ସୁରକ୍ଷା ବଳୟରେ ରହିବ ଲଭର୍ସ ପଏଣ୍ଟ, ପ୍ରେମୀ ଯୁଗଳଙ୍କୁ ଦିଆଯିବ ସୁରକ୍ଷା। ଗୋପାଳପୁର ଲଜ୍ଜା ପରେ ରାଜ୍ୟ ସରକାର ଏଭଳି କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି।
ବ୍ୟାଙ୍କଗୁଡ଼ିକୁ ମୋହନ ସରକାରଙ୍କ କଠୋର ସନ୍ଦେଶ । ରାଜ୍ୟ ସରକାରଙ୍କ ସହ ବ୍ୟବସାୟ କରିବାକୁ ହେଲେ, ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀକୁ ଗୁରୁତ୍ୱ ଦିଅ । ଏହି କାରଣରୁ HDFC, ICICI ଓ AXIS ବ୍ୟାଙ୍କ୍ ସହ ସରକାରୀ ଆର୍ଥିକ କାରବାର ବନ୍ଦ କଲେ ରାଜ୍ୟ ସରକାର ।
ଭୁବନେଶ୍ୱରର ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି । ଓଡ଼ିଶା ଆସିବା ପାଇଁ ମୁଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କଲି ବୋଲି କହିଲେ ମୋଦି ।
ଜୁନ୍ ୨୦ରେ ରାଜଧାନୀରେ ମୋଦି କରିବେ ରୋଡ୍ ସୋ । ବିକଶିତ ଓଡ଼ିଶା ପାଇଁ ପକାଇବେ ନିଅଁ । ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧନ । ଏନେଇ ଚଳଚଞ୍ଚଳ ବିଜେପି ଶିବିର । ଓଡ଼ିଶା ପାଇଁ ମୋଦିଙ୍କ ମେଗା ପ୍ଲାନ୍ ଉପରେ ସମସ୍ତଙ୍କ ନଜର ।
ସରକାରୀ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । କାମ ଦେବନି ଭୋଟର କାର୍ଡ କି ଡିଏଲ୍ କିମ୍ବା ପାସ୍ ବୁକ୍ । ଭୂତ ହିତଧିକାରୀଙ୍କ ଉପରେ କଡ଼ା ପ୍ରହାର । ଜମି କିଣାବିକା ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣ ପତ୍ର, ଇନ୍କମ୍ ସାର୍ଟିଫିକେଟ୍ ଯାଏ ବିନା ଆଧାରରେ କାମ ଆଗେଇବ ନାହିଁ ।
ମୋହନ ସରକାରଙ୍କ ବର୍ଷକର ଉପଲବ୍ଧିକୁ ନେଇ ସାରା ରାଜ୍ୟରେ ବୁଲିବ ବିକାଶ ବାହାନ । ୩୧୪ଟି ବ୍ଲକ, ୧୧୫ ଟି ULB ଏବଂ ୫ଟି ପୌର ନିଗମରେ ପ୍ରଚାର ପ୍ରସାର କରିବ । ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୧୨ ଜୁନ ୨୦୨୪ରେ ଓଡିଶା ପାଇଥିଲା ନୂଆ ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ। ଆଜି ମୋହନ ସରକାରକୁ ପୂରଣ ହୋଇଛି ଗୋଟିଏ ବର୍ଷ। ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୦ ତାରିଖରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କଥାରେ ଅଛି ‘ସରକାର୍ କା ମାଲ୍, ଦରିଆ ମେ ଡାଲ୍’ । ବୋଧହୁଏ ସେହି ନ୍ୟାୟରେ ଏଠି ଚାଲିଛି ଦୁର୍ନୀତି । ନିର୍ମାଣ ନାଁରେ ଦିନ ଦି' ପହରେ ଠିକାଦାର ଲୁଟତରାଜ୍ ଚଳାଇଥିବା ଅଭିଯୋଗ । ଆଉ ପକେଟ୍ ଗରମ ଆଶାରେ ବିଭାଗୀୟ ବାବୁମାନଙ୍କ ନୀରବ ସମର୍ଥନ । ସବୁଠୁ ଚର୍ଚ୍ଚାରେ, ଋତୁକାଳୀନ ଦୁର୍ନୀତି । ଯେଉଁଥିରେ ଖରା ଶେଷ ବେଳକୁ କାମ ଆରମ୍ଭ ହୁଏ । ଆଉ ବର୍ଷା ହେଲେ ଧୋଇଯାଏ । ପୁଣି ବ୍ୟୟ ଅଟକଳ ପ୍ରସ୍ତୁତ କରି ଆରମ୍ଭ ହୁଏ ନିର୍ମାଣ କାମ ।
