Advertisment

Morning Schools: କାଲିଠୁ ସକାଳୁଆ ସ୍କୁଲ୍‌, ସାଢ଼େ ୧୦ରେ ସରିବ କ୍ଲାସ୍‌

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ ବୋଲି ଗତକାଲି ସରକାର ସୂଚନା ଦେଇଥିଲେ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ତତ୍ କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ ।

author-image
Santosh Kumar Sahoo
କାଲିଠୁ ସକାଳୁଆ ସ୍କୁଲ୍

କାଲିଠୁ ସକାଳୁଆ ସ୍କୁଲ୍

ଖରାକୁ ଦୃଷ୍ଟିରେ ରଖି ସ୍କୁଲ୍‌ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠୁ ହେବ ସକାଳୁଆ ସ୍କୁଲ୍ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ରେ ସରିବ ସ୍କୁଲ । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହେବ ।

Advertisment

ସୂଚନା ଅନୁସାରେ ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ ବୋଲି ଗତକାଲି ସରକାର ସୂଚନା ଦେଇଥିଲେ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ତତ୍ କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ । ସେପଟେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ସକାଳୁ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ସକାଳ ୭ଟାରୁ ୯ଟା ଯାଏଁ କରିବା ପାଇଁ ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଆବଶ୍ୟକସ୍ଥଳେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଜ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ: କଟକରେ ହେବ ନୂଆ ବିମାନବନ୍ଦର; କ'ଣ ରହିଛି ବର୍ତ୍ତମାନର ସ୍ଥିତି?

Odisha Heat Wave Morning School
Advertisment
Advertisment