ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମୃତ ନେପାଳୀ ଛାତ୍ରୀ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ ।
କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? କେବେ ହେବ କାର୍ଯ୍ୟନୁଷ୍ଠାନ ? ଉଚ୍ଚସ୍ତରୀୟ କମିଟି ତଦନ୍ତର ଏବେ ସ୍ଥିତି କ‘ଣ ? ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ ।
କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? କେବେ ହେବ କାର୍ଯ୍ୟନୁଷ୍ଠାନ ? ଉଚ୍ଚସ୍ତରୀୟ କମିଟି ତଦନ୍ତର ଏବେ ସ୍ଥିତି କ‘ଣ ? ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ ।
ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାବେଳେ ତାର ଉତ୍ତର ଦେବାକୁ ସେ ସାମ୍ନାକୁ ତ ଆସୁନାହାନ୍ତି, ବରଂ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରି ଚାଲିଛନ୍ତି।
ପୁଣି ବାହାରିଲା କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ସେଇ ପୁରୁଣା ଖୋଇ। କିଟ୍ ଓ କିସ୍ କେଳେଙ୍କାରୀ ବିରୋଧରେ ଅଭିଯୋଗ ବାବାଦରେ ବିଲକୁଲ୍ ମୁହଁ ଖୋଲନି, ବରଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ତାଙ୍କରି ମୁହଁରେ ଗଣମାଧ୍ୟମକୁ ଟାର୍ଗେଟ୍ କର। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଓଟିଭି ଉପରେ ମିଥ୍ୟା ଦୋଷାରୋପର ଅଭିଯାନ ଆରମ୍ଭ ହୋଇଯାଇଛି।
ପୁଣି ବାହାରିଲା କିଟ୍ ପ୍ରତିଷ୍ଠାତ ଅଚ୍ୟୁତ ସାମନ୍ତଙ୍କର ସେଇ ପୁରୁଣା ଖୋଇ। କିଟ୍ ଓ କିସ୍ କେଳେଙ୍କାରୀ ବିରୋଧରେ ଅଭିଯୋଗ ବାବାଦରେ ବିଲକୁଲ୍ ମୁହଁ ଖୋଲନି, ବରଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ତାଙ୍କରି ମୁହଁରେ ଗଣମାଧ୍ୟମକୁ ଟାର୍ଗେଟ୍ କର। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଏଇ କ୍ରମରେ ଓଟିଭି ଉପରେ ମିଥ୍ୟା ଦୋଷାରୋପର ଅଭିଯାନ ଆରମ୍ଭ ହୋଇଯାଇଛି।
୩ ଦିନ ହେଲା କିଟ୍ କାଣ୍ଡକୁ ନେଇ ତନାଘନା ଚଳାଇଛି ଜାତୀୟ ମାନବାଧିକାର କମିଶନ ଟିମ । କିଟ୍ ସହ କିସ୍ରେ ମଧ୍ୟ ଛାନଭିନ୍ କରୁଛି । ଆଜି ତୃତୀୟ ଦିନରେ ଏକାଧିକ ଲୋକଙ୍କୁ ପଚରା ଉଚରା କରାଯାଇଛି ।
NHRC ଟିମ୍ ଆଗରେ ଜମି ଜବରଦଖଲର କଳାଫର୍ଦ୍ଦ ଖୋଲିଲେ । ଅସହାୟତାର କାହାଣୀ ବଖାଣିଲେ ବରିଷ୍ଠ ନାଗରିକ । ନିଜ ପୁଅ ଓ ପତ୍ନୀଙ୍କ ସହ ରାଜ୍ୟ ଅତିଥିଭବନକୁ ପଶୁଥିବା 84 ବର୍ଷୀୟ ଅବସରପ୍ରାପ୍ତ ପ୍ରଫେସର ସଂଗ୍ରାମ ମହାନ୍ତି।
ଅଚ୍ୟୁତ ସାମନ୍ତ ବିଜେଡି ସାଂସଦ ଥିଲେ, ତେଣୁ ନିୟମକୁ ବଳି ଦିଆଯାଇଛି । ୮୨ ଏକର ଇଡ୍କୋ ଜମି ଜବରଦଖଲ କରି ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ ।
ସାରାଦେଶକୁ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଲଜ୍ଜିତ କରିଥିବା କିଟ୍ କେଳେଙ୍କାରୀକୁ ନେଇ ଉଦବେଗ ଥମିବାର ନାଁ ନେଉନି । ଘଟଣାକୁ ଅତି ଗୁରୁତ୍ବର ସହ ନେଇଥିବା ଜାତୀୟ ମାନବାଧିକାର କମିଶନଙ୍କ ଏକ ଟିମ୍ ଆଜି କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇ କମିଶନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଘଟଣାକୁ ନେଇ ଯିଏ ବି ଚାହିଁବେ ଟିମ୍କୁ ଭେଟି ତଥ୍ୟ ରଖି ପାରିବେ ।
କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ବିଟେକ ତୃତୀୟ ବର୍ଷ ଛାତ୍ରୀ ପ୍ରକ୍ରିତି ଆତ୍ମହତ୍ୟା କରିଥିବା ବେଳେ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ କରିଥିଲା।
