ମୟୂରଭଞ୍ଜ ଜିଲ୍ଲା ବାରିପଦାର ସରକାରୀ ପଲିଟେକନିକ୍ କଲେଜର ପିଲାମାନଙ୍କ ବର୍ଷାରେ ନାଚିବା ସମୟର ଦୃଶ୍ୟ ସାମ୍ନାକୁ ଆସିଛି । ପିଲାମାନେ ଷ୍ଟଡି ଟୁର୍ରେ କଲେଜରୁ ବାହାରି ଜଙ୍ଗଲରେ ନାଚିଥିଲେ ।
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଖୁବଶୀଘ୍ର ଫେରିପାଇବେ ଟଙ୍କା । ଏହି ଟଙ୍କା ଫେରସ୍ତ ନେଇ ସରକାର ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି । ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମଙ୍ଗଳବାର ସକାଳ ୯ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ନୟାଗଡ଼ ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା। ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ ,କାର, ମୋବାଇଲ ଫୋନ ଜବତ ହୋଇଛି l
କାରିଗର ପାଖରେ ପଡିଥିବା ମଳିଛିଆ, ଆବୁଡା ଖାବୁଡା ଶିଙ୍ଗକୁ ଦେଖି କେହି ଆଦୌ ବିଶ୍ୱାସ କରିପାରିବେନି ଯେ ଏଇଥିରୁ ଏତେ ସୁନ୍ଦର କଳା ମଚମଚ ଚିକ୍କଣ ଶିଙ୍ଗ କାମ ହେଉଛି ବୋଲି । ଏବେ କିନ୍ତୁ ଶିଙ୍ଗ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍ ମିଳିବାରେ ଅଭାବ ଓ ଆମ ଅବହେଳାରୁ ଏହାର ଚାହିଦା କମି କମି ଆସିଲାଣି । ଆଗାମୀ ପିଢି ପାଇଁ ତାକୁ ବଞ୍ଚାଇ ରଖିବାକୁ ଏଇ ଛୋଟ ପ୍ରୟାସ। ସେ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ।
ଗଣେଶ ମହାଳିକ। ଭଦ୍ରକ ଜିଲ୍ଳାର ଚାନ୍ଦବାଲି ଏନ୍ ଏ ସିର ୧୧ ୱାର୍ଡର ୩୧ ବର୍ଷର ଭିନ୍ନକ୍ଷମ ଯୁବକ। ସେ ନିଜର ଶାରୀରିକ ଭିନ୍ନକ୍ଷମତା ସତ୍ତ୍ୱେ ପରିବାର ପ୍ରତିପୋଷଣ ଓ ରୋଜଗାର ସୃଷ୍ଟି ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ। ଗଣେଶ ଏବେ ଟ୍ରଲି ଟାଣି ବହୁ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।
ଦୁଇ ଦିନର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା । ଆଜି ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି ।
ଛତୁଆ ଖାଇବାପରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ଏବଂ ଅନ୍ୟ ଜଣଙ୍କ ବୟସ ୬ ବର୍ଷ ବୋଲି ସୂଚନା ମିଳିଛି ।
ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ ।
ଆଜି ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ଣ ସାଢେ ଗୋଟାଏରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ହେଲିକପ୍ଟର ଯୋଗେ ନୟାଗଡ଼ ଅଭିମୁଖେ ଯିବେ ।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର। ଚନ୍ଦ୍ର- ଧନୁ ଦିବା ୧୦.୨୩ ଗତେ ମକର। ତିଥି- ୧୦ମୀ ନିଶାନ୍ତ ୦୫.୦୫ ଗତେ ୧୧ଶୀ।ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୦.୨୩ ଗତେ ସିଂହ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ପର୍ଯ୍ୟନ୍ତ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସରକାରଙ୍କ ନୂଆ ଏସ୍ଓପିରେ ବାଲି ଖାଦାନକୁ ନେଇ ଆସିଛି କଡ଼ା ନିୟମ । ବାଲି ଚୋରା ଚାଲାଣ ରୋକିବ ନୂଆ ସରକାରଙ୍କ ନୂଆ ଏସ୍ଓପି । ବାଲି ଖାଦାନରେ ଲାଗିବ ସିସିଟିଭି । ବ୍ଲକ୍ ହାତରେ ରହିବ ବାଲି ଘାଟ ଦାୟିତ୍ୱ । ଚୋରି ଜଗିବେ ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ବିବାଦ ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିଲେ ବି ଟ୍ରିପଲ୍ ଇଞ୍ଜିନ ସରକାର କିଭଳି ଏହାର ଆପୋଷ ସମାଧାନ କରିବେ । ସେ ଦିଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତାବ ଦେଇଛନ୍ତି । ଖୁବ୍ଶୀଘ୍ର ସଚିବସ୍ତରରେ ଓ ପରେ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ଭାଇ ଭାଇର ଝଗଡ଼ା ଦୂରହେବ ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଯେତିକି ଖୋଳତାଡ଼ ହେଉଛି । ସେତିକି ରହସ୍ୟ ବଢୁଛି । ନୂଆ ନୂଆ ଦିଗ ବି ସାମ୍ନାକୁ ଆସୁଛି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗ୍ରାଉଣ୍ଡ ଜିରୋରେ ସରିଛି ଗୋଟିଏ ପର୍ଯ୍ୟାୟ ତଦନ୍ତ ।
