ସାମ୍ବାଦିକ ସମ୍ମିଳନୀରେ ସୁନୀତାଙ୍କୁ ମଧ୍ୟ ରାକେଶଙ୍କୁ ପଚରାଯାଇଥିବା ପ୍ରଶ୍ନ ଜଣେ ସାମ୍ୱାଦିକଙ୍କ ଦ୍ୱାରା ପୁଣିଥରେ ପଚରାଯାଇଥିଲା । ଏହାର ଉତ୍ତରରେ ଭାରତକୁ ପ୍ରଶଂସା କରିଥିଲେ ସୁନୀତା। ସାମ୍ବାଦିକ ସମ୍ମିଳନୀରେ ସୁନୀତା କହିଛନ୍ତି, ଭାରତ ଏକ ସୁନ୍ଦର ରାଷ୍ଟ୍ର । ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି ।
ସୁନୀତା ୱିଲିୟମ୍ସ କାହିଁକି ମହାକାଶରେ କେଶ ବାନ୍ଧୁ ନଥିଲେ। କେଉଁ କାରଣରୁ କେଶ ମୁକୁଳା ରଖୁଥିଲେ ସୁନୀତା?
ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ କେଉଁଠି ଅଛି? ଯେହେତୁ ଏଠାରେ ମାଧ୍ୟାକର୍ଷଣ ଶକ୍ତି ନାହିଁ, ତେଣୁ ସବୁବେଳେ ଭାସମାନ ଅବସ୍ଥାରେ ରହିବାକୁ ପଡ଼େ। ମନରେ ପ୍ରଶ୍ନ ଉଠେ ଏହାର ଆକାର କେତେ ବଡ଼? ଏଥିରେ ମହାକାଶଚାରୀମାନେ କେମିତି ରୁହନ୍ତି? ରୋଷେଇ କେମିତି ହୁଏ? ଗାଧୁଆ ପାଧୁଆ କେମିତି କରନ୍ତି? ଟଏଲେଟ୍ କେମିତି ଯାଆନ୍ତି? କଫି ପିଇଲା ବେଳେ ଏହା ପାଣି ପରି ହାୱାରେ ଉଡ଼େ କି?
ପ୍ରମାଣ ଖୋଜି ନଥିଲା, ଏବେ ଗୋଟାଉଛି ଗୋଟି ଗୋଟି ପ୍ରମାଣ । ନବଙ୍କ ହତ୍ୟାକୁ ନେଇ ଫୁଲ୍ ଆକ୍ଟିଭ୍ କ୍ରାଇମବ୍ରାଞ୍ଚ ଟିମ୍ । ନବଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍ ଦେବା ପରେ ଯେମିତି ଆକ୍ସନ ମୋଡକୁ ଆସିଛି କ୍ରାଇମ୍ବ୍ରାଞ୍ଚ । ଝାରସୁଗୁଡ଼ାକୁ ଯାଇ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ।
ଆଜି ଯେଉଁ ସୁନୀତାଙ୍କୁ ସାରା ବିଶ୍ବ ସାବାସୀ ଦେଉଛି ଓ ପ୍ରଶଂସାରେ ପୋତି ପକାଉଛି ଦିନେ ତାଙ୍କ ମହାକାଶ ଯାତ୍ରା ଆବେଦନକୁ ଗ୍ରହଣ କରିନଥିଲା ନାସା । ଏଥର ୨୮୬ ଦିନ ମହାକାଶ ରହଣିରେ ୧୧ ଘଣ୍ଟା ୨୬ ମିନିଟ୍ ସ୍ପେସ ୱାକ୍ କରି ରେକର୍ଡ କରିଛନ୍ତି ସୁନୀତା ।
ସୁନୀତା ୱିଲିୟମ୍ସ ଓ ଅନ୍ୟ ୩ ମହାକାଶଚାରୀଙ୍କୁ ଧରି ଉଲ୍କା ଭଳି ଖସିଥିଲା କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ଆକାଶର ଛାତି ଚିରି କ୍ଷୀପ୍ର ଗତିରେ ଅଗ୍ନିପିଣ୍ଡ ଭଳି ଖସିଥିଲା ପ୍ରାୟ ୧ ଟନ୍ ଓଜନର ମହାକାଶଯାନ ।
ସୁନୀତାଙ୍କ ମହାକାଶ ସଫର, ଆଉ ସଫଳତାର କାହାଣୀ । ଯେତିକି ରୋମାଞ୍ଚକର ସେତିକି ଘଟଣା ବହୁଳ । ଏଥର ୨୮୬ ଦିନ ମହାକାଶ ରହଣିରେ ୧୧ ଘଣ୍ଟା ୨୬ ମିନିଟ୍ ସ୍ପେସ ୱାକ୍ କରି ରେକର୍ଡ କରିଛନ୍ତି ସୁନୀତା । କେବଳ ସ୍ପେସ୍ ୱାକ୍ ନୁହେଁ ୧୫୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ସହ ମହାକାଶ ଷ୍ଟେସନ ରକ୍ଷଣାବେକ୍ଷଣ କାମ ବି କରିଛନ୍ତି ।