PM ଆବାସ ପାଇଁ ରାଜ୍ୟ ସରକାର ଦେବେ ବାଲି ଉପହାର । ରିହାତି ଦରରେ ହିତାଧିକାରୀଙ୍କୁ ମିଳିବ ୨ ଟ୍ରାକ୍ଟର ବାଲି । ପ୍ରତି ଆବାସ ଘର ପାଇଁ ରିହାତି ଦରରେ ସରକାର ବାଲି ଯୋଗାଇବା କଥା ଶୁଣି ଖୁସି ହୋଇଛନ୍ତି ହିତାଧିକାରୀ । ହେଲେ ବେଆଇନ୍ ବାଲି ପରିବହନ ଉପରେ ରୋକ ଲଗାଇବାକୁ କଡ଼ା ନିୟମ ଆସୁଥିବା ଶୁଣି ଛାନିଆ ହେଲେଣି ମାଫିଆ ।
ତହସିଲ ଅଫିସକୁ କରନ୍ତୁ ପିପୁଲ୍ସ ଫ୍ରେଣ୍ଡଲି । ଲୋକଙ୍କୁ ଦିଅ VIP ସେବା। ବ୍ୟବହାରରେ ଲୋକଙ୍କୁ ଆପ୍ୟାୟିତ କର । ମ୍ୟାଚ ନୁହେଁ ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ। ଓଡିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ । ରାଜସ୍ବ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଅଧିକାରୀଙ୍କୁ ଏଭଳି ଟାସ୍କ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ସରକାରୀ ଓକିଲଙ୍କ ପାଇଁ ଗୃହ ବିଭାଗର ନୂଆ ଏସ୍ଓପି । ଫୌଜଦାରୀ ମାମଲାରେ ଅଯଥା ତାରିଖ ଗଡ଼ାଇବେନି, ଦେବେ ମାସିକିଆ ରିପୋର୍ଟ ।
ଅନେକ ମହିଳା ରାସନ କାର୍ଡ ପାଇଁ ଲମ୍ବା ଲାଇନରେ ଠିଆ ହେଉଛନ୍ତି । ସେଥିରୁ ବାଦ ପଡିନାହାନ୍ତି ଛୋଟପିଲା, ଗର୍ଭବତୀ ଓ ଦିବ୍ୟାଙ୍ଗ।
ସରକାରୀ କାମ ପାଇଁ ଘରୋଇ ଯାନ ଭଡ଼ାରେ ସଂଶୋଧନ ହୋଇଛି । ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଭଡ଼ା ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମନ୍ତ୍ରୀଙ୍କ ମାସିକ ଗାଡ଼ି ଖର୍ଚ୍ଚ ୫୦ ହଜାର ୪୦୦ ଟଙ୍କା ହୋଇଛି ।
ଏଣିକି ସାଢ଼େ ୫ ପୂର୍ବରୁ ଅଫିସ ଛାଡିବା ମନା । ୧୦ଟା ବେଳେ ଅଫିସ ଆସିବେ ଓ ୫ଟା ୩୦ ପୂର୍ବରୁ ଅଫିସ୍ ଛାଡ଼ି ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ରହିଛି । ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବା ବାଧ୍ୟତାମୂଳକ ।
ବିଶ୍ବ ଦରବାରରେ ଚମକିବ କଟକର ତାରକସି କାମ । ନିର୍ମାଣ ହେବ ତାରକସୀ କମନ୍ ଫେସିଲିଟେସନ ସେଣ୍ଟର । ଏନେଇ ୭ କୋଟିର ବ୍ୟୟବରାଦ । ଏହାର ଲକ୍ଷ୍ୟ ହେଉଛି କାରିଗରଙ୍କୁ ନୂତନ ଜ୍ଞାନ, ଡିଜାଇନ, ଏବଂ ସୁବିଧା ସୁଯୋଗ ଦେଇ ମଜବୁତ କରାଇବା ।
ଶ୍ରୀମନ୍ଦିର ସୁରକ୍ଷାରେ ଆଗେ ରକ୍ଷକ ଭେଇକିଲ୍ ମୁତୟନ ହେଲା ତ ଏବେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ପୋଲିସ ବିଭାଗ ସହ ଏନେଇ ଆଲୋଚନା ବି କରିଛି ଆଇନ୍ ବିଭାଗ । ଭାରତ-ପାକିସ୍ତାନ ଉତ୍ତେଜନାତ୍ମକ ସ୍ଥିତିରେ ଆତଙ୍କୀ ଆକ୍ରମଣ ଡର ହେଉ ବା ପାକ୍ ଗୁପ୍ତଚର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଭିଡିଓ ଉତ୍ତୋଳନ କରିବା ଘଟଣା, ଏସବୁ ରୋକିବାକୁ ରାଜ୍ୟ ସରକାର ସଜାଗ ହୋଇ ପଡ଼ିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁରୀରେ ଭଙ୍ଗା ଯାଇଥିବା ସବୁ ମଠ ମନ୍ଦିରର ହେବ ପୁନର୍ବାସ । ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସରକାରୀ ବାବୁ ଗାଡିରେ ବିନା ଅନୁମତିରେ ନାଲିବତୀ ଓ ଧପଧପ କଲର ଲାଇଟ୍ ବ୍ୟବହାର କରିବା ଉପରେ କଟକଣା । ପରିବହନ ବିଭାଗ ଏନେଇ ଉଦବେଗ ପ୍ରକାଶ କରି ବିଭିନ୍ନ ବିଭାଗକୁ ଚିଠି ଲେଖିଛି ।
ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଚାପରେ ପକାଇ ସେମାନଙ୍କର ଜମିକୁ ହଡପ କରି ପାରିବେ ନାହିଁ ଧନୀ ଲୋକ । ଏସସି/ଏସଟି ଚାହିଁଲେ ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କୁ ଜମି ବିକ୍ରି କରି ପାରିବେ । ସରକାର ଏହାକୁ ୨ ରୁ ୩ ବର୍ଷ ଯାଏଁ ସୁରକ୍ଷିତ ଭାବେ ରଖିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ମାତୃତ୍ୱ ଛୁଟିକୁ ଦ୍ୱନ୍ଦ ଦୂର କଲେ ମୋହନ ସରକାର । ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ ହେଲା । ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ନେଇ ହେବ ।
ବାଣିଜ୍ୟରେ ଗ୍ରାଜୁଏସନ୍ କରିଥିଲେ ମିଳିବ ଚାକିରି । କଳା ଓ ବିଜ୍ଞାନ ପିଲାଙ୍କୁ ବି ସୁବର୍ଣ୍ଣ ସୁଯୋଗ । ଓଡ଼ିଶାର ଯୁକ୍ତ ତିନି ପିଲାମାନଙ୍କୁ NSE ଇଣ୍ଟର୍ଣ୍ଣସିପ୍ ଟ୍ରେନିଂ ଦେବ । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଓ NSE ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।
ଯୁକ୍ତ ୩ ପଢ଼ିଥିଲେ ଚାକିରି ସୁଯୋଗ । ବାଣିଜ୍ୟରେ ଗ୍ରାଜୁଏସନ୍ କରିଥିଲେ ମିଳିବ ଚାକିରି । କଳା ଓ ବିଜ୍ଞାନ ପିଲାଙ୍କୁ ବି ସୁବର୍ଣ୍ଣ ସୁଯୋଗ । ପୂର୍ବରୁ ଉପକୃତ ହୋଇଛନ୍ତି ୫୮ କଲେଜର ୩୯୪ ପିଲା । ୨ଶହରୁ ଅଧିକ ପିଲାଙ୍କୁ ମିଳିଛି ଅଫର ଲେଟର । ହେଲେ ଏବେ +3 ପଢ଼ିଥିବା ପିଲାଙ୍କ ପାଇଁ ବଡ଼ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର ।
ଶିକ୍ଷକଙ୍କ ବଦଳିକୁ ସରକାରଙ୍କ ଗୁରୁତ୍ୱ । ଶିକ୍ଷକଙ୍କ ବଦଳି ନେଇ ଆଉ ରହିବନି ଟେନ୍ସନ୍ । ବିଧାୟକ ଓ ସାଂସଦଙ୍କୁ ମିଳିଲା ଶିକ୍ଷକ ବଦଳି ସୁପାରିସ କ୍ଷମତା । ବଦଳିକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଲାଗି ରହୁଥିବା ଅସନ୍ତୋଷକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର ।
ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ସମସ୍ତ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳଙ୍କ ପରେ ଆଇପିଏସଙ୍କ ଛୁଟି ବାତିଲ୍ ହୋଇଛି
ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ଆରଡିସି, ଡିଏମ ଓ କଲେକ୍ଟରଙ୍କ ଛୁଟି ବାତିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।