• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପିଜୁଳି ପ୍ରେମରେ ପିସି ମାନେ ପ୍ରିୟଙ୍କା ଚୋପ୍ରା । ତଳମାଳିରେ ଫିଲ୍ମ SSMB-29ର ସୁଟିଂ ସାରି ଫେରିବା ବେଳେ ସାଙ୍ଗରେ ପ୍ରିୟଙ୍କା ନେଇଛନ୍ତି କୋରାପୁଟ ସୌନ୍ଦର୍ଯ୍ୟର ଅପାସୋରା ସ୍ମୃତି । ବାଟରେ ପିଜୁଳି କିଣି ଖାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ ବି କରିଛନ୍ତି। ସେପଟେ ପାନ୍ ଇଣ୍ଡିଆ ନିର୍ଦ୍ଦେଶକ ରାଜାମୌଲି ବି କୋରାପୁଟ ସୁନ୍ଦରପଣର ଢେର ପ୍ରଶଂସା କରିଛନ୍ତି।

ଅଧିକ ପଢ଼ନ୍ତୁ: କାଲିଠୁ ସକାଳୁଆ ସ୍କୁଲ୍‌, ସାଢ଼େ ୧୦ରେ ସରିବ କ୍ଲାସ୍‌

କୋରାପୁଟ ତଳମାଳିରେ ସୁଟିଂ ସାରି ଫେରିଗଲେ ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି । ରାସ୍ତାରେ ଗୋଧୂଳି ବେଳର ଚିତ୍ର କଏଦ କରିଛନ୍ତି କ୍ୟାମେରାରେ । ଅତ୍ୟନ୍ତ ଖୁସିର ସହ ତାକୁ ସୋସିଆଲ ମିଡିଆରେ ଅପଲୋଡ ବି କରିଛନ୍ତି । ତେବେ ପ୍ରିୟଙ୍କାଙ୍କୁ କିନ୍ତୁ ସବୁଠୁ ଭଲ ଲାଗିଛି ପିଜୁଳି । ବିଶାଖାପାଟଣା ଏୟାରପୋର୍ଟ ଯିବା ବେଳେ ଟ୍ରାଫିକ୍ ପୋଷ୍ଟ ନିକଟରେ ଜଣେ ମହିଳାଙ୍କ ଠାରୁ ପିଜୁଳି କିଣିଥିଲେ ପ୍ରିୟଙ୍କା। ଏହି ସମୟରେ ଯାହା ଘଟିଥିଲା ତାହା ତାଙ୍କୁ ବେଶୀ ପ୍ରଭାବିତ କରିଛି ବୋଲି କହିଛନ୍ତି ପିସି ।

କେବଳ ପ୍ରିୟଙ୍କା କାହିଁକି ଫେରିବା ପୂର୍ବରୁ ଫିଲ୍ମର ପୁରା ଟିମ୍ ପକ୍ଷରୁ କୋରାପୁଟର ଆତିଥେୟତାକୁ ଧନ୍ୟବାଦ ଜଣାଇଥିଲେ ପ୍ରିୟଙ୍କା ଓ ନିର୍ଦ୍ଦେଶକ ଏସ୍.ଏସ୍ ରାଜାମୌଲି। ହାତ ଲେଖା ସହ ଭୁରି ଭୁରି ପ୍ରଶଂସା କରିଥିଲେ କୋରାପୁଟର ଅପୂର୍ବ ସୌନ୍ଦର୍ଯ୍ୟର । ଡିରେକ୍ଟର ରାଜାମୌଲି ବି ହାଇଦ୍ରାବାଦରେ ପହଞ୍ଚିବା ପରେ ନିଜ ଇନଷ୍ଟା ପେଜରେ କୋରାପୁଟ, ତଳମାଳି ଓ ଦେଓମାଳିର ସୁନ୍ଦରତାକୁ ପ୍ରଶଂସା କରିବା ସହ ସଫା ରଖିବା ନେଇ ଦେଇଥିଲେ ବାର୍ତ୍ତା ।

ଅପରୂପ ସୌନ୍ଦର୍ଯ୍ୟଭରା କୋରାପୁଟ ସେମିଳିଗୁଡାର ଏହି ପାହାଡରେ ତିଆରି ହୋଇଥିଲା ବିଶ୍ବସ୍ତରୀୟ ସେଟ୍ । ହେଲେ ଏବେ ବନ୍ଦ ହୋଇଯାଇଛି ଲାଇଟ୍, କ୍ୟାମେରା, ଆକ୍ସନ । ଖୋଲା ଚାଲିଛି ସୁଟିଂ ସେଟ୍ । ପ୍ରଡକ୍ସନ ହାଉସର କ୍ରିଉ ମେମ୍ବର ଲାଗି ପଡିଛନ୍ତି ପୁରା ଅଂଚଳକୁ ସଫା କରିବାରେ । ଜେସିବିରେ ଉଠାଯାଉଛି ଆସ୍ଥାୟୀ ନିର୍ମାଣକୁ । ୧୫ ଦିନ ଧରି ୫ ଶହ ଜଣିଆ କ୍ରିଉ ସାମିଲ ହୋଇଥିଲେ ସୁଟିଂରେ । ପାନ୍ ଇଣ୍ଡିଆ ଡିରେକ୍ଟର ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଲିଡରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଥିବା ବେଳେ ଅପଜିଟରେ ରହିଛନ୍ତି ବଲିଉଡ୍ ଡିଭା ପ୍ରିୟଙ୍କା । ତଳମାଳି ପାହାଡରେ ଫିଲ୍ମର ଏକ ଗୀତ ଏବଂ ଆକ୍ସନ ସିନ୍ ସୁଟିଂ ହୋଇଥିବା ସୂଚନା ମିଳିଛି । ଫିଲ୍ମର ନାଁ ଏଯାଏଁ ସ୍ଥିର ହୋଇନଥିବା ବେଳେ ପ୍ରୋଜେକ୍ଟର ନାଁ -SSMB -29 ରଖାଯାଇଛି । ସୁଟିଂ ସାରି ଟିମ୍ ସିନା ଫେରିଗଲେ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ଅପେକ୍ଷା ରହିଛି, ପୁଣି ଏକ ସୁଟିଂକୁ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? ମାସେ ପରେ ବି ସ୍ଥିତି ଅସ୍ପଷ୍ଟ

  • Reported by:
  • T GOURISHANKAR

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now