ଭୁବନେଶ୍ବର କମିଶନରେଟ୍ ପୋଲିସର ହେବ ନବକଳେବର । ଭାଗ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ୍ ଜିଲ୍ଲା । ଗଠନ ହେବ ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ ୟୁପିଡି ।
ଜାତୀୟ ଗଣମାଧ୍ୟମର ଖବରକୁ ରିପୋଷ୍ଟ କରି ବୋଥ୍ରା ଲେଖିଛନ୍ତି, ଚାରି ବର୍ଷ ପୂର୍ବେ, ମୁମ୍ବାଇ ପୋଲିସକୁ ଅନେକ ଟିଭି ଆଙ୍କର ଓ ଅଗଣିତ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଭିତ୍ତିହୀନ ଅଭିଯୋଗ ସହ ନିନ୍ଦିତ କରାଯାଇଥିଲା। ହେଲେ ଏବେ, ଏହା ସ୍ପଷ୍ଟ ଯେ ପୋଲିସ୍ ବୃତ୍ତିଗତ ଭାବେ ନିଜର ତଦନ୍ତ କରିଥିଲା । ଅପରାଧ ତଦନ୍ତ ବିଷୟରେ କୌଣସି ଧାରଣା ନଥିବା ଲୋକମାନେ ମିଛ ଏବଂ ଅପବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ପ୍ରଚାର ସୃଷ୍ଟି କରିପାରିବେ ।
କଟକର ଜଣେ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିବା ସହ ବ୍ଲାକମେଲ୍ କରି ଟଙ୍କା ମାଗୁଥିଲା । ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆହୁରି ଟଙ୍କା ମାଗିଥିଲା ।
ଦୈନିକ ଆବଶ୍ୟକ ପରିମାଣରୁ ଅଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ୍ ପ୍ରେସର୍ ଉପରେ ମଧ୍ୟ ପ୍ରଭାବ ପଡ଼େ। ଆପଣ ଯଦି କିଡନୀ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ୱା ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହାନ୍ତି ତେବେ ଫ୍ରୋଜେନ୍ ଫୁଡ୍ସ ଯେପରି ବଜାରରେ ମିଳୁଥିବା ଫ୍ରୋଜେନ୍ ଥିବା ପ୍ୟାକେଜ୍ଡ ଖାଦ୍ୟ, ଅଧିକ ମସଲାଯୁକ୍ତ ଖାଦ୍ୟ, ଚିପ୍ସ, ଆଦି ଖାଇବା ବନ୍ଦ କରିବା ଆବଶ୍ୟକ।
ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସ୍ୱାଗତଯୋଗ୍ୟ। ତେବେ ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବାକି ବ୍ୟାରେଜ କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ।
ମନ୍ତ୍ରୀଙ୍କ କାରକେଡରେ ଯାଇଥିବା କାରର କାଚ୍ ଭାଙ୍ଗି ଯାଇଛି । ତା ସହ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଳଙ୍କ ମୁଣ୍ଡ ବି ଫାଟିଛି ।
ଭୁବନେଶ୍ୱରରେ ପାନ ଦୋକାନରେ ଚାଲିଥିଲା ଗଞ୍ଜେଇ କାରବାର । ଡ୍ରଗ୍ସ କାରବାର ନେଇ ସ୍ପେଶାଲ କ୍ରାଇମ ୟୁନିଟ ଖବର ପାଇବା ପରେ ଚଢ଼ାଉ କରିଥିଲା ।
ଦୁଇ ଦିନ ତଳେ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ୪ ଶହରୁ ଅଧିକ ଘର ଭାଙ୍ଗି ଯାଇଥିଲା। ଏଥିସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଥିଲା।
ଉପରେ ଅସଲି କିନ୍ତୁ ଭିତରେ ନକଲି। ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି ହେଉଥିଲା ନକଲି ଇଞ୍ଜିନ ଅଏଲ୍। ଏଭଳି କିଛି କମ୍ପାନି ଠାବ ହୋଇଛି ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ। ପୋଲିସ ଚଢ଼ାଉ କରି ୪ ହଜାର ଲିଟର ଅପମିଶ୍ରିତ ଇଞ୍ଜିନ୍ ଅଏଲ ଜବତ କରିଛି। ଏଥିସହ ଏହି ଘଟଣାରେ ୨ ଭାଇଙ୍କୁ ଗିରଫ କରିଛି।
ପୂର୍ବ ସରକାରରେ ପୂର୍ବ ତଦନ୍ତକାରୀ ଟିମରେ ଗୋପାଳଙ୍କୁ ବି ଜେରା କରାଯାଇଥିଲା। ଗୁଜରାଟକୁ ନେଇ ପଲିଗ୍ରାଫ୍ ଟେଷ୍ଟ ବି କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ସେଥିରୁ କଣ ମିଳିଥିଲା, କଣ କହିଥିଲା ଗୋପାଳ ସେ କଥା ଜଣାପଡ଼ିନଥିଲା କି ସାମ୍ନାକୁ ଆସିନଥିଲା।