କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହେବା ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହେଲ୍ପଲାଇନ୍ ନମ୍ବର ଜାରି କଲା ଇଷ୍ଟକୋଷ୍ଟ ରେଲୱେ । - କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮
ଆସିଛି ଇଦ, ଫେରିଛନ୍ତି ଭାଇଜାନ। ସିଲଭର୍ ସ୍କ୍ରିନରେ ଏଥର ସିକନ୍ଦରର ସୁପର୍ ଶୋ'। ଆଗୁଆ ବୁକିଙ୍ଗକୁ ଦେଖିଲେ ଲାଗୁଛି ସିନେମା ପ୍ରଥମ ଦିନରେ ୩୦ କୋଟିରୁ ଅଧିକ ବିଜିନେସ୍ କରିବ।
ପୂର୍ବାହ୍ନ ୧୧ଟା ୫୪ ମିନିଟ୍ରେ ଟ୍ରେନର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି । ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।
ବାଇକରେ ଘରକୁ ଫେରୁଥିଲେ । କୁକୁଡାଫାର୍ମ ନିକଟରେ ମୁଣ୍ଡକୁ ଗୁଳି କରିଦେଲେ ଦୁର୍ବୃତ୍ତ । ତୁରନ୍ତ ଡାକ୍ତରଖାନାକୁ ନିଆଗଲା । ମୃତ ଘୋଷଣା କଲେ ଡାକ୍ତର ।
ପୋଲିସ ୧୦ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏମାନେ ମଦ ଭାଟିରୁ ତମ୍ବା ହାଣ୍ଡି ଚୋରି କରୁଥିଲେ । ଅନ୍ୟ ଏକ ଘଟଣାରେ ଢେଙ୍କାନାଳ କାମାକ୍ଷାନଗରରେ ରାତିରେ ମୁଖା ପିନ୍ଧି ଦୁର୍ବୃତ୍ତ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି ।
ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର । ମୃତ ଛାତ୍ରଙ୍କ ନାଁ ତାପସ ରଞ୍ଜନ ନାୟକ। ତେବେ ଛାତ୍ରଙ୍କ କେମିତି ମୃତ୍ୟୁ ହେଲା ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କାହାକୁ ଅତ୍ୟନ୍ତ ଶୁଭଫଳ ତ କାହାକୁ ଅଶୁଭ ଫଳ ମିଳିବା ନେଇ ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍। ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ।
ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ
ଗତ ୩୦ ବର୍ଷ ଧରି ହାସ୍ୟ ଅଭିନେତା ଭାବେ ନାଁ କମେଇଥିବା ନରି ପଣ୍ଡାଙ୍କୁ ଜଣେ ଯାତ୍ରା ପାର୍ଟି ମାଲିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଉଲଗ୍ନ କରାଯାଇ ମାଡ଼ ମରାଯାଇଥିବାର ଅଭିଯୋଗ କରିଛନ୍ତି ନରି ପଣ୍ଡା ।
ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?
ଭୁବନେଶ୍ବର ଏୟାରପୋର୍ଟରୁ ଆଜି ଏକ ଆନ୍ତରାଷ୍ଟ୍ରୀୟ ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଛି କଷ୍ଟମ ବିଭାଗ । ବ୍ୟାଂକକରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିଲା ସ୍ବତନ୍ତ୍ର ଧରଣର ସାପ, କଇଁଛ ଓ ଝିଟିପିଟି ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି।
ଲୋକମାନଙ୍କୁ ଚାଲାଣ କରିବା ପରେ ସେମାନଙ୍କ ନକଲି ଆଧାର କାର୍ଡ ଏବଂ ଭୋଟର ଆଇଡି ତିଆରି କରୁଥିଲା ଦଲାଲ I ଟଙ୍କା ଆଗୁଆ ଫୋନ ପେରେ ପଠାଇବା ପରେ ଆରମ୍ଭ ହେଉଥିଲା ଅପରେସନ ବର୍ଡ଼ର ପାର୍ I ଏଯାବତ ୪୦ ଜଣ ବାଂଲାଦେଶୀଙ୍କୁ ଦିଲ୍ଲୀ, ବେଙ୍ଗାଲୁରୁରେ ରଖାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ଏହାର ଖୋଳତାଡ଼ ପାଇଁ STF ଟିମ୍ ଦିଲ୍ଲୀ, ଆସାମ ଓ ବେଙ୍ଗାଲୁରୁ ଯିବ I
ଘରଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠାରେ ସହଜରେ ମିଳେ ମୁଢ଼ି଼ । ଏଠାକାର ଲୋକଙ୍କ ସକାଳ ଟିଫିନରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମୁଢ଼ି଼ ଅଧିକାଂଶ ସମୟରେ ସାମିଲ ହୋଇଥାଏ । ତେବେ ଏହି ମୁଢ଼ିର ପ୍ରଚାର ପ୍ରସାର ସହିତ GI ଟ୍ୟାଗର ମାନ୍ୟତା ପାଇଁ ଦାବି ହେଉଛି ।
ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଚାରିଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଅଭିଯୁକ୍ତ ନମ୍ବର ୧ ରେ ରହିଛି ବେଳପଡା ଥାନା ମଣ୍ଡଳ ଗାଁର ପ୍ରତାପ ବା ମୁନା ଅଗସ୍ତି। ସେ ଜଲିଆ ନୋଡାଲ ସ୍କୁଲର ଖେଳ ଶିକ୍ଷକ। ତାଙ୍କ ମୁଖ୍ୟ କାମ ହେଉଛି ବେଆଇନ ଭାବେ ଶହ ଶହ ଦାଦନ ଚାଲାଣ କରିବା ଆଉ ଗାଁକୁ ଫେରଆସୁଥିବା ଶ୍ରମିକଙ୍କୁ ଧମକ ଚମକ ଦେବା। ଯାହା ଫଳରେ ବେଳପଡା ଥାନାର ଦ୍ବାରସ୍ଥ ହୋଇଥିଲେ ନିର୍ଯ୍ୟାତିତ ଶ୍ରମିକ।
ସେପଟେ ମହାନଦୀରେ ପାଣି ନ ଥିବା ରୁ ମହାନଦୀର ବାଲି ଓ ପଥରରୁ ଗରମ ପବନ ସହର ମୁହାଁ ହେଉଛି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଲୋକଙ୍କୁ ଅଧିକା କନ୍ଦାଉଛି । ଖରାକୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ଜାଗାରେ ପାନୀୟ ଜଳ ଯୋଗାଣ ପାଇଁ ଜଳଛତ୍ର ଖୋଲା ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜନଗହଳି ପୂର୍ଣ୍ଣ ବାଘଗୁଡା ଛକରେ ଖରାକୁ ଦୃଷ୍ଟିରେ ରଖି ଟ୍ରାଫିକ ସେଡ୍ କରାଯାଇଛି।
କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ପୁଣି ପ୍ରବେଶ କରି ପେନସନ ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ଏକତ୍ରିତ କରି କରୁଛନ୍ତି ଇ-କେୱାଇସି । ଲୋକଙ୍କ ଆଙ୍ଗୁଠିକୁ ମେସିନରେ ଲଗାଇ କରୁଛନ୍ତି ଆଧାର ଅପଡେଟ । ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଏଭଳି ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।
ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS ପାଇଁ ସୁଜାତା ଆବେଦନ କରିଥିଲେ। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ପୂର୍ବରୁ VRS ନେଇ ରାଜନୀତିକୁ ଆସିଥିଲେ ପାଣ୍ଡିଆନ । ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ ।
ନବୀନ ଓ ପାଣ୍ଡିଆନ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁହେଁ ଏକାଠି ବିମାନରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି। ଗତକାଲି କୋଏମ୍ବାଟୁର ଏୟାରପୋର୍ଟରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିଥିଲା ।
ରେଡ୍ ସମୟରେ ଭୁବନେଶ୍ବର ଆଇଗିଣିଆ ଭଡ଼ା ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ବିଡ଼ା ବିଡ଼ା ଟଙ୍କା ସହ ସୁନା ଅଳଙ୍କାର ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି । ଏହାଛଡ଼ା ଏକାଧିକ ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି ।
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି । ସୁକମା ପୋଲିସଏହି ସୂଚନା ଦେଇଛି। DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ବି ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର । ଚନ୍ଦ୍ର- ମୀନ ଅହୋରାତ୍ର ତିଥି- ଅମାବାସ୍ୟା ଦିନ ୦୪.୨୭ ଗତେ ପ୍ରତିପଦ ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଖୋଲିପାରେ ପୂର୍ବ ସରକାର ସମୟରେ ମିଶ୍ରଣ ପାଇଁ ବନ୍ଦ ପଡ଼ିଥିବା ସ୍କୁଲର ତାଲା । ଏନେଇ ସରକାରଙ୍କ ନୀତିଗତ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁ ସବୁ ଅଞ୍ଚଳରୁ ନିବେଦନ ଆସିବ ସେଠାରେ ଜିଲ୍ଲା କମିଟି ଓ ରାଜ୍ୟ କମିଟି ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଚୂଡାନ୍ତ ଅନୁମତି ଦେବ ।