• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

ଓଡ଼ିଶା ରାଜନୀତି
BJP Govt Completes One Year: ଶାସନର ଗୋଟିଏ ବର୍ଷ ପରେ...ସେବେ ନଥିଲା, ଏବେ ହେଲା...

ମୁଖ୍ୟମନ୍ତ୍ରୀ ଶାସନର ବିକେନ୍ଦ୍ରିକରଣ କରିଛନ୍ତି । ମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀମାନଙ୍କ କାର୍ଯ୍ୟରେ ଆଦୌ ରାଜନୈତିକ ହସ୍ତକ୍ଷେପ ହେଉଥିବା ଦେଖିବାକୁ ମିଳୁନାହିଁ । ଅବଶ୍ୟ ଆଗକୁ କ’ଣ ହେବ, ତାହା ଏବେ କହିହେବ ନାହିଁ । ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଅଧିକାରୀମାନଙ୍କ ଉପରେ କଡ଼ା ନଜର ରଖିଥିବାରୁ ପ୍ରତ୍ୟେକଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପ୍ରୟାସ ଚାଲିଛି ।

ରାଜନୀତିର ହଟ୍‌ସ୍ପଟ୍ ଗଞ୍ଜାମ
Ganjam Political Hotspot: ଗଞ୍ଜାମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଜେପି ଓ କଂଗ୍ରେସ...ସବୁ ଦେଖି ବିଜେଡି ଚୁପ୍ କାହିଁକି ?

 "ସମ୍ବିଧାନ ବଞ୍ଚାଅ" ସମାବେଶରେ ଉଭୟ ବିଜେଡି ଓ ବିଜେପିକୁ ଶାଣିତ ଆକ୍ରମଣ କରି କଂଗ୍ରେସ କହିଛି, "ବିଜେଡି ଓ ବିଜେପି ମେଣ୍ଟ ସରକାରରେ ଉଭୟେ ମିଳିମିଶି ରାଜ୍ୟକୁ ଲୁଟିଲେ l ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ଭିତିରିଆ ସମର୍ଥନ ରହିଲା l ଆଗାମୀ ଦିନରେ ଓଡିଶାରୁ ବିଜେଡି ନିଖୋଜ ହୋଇଯିବ l"

Odisha Politics
ମୋହନ ବନାମ ନବୀନ, ଓଡ଼ିଶା ଦିବସରେ ମୁହାଁମୁହିଁ

ମୋହନ ବନାମ ନବୀନ । ଓଡ଼ିଶା ଦିବସରେ ମୁହାଁମୁହିଁ । ବିଜେଡି ମୁଖିଆ ନବୀନଙ୍କ କହିବା କଥା ୨୦୨୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ସୂବର୍ଣ୍ଣଯୁଗ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହିସାବରେ ଆମେ ଗଢିବୁ ସମୃଦ୍ଧ ଓଡ଼ିଶା ।

ବିଜେପି ସରକାରର ପ୍ରଥମ ବର୍ଷ
First Year Completion of BJP Govt : ମୋହନ ସରକାରଙ୍କ ବର୍ଷପୂର୍ତ୍ତିକୁ ଅପେକ୍ଷା...କେମିତି ରହିବ ଭବିଷ୍ୟତ ନକ୍ସା ?

ମୋହନଙ୍କ ପାଇଁ ଆଉ ଏକ ବଡ଼ ଆହ୍ୱାନ ଥିଲା ଯେ ପୂର୍ବରୁ ମନ୍ତ୍ରୀ ଭାବେ କାର୍ଯ୍ୟ କରିନଥିବା ଅନେକ ବିଧାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ୍ କରି ସରକାର ଚଳାଇବା । ତାଙ୍କ ମନ୍ତ୍ରୀମଣ୍ଡଳରେ କନକବର୍ଦ୍ଧନ ସିଂହଦେଓଙ୍କ ବ୍ୟତୀତ ପୂର୍ବରୁ ଅନ୍ୟ କାହାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ନଥିଲା ।

BJP Rift in Nimapada
ସମୀର ମାଗୁଛନ୍ତି ପ୍ରଭାତୀଙ୍କ ରିପୋର୍ଟ !

