ବୁଧବାର ରାଜ୍ୟ କ୍ୟାବିନେଟରେ ୬ ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୬ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ବାଜିଛି । କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।
ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି ଯେ କଂଗ୍ରେସ ସରକାର ଜାତିଗତ ଜନଗଣନାକୁ ବିରୋଧ କରିଥିଲେ । ୧୯୪୭ ପରଠାରୁ ଜାତି ଜନଗଣନା କରାଯାଇନାହିଁ । କଂଗ୍ରେସ ଜାତି ଜନଗଣନା ବଦଳରେ ଜାତି ସର୍ଭେ କରିଥିଲା ।
ପିଏମ୍ ମୋଦିଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ । ସୁରକ୍ଷା ଏଜେନ୍ସିର ସମସ୍ତ ଟପ୍ ଅଫିସିଆଲଙ୍କ ଉପସ୍ଥିତିରେ ବୈଠକ ଚାଲିଛି । ପହଲଗାମ୍ ହମଲା ପରେ ଏହା ହେଉଛି ସବୁଠୁ ବଡ଼ ବୈଠକ ।
ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯିବ ।
୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ ।
ବଜାୟ ରହିବ ରେଲୱେର ୱାଲ୍ଟିୟର ଡିଭିଜନର ଗୋଟିଏ ଅଂଶ । ଏହାର ଅନ୍ୟ ଏକ ଅଂଶ ବିଶାଖାପାଟଣା ଡିଭିଜନ ନାଁରେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୦୧୯ରେ ଏ ସମ୍ପର୍କୀତ କ୍ୟାବିନେଟ୍ ନିଷ୍ପତ୍ତିର ସଂଶୋଧନ ପ୍ରସ୍ତାବକୁ ଆଜି ଅନୁମୋଦନ ମିଳିଛି ।
ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର 5T ସ୍କୁଲ ନାଁରେ ଗାଁ ଗାଁରେ କରିଥିବା ରୂପାନ୍ତରୀକରଣକୁ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନା କୌଣସି ଯୋଜନା ଥିଲା ନା ଡିପିଆର ନା ଏଷ୍ଟିମେଟ୍ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ମିଳିଛି । ତା’ମଧ୍ୟରୁ କୃଷି ଉଦ୍ୟୋଗୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ରୋଜଗାର ଏବଂ ୠଣ ଦେବା ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି ।
ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିସହ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ ।
ଦେଶରେ ଦୁଇଟି ପର୍ଯ୍ୟାୟରେ ହେଉ ନିର୍ବାଚନ। ପ୍ରଥମେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ତାର ଶହେ ଦିନ ଭିତରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ସାଢ଼େ ୧୦ଟାରେ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଆଜି ରାଜ୍ୟ କ୍ୟାବିନେଟ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା...
ରାଜ୍ୟ କ୍ୟାବିନେଟର ବୈଠକ ଶେଷ । ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ପିଏମ୍ କିଷାନରେ ଅନ୍ତର୍ଭୁକ୍ତ ହେବେ ଆଉ ୫ରୁ ୬ ଲକ୍ଷ ଚାଷୀ।
ଅନ୍ୟପକ୍ଷରେ ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଆସିବ । ଧାନ MSP ୩୧ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତୃତୀୟ ପାଳିରେ ଦ୍ବିତୀୟ ବଡ଼ ଘୋଷଣା କଲେ ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରରେ ୭୨ ଜଣ ମନ୍ତ୍ରୀ ।
ରାଜ୍ୟ ସରକାରଙ୍କୁ ଘାରିଲା କି ଆଦିବାସୀ ଭୋଟ୍ ବ୍ୟାଙ୍କ୍ ଭାଙ୍ଗିବା ଭୟ ? ପକେଇଥିବା ଛେପକୁ ଢୋକିଲେ ସରକାର। ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ?
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବରୁ ୪ ହଜାର କୋଟି ବ୍ୟୟବରାଦ ଥିବା ବେଳେ ଏବେ ଏଥିରେ ଆଉ ୨୧୪ କୋଟି ଟଙ୍କା ବୃଦ୍ଧି କରି ୪ ହଜାର ୨୧୪ କୋଟି ଟଙ୍କା କରାଯାଇଛି।
ସେହିପରି ନଗର ଉନ୍ନୟନ ବିଭାଗରେ ୩୬୫ ଇଞ୍ଜିନିୟର ପଦବୀ ସୃଷ୍ଟି, IIPH ପ୍ରତିଷ୍ଠା ଲାଗି ୫ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଛି। ୨୦୦ଟି ନୂଆ ଇ-ବସ୍ କିଣି ଚଲାଇବେ ରାଜ୍ୟ ସରକାର।
ବିଶେଷଜ୍ଞଙ୍କ ମତ ଦୀର୍ଘ ଦିନରୁ ପଡ଼ିରହିଥିବା ଏହି ଟିକସ ଓ ଜରିମାନାର ଆନୁମାନିକ ମୂଲ୍ୟ ୫ ଶହ କୋଟିରୁ ଅଧିକ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟ ପ୍ରାୟ ୫୦୦ କୋଟିର କ୍ଷତି ସହିବ। ପ୍ରଶ୍ନ ଉଠୁଛି କାହିଁକି ହୋଇପାରୁନାହିଁ ଟିକସ ଆଦାୟ ? ପରିବହନ ଅଧିକାରୀ ଟିକସ କିମ୍ବା ଜରିମାନା ଆଦାୟରେ ପଛୁଆ କାହିଁକି ?
ବକେୟା ମୋଟର ଯାନ ଟିକସ ଛାଡ଼ କରିବେ ରାଜ୍ୟ ସରକାର। ଗାଡି ସ୍କ୍ରାପ କଲେ ଟିକସ ପୁରା ଛାଡ଼। ଗାଡି ଚଲାଇଲେ ଟିକସ ରିହାତି ମିଳିବା ସହିତ ଜରିମାନା ଛାଡ଼ ହେବ।
୩୦ ଦିନ ବଦଳରେ କାହିଁକି ମାତ୍ର ୪ ଦିନରେ ବିଧାନସଭାର ଶୀତ ଅଧିବେଶନ ସାରିଦେଲେ ସରକାର। ଏହାକୁ ନେଇ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ।
ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ଗତ ଜୁଲାଇ ୧୧ ତାରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ଗତ ୧୪ ତାରିଖ ଦିନ ଓଡିଶା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ, ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ।