ପାକିସ୍ତାନର ଅନୁରୋଧ ପରେ ଆଜି ବସୁଛି ଜାତିସଂଘ ସୁରକ୍ଷା ପରିଷଦ ବୈଠକ । ପହଲଗାମ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଚରମ ସୀମାରେ ଉତ୍ତେଜନା । ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ତିକ୍ତତା ନେଇ ବୈଠକରେ ଆଲୋଚନା ହେବ ।
ପାଣି ନାହିଁ ବୋଲି ବୋହୂ ମିଳୁନି । ବାହା ହୋଇ ପାରୁନାହାନ୍ତି ଗାଁର ୮୦ରୁ ଅଧିକ ପୁଅ । ଗାଁରେ ପାଣି ସୁବିଧା ନଥିବାରୁ ଝିଅ ଦେବାକୁ ଅରାଜି ହେଉଛନ୍ତି । ଯଦି କିଏ ବାହା ହୋଇଛନ୍ତି, ତେବେ କିଛି ଦିନ ପରେ ବାପଘରେ ଯାଇ ରହୁଥିବା ଅଭିଯୋଗ ।
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ବଡବାର୍ଲି ଗାଁର ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର । ଝିଅ ଦେବାକୁ ରୋକଠୋକ୍ ମନା କରିଦେଉଛନ୍ତି ପରିବାର ।
ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ଭରସା ପାଲଟିଛି ଚୁଆ ପାଣି । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଖରା ହେଉ ବା ଶୀତ ପିଉଛନ୍ତି ସେହି ଗୋଳିଆ ଚୁଆ ପାଣି । କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ସେହି ଗୋଟିଏ ସ୍ଥାନର ଚୁଆ ପାଣି ଉପରେ ଭରସା କରନ୍ତି ।
୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଆଜି ମଧ୍ୟ ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ । କେବଳ ଏହି ୨ ସହର ନୁହେଁ, ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଉପରେ ରହୁଛି ତାପମାତ୍ରା ।
ବରଗଡ଼ର ଜୀରା ନଦୀରେ ଜଳ ପ୍ରଦୂଷଣ ଚିନ୍ତାର କାରଣ ହୋଇଛି। NGTର ଆଦେଶକୁ ଅବହେଳା କରାଯିବା ସହ ଅନିୟମିତ ବର୍ଜ୍ୟବସ୍ତୁ ପରିଚାଳନା, ଡ୍ରେନ ପାଣି ଓ କେମିକାଲ ଏହାର କାରଣ ବୋଲି କୁହାଯାଉଛି। ସମସ୍ତ ବରଗଡ଼ବାସୀ ଏହି ଘଟଣା ପ୍ରତି ଗଭୀର ଚିନ୍ତାବ୍ୟକ୍ତ କରୁଛନ୍ତି।
ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।
ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।
ସମୁଦ୍ରର ଲୁଣି ପାଣିକୁ ଟ୍ରିଟ୍ମେଣ୍ଟ କରି ଗଞ୍ଜାମ ଜିଲ୍ଲାର ଦୁଇ ସମୁଦ୍ର କୁଳିଆ ଗାଁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ଯୋଗାଣ ହେବ ମଧୁର ଜଳ। ଦୂର ହେବ ବର୍ଷ ବର୍ଷର ଲୁଣି ପାଣି ସମସ୍ୟା। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗେଇ ଆସିଛନ୍ତି ଇଣ୍ଡିଆନ୍ ରେର୍ ଆର୍ଥ ଲିମିଟେଡ୍ (IRE) ଓ ରାଜ୍ୟ ସରକାର।
ଗାଁ ଗାଁରେ ନଳକୂପ ଦେବେ ବିଜେପି ସରକାର। ଖରାଦିନକୁ ଆଖି ଆଗରେ ରଖି 70 ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ନଳକୂପ । ଯେଉଁ ଗାଁରେ 70ରୁ ଅଧିକ ଜନସଂଖ୍ୟା ଥିବ ସେଠାରେ 2ଟି ନଳକୂପ ବସିବ।
ଶୀତ ଲେଉଟିଗଲାଣି ଖରା ଆରମ୍ଭ ହୋଇଗଲାଣି । ଏହାସହ ଆରମ୍ଭ ହୋଇଗଲାଣି ପାଣି ଚିନ୍ତା । ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ହୋଇପାରୁନି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ।
କଳିଙ୍ଗନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏଭଳି ଚୋରି ଧରିବା ପରେ ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ତଣ୍ଡ ଦେବାକୁ ନୋଟିସ୍ ପଠାଇଛି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଓଡ଼ିଶା ଶାଖା।
ଶୁଖିଲା ପଡ଼ିଛି ଡ୍ୟାମ୍। ଶୁଖିଲା ପଡ଼ିଛି କେନାଲ। ଆଉ ଚାଷବାସ କାମ ବି ଆଗକୁ ବଢ଼ିପାରୁନି। ସ୍ବଳ୍ପ ବର୍ଷା ଏବଂ ବିଭିନ୍ନ ଡ୍ୟାମ୍ ପୋତି ହେବା ପରେ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଏବେ ଏଭଳି ସ୍ଥିତି।
ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର।
ଦିଲ୍ଲୀରେ ଦେଖାଯାଇଥିବା ଜଳ ସଂକଟକୁ ନେଇ ଆପ୍ ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ହରିୟାଣା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅତିଶୀ ଦିଲ୍ଲୀର ଭୋଗଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି।
୨୪ ବର୍ଷର ପ୍ରତିନିଧିତ୍ୱ ଭିତରେ ନା କୌଣସି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି ନା ଦୂର ହୋଇଛି ଗ୍ରାମାଂଚଳ ବାସୀଙ୍କ ଦୁଃଖ ।
ଦିଲ୍ଲୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପାଣି ସମସ୍ୟା । ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।
ବସୁଧା ଯୋଜନା କାହାପାଇଁ ? ଡ୍ରିଙ୍କ ଫ୍ରମ୍ ଟ୍ୟପ୍ କାହାପାଇଁ ? ସରକାରଙ୍କ ମାଳମାଳ ଯୋଜନା କହାପାଇଁ ? ଗାଁକୁ ପାଣି ଟୋପାଏ ନମିଳିବାରୁ ଭୋଟ୍ ଦେଲେନି ଗ୍ରାମବାସୀ ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ । ଦାଦନ ଖଟି ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି ।
ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ। ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଜଙ୍ଗଲୀ ଜୀବ।
ମୁଣ୍ଡ ଉପରେ ୪୦ ଡିଗ୍ରୀ ଖରା । କିନ୍ତୁ ପାଣି ଟୋପେ ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ । ହାତରେ ହାଣ୍ଡି ଗରା ଧରି ଜଙ୍ଗଲରେ ଚାଲି ଚାଲି ପାଣି ସନ୍ଧାନରେ ଲୋକେ ।
ଗ୍ରୀଷ୍ମ ଆରମ୍ଭରୁ ବାଲେଶ୍ୱର ସହରର ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଅମୃତ ଧାରା ପ୍ରକଳ୍ପ ଶୁଖିଲା ପଡିଛି । ଏବେ ଖରାର ପ୍ରକୋପ ବଢିଥିବା ବେଳେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକ ।
ଗାଁରେ ବସିଛି ମାଳମାଳ ୱାଟର ପୋଷ୍ଟ । କେଉଁଥିରେ ଟ୍ୟାପ ନାହିଁ ତ କେଉଁଠି ହୁଗୁଳି ଗଲାଣି ପାଇପ୍ । ଆଉ ଏପଟେ ଦେଖନ୍ତୁ କେମିତି ଚୁଆ ପାଣି ସଂଗ୍ରହ କରି ଘରକୁ ନେଇଛନ୍ତି ଲୋକେ ।
ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ ।
ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।