• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ମୁଣ୍ଡଳୀ ବ୍ରିଜରେ ଯୁବକଙ୍କ ହାଇଡ୍ରାମା । ଦେହରେ ଥାଏ ପୋଲିସ ବର୍ଦ୍ଦି । ଆତ୍ମହତ୍ୟା କରିବାକୁ ବ୍ୟାରେଜ ଗେଟ୍ ଉପରେ ଚଢିଗଲେ ଯୁବକ । ବ୍ୟାରେଜର ନୋ ଏଣ୍ଟ୍ରି ଏରିଆରେ କେତେବେଳେ ବ୍ୟାୟାମ ତ କେତେବେଳେ ବିଭିନ୍ନ କୌଶଳ ଦେଖାଇଲେ । ଏମିତି ବେଶ୍ କିଛି ସମୟ ବ୍ରିଜରେ ବୁଲିବା ପରେ ମହାନଦୀକୁ ମାରିଲେ ଡିଆଁ । ଆଜି ସକାଳୁ ସକାଳୁ କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଏପରି ହାଇଡ୍ରାମା ଦେଖିବାକୁ ମିଳିଛି । 

ଦୀର୍ଘ ଘଣ୍ଟାର କସରତ ପରେ ସମ୍ପୃକ୍ତ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେ ପାଣିକୁ ଡେଇଁବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଯୁବକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ କାହିଁକି ସେ ନଦୀକୁ ଡେଇଁଲେ ସେନେଇ ପୋଲିସ ପଚରାଉଚରା କରୁଛି ।

ଅଧିକ ପଢ଼ନ୍ତୁ: ସାଙ୍ଗ ସାଜିଲା ସଇତାନ, ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ମାରିଦେଲା

ଯୁବକଙ୍କ ନାଁ ବିକ୍ରମ ଟୁଡୁ ଏବଂ ଘର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଅଞ୍ଚଳରେ । ସେ ପିନ୍ଧିଥିବା ପୋଲିସ ବର୍ଦ୍ଦି ଭଡ଼ା ଆଣିଥିବା ପୋଲସ ଆଗରେ ନିଜେ କହିଛନ୍ତି । ତେବେ କାହିକିଁ ସେ ଏଭଳି କଲେ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ, ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।  

ଆଜି ସକାଳୁ ସକାଳୁ ମୁଣ୍ଡଳୀ ବ୍ରିଜରେ ଦେଖିବାକୁ ମିଳିଥିଲା କିଛି ଅଭାବନୀୟ ଦୃଶ୍ୟ । ଜଣେ ପୋଲିସ ଡ୍ରେସ୍ ପିନ୍ଧା ଯୁବକ ମହାନଦୀ ବ୍ରିଜର ଲୁହା ଗେଟରେ ଫସି ରହିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ଆରମ୍ଭ ହୋଇଥିଲା ଯୁବକଙ୍କ ହାଇଡ୍ରାମା । କେତେବେଳେ ବ୍ରିଜ ଉପରେ ବ୍ୟାୟାମ କରୁଥିଲେ ତ ଆଉ କେତେବେଳେ ଗୋଟିଏ କଣରେ ଶୋଇ ରହି ବିଶ୍ରାମ ନେଉଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନେକ ବୁଝାସୁଝା କରିଥିଲେ ମଧ୍ୟ ଯୁବକ ଜଣକ କାହାରି କଥା ଶୁଣି ନଥିଲେ ।

କାଳେ ଯୁବକ ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା କରିବେ ତାହା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଅଗ୍ନିଶମ ବାହିନୀ ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । କିପରି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେଥିପାଇଁ ଢେର୍ ସମୟ ନାକେଦମ୍ ହେବାକୁ ପଡ଼ିଥିଲା । ଶେଷରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ତାଙ୍କୁ ଉଦ୍ଧାର କରିଥିଲେ । 

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି

  • Reported by:
  • PRAVAT BISOI