ବିଜେପି ଉପମୁଖ୍ୟମନ୍ତ୍ରୀ ବିଜେପି ମୁଖପାତ୍ର ମୁହାଁମୁହିଁ । ପ୍ରଭତୀ ପରିଡା ବନାମ ସମୀର ଦାସ । ଦୁଇ ମହାରଥୀଙ୍କୁ ନେଇ ନିମାପଡା ରାଜନୀତି ବେଶ ସରଗରମ ।

Teacher Transfer Tension
Teacher Transfer Tension: ଶିକ୍ଷକ ବଦଳି ଚାପରେ ଚେପା ବିରୋଧୀ ବିଧାୟକ !

ଶିକ୍ଷକ ବଦଳି ଚାପରେ ଅତିଷ୍ଠ ବିରୋଧୀ ବିଧାୟକ । ବିଧାୟକମାନଙ୍କ ଘର ଆଗରେ ଶିକ୍ଷକଙ୍କ ଲମ୍ବା ଧାଡ଼ି ଲାଗୁ ଥିବାରୁ କେଉଁ 15 ଜଣଙ୍କ ନାଁ ବଦଳି ପାଇଁ ସୁପାରିସ୍ କରିବେ ତାକୁ ନେଇ ଅଡୁଆ ପରିସ୍ଥିତିରେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷମତା ପ୍ରତ୍ୟାହାର ପାଇଁ ବିଜେଡି ଅନୁରୋଧ କରିଥିବା ବେଳେ ଶିକ୍ଷକ ସଂଘ ବି ବଦଳି ନିୟମ ବିରୋଧରେ ବର୍ଷିଛି ।

Paradip Politics
ପାରାଦୀପ ରାଜନୀତିରେ କମ୍ପନ, ଶିଳ୍ପମନ୍ତ୍ରୀଙ୍କୁ ବାପିଙ୍କ ଟାର୍ଗେଟ୍

ପାରାଦୀପ ରାଜନୀତିରେ କମ୍ପନ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ବାପିଙ୍କ ଟାର୍ଗେଟ୍। ବାପି ସର୍ଖେଲଙ୍କ ଯୁଦ୍ଧଂଦେହୀ ଡାକରା ।

ମୋହନ ସରକାରଙ୍କ ବର୍ଷପୁର୍ତ୍ତି
Government's First Year: ପ୍ରଥମ ବର୍ଷର ହିସାବନିକାସ କରିବ ମୋହନ ସରକାର...ଏବେ କେଉଁଠି ଅଛନ୍ତି ବିରୋଧିଦଳ ?

ସବୁଠାରୁ ବଡ଼ ପ୍ରଶ୍ନ ହେଲା ବିଜେଡ଼ିର ଆନ୍ଦୋଳନ କାହିଁକି ପ୍ରଭାବୀ ହେଉନାହିଁ ? କାହିିଁକି ଦଳ ଏବେ ଟିକିଏ ଜାକିଜୁକି ହେଉଛି? କ’ଣ ପାଇଁ ଦଳର ନେତାମାନେ ଏକାଠି ହେଉନାହାଁନ୍ତି ? ଏହାର ଉତ୍ତର ରାଜନୈତିକ ମହଲରେ ମଧ୍ୟ ଭିନ୍ନଭିନ୍ନ ଭାବେ ଆଲୋଚନା ହେଉଛି ।

Prabhat Biswal
Prabhat Biswal's Revelation: ପ୍ରଭାତଙ୍କ ବିସ୍ଫୋରକ ବୟାନ; କିଏ ସେଇ ୨ ମନ୍ତ୍ରୀ, ଯିଏ ତାଙ୍କୁ ଫସାଇଥିଲେ ?

୧୨ ବର୍ଷ ତଳର ମିଡ୍ ନାଇଟ ଅପରେସନ୍ କଥା ମନେ ପକାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । ମେ’ ୨୯କୁ ଜୀବନରେ କେବେ ଭୁଲି ପାରିବିନି । ମିଡ୍ ନାଇଟ୍ ଅପରେସନରେ ସାମିଲ ନଥିଲି । ସେତେବେଳର ଦୁଇ ଜଣ ମନ୍ତ୍ରୀ ତାଙ୍କୁ ଫସାଇ ଦେଇଥିଲେ ବୋଲି ବଡ଼ ବୟାନ ଦେଲେ ।

Prayas Kanti
Prayas Kanti Quits BJD: ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି

ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ବିଜେଡିରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ।

Odisha Politics
Odisha Politics: ଚର୍ଚ୍ଚାରେ ବିଜେଡି-ବିଜେପି ନେତାଙ୍କ 'ବନ୍ଧୁ ମିଳନ'

ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ରହିଛି ସମସ୍ତଙ୍କ ମୁହଁରେ ଭରା ହସ । ବିଜେଡି ବିଜେପି ନେତାଙ୍କ ଏଇ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି ।

ପଲିଟିକାଲ ଆଫେୟାର୍ସ କମିଟି
BJD Political Affairs Committee: ରାଜନୈତିକ ବ୍ୟାପାର କମିଟିରେ ପ୍ୟାରୀ, ନବୀନ ଓ ପାଣ୍ଡିଆନଙ୍କ ଅନୁଗତ, ବରିଷ୍ଠ ଉଭାନ୍

ରାଜନୈତିକ ବ୍ୟାପାର କମିଟି ସଦସ୍ୟମାନଙ୍କ ନାମକୁ ଦେଖିଲେ ଏଥିରେ ଗୋଟିଏ କଥା ଦେଖାଯାଏ । ତାହା ହେଲା ‘ପି’ ବା ‘ପ’ ଫ୍ୟାକ୍ଟରର ପ୍ରଭାବ । କ’ଣ ଏହି ‘ପି’ ବା ‘ପ’ ଫ୍ୟାକ୍ଟର? ନବୀନଙ୍କର ଡାକ ନାମ ପପୁ ।

Delimitation Process
Delimitation Process: ଜନଗଣନା ନହେଉଣୁ 'ସୀମା' ରାଜନୀତି, ପୁରୁଣା ମାନଚିତ୍ରରେ ହେବ କି ପରିବର୍ତ୍ତନ ?

ଜୁନ୍ ୩୦ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ସୀମାରେ ହେବ କି ଅଦଳବଦଳ ? ଗାଁଠୁ ଜିଲ୍ଲା ଯାଏଁ ଥିବା ପୁରୁଣା ମାନଚିତ୍ରରେ ହେବ କି କିଛି ଏପଟ ସେପଟ ? ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କ ନୋଟିଫିକେସନ ପରେ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏନେଇ ରାଜନୈତିକ ଗନ୍ଧ ବାରିଲେ ବିରୋଧୀ ।

ଜାତିଭିତ୍ତିକ ଜନଗଣନା
Caste-Based Census : ଜାତିଭିତ୍ତିକ ଜନଗଣନା...ଶ୍ରେୟ ନେବାକୁ ଚାଲିଛି ରାଜନୈତିକ ଟଣାଓଟରା

ଜାତିଭିତ୍ତିକ ଜନଗଣନା ଦାବି ଓଡ଼ିଶାରେ ନୂଆ ନୁହେଁ । ବହୁ ଦିନର ଏହି ଦାବି ହୋଇଆସୁଥିଲା । ଏହାର କାରଣ ଥିଲା ବି ବେଶ୍ ସ୍ପଷ୍ଟ । ରାଜ୍ୟର ୫୦ ପ୍ରତିଶତରୁ ଉର୍ଦ୍ଧ ଲୋକ ହେଉଛନ୍ତି ପଛୁଆ ବର୍ଗ ଯାହାକୁ ସାଧାରଣ ଭାବେ ‘ଅଦର ବ୍ୟାକ୍‌ୱାର୍ଡ କ୍ଲାସ’ (ଓବିସି) ବୋଲି ଆମେ କହୁଛୁ । ହେଲେ ଏହି ଓବିସିମାନଙ୍କୁ ସରକାରୀ ପଦରେ ନିଯୁକ୍ତି ଓ ଉଚ୍ଚଶିକ୍ଷାରେ ଧାର୍ଯ୍ୟ ୨୭ ପ୍ରତିଶତ ସଂରକ୍ଷଣ ଦଶନ୍ଧି ଦଶନ୍ଧି ଧରି ମିଳୁନାହିଁ ।

Biju Janata Dal
Caste-Based Census in India: ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତି ପରେ ବିଜେଡି ନେତା ଏମିତି କହିଲେ...

