IPL ନିର୍ଘଣ୍ଟ: ଜାଣନ୍ତୁ କେବେ, କେଉଁଠି, କେଉଁ ଦଳ
IPL 2025 ସିଜିନ୍ ଆରମ୍ଭ ହୋଇଯାଇଛି । ଦୁଇ ମାସ ଧରି ବିଶ୍ୱ ଦେଖିବ କ୍ରିକେଟ୍ ତାରକାଙ୍କ ଯୁଦ୍ଧ । ପୃଥିବୀର ବଛା ବଛା ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶରେ ଖେଳାଯିବ ୭୪ଟି ମ୍ୟାଚ୍ । ସପ୍ତାହାନ୍ତରେ ଡବଲହେଡର୍ ସହ ରୋମାଞ୍ଚକର ରାତ୍ରୀ ମ୍ୟାଚ୍ ପ୍ରଶଂସକଙ୍କୁ ଆମୋଦିତ କରିବ । ଏହି ଟୁର୍ଣ୍ଣାମେଣ୍ଟରେ ରହିଛି ଲିଗ୍ ଷ୍ଟେଜ୍, ପ୍ଲେଅଫ୍ ଓ ଗ୍ରାଣ୍ଡ ଫିନାଲେ । ପ୍ଲେଅଫରେ କ୍ୱାଲିଫାୟର୍ ୧, ଏଲିମିନେଟର୍ ଓ କ୍ୱାଲିଫାୟର୍ ୨ ରହିଥିବା ବେଳେ ଏହି ମ୍ୟାଚଗୁଡିକ ୨୦୨୫ ମେ’ ୨୦,୨୧ ଓ ୨୨ ତାରିଖରେ ଖେଳାଯିବ । ଗ୍ରାଣ୍ଡ ଫିନାଲେ କୋଲକାତାର ପ୍ରସିଦ୍ଧ ଏଡେନ୍ ଗାର୍ଡେନସ ଷ୍ଟାଡିୟମରେ ମେ’ ୨୫ ତାରିଖରେ ଅନୁଷ୍ଠିତ ହେବ । ଆଇପିଏଲ୍ ମ୍ୟାଚର ସମୟ, ଦିନ ଖେଳ ପାଇଁ ଅପରାହ୍ନ ୩ଟା ଓ ସନ୍ଧ୍ୟା ଖେଳ ପାଇଁ ୭ଟା ୩୦ ମିନିଟ୍ ସ୍ଥିର କରାଯାଇଛି ।