Advertisment

RRB ALP Notification 2025: ଭାରତୀୟ ରେଳବାଇରେ ପୂରଣ ହେବ ୯,୯୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
RRB ALP Notification 2025

RRB ALP Notification 2025

ଭାରତୀୟ ରେଳବାଇରେ ଚାକିରି କରିବାକୁ ଅନେକ ସ୍ୱପ୍ନ ଦେଖୁଥାନ୍ତି। ଯେଉଁମାନେ ରେଳବାଇରେ ଚାକିରି କହିବାକୁ ଚହାନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ରେଳବାଇ ନିଯୁକ୍ତି ବୋର୍ଡ (RRB) ଏହି ସୁଯୋଗ ନେଇଆସିଛି। ଏନେଇ RRB ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ (ALP) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୯,୯୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବ୍‌ସାଇଟ୍‌ rrbapply.gov.in କୁ ଯାଇ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ୨୯ ମାର୍ଚ୍ଚରୁ ୪ ଏପ୍ରିଲ୍ ମଧ୍ୟରେ ବାହାରିବ।

Advertisment

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ଏପ୍ରିଲ୍ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୯ ମେ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୯,୯୦୦ ପଦବୀ ପୂରଣ ହେବ

ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଦଶମ ପାଶ୍
  • ସମ୍ବନ୍ଧୀତ ଟ୍ରେଡ୍‌ରେ ITI ବା ଡିପ୍ଲୋମା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ଲେବଲ୍ ୨ ଅନୁସାରେ ୧୯, ୯୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC – ୫୦୦ଟଙ୍କା
  • ମହିଳା/SC/ST/PwBD/ ESM – ୨୫୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

Govt Jobs Job Seekers India Railways Job Search
Advertisment
Advertisment