ଶାସନରେ ଥିବା ବେଳେ କେନ୍ଦ୍ରୀୟ ଯୋଜନାକୁ ନିଜର କହି ପଲିଟିକାଲ ମାଇଲେଜ ନେଉଥିଲା ବିଜେଡି । ଏବେ ବିରୋଧୀ ଦଳ ଆସନରେ ବସିବା ପରେ ମଧ୍ୟ ସମାନ ତରିକା ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି ।

ନାଁ କୁ ସାଂସଦ ନାହିଁ ଶାଳୀନତା ?
BJD MP Sulata Deo: ବିଜେଡି ସାଂସଦଙ୍କ ଶାଳୀନତାକୁ ନେଇ ଉଠିଲା ପ୍ରଶ୍ନ

ପହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ବିଜେଡି ସାଂସଦ ସୁଲତା ଦେଓଙ୍କ ଉପହାସ । ସମ୍ବେଦନଶୀଳ ପ୍ରସଙ୍ଗରେ ସାରା ଦେଶ ମୃତକଙ୍କ ପରିବାର ସହ ଏକାଠି ରହି ସ୍ବାନ୍ତନା ଦେଉଥିବାବେଳେ ସୁଲତାଙ୍କ ଏହି ମନ୍ତବ୍ୟ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।

Pandian's Political Influence in Odisha
Pandian's Political Influence in Odisha: ନବୀନ ଖାଲି କା’... ପାଣ୍ଡିଆନଙ୍କ ପାଖରେ ବିଜେଡି ପାଣ୍ଠି...

ନବୀନ କେବେ ପାଣ୍ଡିଆନକୁ ଛାଡ଼ି ପାରିବେନି । ବିଜେପି ମୁହାଁ ବିଜେଡି ସାଂସଦ ।  ଏମିତି କିଛି ବୟାନ ରଖି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ।

ଆଉ ଦେଖିବାକୁ ମିଳୁନି ମେଳି
Naveen’s Political Strategy: ମିଳେଇ ଗଲାଣି ମେଳି...ନବୀନଙ୍କ ଟାଇମ୍ କିଲିଂ ଅସ୍ତ୍ରରେ ପରାହତ ଅସନ୍ତୁଷ୍ଠ ନେତା

ୱାକଫ୍ ବିଲ୍‌ରେ ଭୋଟ ହେବାର ପ୍ରାୟ ଏକ ସପ୍ତାହ ପରେ ନବୀନ ମୁଁହ ଖୋଲିଥିଲେ । ପାଣ୍ଡିଆନ୍‌ଙ୍କର କୌଣସି ଭୂମିକା ନାହିଁ ବୋଲି କହିଥିଲେ । ଏହା ସହିତ ସେ ଘୋଷଣା କରିଥିଲେ ଯେ ଦ୍ୱୈତ ଭୋଟ୍ ବା ବିଭାଜିତ ମତଦାନ ସମ୍ପର୍କରେ ସେ ତଦନ୍ତ କରିବେ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ମେଳି ନେତାଙ୍କ କଟିଲା ପତ୍ତା !
BJD Conflict: ମିଳିଲାନି ନିମନ୍ତ୍ରଣ, ଅସନ୍ତୋଷ ଝାଡ଼ିଲେ ପୁରୁଖା ନେତା

ଆଜି ନବମ ଥର ପାଇଁ ବିଜେଡି ସଭାପତି ଭାବେ ଶଙ୍ଖ ଭବନରେ ନବୀନଙ୍କ ଅଭିଷେକ ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଦେଖା ନମିଳିବା ଘଟଣାକୁ ନେଇ ଜୋର ଧରିଲା ଚର୍ଚ୍ଚା । ଏମିତିକି ସବୁବେଳେ ଦଳ ପାଇଁ ଓକିଲାତି କରି ଆସୁଥିଲେ ବି ଆଜି ଦଳର ଏକ ବଡ଼ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଏଭଳି ଟାଣୁଆ ନେତାଙ୍କ ସଂଖ୍ୟା ୧୦ରୁ ଅଧିକ ।

Naveen Patnaik
Naveen Patnaik : ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନବୀନ, ଆଗକୁ ଅଛି ଏହି ସବୁ ବଡ଼ ଚ୍ୟାଲେଞ୍ଜ

