Advertisment

Bank of Baroda HR Recruitment 2025: ପୂରଣ ହେବ ମ୍ୟାନେଜର୍ ପଦବୀ; ଦରମା ୨୮ ଲକ୍ଷ

ବ୍ୟାଙ୍କ୍ ଅଫ୍ ବରୋଦାରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Bank of Baroda HR Recruitment 2025

Bank of Baroda HR Recruitment 2025

ଆପଣ କୌଣସି ବ୍ୟାଙ୍କରେ ଚାକିରି କରିବାକୁ ପ୍ରସ୍ତୁତ ହେଉଛନ୍ତି କି ? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ। ବ୍ୟାଙ୍କ୍ ଅଫ୍ ବରୋଦା(BOB) ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଏନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ରିଲେସନଶିପ୍ ମ୍ୟାନେଜର ସହିତ ଅନ୍ୟାନ୍ୟ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇ ପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୪୬ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବ୍‌ସାଇଟ୍‌ bankofbaroda.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Bank of Baroda HR Recruitment 2025 Apply for 146 posts Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୬ ମାର୍ଚ୍ଚ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ଏପ୍ରିଲ୍ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଡେପୁଟି ଡିଫେନ୍ସ ବ୍ୟାଙ୍କ ପରାମର୍ଶଦାତା (DDBA) – ୦୧ଟି ପୋଷ୍ଟ୍‌
  • ବେସରକାରୀ ବ୍ୟାଙ୍କର୍ - ରେଡିଏନ୍ସ ପ୍ରାଇଭେଟ୍‌ – ୦୩ଟି ପୋଷ୍ଟ୍‌
  • ଗ୍ରୁପ୍ ହେଡ୍ – ୦୪ଟି ପୋଷ୍ଟ୍‌
  • କ୍ଷେତ୍ର ପ୍ରମୁଖ – ୧୭ଟି ପୋଷ୍ଟ୍
  • ବରିଷ୍ଠ ରିଲେସନଶିପ୍ ମ୍ୟାନେଜର – ୧୦୧ଟି ପୋଷ୍ଟ୍‌
  • ୱେଲ୍‌ଥ୍ ଷ୍ଟ୍ରାଟେଜିଷ୍ଟ୍ (ବିନିଯୋଗ ଏବଂ ବୀମା) – ୧୮ଟି ପୋଷ୍ଟ୍‌
  • ପ୍ରଡକ୍ଟ ହେଡ୍ - ଘରୋଇ ବ୍ୟାଙ୍କିଙ୍ଗ୍ – ୦୧ଟି ପୋଷ୍ଟ୍‌
  • ପୋର୍ଟଫୋଲିଓ ରିସର୍ଚ୍ଚ ଆନାଲିଷ୍ଟ – ୦୧ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ୍/ପୋଷ୍ଟ୍ ଗ୍ରାଜୁଏସନ୍ କରିଥିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୨ବର୍ଷ
  • ସର୍ବାଧିକ ବୟସ – ୫୭ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୬ ଲକ୍ଷ ଟଙ୍କା
  • ସର୍ବାଧିକ ଦରମା – ୨୮ଲକ୍ଷ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୬୦୦ଟଙ୍କା
  • ମହିଳା/SC/ST/PwBD – ୧୦୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସର୍ଟଲିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ bankofbaroda.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଏହାପରେ HR Recruitment 2025 ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

Govt Jobs Job Search Job Seekers Bank Of Baroda Bank Jobs
Advertisment
Advertisment