Advertisment

Visually Challenged: କଟକରେ ହେବ ପ୍ରଥମ ଦୃଷ୍ଟିବାଧିତ ବିଶ୍ଵବିଦ୍ୟାଳୟ

ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଓଡିଶାରେ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ ଦୃଷ୍ଟିବାଧିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧା ଯୁବବର୍ଗ। ଏଣୁ ସେମାନଙ୍କୁ ଉଚ୍ଚଶିକ୍ଷା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ସମୟରେ ପ୍ରୟାସ ଜାରି ରହିଛି। ସେଥିପାଇଁ ଜାପାନ ସ୍ଥିତ ସୁକୁବା ଭିନ୍ନକ୍ଷମ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି।

author-image
Prasan Subudhi
ଅଦ୍ୟତନ ହୋଇଛି
କଟକରେ ହେବ ଦୃଷ୍ଟିବାଧିତ ବିଶ୍ୱବିଦ୍ୟାଳୟ

କଟକରେ ହେବ ଦୃଷ୍ଟିବାଧିତ ବିଶ୍ୱବିଦ୍ୟାଳୟ

ଦୃଷ୍ଟିବାଧିତ ପିଲାଙ୍କ ପାଇଁ ଖୁସି ଖବର। ଓଡିଶାରେ ହେବାକୁ ଯାଉଛି ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ। ଭାରତରେ ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ ଭାବେ ଏହା ଦୃଷ୍ଟିବାଧିକଙ୍କ ଉଚ୍ଚତର ଶିକ୍ଷା ପାଇଁ ବେଶ୍ ସହାୟକ ହେବ ବୋଲି କୁହାଯାଉଛି।

Advertisment

କିଏ ମୋବାଇଲରେ ପାଠ ପଢୁଛି,ତ କିଏ ବ୍ରେଲି ବହି ତ ଆଉ କିଏ କମ୍ପ୍ୟୁଟର ଚଲଉଛି। ଏମାନେ ସମସ୍ତେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଦୃଷ୍ଟିବାଧିତ ଛାତ୍ର। ଏମାନଙ୍କ ଭଳି ଓଡ଼ିଶାରେ ପାଖାପାଖି ୨ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ପାଠ ପଢ଼ୁଛନ୍ତି ।କିଛି ବିଶ୍ବବିଦ୍ୟାଳୟରେ ଏମାନଙ୍କୁ ନିର୍ଦିଷ୍ଟ ପାଠ୍ୟକ୍ରମରେ ସାମିଲ କରାଯାଉଥିଲେ ମଧ୍ୟ ବୈଷୟିକ ଶିକ୍ଷାଦାନ ଓ ତାଲିମ କ୍ଷେତ୍ରରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସେଥିପାଇଁ ଓଡ଼ିଶାରେ ପ୍ରଥମ ଦୃଷ୍ଟିବାଧୀତ ବିଶ୍ବବିଦ୍ୟାଳୟ କୁ ସ୍ବାଗତ କରିଛନ୍ତି ଏମାନେ। କେନ୍ଦ୍ର ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରାଯାଇଛି। କଟକ ସହର ଉପକଣ୍ଠରେ ଏହାକୁ ନିର୍ମାଣ ପାଇଁ କଟକ ଜିଲ୍ଲାପାଳଙ୍କୁ ଜାଗା ଚିହ୍ନଟ ପାଇଁ ନିର୍ଦେଶ ଦିଆଯାଇଅଛି।

Advertisment

ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଓଡିଶାରେ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ ଦୃଷ୍ଟିବାଧିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧା ଯୁବବର୍ଗ। ଏଣୁ ସେମାନଙ୍କୁ ଉଚ୍ଚଶିକ୍ଷା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ସମୟରେ ପ୍ରୟାସ ଜାରି ରହିଛି। ସେଥିପାଇଁ ଜାପାନ ସ୍ଥିତ ସୁକୁବା ଭିନ୍ନକ୍ଷମ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି।

ସନ୍ଥକବି ଭୀମଭୋଇଙ୍କ ନାମରେ ଏହାକୁ ନାମିତ କରିବାକୁ ସ୍ଥିର କରାଯାଇଛି। କେନ୍ଦ୍ର ସରକାରଙ୍କ ଏକ ପ୍ରତନିଧି ମଣ୍ଡଳୀ କିଛିଦିନ ତଳେ ଆସି କଟକ ବାରଙ୍ଗ ନିକଟରେ ଥିବା ୪୦ ଏକର ଜାଗା ଚିହ୍ନଟ କରି ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଆସିଲେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲିି କହିଛନ୍ତି କଟକ ଜିଲ୍ଲାପାଳ।

ତେବେ ଏହାର ଡିପିଆର ପ୍ରସ୍ତୁତ କରି ଖୁବ୍ ଶିଘ୍ର କାର୍ଯ୍ୟ ଆରମ୍ଭ କରାଗଲେ ଓଡ଼ିଶାର ଦୃଷ୍ଟିବାଧିତ ମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

Advertisment
Advertisment