ସୁନୀତାଙ୍କ ଘରବାହୁଡ଼ା ପରେ ଆଶ୍ୱସ୍ତ ବିଶ୍ୱ । ୯ ମାସ ମହାକାଶରେ କାଟିବା ପରେ ପୃଥିବୀକୁ ସୁରକ୍ଷିତ ଫେରି ଆସିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଏବଂ ଅନ୍ୟ ୩ ମହାକାଶଚାରୀ । ଫ୍ଲୋରିଡ଼ା ତଟରେ ଭାରତୀୟ ସମୟ ଭୋର୍ ପ୍ରାୟ ସାଢ଼େ ୩ଟାରେ ସଫଳ ହେଲା ସ୍ପେଶ୍ କ୍ୟାପସୁଲର ଲ୍ୟାଣ୍ଡିଂ। କେମିତି ଥିଲା ସୁନୀତାଙ୍କ ପୃଥିବୀକୁ ଫେରିବାର ପୂରା ଘଟଣା ଏବଂ କେମିତି କଟିବ ଆଗାମୀ ସ୍ୱତନ୍ତ୍ର ୪୫ ଦିନ ।
ସୁନୀତା ୱିଲିୟମ୍ସଙ୍କ ପାଇଁ ହନୁମାନ ଚାଳିଶା ପାଠ। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ କିପରି ସୁରକ୍ଷିତ ପୃଥିବୀ ପୃଷ୍ଠକୁ ଫେରିବେ ସେଥିପାଇଁ ସମୂହ ହନୁମାନ ଚାଳିଶା ପାଠ କରାଯାଇଥିଲା।
ସୁନା ଝିଅ ସୁନୀତା ଫୃଥିବୀକୁ ଫେରିବା ପରେ ସାରା ଦେଶରେ ଖେଳିଯାଇଛି ଖୁସିର ଲହରୀ। ଅପେକ୍ଷାର ଘଟିଛି ଅନ୍ତ। ଭାରତର ବିଭିନ୍ନ ସ୍ଥାନରେ ହୋଇଛି ସେଲିବ୍ରେସନ୍। ନାଚଗୀତରେ ଝୁମିଛନ୍ତି ସୁନୀଙ୍କ ଶୁଭେଚ୍ଛୁ।
ସୁନୀତାଙ୍କ ଫେରିବା ପରେ ଭାରତରେ ସେଲିବ୍ରେସନ୍ କରାଯାଇଥିଲା। ସୁନୀତା ଫେରିବା ପରେ ବାଣ ଫୁଟାଇ, ମିଠା ଖାଇ ଖୁସି ମନାଇଛନ୍ତି ଗୁଜରାଟ ମେହସାନ୍ ବାସିନ୍ଦା। ସେହିପରି ଉଜୈନରେ ରାତିସାରା ଯଜ୍ଞ କରିଥିଲେ ଲୋକେ।
ସୁନୀତା ୱିଲିୟମ୍ସଙ୍କ ଏପରି ସଫଳତା ଦେଖି ତାଙ୍କ ପରି ମହାକାଶଚାରୀ ବା ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ଏଥିପାଇଁ ପରିଶ୍ରମ, ପାଠ ଏବଂ ପ୍ରତିବଦ୍ଧତା ଦରକାର । ଯଦି ଏହି ତିନୋଟି ଜିନିଷ ରହିଛି ତେବେ ଆପଣ ବି ଚାହିଁଲେ ଆଷ୍ଟ୍ରୋନଟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପହଞ୍ଚି ପାରିବେ । ଜହ୍ନ ରାଇଜରେ ବୁଲି ପାରିବେ ।
ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ। ହେଲେ ତାଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ।
ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି
ଆମେରିକାର ଫ୍ଲୋରିଡ଼ା ତଟରେ ନିର୍ଦ୍ଧାରିତ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍ । ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ସଫଳତାର ସହ ମହାକାଶ ଛାଡ଼ି ପୃଥିବୀରେ ପହଞ୍ଚିଛନ୍ତି ୪ ମହାକାଶଚାରୀ ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଦୀର୍ଘ ୯ ମାସ କଳ୍ପନାଜଳ୍ପନାର ଅନ୍ତଘଟାଇ ପୃଥିବୀ ପୃଷ୍ଠକୁ ଛୁଇଁବେ ସୁନୀତା ୱିଲିୟମ୍ସ। ଆଜି ଦିନ ୧୦ଟା ୩୫ରେ କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ସୁନୀତାଙ୍କ ସମେତ ୪ ମହାକାଶଚାରୀଙ୍କୁ ଧରି ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ, ଭାରତୀୟ ସମୟ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ହେବ ଅବତରଣ।
ଆସନ୍ତାକାଲି ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ।
ଆଉ ଦିନକ ପରେ ସୁନୀତା ୱିଲିୟମ୍ସଙ୍କ ପୃଥିବୀ ବାହୁଡ଼ା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍।
ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ।
ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ।
ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନିଶ୍ଚିତ କଲା NASA । ଆସନ୍ତା ବୁଧବାର ଭୋର ୩ଟା ୨୭ ମିନିଟ୍ରେ ମହାକାଶରୁ ଫେରି ପୃଥିବୀରେ ପହଞ୍ଚିବେ ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋର୍ ।
ସଫଳ ହେଲା ମିଶନ। ହସ ଖୁସିରେ ଫାଟି ପଡ଼ିଲା ମହାକାଶ। ଝୁମି ଉଠିଲେ ସୁନୀତା। ମହାକାଶରେ ୯ମାସ ଫଶି ରହିବା ପରେ ଘର ବାହୁଡିବେ ।
ପୃଥିବୀରୁ ଯାଇଥିବା ନୂଆ ୪ ମହାକାଶଚାରୀଙ୍କୁ ସ୍ବାଗତ କରିଥିଲେ ସୁନୀତା ଓ ତାଙ୍କ ସାଥି ଆଷ୍ଟ୍ରନଟ୍ ବୁଚ୍ ୱିଲମୋର । ଆଜି ଦିନ ପ୍ରାୟ ୧୦ଟା ବେଳେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି ସ୍ପେଶ୍ ଏକ୍ସ କ୍ରୁ-ଟେନ୍ ମିଶନର ଡ୍ରାଗନ୍ ସ୍ପେଶକ୍ରାଫ୍ଟ ।
ମହାକାଶରେ ଖୁସିରେ ଝୁମିଲେ ସୁନୀତା। ଫେରାଇ ଆଣିବାକୁ ସ୍ପେସ୍ ଷ୍ଟେସନରେ \'ଡ୍ରାଗନ୍\' । ୮ ଦିନ ପାଇଁ ଯାଇ ୯ ମାସ ଫସିଲେ । ସୁନୀତା ଫେରୁଥିବା ଖବରରେ ଆଶ୍ବସ୍ତ ବିଶ୍ବ ।
ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ୯ ମାସ ଧରି ମହାକାଶରେ ସାଥୀ ମହାକାଶଚାରୀ ୱିଲମୋର ବୁଚଙ୍କ ସହ ଅଟକି ରହିଛନ୍ତି ସୁନୀତା ୱିଲିୟମ୍ସ। ଆମେରିକା ସରକାର ଓ ନାସାର ଏକାଧିକ ପ୍ରୟାସ ବିଫଳ ହେବା କାରଣରୁ ସୁନୀତା ୱିଲିୟମ୍ସ ଓ ୱିଲମୋର ବୁଚ ମହାକାଶରେ ଅଟକି ରହିଛନ୍ତି।