ୍ରିପଲ ମର୍ଡର ସମ୍ପର୍କରେ କହିଲେ ଗ୍ରାମବାସୀ। ପୂର୍ବରୁ ଶତ୍ରୁତା ଥିଲା ଏବେ କିନ୍ତୁ ସବୁ ସୀମା ଡେଇଁଗଲା। ଗୁଣି ଗାରେଡି ସନ୍ଦହେରୁ ପ୍ରଥମେ ଗୋଷ୍ଠୀ ସଂଘର୍ଷ ଓ ପରେ ରକ୍ତର ହୋଲି ଖେଳିଛନ୍ତି ଖାରିପଲ୍ଲୀ ଗାଁର ଦୁଇ ଗୋଷ୍ଠୀ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କ୍ରାଇମବ୍ରାଞ୍ଚ ଘଣ୍ଟାଚକଟା ଭିତରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିବା ନବ ଦାସଙ୍କ ଇସିଜି ରିପୋର୍ଟକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ସଂଗୀନ ଅଭିଯୋଗ ଆଣି କହିଛନ୍ତି, କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ଇସିଜି ରିପୋର୍ଟ ନାହିଁ ।
ଲମ୍ବା ଲାଇନରେ ରୋଗୀ, ହେଲେ ଦେଖିବା ପାଇଁ ନାହାନ୍ତି ଡାକ୍ତର। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର।
ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା।
ପ୍ରଥମ କିସ୍ତି ମିଳିଥିଲା, ହେଲେ ଆସିଲାନି ଦ୍ବିତୀୟ କିସ୍ତି ଟଙ୍କା। ଗଞ୍ଜାମ ଖଲିକୋଟର ଛବିତା ବିଶ୍ବାଳଙ୍କ ଭଳି ଆପଣଙ୍କ ଖାତାକୁ ଆସିନି କି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ? କାହିଁକି ଆସିଲାନି, ଆସିବ କି ନାହିଁ ଘାରିଛି କି ଚିନ୍ତା ? ଜାଣନ୍ତୁ ପୂରା ଘଟଣା...
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ ।
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ୨୩ ତାରିଖ ଯାଏ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି ।
ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳାଙ୍କ ପାଇଁ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ୱିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ୍ କାର୍ଡକୁ ଆୟ ବର୍ଗ ଅଧିକ ଥିବାରୁ ରାସନ୍ କାର୍ଡ ଫେରାଇଛନ୍ତି।
ହିନ୍ଦୀ ଗଳ୍ପ ସଂକଳନ ପାଇଁ ମହାରାଷ୍ଟ୍ରରେ ସମ୍ମାନୀତ ହୋଇଛନ୍ତି ଓଡ଼ିଆ ଝିଅ ପାରମିତା ଷଡ଼ଙ୍ଗୀ। ତାଙ୍କୁ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ତରଫରୁ “ମୁନ୍ସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର” ପ୍ରଦାନ କରାଯାଇଛି।
ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶାର ବହୁ କବି, ଲେଖକ, ଲେଖିକା ଯୋଗଦେଇ ସଭାଟିକୁ ସଫଳ କରାଇଥିଲେ।