ତିନି ତିନି ଥର ପାଣ୍ଡିଆନଙ୍କ ସପକ୍ଷରେ ନବୀନ ମୁହଁ ଖୋଲି ନେତା ଓ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଯେଉଁଥିପାଇଁ ନବୀନ ନିବାସ ଭିତରେ ଓ ବାହାରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ପଡିଥିଲା । ସଂଗଠନ ରଖିବାକୁ ହେଲେ ପାଣ୍ଡିଆନଙ୍କୁ ନେଇ ନବୀନ ଅଧିକ ସ୍ପଷ୍ଟତା ଆଣିବାର ଆବଶ୍ୟକତା ଅଛି ବୋଲି ଚର୍ଚ୍ଚା ହେଉଛି ।

ଓଡ଼ିଶାରେ ଅଖିଳେଶ
Akhilesh Yadav Odisha Visit: ବିଜେଡିରେ ଅସନ୍ତୋଷର ନିଆଁ କୁହୁଳୁଥିବା ବେଳେ କାହିଁକି ଆସିଥିଲେ ଅଖିଳେଶ ?

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି । ଯେତେବେଳେ ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ କରିବା ପ୍ରସଙ୍ଗରେ କଂଗ୍ରେସ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ଏବଂ ଦେଶର ବିଭିନ୍ନ ଇଡି ଅଫିସ ଆଗରେ ଦଳର ନେତା, କର୍ମୀ ପ୍ରତିବାଦ କରୁଛନ୍ତି ଆଉ ଓଡିଶାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି ଏହି ସମୟରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ସପା ସଭାପତିଙ୍କ ସହିତ ବସି ସାମ୍ବାଦିକ ସମିଳନୀ କରିବା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

'ବିଜୁ' ପ୍ରତିମୂର୍ତ୍ତିକୁ କାହିଁକି ନିଶାନା ?
Biju Patnaik Statue Desecration: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁକୁ ନେଇ ତେଜିଲା ରାଜନୀତି

ବଲାଙ୍ଗିର ପାଟଣାଗଡ଼ର ବ୍ରହ୍ମପୁରା ବ୍ଲକ୍ ଛକରେ ଥିବା ବିଜବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ଜଣେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା । ତା'କୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି ।

Jajpur Politics
Political Tension: ଯାଜପୁରରେ ରାଜନୀତି ଉଚ୍ଛନ, ଛାରଖାର ବିଜେଡି ନେତା

ଯାଜପୁରେ ଚାଲିଛି କ’ଣ ? ବିଜେଡି-ବିଜେପି ଲଢ଼େଇ ? ନା ବିଜେଡି-ବିଜେଡି ବାଡ଼ିଆପିଟା ? କିଏ କହୁଛି ସତ ? ଜିଲ୍ଲାରେ ଆଇନ୍‌  ଶୃଙ୍ଖଳାକୁ ନେଇ ପୋଲିସ ଉପରେ ପ୍ରଶ୍ନ ?

‘ବିବେକ‘ ଭୋଟ୍
Waqf Amendment Bill Controversy: ଥମୁନି ‘ବିବେକ’ ଝଡ଼...ଗୋଳମାଳିଆ ହେଉଛି BJD ରାଜନୀତି

ଏହାକୁ କେନ୍ଦ୍ରକରି ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ଅସନ୍ତୋଷ ଓ ବିଦ୍ରୋହ ଦଳ ବିଭାଜନ ସ୍ଥିତି ସୃଷ୍ଟି ହେଲା । ତେବେ ଅନ୍ତିମ ସମୟରେ ଏଭଲି ନିଷ୍ପତ୍ତି ନେଲା କିଏ ଓ କାହିଁକି? ତାକୁ ନେଇ ଉଠିଥିବା ଝଡ ଥମିବାର ନା ଧରୁନି ।

Manas Mangaraj
ବିଜେଡିରେ ଫାଟ: କିଏ କାହା ସହ କରିଥିଲେ ଡିଲ୍ ?

ରାଜ୍ୟସଭାରେ ୱାକଫ ବିଲ ସମର୍ଥନ ପଛରେ ଡିଲ କରିଛନ୍ତି ମାନସ ମଙ୍ଗରାଜ । ମଙ୍ଗରାଜଙ୍କ ବିରୁଦ୍ଧରେ ଏଭଳି ସାଂଘତିକ ଅଭିଯୋଗ ଆଣିଛନ୍ତି ଛାତ୍ର ଜନତା ଦଳର ସମ୍ପାଦକ ନୀଳମାଧବ ମହାନ୍ତି ।