କିଟ୍ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନ।ଘଟଣା ପରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଚିବସ୍ତରୀୟ କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କଲେ। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଏକାଧିକ କିଟ୍ କର୍ମଚାରୀଙ୍କ ବୟାନ ରେକର୍ଡ କଲେ। ହେଲେ ସେଇଠି ଯେମିତି ଅଟକି ଯାଇଛି ସବୁକିଛି।
୨୯ ସେପ୍ଟେମ୍ବର ୨୦୨୨ରେ ଅଚ୍ୟୁତ ସାମନ୍ତଙ୍କ ଏକ ପୋଷ୍ଟରେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜାଙ୍କୁ କିଟ୍ ଚ୍ୟାନସେଲର ନିଯୁକ୍ତି ବିଷୟ ଘୋଷଣା କରିବା ପରଠୁ ଆଜିକା ଦିନରେ ବି ସେ ସେହି ଚ୍ୟାନସେଲର ପଦରେ ଥିବା ଦର୍ଶାଉଛି କିଟ୍ ୱେବ୍ସାଇଟ୍ । ତେଣୁ ଏଭଳି ସ୍ଥିତିରେ ଏହା କଣ ଅଫିସ୍ ଅଫ୍ ପ୍ରଫିଟ୍ ନୁହେଁ କି? ସବୁ ସରକାରୀ ଅନୁଦାନ ପାଇବା ସତ୍ତ୍ବେ କିଟ୍ ଓ କିସ୍ କାହିଁକି ଆରଟିଆଇ ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି ପ୍ରଶ୍ନ କରିଛି ଓସା ।
KIIT ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି କେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ରଙ୍କ ସମେତ ୬ ଜଣ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି। ଏହି ୬ ଜଣଙ୍କୁ ହାଜର ହେବାକୁ ଗତ ୨୫ ତାରିଖରେ ନୋଟିସ୍ ଜାରି କରାଯାଇଥିଲା ।
ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ କେଳେଙ୍କାରୀ ! କୋଭିଡ୍ ମହାମାରୀ ବାହାନାରେ ଲୁଟିଛନ୍ତି କୋଟି କୋଟି ସରକାରୀ ଟଙ୍କା ! ସ୍ବାସ୍ଥ୍ୟସେବା ନାଁରେ ଚଳୁ କରିଦେଲେ ୧୦୦ କୋଟିରୁ ଅଧିକ ଟଙ୍କା !
ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭର ଯୋଜନା କରାଯାଉଛି । ବ୍ୟବସାୟିକ ଉଦ୍ଦେଶ୍ୟ ହେଉ ବା ବେଆଇନ ହେଉ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।
ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ କେଳେଙ୍କାରୀ ! କୋଭିଡ୍ ମହାମାରୀ ବାହାନାରେ ଲୁଟିଛନ୍ତି କୋଟି କୋଟି ସରକାରୀ ଟଙ୍କା ! ସ୍ବାସ୍ଥ୍ୟସେବା ନାଁରେ ଚଳୁ କରିଦେଲେ ୧୦୦ କୋଟିରୁ ଅଧିକ ଟଙ୍କା !
ବିଜେଡିର ଅନୁକମ୍ପା ପ୍ରସଙ୍ଗ ଉଠାଇଲେ ବିଧାୟକ ସରୋଜ ପାଢ଼ୀ । ଅଗ୍ରଣୀ ପ୍ରତିଷ୍ଠାନ କରିବାକୁ କ’ଣ ବେଆଇନ ନିର୍ମାଣ କରିବେ ବୋଲି ପଚାରିଲେ । ବିନା ଅନୁମୋଦନରେ ନିର୍ମାଣ କେମିତି କଲେ ?
ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ।
ଯେଉଁ ଦେଶରେ ଅତିଥିଙ୍କୁ ଭଗବାନର ମାନ୍ୟତା ଦିଆଯାଏ । ଅତିଥିଙ୍କୁ ସତ୍କାର ଯେଉଁ ରାଜ୍ୟର ମୂଳ ମନ୍ତ୍ର, ସେଇ ରାଜ୍ୟର ରାଜଧାନୀର ଛାତି ଉପରେ ଗଢ଼ି ଉଠିଥିବା ଶିକ୍ଷାନୁଷ୍ଠାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପ୍ରତି ଏ ଦୁର୍ବ୍ୟବହାର, ମାଡ଼, ତିରସ୍କାର ପ୍ରସଙ୍ଗକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।
ପ୍ରତିଦିନ ସାମ୍ନାକୁ ଆସୁଛି କିଟ୍ କେଳେଙ୍କାରୀର ନୂଆ ନୂଆ ତଥ୍ୟ। ଗତକାଲି ସିଏଜି ଧରିଥିବା କିଟ୍ ଜମି କେଳେଙ୍କାରୀ ଜଣା ପଡିଥିଲା। ଆଉ ଆଜି ଯେଉଁ ତଥ୍ୟ ଓଟିଭି ହାତରେ ଲାଗିଛି, ତାହା ଜଳଜଳ ଦେଖାଉଛି, କିଭଳି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ତୋଳୁଥିଲେ ବହୁତଳ କୋଠା।
ବଢ଼ିଲା ଅଚ୍ୟୁତଙ୍କ ଅଡ଼ୁଆ । ନିଜ ମୁହଁରେ ନିଜେ ଖୋଲିବେ କେଳେଙ୍କାରୀ ଗୁମର । ଉଚ୍ଚ ଶିକ୍ଷା ବିଭାଗ ଜାରି କଲା ଅର୍ଡର । ସଂଧ୍ୟା ସାଢ଼େ ୬ଟାରେ ହାଜର ପାଇଁ ନିର୍ଦ୍ଦେଶ । ଉଚ୍ଚସ୍ତରୀୟ କମିଟି ହାତରେ ଲାଗିଥାଇପାରେ ବଡ଼ ପ୍ରମାଣ ।
ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।
ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି ।