/odishatv-khabar/media/post_attachments/uploadimage/library/16_9/16_9_0/Age_limit_1742963351.jpg)
Age limit
ସିପାହୀ ଓ କନଷ୍ଟେବଲ୍ ନିଯୁକ୍ତି ପାଇଁ ଆଶାୟୀଙ୍କୁ ବଡ଼ ଆଶ୍ୱସ୍ତି। IRB ବାଟାଲିଅନରେ ସିପାହୀ ଓ କନଷ୍ଟେବଲ୍ ନିଯୁକ୍ତି ମାମଲାରେ କୋହଳ ହେଲା ବୟସ ସୀମା । ବୟସ ସୀମାକୁ ୩ ବର୍ଷ କୋହଳ କଲେ ରାଜ୍ୟ ସରକାର। ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ମାମଲାର ପ୍ରତିପକ୍ଷ ପ୍ରାର୍ଥୀ ସମ୍ମତି ଜଣାଇଥିଲେ। ଏହାପରେ ସରକାରଙ୍କ ନିଷ୍ପତ୍ତିକୁ ବିଚାରକୁ ନେଇ ହାଇକୋର୍ଟ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩ ବର୍ଷ କୋହଳକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଧୋଇ ଯାଉଛି କାର୍ଯ୍ୟ ଦିବସ, ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୧୧ ଦିନ ହେଲା ଅଚଳ ବିଧାନସଭା
ଓଭରଏଜ୍ ଆଶାୟୀଙ୍କୁ ଚାକିରିରେ ସୁଯୋଗ ଦେବା ଲାଗି ବୟସସୀମା ୬ ବର୍ଷ କୋହଳ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ। ଯାହାକୁ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ ସରକାର।
ଗତକାଲି ମାମଲାର ଶୁଣାଣି ଡିଭିଜନ ବେଞ୍ଚରେ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ସରକାର ୩ ବର୍ଷ ବୟସସୀମା କୋହଳ କରିବା ପାଇଁ ନିଷ୍ପତ୍ତି ନେବା ପରେ କୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)